Advertisment

ଛୋଟ ଭୁଲ ଓ କ୍ଷଣିକ ରାଗ ପାଇଁ ବଡ଼ ଅପରାଧ, ଆଜୀବନ ସଜ୍ଜା ପରେ ଦେଖିଲେ ବାହାର ଦୁନିଆ

ଏତେ ଦିନ ପରେ ପିଲା. ଛୁଆ, ନାତି ନାତୁଣୀଙ୍କୁ ପାଖରେ ପାଇ ଭୁଲି ଯାଇଛନ୍ତି ତାଙ୍କ ଅତୀତର କାହାଣୀ।

author-image
Chandan Shishu
ଅଦ୍ୟତନ ହୋଇଛି
Odisha prisoners express happiness after being released

Odisha prisoners express happiness after being released

ଛୋଟିଆ ଭୁଲ ଓ କ୍ଷଣିକ ରାଗ ପାଇଁ ବଡ଼ ଅପରାଧ କରି ଆଜୀବନ ସଜ୍ଜା ଭୋଗିବା ପରେ ଏବେ ଜେଲର ଚାରି କାନ୍ଥ ଭିତରୁ ମୁକୁଳି ସେମାନେ ଦେଖିଛନ୍ତି ନୂଆ ଦୁନିଆ। ହେଲେ ଫେରିବା ବେଳକୁ ହଜାଇ ସାରିଛନ୍ତି ଜୀବନର ବହୁମୂଲ୍ୟ ସମୟ। ଏବେ ସେମାନଙ୍କ ପାଖରେ ପୁଂଜି କେବଳ ଦୁଃଖ ଆଉ ଅନୁସୋଚନା। ନିକଟରେ ଓଡ଼ିଶା ଷ୍ଟେଟ୍ ସେଣ୍ଟନ୍ସ ରେଭିନ୍ୟୁ ବୋର୍ଡର ନିର୍ଦ୍ଦେଶ ପରେ ରାଜ୍ୟର ବିଭିନ୍ନ ଜେଲରୁ ମୁକୁଳିଛନ୍ତି ୮ ଜଣ ବର୍ଷିଆନ କଏଦୀ। ଦଶନ୍ଧି ଦଶନ୍ଧି ଧରି ସେମାନେ ଜୀବନକୁ କେମିତି କାଟିଲେ ଆଉ ସେମାନଙ୍କ ଜୀବନ ଯାତ୍ରା କିଭଳି ରହିବ ସେ ସମ୍ପର୍କରେ ବଖାଣିଛନ୍ତି କିଛି କଏଦୀ।

Advertisment

ସୁନ୍ଦରଗଡ଼ ମକୁର ନାୟକ, ବଲାଙ୍ଗିରର ସୁପାଳ ତାଣ୍ଡି, ସମାରୁ ତାଣ୍ଡି ଓ ପାଚିଲା ରାଉତ ଏବଂ ଆଉ ବ୍ରହ୍ମପୁରର ଦେବହରି ମହାନ୍ତି। ନିଜ ଜୀବନର ବହୁ ମୂଲ୍ୟବାନ ଓ ଗୁରୁତ୍ବପୂର୍ଣ୍ଣ ସମୟକୁ ଜେଲର ଆବଦ୍ଧ ପରିବେଶ ଭିତରେ ବିତାଇ ଦେବା ପରେ ଏବେ ସେମାନଙ୍କ ଆଖି ସାମ୍ନାରେ ମୁକ୍ତ ପୃଥିବୀ। ନିକଟରେ ଓଡ଼ିଶା ଷ୍ଟେଟ୍ ସେଣ୍ଟନ୍ସ ରେଭିନ୍ୟୁ ବୋର୍ଡର ନିର୍ଦ୍ଦେଶ ପରେ ରାଜ୍ୟର ବିଭିନ୍ନ ଜେଲରୁ ମୁକୁଳିଥିବା ୮ ବର୍ଷିଆନ କଏଦୀଙ୍କ ଭିତରୁ ଏମାନେ ଜଣେ ଜଣେ।

ବ୍ରହ୍ମପୁରର ଦେବହରି ମହାନ୍ତିଙ୍କ ପାଇଁ ଆଜିକୁ ୧୬ ବର୍ଷ ଧରି ଭୁବନେଶ୍ବର ଉପକଣ୍ଠସ୍ଥିତ ଏଇ ଜାମୁଝରୀ ମୁକ୍ତକାଶ କାରାଗାର ଥିଲା ଦୁନିଆଁ । ଏକ ହତ୍ୟା ମାମଲାରେ ଦୋଷୀ ହେବା ପରେ ବଦଳି ଯାଇଥିଲା ଜୀବନର ଗତିପଥ। 

Advertisment

ସେହିଭଳି ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟ ଜେଲର ଚାରି କାନ୍ଥ ଭିତରେ ବିତାଇଦେବା ପରେ ବାହାର ଦୁନିଆର ଆଲୋକ ଦେଖୁଥିବା ବଲାଙ୍ଗିର ଲୋଇସିଂହା ଥାନା ଲୁହୁରାମୁଣ୍ଡା ଗାଁର ଦୁଇ ଭାଇ ସୁପାଳ ତାଣ୍ଡି ଓ ସମାରୁ ତାଣ୍ଡି। ଉଭୟଙ୍କ ବୟସ ୯୦ ପାର ହେଲାଣି। ସେହିଭଳି ସେହି ଗାଁର ୮୨ ବର୍ଷୀୟ ପାଚିଲା ରାଉତ ବି ଏମାନଙ୍କ ସହ ଜେଲରୁ ମୁକ୍ତ ହୋଇଛନ୍ତି।

ଏମାନେ ଏବେ ଏତେ ବର୍ଷ ପରେ ଗାଁକୁ ଫେରିଥିବାରୁ ଖୁସିରେ ଅଧ୍ୟୈର୍ଯ୍ୟ ମନ। କିନ୍ତୁ ତା ଭିତରେ ସେମାନଙ୍କ ଅନୁପସ୍ଥିତିରେ ଦୁନିଆଁ ଅନେକ ବଦଳି ଯାଇଛି, ସେ ଦୃଶ୍ୟ ଦେଖିବା ପରେ କେବଳ ବାକି ରହିଛି ପୂର୍ବ କର୍ମ ପାଇଁ ଦୁଃଖ ଆଉ ଅନୁତାପ। ଇଏ ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା କୁଲିପୋଷ କଲୋନୀର ମକୁର ନାୟକ। ନିଜ ପୁତୁରାକୁ ହତ୍ୟା କରିବା ଅଭିଯୋଗରେ ୧୬ ବର୍ଷର ସଜା କାଟିବା ପରେ ଘରକୁ ଫେରିଛନ୍ତି।

ଏତେ ଦିନ ପରେ ପିଲା. ଛୁଆ, ନାତି ନାତୁଣୀଙ୍କୁ ପାଖରେ ପାଇ ଭୁଲି ଯାଇଛନ୍ତି ତାଙ୍କ ଅତୀତର କାହାଣୀ। ଟିକିଏ ଭୁଲ ପାଇଁ ସେ ଯେଉଁ ପଦକ୍ଷେପ ନେଇଥିଲେ, ତାହା ଯେ ଜୀବନର ଖୁସିକୁ ଛଡ଼ାଇ ନେଇଥିଲା, ସେ କଥାକୁ ହୃଦୟଙ୍ଗମ କରିଛନ୍ତି।

ଆଜୀବନ ସଜା କାଟୁଥିବା ବେଳେ ମୁକ୍ତ ହୋଇଥିବା ୮ ଜଣଙ୍କ ମଧ୍ୟରୁ କୋରାପୁଟ ମଣ୍ଡଳ କାରାଗାରର ଦୁଇ କଏଦୀ ବୈପାରୀଗୁଡ଼ାର ସୁନାଧର କୁଶପୁରିଆ ଓ ନବରଙ୍ଗପୁର ତେନ୍ତୁଳିଖୁଣ୍ଟାର ବଳରାମ ସିରା ମଧ୍ୟ ସାମିଲ ଅଛନ୍ତି। ଉତ୍ତମ ବ୍ୟବହାର ଓ ଚରିତ୍ରରେ ସୁଧାର ପାଇଁ ଏମାନେ ପ୍ରାୟ ୧୦ ବର୍ଷ ପରେ ଏବେ ପୁଣି ବାହାର ଦୁନିଆକୁ ଆସି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାର ପ୍ରକ୍ରିୟା ଆରମ୍ଭ କରିଛନ୍ତି।

Prisoners
Advertisment
Advertisment