ଦିନକୁ ଦିନ ବଲାଙ୍ଗିର ନକଲି ସାର୍ଟିଫିକେଟ ରାକେଟର ଫିଟୁଛି ଗୁମର। ଏପରିକି ନକଲି ସାର୍ଟିଫିକେଟ୍ ଦେଇ ୪ଜଣ ପୋଷ୍ଟମାଷ୍ଟର ଚାକିରି କରିଥିବା ସୂଚନା ମିଳିଛି।
ରହସ୍ୟ ଘେରରେ ବଲାଙ୍ଗିରରେ ଯୁବ ଆଲବମ୍ ଅଭିନେତ୍ରୀ ରୁଚିସ୍ମିତା ଗୁରୁଙ୍କ ମୃତ୍ୟୁ। ଗତକାଲି ରାତିରେ ରହସ୍ୟଜନକ ଭାବେ ବଲାଙ୍ଗିର ଜିଲ୍ଲା ସୁଦପଡ଼ାର ଏକ ଘରୁ ରୁଚିସ୍ମିତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି।
ସମାଜସେବା କ୍ଷେତ୍ରରେ ଆଗେଇ ଆସିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ
ଘଟଣାସ୍ଥଳରେ ପ୍ରଶାସନିକ ଅଧିକାରୀଙ୍କ ନମୂନା ସଂଗ୍ରହ । ନମୂନାକୁ ପରୀକ୍ଷା ପାଇଁ ପଠାଯାଇଥିବା ସୂଚନା ।
ନକଲି ସାର୍ଟିଫିକେଟରେ ଅସଲି ଚାକିରୀ । ଡାକଘରେ ଡୁପ୍ଲିକେଟ୍ କର୍ମଚାରୀ । ଧରାପଡ଼ିଛନ୍ତି ଏକାଧିକ ୪୨୦ ପୋଷ୍ଟରମାଷ୍ଟର । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ କେନ୍ଦୁମୁଣ୍ଡି ପୋଷ୍ଟଅଫିସର ପୋଷ୍ଟ ମାଷ୍ଟର ହେଉଛନ୍ତି ଜଗନ୍ନାଥ ପୋଢ଼ । ସାମ୍ନାକୁ ଆସିଛି ବାବୁଙ୍କ ଜାଲିଆତି । ପାଟଣାଗଡ ମରୁଆଁ ପୋଷ୍ଟ ଅଫିସର ସହକାରୀ ପୋଷ୍ଟମାଷ୍ଟର କୋକିଳ ମେହେରଙ୍କ ବି ଦେଖାନାହିଁ ।
ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ହରିଶଙ୍କର ନିକଟ ନେନ୍ଦୁପଲ ଗାଁରେ ଏଭଳି ଚର୍ଚ୍ଚା ଜୋର୍ ଧରିଛି । ଗାଁର ଜାଭେଦ ନାମକ ଜଣେ ବ୍ୟକ୍ତି ମାସେ ତଳେ ନିଜ ଚାଷ ଜମିରେ ଗଭୀର ନଳକୂପ ଖୋଲିଥିଲେ ।
ଭେଡା ଅଂଚଳର ବରାହିପୁର ଗାଁରେ ୮ ବଖରା ଘରକୁ ସର୍ବନାଶ କରିଦେଇଛି କୁଆପଥର ମାଡ ସାଙ୍ଗକୁ ପ୍ରବଳ ଝଡ ବର୍ଷା ।
ବଲାଙ୍ଗିର ପୁଇଁତଳାର ଘଟଣାକୁ ନେଇ ସବୁଠି ଚର୍ଚ୍ଚା । ମୋବାଇଲ ମାଗିଥିବା ପତ୍ନୀଙ୍କୁ ଡାଟା ସରିଯିବ କହି ମନା କରିଥିଲେ ସ୍ୱାମୀ ।
ନିଶା ବିରୋଧରେ ବଲାଙ୍ଗିର ପୋଲିସ୍ର ମିଶନ ‘କଫ ସିରପ୍’। ଗାଡ଼ି ସମେତ ୪୦ ଲକ୍ଷ ଟଙ୍କାର କଫ ସିରପ୍ ବୋତଲ ବଲାଙ୍ଗିର ପୋଲିସ୍ ଜବତ କରିଛି।
ମୋବାଇଲ୍ ଦେବାକୁ ମନା କରିବାରୁ ସ୍ୱାମୀକୁ ପନିକିରେ ହାଣିଲା ସ୍ତ୍ରୀ। ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା ଅନ୍ତର୍ଗତ କେସେରକେଲା ଗାଁରେ ଏହି ଘଟଣା ଘଟିଛି।
ପୋଷ୍ଟମୋର୍ଟମ୍ ରିପୋର୍ଟରେ ଯାହା ଥିଲା ଡାଏଟମ୍ ଟେଷ୍ଟ୍ରେ ବି ସମାନ କଥା ଆସିଲା। ଏବେ ଭିସରା ରିପୋର୍ଟକୁ ଅପେକ୍ଷା ରହିଛି। ଯଦି ଚିନ୍ମୟୀଙ୍କ ମୃତ୍ୟୁ ପାଣିରେ ବୁଡ଼ି ହୋଇଥିବା ସ୍ପଷ୍ଟ କରୁଛନ୍ତି ଏସ୍ପି। ତେଣେ ଆତ୍ମହତ୍ୟା ଥିଓରୀକୁ ବିଶ୍ୱାସ କରୁ ନଥିବା ଚିନ୍ମୟୀଙ୍କ ମାଆ ନ୍ୟାୟ ପାଇଁ ହାଇକୋର୍ଟ ଯିବେ ବୋଲି ଦୋହରାଇଛନ୍ତି।
ଶ୍ୱଶୁର ଘରେ ମାସେ ରହିବା ପରେ ମଦ ପିଇ ପାଟି କରୁଥିଲେ ରୂଦ୍ର । ଅନେକ ସମୟରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୁଏ । କିନ୍ତୁ ଏ ଝଗଡ଼ାକୁ ସବୁଦିନ ପାଇଁ ବନ୍ଦ କରିବାକୁ ପୂରା ମାଷ୍ଟର ପ୍ଲାନ୍ କରିଥିଲେ ଶ୍ୱଶୁର ଘର ଲୋକ । ଏମିତିକି ରୁଦ୍ରଙ୍କୁ ମାରିବା ପରେ ଶବକୁ ଅଖାରେ ପୂରାଇ ବାହାରେ ଫିଙ୍ଗିବା ଲାଗି ନେଉଥିଲେ । କିନ୍ତୁ ଗାଁ ଲୋକ ସନ୍ଦେହ କରିବା ସହିତ ଗାଡି ଅଟକାଇ ଯାହା ଦେଖିଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । କାରଣ ଅଖା ଭିତରେ ଥିଲା ଶବ ।
ଜ୍ୱାଇଁଙ୍କୁ ପିଟି ପିଟି ମାରିଦେଲେ ଶ୍ୱଶୁରଘର ଲୋକେ। ହତ୍ୟା ପରେ ମୃତଦେହକୁ ଅଖାରେ ଭର୍ତ୍ତି କରି ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ ବେଳେ ପୋଲିସ କାବୁ କରିଥିଲା।
ଚିନ୍ମୟୀଙ୍କ ଗଳାରେ କେମିତି ହେଲା ଏହି ଦାଗ ? ଗୋଟି ଗୋଟି କରି ଅଗ୍ନିପରୀକ୍ଷାକୁ ସାମ୍ନା କରୁଛନ୍ତି ଚିନ୍ମୟୀଙ୍କ ସହ ଶେଷ ସମୟ ଯାଏଁ ଏକାଠି ଥିବା ପୁରୁଷ ବନ୍ଧୁ ପ୍ରୀତିମାନ ଦେ । ୪ ଦିନ ଧରି ବୁର୍ଲା ଥାନାରେ ଘନଘନ ଜେରା ପରେ ଆଜି ଭୁବନେଶ୍ୱର ଷ୍ଟେଟ ଫରେନସିକ ଲ୍ୟାବରେ ଲାଇ ଡିଟେକ୍ସନ କରାଇଛି ପୋଲିସ ।
ବାହାଘରର କିଛି ଘଂଟା ପୂର୍ବରୁ ପୁଣି ଥରେ ଚମ୍ପଟ ମାରିଲା ମଙ୍ଗୁଳା କନିଆଁ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀରରେ। ଏବେ ପୁଣିଥରେ ବାହାଘର ପୂର୍ବରୁ ଫେରାର ମାରିଛି ମଙ୍ଗୁଳା କନିଆଁ । ବଲାଙ୍ଗିର ପୁଇଁତଲା ଥାନା ବୁଢ଼ିସିଣ୍ଡୋଲ ଗାଁର ଝିଅ ବାହାଘର ହେବାରେ ଥିଲା। ରିତିକାନ୍ତି ଅନୁସାରେ ହଳଦୀ କାର୍ଯ୍ୟକ୍ରମ ବି ସରିଯାଇଥିଲା
ବିବାହ ପ୍ରୋସେସନ୍ରେ ବରଯାତ୍ରୀଙ୍କ ଉନ୍ମତ୍ତ କାଣ୍ଡ, ବୋହିଲା ରକ୍ତ ନଦୀ। କନ୍ୟାପକ୍ଷଙ୍କୁ ଛୁରୀ ଭୁସି ଦେଲେ ବରଯାତ୍ରୀ। ବରଯାତ୍ରୀଙ୍କ ଏଭଳି ଉନ୍ମତ୍ତ କାଣ୍ଡ ଦେଖି କନ୍ୟାପକ୍ଷ ବିବାହକୁ ବାତିଲ କରିଛନ୍ତି।
ଆହତଙ୍କୁ ଖପ୍ରାଖୋଲ ଓ ପାଟଣାଗଡ ହସ୍ପିଟାଲରେ ଭର୍ତି କରାଯାଇଛି । ଖପ୍ରାଖୋଲ ପୋଲିସ ଘଟଣାର ତଦନ୍ତ କରୁଛି ।
ଆଉ ଗୋଟିଏ ଦିନ ପରେ ବାହାଘର ସରିଥାନ୍ତା। ଆଉ ବଧୂବେଶରେ ଝିଅ ଯାଇଥାନ୍ତା ଶାଶୁଘର। କିନ୍ତୁ ବିଧିର ବିଧାନ ବଡ଼ ବିଚିତ୍ର, ବଡ଼ ଦାରୁଣ। ବାହାଘରର ଠିକ୍ ଗୋଟିଏ ଦିନ ଆଗରୁ ବିଷ ଖାଇଦେଲେ ମଙ୍ଗୁଳା କନ୍ୟା।
ରବିବାର ଉଭୟଙ୍କ ମଧ୍ୟରେ ନିର୍ବନ୍ଧ ହୋଇଥିଲା। ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଛି । ଆଗାମୀ ୩ ମାସ ମଧ୍ୟରେ ଦୁଇ ଜଣ ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି ଜଣାପଡ଼ିଛି । ଆସାମ ଝିଅ ଅନନ୍ୟା ଦାସ ବର୍ତ୍ତମାନର କୋରାପୁଟ ଜିଲ୍ଲାପାଳ ଅବଦୁଲ ଏମ୍. ଅଖତରଙ୍କୁ ବିବାହ କରିଥିଲେ । ହେଲେ ଉଭୟଙ୍କ ମଧ୍ୟରେ ମତଭେଦ କାରଣରୁ ଦୁହିଁଙ୍କର ନିକଟରେ ବିବାହ ବିଚ୍ଛେଦ ହୋଇଥିଲା
ଖୁବଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଓ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା। ଗତକାଲି ଉଭୟ IASଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇଛି।
ବଲାଙ୍ଗିର ପାଟଣାଗଡ ନୂଆପଡା ଗାଁର ଆଶିଷ ମେହେର ଓ ମଳୟ ମନହିରା। ବାହାଘର ପାଇଁ ସାଙ୍ଗ ହୋଇ ଘରୁ ବାହାରିଥିଲେ। ଯୋଜନା ମୁତାବକ ବାଇକ୍ରେ ବି ଗଲେ। ହେଲେ ବାଟରେ ଏମାନଙ୍କୁ ଯମ ଜଗିଥିଲା ବୋଲି କିଏ ବା ଜାଣିଛି? ପାଟଣାଗଡ଼ ରାମପୁର ପେଟ୍ରୋଲ ପମ୍ଫ ନିକଟରେ ଭୁବନେଶ୍ୱରରୁ ଯାଉଥିବା ଏକ ଘରୋଇ ବସ ସହ ମୁହାଁମୁହିଁ ଧକ୍କା ହୋଇଥିଲା ଆଶିଷ ଓ ମଳୟଙ୍କ ଗାଡି ସହ। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ଉଡିଯାଇଥିଲା ଦୁହିଁଙ୍କର ପ୍ରାଣବାୟୁ।
ବଲାଙ୍ଗିର ପାଟଣାଗଡ ମଧ୍ୟପୁର ପଂଚାୟତର ସରପଂଚ ରାମ ଗୋପାଳ ନାଏକ। ପେଶା ସିନା ରାଜନୀତି ହେଲେ ନିଶା ପାଠ ପଢାଇବା। ସେଇଥି ପାଇଁ ତ ନିଜସ୍ୱ ଇଚ୍ଛାରେ କୋଚିଂ ସେଣ୍ଟର କରି ପିଲାଙ୍କୁ ପଢାଉଛନ୍ତି ପାଠ। ସ୍ଥାନୀୟ ଅଂଚଳରେ ଥିବା ପୁରୁଣା ଶିଶୁ ମନ୍ଦିର କୋଠାକୁ ସଫା ସୁତୁରା କରି ପଂଚମରୁ ଦଶମ ପର୍ଯ୍ୟନ୍ତ ପ୍ରାୟ ୬୫ ଜଣ ପିଲାଙ୍କୁ ପଢାଉଛନ୍ତି ପାଠ। ଖାଲି ପାଠ ପଢାଉଛନ୍ତି ତାହା ନୁହେଁ ବରଂ ପିଲାମାନେ କେମିତି ପାଠ ପଢିବେ ସେନେଇ ମାଗଣାରେ ଯୋଗାଉଛନ୍ତି ଖାତା-କଲମ।
ବାରମ୍ବାର ପ୍ରେମ ନିବେଦନ ପରେ ଉଭୟଙ୍କ ମଧ୍ୟରେ ଗଢିଉଠିଥିଲା ଶାରୀରିକ ସମ୍ପର୍କ। ପ୍ରେମିକା ଗର୍ଭବତୀ ହେବା ପରେ ସ୍ଥାନୀୟ ଅଂଚଳର ଏକ ଭଡାଘରେ ରହୁଥିଲେ ଉଭୟ। କିନ୍ତୁ ଏବେ କୁନି ଝିଅକୁ ନେଇ କେଉଁ ଆଡେ ଫେରାର ମାରିଛନ୍ତି ସତ୍ୟ। ଯାହାକୁ ନେଇ ଥାନାରେ ଏତଲା ଦେଇଛନ୍ତି ପୀଡିତା ଓ ତାଙ୍କ ମାଆ...
ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାର ପୁରା ଛାରଖାର ହୋଇଯାଇଛି। ସ୍ୱାମୀ, ସ୍ତ୍ରୀ ଓ ଝିଅର ମୃତ୍ୟୁ ହୋଇଥିବା ବେଳେ ୧୫ ମାସର ଶିଶୁପୁତ୍ର ହସ୍ପିଟାଲ୍ ବେଡ୍ରେ ଏକାକୀ ଜୀବନ ସହ ସଂଘର୍ଷ କରୁଛି।