/odishatv-khabar/media/post_attachments/uploadimage/library/16_9/16_9_0/IMAGE_1684124313.jpg)
tragic incident
‘ସେ ତ ରହିଲାନି, ଆଉ କାହା ପାଇଁ ବଞ୍ଚିବି । ସିନ୍ଦୂର ଦେଇ ସୁରକ୍ଷା କରିବା ପାଇଁ କଥା ଦେଇଥିଲି । ହେଲେ ପାରୁପର୍ଯ୍ୟନ୍ତ ଚେଷ୍ଟା କଲେ ସୁଦ୍ଧା ତା’ର ଜୀବନ ବଞ୍ଚାଇ ପାରିଲନି ନାହିଁ ।’ ଏପରି ଏକ ଆତ୍ମିୟତା ତଥା ନିଛକ ପ୍ରେମର ଉଦାହରଣ ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଦାବରୀ ଗାଁରେ । ସ୍ତ୍ରୀ ଚାଲିଯିବା ପରର ଦୁଃଖ ସହିପାରିଲେ ନାହିଁ ସ୍ୱାମୀ । ସ୍ତ୍ରୀକୁ ଝୁରି ଝୁରି ସେ ଏତେ ହତାଶ ହୋଇଗଲେ ଯେ, ଶେଷରେ ନିଜେ ଆତ୍ମହତ୍ୟା କରିବା ଭଳି ଚରମ ପଦକ୍ଷେପ ନେଇଛନ୍ତି ।
ଦାବରୀ ଗାଁର ୪୫ ବର୍ଷୀୟ ଗୋଧମ ମଲ୍ଲିକଙ୍କ ସ୍ତ୍ରୀ ଚନ୍ଦ୍ରକଳା ମଲ୍ଲିକ ଦୀର୍ଘଦିନ ହେବ କିଡ଼ନୀ ରୋଗରେ ଆକ୍ରାନ୍ତ ଥିଲେ । ସ୍ତ୍ରୀଙ୍କୁ ବଞ୍ଚାଇବା ପାଇଁ ଅନେକ ଚେଷ୍ଟା କରିଥିଲେ ଗୋଧମ । କିନ୍ତୁ ଶେଷରେ ଗତକାଲି ରାତିରେ ଆରପାରିକୁ ଚାଲିଗଲେ ଚନ୍ଦ୍ରକଳା॥ସ୍ତ୍ରୀ ଚାଲିଯିବା ପରେ ଦୁଃଖରେ ମ୍ରିୟମାଣ ଗୋଧମ ନିକଟସ୍ଥ ଜଙ୍ଗଳକୁ ଯାଇ ଗଛରେ ଝୁଲିପଡ଼ି ଆତ୍ମହତ୍ୟା କରିଦେଇଛନ୍ତି । ବର୍ତମାନ ପର୍ଯ୍ୟନ୍ତ ଘଟଣାସ୍ଥଳରେ ପହଞ୍ଚି ପାରିନି ପୋଲିସ୍ ।
#ସ୍ତ୍ରୀର_ମୃତ୍ୟୁ_ପରେ_ସ୍ବାମୀର_ଆତ୍ମହତ୍ୟା
ଆତ୍ମିୟତାର ନିଛକ ପ୍ରମାଣ; ସ୍ତ୍ରୀର ମୃତ୍ୟୁ ପରେ ସ୍ବାମୀର ଆତ୍ମହତ୍ୟା । କଣ୍ଟାବାଞ୍ଜି ଥାନା ଡାବରୀ ଗାଁରେ ଅଭାବନୀୟ ଘଟଣା । କିଡ୍ନୀ ରୋଗରେ ପୀଡ଼ିତ ସ୍ତ୍ରୀର କାଲି ରାତିରେ ମୃତ୍ୟୁ ଘଟିଥିଲା । ସହ୍ୟ କରି ନ ପାରି ଗାମୁଛା ଲଗାଇ ଗଛରେ ଝୁଲିପଡ଼ିଲା ସ୍ବାମୀ#Kantabanji#OTVpic.twitter.com/yYez3238zR— ଓଟିଭି (@otvkhabar) May 15, 2023
ଅନ୍ୟପଟେ ସେମାନଙ୍କର ଏକ ୧୪ ବର୍ଷର ଝିଅ ଅଛି । ଝିଅଟି କିଛି ଦିନ ହେବ ମାମୁଁ ଘରେ ଥିବା ଜଣାପଡିଛି । ତଦନ୍ତ ହେଲେ ଅଧିକ କିଛି ତଥ୍ୟ ଜଣାପଡିବ ବୋଲି କୁହାଯାଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)