ଏକ ସର୍ଭେରୁ ଜଣାପଡିଛି ଯେ, ୟୁରୋପୀୟ ଅଞ୍ଚଳର ୧୨.୫% କିଶୋର ୨୦୨୨ ମସିହାରେ ଇ-ସିଗାରେଟ୍ ବ୍ୟବହାର କରିଛନ୍ତି, ଯାହାକି ବୟସ୍କମାନଙ୍କ ତୁଳନାରେ ୨% ଅଧିକ। ଏହି ଅଞ୍ଚଳର କେତେକ ଦେଶରେ, ସ୍କୁଲ ପିଲାମାନଙ୍କ ମଧ୍ୟରେ ଇ-ସିଗାରେଟ୍ ବ୍ୟବହାର ସିଗାରେଟ୍ ଟାଣିବା ହାରଠାରୁ ୨-୩ ଗୁଣ ଅଧିକ।
ତମାଖୁ ରାକ୍ଷସ କାହାର ସ୍ୱପ୍ନ ଉଜାଡ଼ିଦେଉଛି ଆଉ କାହାର ସଂସାର । କିଏ ନିଜେ ରୋଗ ଯନ୍ତ୍ରଣାରେ ଛଟପଟ, ତ ଆଉ କିଏ ଯେମିତି ପୂରା ପରିବାରକୁ ଭସାଇ ଦେଇଯାଇଛି ଅଥଳ ସମୁଦ୍ର ମଝିରେ ।
ଆଜି ବିଶ୍ବ ତମାଖୁ ବର୍ଜନ ଦିବସ, ଅର୍ଥ ଅପଚୟ ଓ ଘାତକ ରୋଗର କାରଣ ତମାଖୁ । ଯେଉଁମାନେ ତମାଖୁ ସେବନ ପରେ ଦୁଃଖଦ ସମୟ ଦେଇ ଗତି କରୁଛନ୍ତି...ସେମାନଙ୍କ ଜୀବନର ମୋଡ଼ ବଦଳି ଯାଇଛି।
ପ୍ରତିବର୍ଷ ଏହି ଦିବସ ପାଇଁ ସ୍ୱତନ୍ତ୍ର ଥିମ୍ ରହିଥାଏ। ଏହି ବର୍ଷର ଥିମ୍ ରହିଛି We Need Food, Not Tobacco
ଆଜି ବିଶ୍ୱ ତମାଖୁ ବର୍ଜନ ଦିବସ । ଏହି ଅବସରରେ ବାଲୁକା କଳା ମାଧ୍ୟମରେ ସଚେତନତାର ବାର୍ତ୍ତା ଦେଇଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଓ ମାନସ ସାହୁ । ତମାଖୁ ସେବନରୁ ଦୂରେଇ ରହିଲେ କ୍ୟାନସର ଭଳି ଦୂରାରୋଗରୁ ରକ୍ଷା ମିଳିପାରିବ ବୋଲି ନିଜ କଳା ମଧ୍ୟମରେ ଲୋକଙ୍କୁ ସଚେତନ କରିଛନ୍ତି ଉଭୟ ବାଲୁକାଶିଳ୍ପୀ, ଦେଖନ୍ତୁ କିଛି ଚିତ୍ର...
ତମାଖୁ ସେବନ ଦ୍ୱାରା ଶରୀରରେ ହେଉଥିବା ବିଭିନ୍ନ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ପ୍ରତି ବର୍ଷ ମେ ୩୧ ତାରିଖକୁ ବିଶ୍ୱ ତମାଖୁ ବର୍ଜନ ଦିବସ ଭାବେ ପାଳନ କରାଯାଇଥାଏ ।