/odishatv-khabar/media/post_attachments/uploadimage/library/16_9/16_9_0/murder_1684726137.jpg)
murder
କୋଳଶୂନ୍ୟ କରିଦେଲା ଅଜଣା ଦୁର୍ବୃତ୍ତ । ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଟିକ୍ରାପଡା ଫାଣ୍ଡି ଅନ୍ତର୍ଗତ ଦେଓଗାଁରେ ଚାଞ୍ଚଲ୍ୟ । ଜଣେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ବିଭତ୍ସ ଭାବରେ ହତ୍ୟା କରାଯାଇଛି । ଯୁବକ ଜଣକ ସେହି ଗାଁର ବୁଦ୍ଧଦେବ ନାଗ । ଏହି ନୃଶଂସ ହତ୍ୟାକାଣ୍ଡ ପରେ ଘଟଣାସ୍ଥଳରେ ଲୋକ ରୁଣ୍ଡ ହୋଇଯାଇଛନ୍ତି । ଏନେଇ ତୁରନ୍ତ ପୋଲିସ୍କୁ ଖବର ମଧ୍ୟ କରାଯାଇଛି ।
ଗତକାଲି ସନ୍ଧ୍ୟାରେ ବୁଦ୍ଧଦେବ ଘରୁ ବାହାରିଥିଲେ ଯେ ଆଉ ଫେରିନଥିଲେ । ଘରେ ଏକା ଥିବା ବିଧବା ମା, ପୁଅକୁ ଅନେକ ସମୟ ଧରି ଖୋଜା ଖୋଜି କରିଥିଲେ । କିନ୍ତୁ ତାଙ୍କର କୌଣସି ପତ୍ତା ମିଳିନଥିଲା । ଆଜି ସକାଳୁ ସକାଳୁ ପୁଅର ଶବ ଗାଁର ଅଙ୍ଗନବାଡି କେନ୍ଦ୍ର ନିକଟରେ ପଡ଼ିଥିବା ଜଣାପଡିଥିଲା ।
ବୁଦ୍ଧଦେବ ନାଗଙ୍କ ମୁଣ୍ଡକୁ କେହି ଧାରୁଆ ଅସ୍ତ୍ର ସାହାଯ୍ୟରେ ଆଘାତ କରି ହତ୍ୟା କରାଯାଇଥିବା ଜଣାପଡିଛି । ପୋଲିସକୁ ଖବର ଦିଆଯାଇଥିବା ବେଳେ ଏବେ ସୁଦ୍ଧା ଘଟଣାସ୍ଥଳରେ ପୋଲିସ ପହଞ୍ଚି ପାରିନାହିଁ । ତେବେ ଯୁବକଙ୍କୁ କିଏ ଓ କାହିଁକି ହତ୍ୟା କଲା ତାହା ଜଣାପଡ଼ିନାହିଁ । ଏପଟେ ପୁଅକୁ ହରାଇ କାନ୍ଦୁଛି ବିଧବା ମା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)