• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Crime Updates

ଉଠାଇନେଲେ ATM
ATM Loot: ବ୍ୟାଙ୍କ କର୍ମଚାରୀ ବେଶରେ ଆସିଲେ, ଟଙ୍କା ସହ ତାଡ଼ିନେଲେ ATM

ବ୍ୟାଙ୍କ କର୍ମଚାରୀ ବେଶରେ ଆସିଲେ, ତାଡିନେଲେ ATM । ଚୋରି ଅଟୋରେ ବୋହି ନେଲେ ଟଙ୍କା ଭର୍ତ୍ତି ଏଟିଏମ୍ ମେସିନ । ଟଙ୍କା ନେବା ପରେ ଗଙ୍ଗୁଆ ନାଳରେ ଭସାଇ ଚମ୍ପଟ୍ ଅଭିଯୁକ୍ତ ।

Nayagarh
Forest Department Raid: ବିଜେଡି ନେତାଙ୍କ ପଥର ଖଣିରେ ବନ ବିଭାଗର ରେଡ୍‌

ସରକାର ବଦଳିବା ପରେ ଆକ୍ସନ୍‌ ମୁଡକୁ ଆସିଥିଲା ପ୍ରଶାସନ। ମାତ୍ରାଧିକ ଖଣି ଉତ୍ତୋଳନ ସହ ଜଙ୍ଗଲ ଜମିରେ ରାସ୍ତା ନିର୍ମାଣ କରିବା ଏବେ ମହଙ୍ଗା ପଡିଛି। ଜଙ୍ଗଲ ଜମିରେ କାସିଆ ପାହାଡ଼କୁ ଯାଇଥିବା ୨ଟି ରାସ୍ତାକୁ କାଟିଛି ବନବିଭାଗ।

Retired Soldier Murders Wife
ଜହ୍ଲାଦ ସ୍ୱାମୀ; ସ୍ତ୍ରୀକୁ ମାରି କୁକର୍‌ରେ ରାନ୍ଧିଲା

ସ୍ତ୍ରୀକୁ କଲବଲ କରି ମାରିଲା... ଦେହରୁ ମାଂସକୁ ଟିକ୍‌ ଟିକ୍‌ କରି କାଟି, ହାଡ଼ ସବୁକୁ ଅଲଗା କଲା... ଆଉ ତା’ ପରେ ପ୍ରେସରରେ ପାଣି ଦେଇ ସିଟି ମାରିଲା... ସବୁ ପ୍ରମାଣକୁ ନଷ୍ଟ କରିବାକୁ ସିଝିଥିବା ମାଂସକୁ ଆଣି ହେମ ଦସ୍ତାରେ ଛେଚିଲା... ତା’ ପରେ ହ୍ରହରେ ଫିଙ୍ଗିଦେଲା।

Naba Das
ଇତିଶ୍ରୀଙ୍କ ଫର୍ମୁଲାରେ ନବଙ୍କ ହତ୍ୟା !

ନବ ପିନ୍ଧିଥିବା ସାର୍ଟକୁ ପୋଡି ଦିଆଯାଇଛି। ନବଙ୍କ ସହଯୋଗୀ ଶୁଭେନ୍ଦୁଙ୍କ ସାର୍ଟକୁ ଧଳା କରି ଦିଆଯାଇଛି। ପୋଷ୍ଟମର୍ଟମ ରିପୋର୍ଟରେ ରହୁନି ତାଳମେଳ । ନବଙ୍କ ଉପରକୁ ହୋଇଥିବା ୪ ଟି ଗୁଳିରୁ ଗୋଟିଏ ଗୁଳି କିଏ ମାରିଛି ଜଣାପଡୁନି । ନବଙ୍କ ପଛରେ ଆସୁଥିବା କାରରେ ରହିଛି ୫ ଟି ଗନସଟର ଚିହ୍ନ । ଗୋପାଳଙ୍କ ସହ ଆଉ କିଏ ଘଟଣାସ୍ଥଳରେ ଗୁଳି ମାରିଛି ...ଏମିତି ଅନେକ ପ୍ରଶ୍ନ ଉଠିଛି।

Teacher
College Principal and Lecturer Suspend: ଅର୍ଥନୀତି ବିଭାଗ ଅଧ୍ୟାପକ ଓ ଅଧ୍ୟକ୍ଷ ନିଲମ୍ୱିତ

ବରୀ ଥାନା ଅଞ୍ଚଳର ଅଭିମନ୍ୟୁ ସାମନ୍ତ ସିଂହାର ମହାବିଦ୍ୟାଳୟ ଅର୍ଥନୀତି ବିଭାଗର ଅଧ୍ୟାପକ ବିଦ୍ୟାଧର ଧଳଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆସିଥିଲା। ଉକ୍ତ କଲେଜରେ ଜଣେ +୩ ଶେଷ ବର୍ଷ ଛାତ୍ରୀ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ।

Hyderabad
ହାଇଦ୍ରାବାଦରେ ଜଣେ ପୂର୍ବତନ ସେନା କର୍ମଚାରୀ ପତ୍ନୀକୁ ହତ୍ୟା ପରେ ଖଣ୍ଡ ଖଣ୍ଡ କରି ପ୍ରେସର କୁକରରେ ସିଝାଇଲେ।

ସଇତାନ ସାଜିଲା, ଜହ୍ଲାଦ ପାଲଟିଗଲା ସ୍ବାମୀ। କ୍ରୁରତାର ସବୁ ସୀମା ଡେଇଁ ପତ୍ନୀକୁ ହତ୍ୟା ପରେ ଖଣ୍ଡ ଖଣ୍ଡ କରି ପ୍ରେସର କୁକରରେ ସିଝାଇଲା ମାଂସ ଟୁକୁଡ଼ା। ହାଇଦ୍ରାବାଦରେ ଜଣେ ପୂର୍ବତନ ସେନା କର୍ମଚାରୀଙ୍କ ଏଭଳି ଲୋହମହର୍ଷଣକାରୀ କାଣ୍ଡ ସାମ୍ନାକୁ ଆସିଛି। 

ହତ୍ୟା ପଛର ବଡ଼ ସତ୍ୟ !
ଖୋଲିଲା ନବ ହତ୍ୟା ପଛର ଗୁମର

ନବଙ୍କ ହତ୍ୟା ପାଇଁ ଲେଖାଯାଇଥିଲା କ୍ରାଇମ୍‌ ସ୍କ୍ରିପ୍ଟ୍‌ ! ମୃତ୍ୟୁ ପାଇଁ କାହାଣୀ ଲେଖୁଥିଲେ ତିନି ତିନିଜଣ ପ୍ରଡ୍ୟୁସର ! ପ୍ଲାନିଂ ଅନୁସାରେ ସବୁ କିଛି ଠିକ୍‌ ଠାକ୍‌ ହେଲା । ଆଉ ନବ ମୃତ୍ୟୁ ମିଶନରେ ସଫଳ ହେଲେ ଷଡ଼ଯନ୍ତ୍ରକାରୀ ।

Hyderabad
Retired Soilder kills Wife: ସଇତାନ ସାଜିଲା ସ୍ବାମୀ, ହତ୍ୟା ପରେ ସ୍ତ୍ରୀକୁ ପ୍ରେସର କୁକରରେ ସିଝାଇଲା

କ୍ରୁରତାର ସବୁ ସୀମା ଡେଇଁ ପତ୍ନୀକୁ ହତ୍ୟା ପରେ ଖଣ୍ଡ ଖଣ୍ଡ କରି ପ୍ରେସର କୁକରରେ ସିଝାଇଲା ମାଂସ ଟୁକୁଡ଼ା। ହାଇଦ୍ରାବାଦରେ ଜଣେ ପୂର୍ବତନ ସେନା କର୍ମଚାରୀଙ୍କ ଏଭଳି ଲୋହମହର୍ଷଣକାରୀ କାଣ୍ଡ ସାମ୍ନାକୁ ଆସିଛି। ପୋଲିସ୍ ଆଗରେ ହତ୍ୟାକାରୀ ସ୍ବାମୀ ସବୁ ମାନିଛି।

Student
Andhra Police in Odisha: ଆନ୍ଧ୍ରରେ ହଜିଲେ, ଓଡ଼ିଶାରେ ଖୋଜୁଛନ୍ତି ବାପା

ଉତ୍କର୍ଷଙ୍କ ସମ୍ପର୍କରେ କୌଣସି ସୂଚନା ନମିଳିବାରୁ ପରିବାର ଲୋକେ ଏନେଇ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୋଲିସ୍‌ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୋଲିସ୍‌ ପ୍ରଥମେ ବିଜୟନଗରମ୍‌ ଷ୍ଟେସନ୍‌ ଯାଇ ଖୋଳତାଡ କରିଥିଲା।

Saif Ali Khan stabbing case
Saif Ali Khan stabbing case: ସୈଫଙ୍କୁ ଆକ୍ରମଣ କରି ଟଙ୍କା ନେଇ ଗାଏବ ହୋଇଯାଇଥାନ୍ତା ଅଭିଯୁକ୍ତ

ଧନୀ ବ୍ୟକ୍ତିଙ୍କ ଘରୁ ଲୁଟ୍‌ କରି ବାଂଲାଦେଶ ଚାଲିଯିବା ପାଇଁ ପ୍ଲାନ କରିଥିଲା ଅଭିଯୁକ୍ତ ।

Missing Odia Navy Officer
Navy Officer Missing: ବୁଢ଼ିଆଣୀ ଜାଲରେ ଛନ୍ଦି ହୋଇଛି ସୌରଭଙ୍କ ନିଖୋଜ କାହାଣୀ

ପ୍ରଶ୍ନ ଉଠୁଛି ଇଚ୍ଛାପୁର ଷ୍ଟେସନରୁ ସୌରଭ କୁଆଡେ ଗଲେ? ସୌରଭ ଗାଏବ ହୋଇଯିବା ପଛରେ କ’ଣ ରହିଛି କାରଣ? ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏବେ ବି ବୁଢ଼ିଆଣୀ ଜାଲରେ ଛନ୍ଦି ହୋଇଯାଇଛି ସୌରଭଙ୍କ ନିଖୋଜ କାହାଣୀ। ଆନ୍ଧ୍ର ଓ ଓଡ଼ିଶା ପୋଲିସ ଘଟଣାର ତଦନ୍ତ କରୁଛି।

Murder
Hyderabad Murder: ସଇତାନ୍ ସ୍ୱାମୀର ଜଘନ୍ୟ କାଣ୍ଡ; ସ୍ତ୍ରୀକୁ ମାରି କୁକରରେ ରାନ୍ଧିଲା, ବଳକା ଅଂଗ ହ୍ରଦରେ ଫିଙ୍ଗିଲା

ପୂର୍ବତନ ସେନା କର୍ମଚାରୀଙ୍କ ଜଘନ୍ୟ କାଣ୍ଡ । ବଚସାରୁ ସ୍ତ୍ରୀକୁ ମାରି କୁକର୍‌ରେ ରାନ୍ଧିଲା ସଇତାନ ସ୍ବାମୀ । ଶରୀରର ଅବଶିଷ୍ଟ ଅଂଶକୁ ଚନ୍ଦନ ହ୍ରଦରେ ଫିଙ୍ଗିଥିଲା। ପୋଲିସ ଆଗରେ ସତ ମାନିଲା।

AI
Ai Catch: ଶିକାର ପାଇଁ ଯାଇଥିଲେ, AI ଚିହ୍ନି ପକାଇଲା!

ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ବଡଖମଣ ପଞ୍ଚାୟତ ଅନନ୍ତପୁର ଗାଁର ବୁଧୁରାମ ହାଁସଦା, ମୁନିରାମ ହେମ୍ବ୍ରମ ଓ ମାଧବ ସିଂ ଶିମିଳିପାଳ ଅଭୟାରଣ୍ୟକୁ ଶିକାର ଉଦ୍ଦେଶ୍ୟରେ ଯାଇଥିଲେ।

Maoist Leader Jayaram Reddy
ଜୟୀରାମ ପାଇଁ କାଳ ସାଜିଲା କପଲ୍ ସେଲ୍ଫି

ଦିନକ ତଳେ ନୂଆପଡ଼ା ସୀମାନ୍ତ ଗରିଆବନ୍ଧ ଜଙ୍ଗଲରେ ୧୩ ସହଯୋଗୀଙ୍କ ସହ ନିପାତ ହୋଇଛି ସେଣ୍ଟ୍ରାଲ୍ କମିଟି ମେମ୍ବର ଚଲପତି ଓରଫ୍ ଜୟୀରାମ। ଏବେବି ସେଠାରେ ଅପରେସନ୍ ଜାରି ଥିବା ବେଳେ, ଏପଟେ ଖୋଲିବାରେ ଲାଗିଛି ଜୟୀରାମର ଜନ୍ମକୁଣ୍ଡଳୀ।

CUttack
Exemplary Punishment by High Court: ଚୌଦ୍ୱାର ଜେଲ ପରିଦର୍ଶନ କରି ସ୍ୱଚ୍ଛତାର ଅନୁଧ୍ୟାନ କର ...

ମାମଲା ସମାଧାନ ହେବା ପରେ ଏତଲା ରଦ୍ଧ କରିବା ପାଇଁ ଅଭିଯୁକ୍ତ ଛାତ୍ରମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ଏହି ମାମଲାକୁ ବିଚାର କରି ସମ୍ପୃକ୍ତ ଛାତ୍ରମାନଙ୍କୁ ଏପରି ଘଟଣାର ପୁନରାବୃତ୍ତି ନକରିବା ପାଇଁ ତାଗିଦ୍‌ କରିଥିଲେ।

Maoist Leader Jayaram Reddy
Maoist Leader Jayaram Reddy: ଜୟୀରାମ ପାଇଁ କାଳ ସାଜିଲା କପଲ୍ ସେଲ୍ଫି; ମୋବାଇଲ୍ ଫଟୋରୁ ମିଳିଲା ବଡ଼ ସୁରାକ୍ ! 

ଦିନକ ତଳେ ନୂଆପଡ଼ା ସୀମାନ୍ତ ଗରିଆବନ୍ଧ ଜଙ୍ଗଲରେ ୧୩ ସହଯୋଗୀଙ୍କ ସହ ନିପାତ ହୋଇଛି ସେଣ୍ଟ୍ରାଲ୍ କମିଟି ମେମ୍ବର ଚଲପତି ଓରଫ୍ ଜୟୀରାମ। ଏବେବି ସେଠାରେ ଅପରେସନ୍ ଜାରି ଥିବା ବେଳେ, ଏପଟେ ଖୋଲିବାରେ ଲାଗିଛି ଜୟୀରାମର ଜନ୍ମକୁଣ୍ଡଳୀ। 

Elephant
Elephant Tusk Mafia: ବିଚ୍‌ ରାସ୍ତାରେ ହାତୀ ଦାନ୍ତ ମାଫିଆଙ୍କୁ ମାଡ଼ି ବସିଲେ

ହାତୀ ଦାନ୍ତ ଦୁଇଟିକୁ ଗାମୁଛାରେ ଗୋଡ଼ାଇ ବ୍ୟାଗରେ ପୂରାଇ ବାଇକରେ ପଳାଉଥିଲେ ମାଫିଆ। ବନ ବିଭାଗ ସେମାନଙ୍କଠାରୁ ୨ଟି ହାତୀ ଦାନ୍ତ ଜବତ କରିଛି।

Constable
POCSO Judgement: କନ୍‌ଷ୍ଟେବଳଙ୍କୁ ୨୦ ବର୍ଷ ଜେଲ୍‌, ଜରିମାନା

ଦାରିଙ୍ଗବାଡି ଥାନା ଗୋବିନ୍ଦ ପ୍ରଧାନ ବିବାହର ପ୍ରଲୋଭନ ଦେଖାଇ ୨୦୧୬ ମସିହାରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ। ପରବର୍ତ୍ତୀ ସମୟରେ ଅର୍ଥାତ ୨୦୧୮ ମସିହାରେ ସେ ରାଜ୍ୟ ପୋଲିସ୍‌ ବିଭାଗରେ କନ୍‌ଷ୍ଟେବଳ ଭାବେ ନିଯୁକ୍ତି ପାଇଥିଲେ।

Selfie With Wife Cost Him His Life
Selfie With Wife Cost Him His Life: ପତ୍ନୀ ସହ ସେଲଫି ହେଲା କାଳ; ଜାଣନ୍ତୁ କେମିତି ନିହତ ହେଲା ଦୁର୍ଦ୍ଦାନ୍ତ ମାଓ ନେତା ଜୟୀରାମ...

ଦୁର୍ଦ୍ଦାନ୍ତ ମାଓ ନେତା ଜୟୀରାମ। ଜୟୀରାମକୁ ଧରିବା ପାଇଁ ସବୁ ପ୍ରକାର ଉଦ୍ୟମ କରିଥିଲେ ସୁରକ୍ଷାକର୍ମୀ। ତଥାପି ନକ୍ସଲ କେନ୍ଦ୍ରୀୟ କମିଟିର ବରିଷ୍ଠ ସଦସ୍ୟ ଜୟରାମ ରେଡ୍ଡୀ ଓରଫ ଚଲପତିର କିଛି ବି ସୁରାଗ ପାଇପାରୁନଥିଲେ। ଜାଣନ୍ତୁ କେମିତି ହେଲା ନିହତ...

Missing
Navy Officer Missing: କଥା ଦେଇ କଥା ରଖିଲାନି ପୁଅ; ମା’କୁ ଠକିଦେଲା

ସୌରଭଙ୍କ ଶେଷ ମୋବାଇଲ୍ ଲୋକେସନ୍ ଇଛାପୁରମ୍ ଥିବା ପରିବାର ଲୋକ କହିଛନ୍ତି। ପୁଅକୁ ଖୋଜି ଆଣିବାକୁ ପୁଲିସ ଓ ନୌସେନାକୁ ନିବେଦନ କରିଛନ୍ତି ମା’।

Saif ali Khan
Saif ali Khan Attack: ଆକ୍ରମଣକାରୀ ପଶିବା ସମୟରେ ନିଦରେ ଶୋଇଥିଲେ ସିକ୍ୟୁରିଟି ଗାର୍ଡ

ବଲିଉଡ ଅଭିନେତା ସୈଫ ଅଲୀ ଖାନଙ୍କ ଆକ୍ରମଣ ଘଟଣାରେ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଆକ୍ରମଣକାରୀ ଘରେ ପଶିବା ସମୟରେ ସୁରକ୍ଷା ଦାୟିତ୍ବରେ ଥିବା ଗାର୍ଡ ନିଦରେ ଶୋଇ ପଡିଥିଲେ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

Maoist
ଓଡ଼ିଶା ସୀମାନ୍ତରେ ଛିନଛତ୍ର ହୋଇଗଲା ମାଓମେଳି

ଓଡ଼ିଶା ସୀମାନ୍ତରେ ଛିନଛତ୍ର ହୋଇଗଲା ମାଓମେଳି। ପୋଲିସ ଏନକାଉଣ୍ଟରରେ ସଫା ହୋଇଗଲେ ୧୪ ଜଣ ମାଓବାଦୀ। ଏବେ ବି ଅପରେସନ ଜାରି ରହିଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବଢିବା ଅନୁମାନ କରାଯାଉଛି।

naba das
Naba Das Death Timing: ନବ ଦାସଙ୍କ ମୃତ୍ୟୁ ସମୟକୁ ନେଇ ଆସିଲା ବଡ ପ୍ରଶ୍ନ, ଆପୋଲୋରେ ପହଞ୍ଚିବା ବେଳକୁ ଜୀବିତ ଥିଲେ କି?

ଭୁବନେଶ୍ବର ଆପୋଲୋ ହସ୍ପିଟାଲରେ ପହଞ୍ଚିବା ବେଳକୁ ନବ ଦାସ ଜୀବିତ ଥିଲେ ତ । ନବ ଦାସଙ୍କ ପୋଷ୍ଟମର୍ଟମ ରିପୋର୍ଟରେ ଏମିତି ଅନେକ ପ୍ରଶ୍ନ ସାମ୍ନାକୁ ଆସିଛି।

saif ali khan
Saif ali Khan Discharged: ହସ୍ପିଟାଲରୁ ଡିସଚାର୍ଜ ହେଲେ ସୈଫ ଅଲୀ ଖାନ

ଛୁରା ମାଡ଼ ପରେ ହସ୍ପିଟାଲରେ ୬ ଦିନ ଧରି ଚିକିତ୍ସା ପରେ ମଙ୍ଗଳବାର ଡିସଚାର୍ଜ ହେଲେ ବଲିଉଡ ଅଭିନେତା ସୈଫ ଅଲୀ ଖାନ୍ । ସୁସ୍ଥ ହେବା ପରେ ମୁମ୍ବାଇ ଲୀଳାବତୀ ହସ୍ପିଟାଲରୁ ତାଙ୍କୁ ଡିସଚାର୍ଜ କରାଯାଇଛି । ବାନ୍ଦ୍ରା ସ୍ଥିତ ଘରେ ପଶି ଦୁର୍ବୃତ୍ତ ଛୁରା ମାଡ଼ କରିବାରୁ ଗୁରୁତର ଆହତ ହୋଇଥିଲେ ସୈଫ ।

Bargarh
Kurla Jungle Girl rescued: କୁର୍ଲା ଜଙ୍ଗଲରୁ ଯୁବତୀ ଉଦ୍ଧାର ଘଟଣା, ଆଉ ଜଣଙ୍କୁ ଗିରଫ କଲା ପୋଲିସ

ସେପଟେ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି ବରଗଡ଼ ପୋଲିସ। ଅଭିଯୁକ୍ତ ରାହୁଲ ଭୋସାଗରକୁ ଅଟକ ରଖିଥିଲା ପୋଲିସ। ଧନୁଯାତ୍ରା ଦିନ ରାହୁଲକୁ ପୀଡିତା ଯୁବତୀଙ୍କ ସହ ଦେଖାଯାଇଥିଲା। ଯୁବତୀଙ୍କ ସହ ରାହୁଲ ମଲକୁ ମଧ୍ୟ ଯାଇଥିବା ସିସିଟିଭି ଫୁଟେଜରେ ସ୍ପଷ୍ଟ ହୋଇଛି।