• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଘାତକ ତମାଖୁ ସଂପର୍କିତ ସଚେତନତା ସୃଷ୍ଟି ପାଇଁ ଆଜି ସାରା ବିଶ୍ୱରେ ପାଳିତ ହେଉଛି ତମାଖୁ ବର୍ଜନ ଦିବସ । ଏବର୍ଷର ବାର୍ତ୍ତା ରହିଛି- ଆମକୁ ଖାଦ୍ୟ ଲୋଡ଼ା, ତମାଖୁ ନୁହେଁ । କାରଣ ତମାଖୁ ଅଖାଦ୍ୟ, ଆମ ରାଜ୍ୟରେ ନିଷିଦ୍ଧ, ବିଷଠୁ ବି ବିଷାକ୍ତ । ବିଷ ପିଇଲେ ଜଣେ ମରେ । ହେଲେ ତମାଖୁ ପୂରା ପରିବାରକୁ ଛାରଖାର କରିଦେଇପାରେ । ବଞ୍ଚିଥାଉ ଥାଉ ଦେଇପାରେ ମୃତ୍ୟୁର ଯନ୍ତ୍ରଣା ।

ତମାଖୁ ରାକ୍ଷସ କାହାର ସ୍ୱପ୍ନ ଉଜାଡ଼ିଦେଉଛି ଆଉ କାହାର ସଂସାର । କିଏ ନିଜେ ରୋଗ ଯନ୍ତ୍ରଣାରେ ଛଟପଟ, ତ ଆଉ କିଏ ଯେମିତି ପୂରା ପରିବାରକୁ ଭସାଇ ଦେଇଯାଇଛି ଅଥଳ ସମୁଦ୍ର ମଝିରେ । ଗୁଟଖା ପ୍ୟାକେଟର ବୀଭତ୍ସ ଛବିଗୁଡ଼ିକୁ ଦିନେ ଦେଖିବି ଅଣଦେଖା କରି ଦେଉଥିଲେ ସେକ୍ ସହିଦ । ବାଲେଶ୍ୱର ଜିଲ୍ଲା ସୋର ପାରମହଲା ଅଞ୍ଚଳର ଜଣେ ଉଦୀୟମାନ କ୍ରିକେଟର । ହେଲେ ଆଜି ତାଙ୍କ ଚେହେରାରେ ବି ଜଳଜଳ ଦିଶୁଛି ତମାଖୁ ରାକ୍ଷସର ପଞ୍ଝା । ମୁଖଗହ୍ୱର କର୍କଟରେ ଆକ୍ରାନ୍ତ ହୋଇ ମୃତ୍ୟୁ ସହ ଲଢ଼େଇ କରିବା ଭିତରେ, ମିଳେଇ ଯାଇଛି ରଣଜୀ ଖେଳିବାର ସ୍ୱପ୍ନ ।

ଅଧିକ ପଢ଼ନ୍ତୁ: ବିଶ୍ୱ ତମାଖୁ ବର୍ଜନ ଦିବସ: ତମାଖୁ ପ୍ରାଣ ଘାତକକାରୀ

ବଲାଙ୍ଗିରର ହତଭାଗିନୀ କାଞ୍ଚନ ବେହେରା । ଦିନେ ସ୍ୱାମୀଙ୍କର ଚାକିରି ଥିଲା, ଘରେ ହସଖୁସି ଥିଲା । ହେଲେ ସବୁ ଛଡ଼ାଇନେଲା ତମାଖୁ । ଥରେ ବହୁ ଖର୍ଚ୍ଚ କରି କ୍ୟାନସର ଅପରେସନ ପରେ ସୁସ୍ଥ ହୋଇ ଘରକୁ ଫେରିଥିଲେ କାଞ୍ଚନଙ୍କ ସ୍ୱାମୀ ମାନସ । ହେଲେ ତଥାପି ନିଶା ଛାଡ଼ିପାରିଲେନି । ଦ୍ୱିତୀୟ ଥର ଆଉ ଦୟା ଦେଖାଇଲାନି ଦଇବ । ସିନ୍ଥିରୁ ସିନ୍ଦୂର ପୋଛିଯିବା ପରେ, ସଂସାର ଜଞ୍ଜାଳକୁ ଏକା ଏକା ବୋହି ଚାଲିଛନ୍ତି କାଞ୍ଚନ । ନିଜେ ତମାଖୁ ସେବନ ନକରିବି, ଭୋଗୁଛନ୍ତି ତାର ଅଭିଶାପ ।

ତମାଖୁ ଯୋଗୁଁ ନିଇତି ଜୀବନ ହରାଉଛନ୍ତି ଅସଂଖ୍ୟ ମାନସ, ସନ୍ତୁଲି ହେଉଛନ୍ତି ଅଗଣିତ କାଞ୍ଚନ । ହେଲେ ଆଜି ବି ଅନେକଙ୍କୁ ଏସବୁ ଖବର କିଛି ଫରକ ପକାଏନି । ଠିକ୍ ତମାଖୁ ପ୍ୟାକେଟର ବୀଭତ୍ସ ଛବି ଭଳି । ନଚେତ୍ ଗାଁରୁ ସହର, ଦୋକାନବଜାରରେ ଏବେବି ମାଳମାଳ ଗୁଟଖା ପ୍ୟାକେଟ ଝୁଲୁନଥାନ୍ତା କି ନିଷିଦ୍ଧ ତମାଖୁଜାତ ଦ୍ରବ୍ୟ ଅନେକଙ୍କ ନିଶା ପାଲଟିନଥାନ୍ତା । ଏଥିପାଇଁ ପ୍ରଶାସନର ଉଦାସୀନତା ବି ଅନେକାଂଶରେ ଦାୟୀ ବୋଲି ଅଭିଯୋଗ କରିଛନ୍ତି ସାମାଜିକ କର୍ମୀ ।

  • Reported by:
  • ARACHANA SATPATHY , Suryadoya Biswal , Niranjan Behera , Ghateswar Mishra