Advertisment

ବାହାଘର ପରେ ଅସଲି ରଙ୍ଗ ଦେଖାଇଲା ବର, ବାଇକ୍‌ ଡିମାଣ୍ଡ କରି ସିଧା ଥାନାରେ...

ଯୌତୁକ ବାବଦରେ ବାଇକ ମାଗି ହଟହଟା ବର। ବାହା ଘର ଭାଙ୍ଗି ସିଧା ଥାନାର ଦ୍ୱାରସ୍ଥ ହେଲେ କନ୍ୟା ପିତା। ଆଉ ବିବାହ ପରେ ବରକୁ ଉଠାଇ ଆଣି ଥାନାରେ ଅଟକ ରଖିଲା ପୋଲିସ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Dowry Case In Odisha

Youth Detained After Marriage For Demanding Bike In Dowry

ଦୁନିଆ ଯେତେ ଆଗେଇଲେ ମଧ୍ୟ ଅର୍ଥ ଲୋଭି ମଣିଷର ମନରୁ ଯୌତୁକ ଲୋଭ ଯାଉନାହିଁ। ଯୌତୁକ ପାଇଁ ଅନେକ ହସଖୁସିର ସଂସାର ମଧ୍ୟ ଭାଙ୍ଗି ଯାଉଛି। କେଉଁଠି ବାହା ବେଦୀରୁ ବାହାଘର ଭାଙ୍ଗି ଯାଉଛି ତ ଆଉ କେଉଁଠି ବାହାଘରର ମାତ୍ର ଅଳ୍ପ କିଛି ମାସ ପରେ ସଂସାର ଉଜୁଡ଼ି ଯାଉଛି। ଏମିତି ଏକ ଘଟଣା ଏବେ ସାମ୍ନାକୁ ଆସିଛି। ଯୌତୁକ ବାବଦରେ ବାଇକ ମାଗି ହଟହଟା ବର। ବାହାଘର ଭାଙ୍ଗି ସିଧା ଥାନାର ଦ୍ୱାରସ୍ଥ ହେଲେ କନ୍ୟା ପିତା। ଆଉ ବିବାହ ପରେ ବରକୁ ଉଠାଇ ଆଣି ଥାନାରେ ଅଟକ ରଖିଲା ପୋଲିସ। ବଲାଙ୍ଗିର ଜିଲ୍ଲା ଶ୍ରୀରାମନଗର ପଡ଼ାରେ ଏଭଳି ଘଟଣା ଘଟିଛି।

Advertisment

ଅଧିକ ପଢ଼ନ୍ତୁ: ଅଧିକ ଯୌତୁକର ଅଫର୍‌ ମିଳିଲା, ବିବାହ ଦିନ ବାହାଘର ଭାଙ୍ଗିଦେଲା ବର

ସୂଚନା ଅନୁସାରେ, ବୁର୍ଲାର ଏମ୍‌. ଡି. ଶେଖ ଖୁରେସି ଗତକାଲି ଶ୍ରୀରାମନଗରକୁ ବିବାହ ପାଇଁ ବରଯାତ୍ରୀ ଧରି ଆସିଥିଲେ। ହେଲେ ବରଯାତ୍ରୀ ଭୋଜିଭାତ ଖାଇ ନଥିଲେ। କାହିଁକି ଭୋଜିଭାତ ଖାଉନ ବୋଲି କନ୍ୟା ପିତା ପଚାରିଥିଲେ। ଏହି ସମୟରେ ଯୌତକୁ ବାବଦରେ ଏକ ବାଇକ ଦେବାକୁ ବର ସହ ବର ପକ୍ଷ ଲୋକେ କହିଥିବା ଅଭିଯୋଗ ହୋଇଛି।

ତେବେ ପୂର୍ବରୁ ବର ପକ୍ଷ ଲୋକେ ଯୌତୁକ ବାବଦରେ କିଛି ଡିମାଣ୍ଡ କରି ନଥିବାରୁ ହଠାତ୍‌ ଏହା ଶୁଣି କନ୍ୟା ପିତାଙ୍କ ମୁଣ୍ଡରେ ଚଡ଼କ ପଡ଼ିଥିଲା। ଶେଷରେ ଟାଉନ ଥାନା ପୋଲିସକୁ ଖବର ଦେଇଥିଲେ କନ୍ୟା ପିତା। ଖବରପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା। ବିବାହ ପରେ ପୋଲିସ ବର ସହ କିଛି ସମ୍ପର୍କୀୟଙ୍କୁ ଥାନାକୁ ଆଣି ନେଇ ପଚରାଉଚରା ଚଳାଇଥିଲା। ଏହାପରେ ସେମାନଙ୍କୁ ନୋଟିସ କରି ଛାଡ଼ି ଦେଇଥିବା ଜଣାପଡ଼ିଛି।

Advertisment

ହଠାତ୍‌ ଯୌତୁକ ଦାବି କରିବାରୁ ବାହା ଘରକୁ ଭାଙ୍ଗି ଦେଇଛନ୍ତି କନ୍ୟା ପିତା। ‌ଏହାସହ ବିବାହ ବାବଦରେ ଖର୍ଚ୍ଚ ହୋଇଥିବା ପାଞ୍ଚ ଲକ୍ଷ ଟଙ୍କା ବର ପକ୍ଷ ଭରଣା କରନ୍ତୁ ବୋଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି କନ୍ୟା ପିତା। ପୋଲିସ୍‌ ଘଟଣାର ତଦନ୍ତ ଚଳାଇଛି। 

Dowry Case
Advertisment
Advertisment