ଆଜିଠୁ ରାଜ୍ୟରେ ପୁଣି ବଢିବ ତାପମାତ୍ରା। ଦିନ ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ବଢିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
ଗରିବ ଦୁଃଖୀ ଲୋକଙ୍କ ଚାଉଳ ଚଳୁ କରିଦେଇଛନ୍ତି ସରକାରୀ ବାବୁ । ବସ୍ତେ କି ଦୁଇ ବସ୍ତା ନୁହେଁ ବରଂ ହଜାର ହଜାର କୁଇଣ୍ଟାଲ୍ । ବର୍ଷ ବର୍ଷ ଧରି ବଲାଙ୍ଗିରରେ ଏମିତି ଚାଲିଛି । ଆଉ ଏବେ ଘଟଣା ପ୍ରଘଟ ହେବା ପରେ ଚାଲିଛି ଧରପଗଡ଼ ।
ଦ୍ରୁତ ଗତି ମହାବିପତ୍ତି। ଦୁର୍ଘଟଣା ଏଡାଇବାକୁ ପରିବହନ ବିଭାଗ କେତେ କଣ ସଚେତନ କରୁଛି। କଟକଣା ଲଗାଉଛି, ଜୋରିମାନା ବି ଆଦାୟ ହେଉଛି। ହେଲେ ଡ୍ରାଇଭରଙ୍କ ଅବହେଳା ଆଜି ଗୋଟିଏ ପରିବାରକୁ ସର୍ବସ୍ବାନ୍ତ କରିଦେଇଛି।
ବାପା ଓ ୨ ଝିଅଙ୍କୁ ଧକ୍କା ଦେଲା ବସ୍, ଘଟଣାସ୍ଥଳରେ ଜଣଙ୍କର ଜୀବନ ଚାଲିଯାଇଥିବା ବେଳେ ମୃତକଙ୍କୁ ଦୁର୍ଘଟଣା ପରେ ଅଧ କିମି ଘୋଷାଡ଼ି ନେଲା
ରାୟଗଡ଼ା ଜିଲ୍ଲାପାଳ ସ୍ୱାଧାଦେବ ମଧ୍ୟ ୭ ତାରିଖରୁ ଛୁଟିରେ ଯାଉଛନ୍ତି । ତେଣୁ ବିବାହ ଚର୍ଚ୍ଚା ଅଧିକ ଜୋର ଧରିଛି ।
ଗୌହାଟୀର ଏକ ପଂଚତାରକା ହୋଟେଲରେ ଗତକାଲି ଧୁମଧାମରେ ସରିଛି ମେରେଜ୍ ସେରିମୋନି । ପାରମ୍ପରିକ ରୀତିନୀତିରେ ବ୍ୟାଣ୍ଡ, ବାଜା ଓ ବାରାତ ଧରି ବର ପହଞ୍ଚିଥିଲେ କନିଆଁ ପାଖରେ । ହାତଗଣ୍ଠି ପଡିବା ପରେ ଅନନ୍ୟାଙ୍କ ମଥାରେ ସିନ୍ଦୂର ଦେଇ ସାତଜନ୍ମର ସାଥୀ ବନାଇଥିଲେ ଚଂଚଳ ରାଣା ।
ପୂର୍ବରୁ ଗତ ପେବ୍ରୁଆରୀ ୧୯ ତାରିଖରେ ସମ୍ବଲପୁର ଜିଲ୍ଲାପାଳଙ୍କ ଆବାସିକ ବାସଭବନରେ ଉଭୟଙ୍କ ନିର୍ବନ୍ଧ ଶେଷ ହୋଇଥିଲା।
ଗର୍ଭବତୀ ସ୍ତ୍ରୀକୁ ଧରି ହସ୍ପିଟାଲରୁ ଫେରିବା ବେଳେ ଧକ୍କା ଦେଲା ଟ୍ରକ୍, ଦମ୍ପତି ମୃତ
ଉତ୍ତର ପ୍ରଦେଶ ସହ ଦିଲ୍ଲୀ ଏବଂ ପଞ୍ଜାବ ଯାଇଥିଲା କ୍ରାଇମବ୍ରାଞ୍ଚ ଟିମ୍ । ଉତ୍ତର ପ୍ରଦେଶ ଉଚ୍ଚମାଧ୍ୟମିକ ବୋର୍ଡକୁ ଯାଇ ଖୋଳତାଡ଼ କରିଥିଲା । ଏଠିକାର ଦଲାଲ ସହ ବୋର୍ଡରେ ଥିବା କିଛି କର୍ମଚାରୀଙ୍କ ଲିଙ୍କ୍ ଥିବା ଜଣାପଡ଼ଇଛି।
ସ୍କୁଲ ଘର ଅଧାପନ୍ତରିଆ ହୋଇ ପଡରହିବାର କାରଣ ଜାଣିଲେ ଆପଣ ତାଜୁବ ହୋଇଯିବେ । ସ୍କୁଲର ଅତିରିକ୍ତ କୋଠରୀ ଓ ଦୁଇଟି ଶୌଚାଳୟ ନିର୍ମାଣ ପାଇଁ ଶିକ୍ଷା ବିଭାଗ ପକ୍ଷରୁ ଆସିଥିଲା ୯ ଲକ୍ଷ ଟଙ୍କାର ଅନୁଦାନ l କିନ୍ତୁ ଏହି ଅଧାଗଢା କୋଠାରେ ଅଟକି ଯାଇଛି ନିର୍ମାଣ କାର୍ଯ୍ୟ।
ସମ୍ବଲପୁରରେ ହିନ୍ଦୁଙ୍କ ଉପରେ ଆକ୍ରମଣ ପ୍ରତିବାଦରେ ଏହି ବନ୍ଦ ଡାକରା ଦିଆଯାଇଛି ।
ଉତ୍ତରରୁ ଉପକୂଳ, ଦକ୍ଷିଣରୁ ପଶ୍ଚିମ ସବୁଠି ଖରା । ପ୍ରବଳ ଖରାରେ ଜନଜୀବନ ଅସ୍ତବ୍ୟସ୍ତ ।
ପାଣିପାଗ ବିଭାଗ ପୂର୍ବାନୁମାନ ଅନୁସାରେ, ଆହୁରି ୪ ଦିନ ଲାଗି ରହିପାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସ୍ଥିତି। ୨୧ ତାରିଖ ପରେ ତାପମାତ୍ରା କ୍ରମେ ହ୍ରାସ ପାଇବ।
ଜେଲ ଯାଇ ଜାମିନରେ ଆସି ପରେ ପୁଣି ଆରମ୍ଭ କରିଥିଲା ଗୁଣ୍ଡାଗର୍ଦ୍ଦି । ଏପରିକି ନିଜ ଘରେ ଆସବାବପତ୍ର ଭାଙ୍ଗିବା ସହିତ ମାଡପିଟ ମଧ୍ୟ କରୁଥିଲା । ଶେଷରେ ପୁଅର ଅତ୍ୟାଚାରରେ ଅତିଷ୍ଠ ହୋଇ ଆଲୋକର ବାପା ଲକ୍ଷ୍ମୀକାନ୍ତ ଟାଉନଥାନାରେ ଲିଖିତ ଅଭିଯୋଗ କରିଥିଲେ ।
୨୦୧୯ରୁ ଖବର ଥିଲା, କିନ୍ତୁ କାର୍ଯ୍ୟାନୁଷ୍ଠାନ ହୋଇନଥିଲା କାହିଁକି? ବଲାଙ୍ଗିର ମାମଲାରେ ଏଯାଏ ଜଣକୁ ବି ଗିରଫ କରିନି କ୍ରାଇମବ୍ରାଞ୍ଚ ।
ନକଲି ସାର୍ଟିଫିକେଟ୍ ମାମଲାରେ ସିବିଆଇ ତଦନ୍ତ ସୁପାରିଶ ପରେ ଛନକା । ଯଦି ସିବିଆଇ ତଦନ୍ତ ହୁଏ, କେଉଁ କେଉଁ ବିଭାଗରେ ପଶିବ ତାକୁ ନେଇ ଆରମ୍ଭ ହୋଇଛି କଳ୍ପନା ଜଳ୍ପନା । ସେପଟେ ସିବିଆଇ ତଦନ୍ତ ପାଇଁ ଡାକ ବିଭାଗର ଅନୁରୋଧ ପରେ ତେଜିଛି ରାଜନୀତି ।
ପିଣ୍ଟୁ ବଲାଙ୍ଗୀର ସହରର ଜଣେ ଝିଅକୁ ଭଲ ପାଉଛନ୍ତି । କୌଣସି କାରଣକୁ ନେଇ ନିଜ ପ୍ରେମିକା ସହିତ ଫୋନରେ କଥା ହେବ ସମୟରେ ବଚସା ହୋଇଥିଲା । ହଠାତ ଆତ୍ମହତ୍ୟାର ଧମକ ଦେଇ ପିଣ୍ଟୁ ନିଜ ଗାଁର ଜଳ ଯୋଗାଣ ପାଇଁ ତିଆରି ହୋଉଥିବା ବଡ ପାଣି ଟାଙ୍କି ଉପରକୁ ଚଢି ଯାଇଥିଲେ । ଖାଲି ଚଢାଯାଇଥିଲେ ତାହା ନୁହେଁ ବରଂ ଆତ୍ମହତ୍ୟା କରିବାକୁ ଧମକ ବି ଦେଇଥିଲେ ।
୨୦୧୮ରୁ ନିଯୁକ୍ତ ଡାକ କର୍ମଚାରୀଙ୍କ ହେବ ପ୍ରମାଣପତ୍ର ଯାଞ୍ଚ, ତେଣେ ବଲାଙ୍ଗିର । କେଳେଙ୍କାରୀରେ କ୍ରାଇମବ୍ରାଞ୍ଚ ସ୍କାନରରେ ଆଉ ୭ ଦଲାଲ ଓ ସରକାରୀ ଚାକିରିଆ ।
ଶିକ୍ଷକ ନାଁରେ କଳଙ୍କ । ନବମ ଶ୍ରେଣୀ ଛାତ୍ରୀଙ୍କୁ ବହି କିଣିଦେବା କହି ବାଇକ୍ରେ ନେଲେ । ଜଙ୍ଗଲିଆ ରାସ୍ତାରେ ଅସଦାଚରଣ କରିବାକୁ ଉଦ୍ୟମ କଲେ । ଏବେ ଧରାପଡ଼ିବା ପରେ ମାମୁଁଘରେ ସାର୍
ସବୁ ସାରିଦେଲା ଅଦିନିଆ ବର୍ଷା । ହିଡ଼ ମୁଣ୍ଡରେ ବସି କାନ୍ଦୁଛି ଚଷା ପୁଅ । ଋଣ ଟଙ୍କା କେମିତି ସୁଝିବ? ରାତିରେ ନିଦ ହେଉନି । ସେପଟେ ବେପାରୀଙ୍କର ବି ଦେଖାନାହିଁ
ମୃତ୍ୟର କାରଣ ସ୍ପଷ୍ଟ ହୋଇନଥିବା ବେଳେ, ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛି ପୋଲିସ l
ବୁଡ଼ାବାହାଲ ପଞ୍ଚାୟତର ସରପଞ୍ଚ ଯୁଗଲାଲ ମାଝୀ ନୋମିନେସନ ସମୟରେ ନକଲି SLC ବା ସ୍କୁଲ୍ ଲିଭିଙ୍ଗ ସାର୍ଟିଫିକେଟ ଦେଇଥିବା ଜଣାପଡ଼ିଛି।
ଦେଶ ସେବା ଲାଗି ତ ଯାଇଥିଲେ । ଗାଁକୁ ବି ଫେରିଲେ । ହେଲେ ଜୀବନ୍ତ ନୁହେଁ ବରଂ ଶବ ହୋଇ । ଯବାନ ପୁଅ ପ୍ରତାପ ନିଆଲଙ୍କ ମୃତ ଶରୀର ଗାଁରେ ପହଞ୍ଚିବା ପରେ ପାଛୋଟି ନେଇଥିଲେ ଲୋକେ । ଆଉ ପୁଅର ମୃତ୍ୟୁକୁ ଆଖି ସାମ୍ନାରେ ଦେଖି ପାଗଳି ହୋଇଯାଉଥିଲା ମାଆ । ବେଲପଡା ବ୍ଲକର ବାଗଉଡାର ଗାଁର ପ୍ରତାପ ନିଆଲ ୨୦୧୩ ମସିହାରେ ସୀମା-ସୁରକ୍ଷା ବଳରେ କନେଷ୍ଟବଲ ଭାବରେ ଭର୍ତ୍ତି ହୋଇଥିଲେ ।
ରାଜ୍ୟର କୋଣ ଅନୁକୋଣକୁ ଲମ୍ବିଛି ଜାଲ୍ ସାର୍ଟିଫିକେଟ ଜାଲ । ବଲାଙ୍ଗୀରରେ ପୁଳା ପୁଳା ନକଲି ଶିକ୍ଷକ ଅଭିଯୋଗ । ରାଜ୍ୟ ବାହାର ପ୍ରମାଣପତ୍ର ଦେଇ ଚାକିରି କରୁଛନ୍ତି ୩୭୮ ଶିକ୍ଷକ । ନୀଳଗିରିରେ ବି ଜାଲ୍ ସାର୍ଟିଫିକେଟ୍ କେଳେଙ୍କାରୀ । ନକଲି କଥା ପଚାରିବାରୁ ଚିହିଁକିଲେ ଶିକ୍ଷୟିତ୍ରୀ ।