/odishatv-khabar/media/post_attachments/uploadimage/library/16_9/16_9_0/IMAGE_1683270167.jpg)
Puri Collector Samarth Verma Marriage
ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ରାଜ୍ୟର ଆଉ ଦୁଇ ଜଣ ଚର୍ଚ୍ଚିତ IAS । ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଓ ରାୟଗଡ଼ା ଜିଲ୍ଲାପାଳ ସ୍ୱଧାଦେବ ସିଂହ ସାତ ଜନ୍ମର ସାଥି ହେବାକୁ ଯାଉଥିବା ନେଇ ଚର୍ଚ୍ଚା ହେଉଛି । ସମର୍ଥଙ୍କ ଉତ୍ତରପ୍ରଦେଶ ବାରୀଣାସୀ ଘରେ ୧୫ ତାରିଖରେ ଏହି ବିବାହ କାର୍ଯ୍ୟକ୍ରମ ହେବ ବୋଲି ସୂଚନା ରହିଛି ା ଏଥିପାଇଁ ବାରାଣାସୀରେ ଭବ୍ୟ ଆୟୋଜନ କରାଯାଇଛି ।
କିଛି ବରିଷ୍ଠ ଅଧିକାରୀ ଓ ପୁରୀରୁ କିଛି ସେବାୟତଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିବା ଖବର ରହିଛି । ସୂଚନା ମୁତାବକ, ଆସନ୍ତାକାଲି ପୁରୀରେ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ ପରେ ଛୁଟିରେ ଯିବେ ସମର୍ଥ । ସେହିପରି ରାୟଗଡ଼ା ଜିଲ୍ଲାପାଳ ସ୍ୱାଧାଦେବ ମଧ୍ୟ ୭ ତାରିଖରୁ ଛୁଟିରେ ଯାଉଛନ୍ତି । ତେଣୁ ବିବାହ ଚର୍ଚ୍ଚା ଅଧିକ ଜୋର ଧରିଛି ।
ଉଭୟ IASଙ୍କ ଏହା ଦ୍ୱିତୀୟ ବିବାହ । ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରଣାଙ୍କ ସହ ପୂର୍ବରୁ ସ୍ୱାଧାଙ୍କ ବିବାହ ବିଚ୍ଛେଦ ହୋଇସାରିଛି । ସମର୍ଥ ବର୍ମାଙ୍କର ବି ପ୍ରଥମ ବିବାହ ବିଚ୍ଛେଦ ହୋଇଛି । ସେ ବରିଷ୍ଠ ଅଧିକାରୀ ସୁଚିଂ ସିଂହଙ୍କୁ ବିବାହ କରିଥିଲେ । ଶ୍ରୀ ବର୍ମା ସମ୍ବଲପୁର ଜିଲ୍ଲାପାଳ ଥିବା ସମୟରେ ଦୁଇଜଣଙ୍କ ବିବାହ ବିଚ୍ଛେଦ ହୋଇଥିଲା।
କିଛି ଦିନ ପୂର୍ବରୁ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଲ ରଣା ଓ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ବିବାହ କରିଛନ୍ତି। ଏହି ଯୋଡ଼ି ଏବେ ଖୁବ୍ ଚର୍ଚ୍ଚାରେ ରହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)