Advertisment

ରାଜା ଘରର ଗୁମର ଖୋଲିଲେ ବୋହୂ,କହିଲେ-‘ବେଡ୍‌ରୁମ୍‌ରେ କ୍ୟାମେରା ଲଗାଇ ଥିଲେ,ଷ୍ଟାଫ୍‌ଙ୍କୁ ପଠାଇ ପିଟିଥିଲେ’

ଅନଙ୍ଗ ଉଦୟ ସିଂ ଦେଓଙ୍କ ସାନ ପୁଅ ଅର୍କେଶ ସିଂ ଦେଓଙ୍କ ବିରୋଧରେ ତାଙ୍କ ପତ୍ନୀ ଅଦ୍ରିଜା ସିଂ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଅଭିଯୋଗ ଅନୁସାରେ, ଶ୍ୱଶୁର ଅନଙ୍ଗ ଉଦୟ ସିଂ ଦେଓ, ବିଜୟ ଲକ୍ଷ୍ମୀ ଦେବୀ, ମେଘନା ରାଣା ଗତ ୫ ବର୍ଷ ଧରି ବାରମ୍ବାର ମାନସିକ ନିର୍ଯାତନା ଦେଉଥିଲେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Adrija Singh brings domestic violence allegations against husband Arkesh Singh Deo

Adrija Singh brings domestic violence allegations against husband Arkesh Singh Deo

ବଲାଙ୍ଗିରର ପ୍ରତିଷ୍ଠିତ ରାଜପରିବାର ବିରୋଧରେ ପାରିବାରିକ ହିଂସା ଅଭିଯୋଗ ଆସିଛି। ଅନଙ୍ଗ ଉଦୟ ସିଂ ଦେଓଙ୍କ ସାନ ପୁଅ ଅର୍କେଶ ସିଂ ଦେଓଙ୍କ ବିରୋଧରେ ତାଙ୍କ ପତ୍ନୀ ଅଦ୍ରିଜା ସିଂ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଅର୍କେଶଙ୍କ ସମେତ ତାଙ୍କ ଶ୍ୱଶୁର ଘର ଲୋକେ ଯୌତୁକ ନିର୍ଯାତନା ସହ ମାର୍‌ପିଟ୍ କରୁଥିବା ଅଦ୍ରିଜା ଅଭିଯୋଗ କରିଛନ୍ତି।

Advertisment

ଅଦ୍ରିଜାଙ୍କ ଅଭିଯୋଗ ଅନୁସାରେ, ଶ୍ୱଶୁର ଅନଙ୍ଗ ଉଦୟ ସିଂ ଦେଓ, ବିଜୟ ଲକ୍ଷ୍ମୀ ଦେବୀ, ମେଘନା ରାଣା ଗତ ୫ ବର୍ଷ ଧରି ବାରମ୍ବାର ମାନସିକ ନିର୍ଯାତନା ଦେଉଥିଲେ। ଏପରିକି ତାଙ୍କ ବେଡ୍‌ରୁମ୍‌ରେ କ୍ୟାମେରା ଲଗାଯାଇଥିଲା। ତାଙ୍କୁ ଗାଳିଗୁଲଜ କରାଯିବା ସହ ଧମକଚମକ ଦିଆଯାଉଥିଲା। ମ୍ୟାନେଜରଙ୍କ ମାଧ୍ୟମରେ ତାଙ୍କୁ ହତ୍ୟା ପାଇଁ ଉଦ୍ୟମ କରାଯାଇଥିଲା। 

Advertisment

ନିର୍ବାଚନ ସମୟରେ ଟଙ୍କା ଆଣିବା ପାଇଁ ତାଙ୍କୁ କୁହାଯାଇଥିଲା ବୋଲି ଅଦ୍ରିଜା ଅଭିଯୋଗ କରିଛନ୍ତି। ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦେବାକୁ ସେ ଅପିଲ କରିଛନ୍ତି । ଏନେଇ ସେ ପୋଲିସକୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ। ଚାପ ପ୍ରୟୋଗ କରି ପୋଲିସକୁ ମ୍ୟାନେଜ କରାଯାଇଛି ବୋଲି ଅଦ୍ରିଜା ଖୋଲାଖୋଲି ଅଭିଯୋଗ କରିଛନ୍ତି। 

ପୋଲିସ ଏ ମାମଲାରେ କୌଣସି ପଦକ୍ଷେପ ଗ୍ରହଣ କରୁନଥିବାରୁ ଉତ୍ତରାଖଣ୍ଡ ଡିଜିପିଙ୍କୁ ଭେଟି ଅଦ୍ରିଜା ନ୍ୟାୟ ମାଗିଛନ୍ତି। ସେପଟେ ଅଦ୍ରିଜା ସିଂଙ୍କ ଅଭିଯୋଗରେ ପ୍ରତିକ୍ରିୟା ଦେବାକୁ କଳିକେଶ ମନା କରି ଦେଇଛନ୍ତି। ସେ କହିଛନ୍ତି, ‘ଏହା ଅର୍କେଶ ଓ ଅଦ୍ରିଜାଙ୍କ ବ୍ୟକ୍ତିଗତ ବ୍ୟାପାର। ମୁଁ ଏ ବାବଦରେ କିଛି କହିବାକୁ ଚାହୁଁନି।’ 

ସୂଚନାଥାଉ କି, ଅଦ୍ରିଜା ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ବିଶ୍ୱନାଥ ପ୍ରତାପ ସିଂଙ୍କ ନାତୁଣୀ। ୨୦୧୭ ନଭେମ୍ବର ୨୩ରେ ଅଦ୍ରିଜା ଓ ଅର୍କେଶ ସିଂଙ୍କ ମଧ୍ୟରେ ବିବାହ ହୋଇଥିଲା। 

Domestic Violence
Advertisment
Advertisment