• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Deviprasad Jena

ଦିନ କେଇଟା ପରେ ଶେଷ ହେବ ମହାକୁମ୍ଭ ମେଳା । ହିନ୍ଦୁ ଧର୍ମ ଅନୁସାରେ ଏକ ମହାମେଳା ବା ମହାପର୍ବ ହେଉଛି ମହାକୁମ୍ଭ ମେଳା । କୁମ୍ଭମେଳା ଭାରତର ତ୍ରିବେଣୀ ସଙ୍ଗମ ଅର୍ଥାତ୍ ପବିତ୍ର ଗଙ୍ଗା ,ଯମୁନା ଏବଂ ପୁରାଣ ବର୍ଣ୍ଣିତ ସରସ୍ବତୀ ନଦୀର ମିଳନ ସ୍ଥଳିରେ ପ୍ରତି ୧୨ ବର୍ଷରେ ଥରେ ଆୟୋଜିତ ହୁଏ ।

ଚଳିତ ବର୍ଷ ମହାକୁମ୍ଭରେ କୋଟି କୋଟି ଶ୍ରଦ୍ଧାଳୁ ବୁଡ଼ ପକାଇ ସାରିଲେଣି । ରାସ୍ତାରେ ଭିଡ଼, ଟ୍ରେନ୍‌ରେ ଗହଳି ଏବଂ ବିମାନ ଦର ଆକାଶ ଛୁଆଁ କାରଣରୁ ଅନେକ ଶ୍ରଦ୍ଧାଳୁ ଇଛା ଥିଲେ ମଧ୍ୟ ଏଥର ମହାକୁମ୍ଭ ନଯାଇପାରି ଦୁଃଖରେ ଅଛନ୍ତି । କାରଣ ଏଭଳି ସୁଯୋଗ ପୁଣି ଥରେ ୧୨ ବର୍ଷ ପରେ ମିଳିବ । ତେବେ ଏଭଳି ଟେନ୍‌ସନ ପାଇଁ ଯଦି ଆପଣ ବ୍ୟକ୍ତିଗତ ଭାବରେ ପ୍ରୟାଗରାଜରେ ପହଞ୍ଚି ପାରିନାହାନ୍ତି, ତେବେ ଆପଣଙ୍କ ପାଇଁ ଏକ ନୂତନ ପନ୍ଥା ନେଇ ଆସିଛନ୍ତି ଜଣେ ଯୁବକ ।

ଆପଣଙ୍କୁ ଏହା ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ଲାଗୁଥିବ । କିନ୍ତୁ ସେହି ବ୍ୟକ୍ତିଙ୍କ ବିକଳ୍ପ ଉପାୟ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ବର୍ତ୍ତମାନ ଚାଲିଛି ଏଆଇ ଆଉ ଡିଜିଟାଲ ଜମାନା । ଏହାକୁ ବ୍ୟବହାର କରି ବିକଳ୍ପ ସମାଧାନର ଉପାୟ ଆଣିଛନ୍ତି ଏହି ଯୁବକ । ଏହି ଯୁବକ ଆଣିଛନ୍ତି ଅଜବ ସେବା । ସେ ଏହାର ନାମ ଡିଜିଟାଲ୍ ଫଟୋ ସ୍ନାନ (ଫଟୋ ପାଇଁ ପବିତ୍ର ବୁଡ଼) ରଖିଛନ୍ତି ।

 

ଅଧିକ ପଢ଼ନ୍ତୁ : ମହାକୁମ୍ଭରେ ମହାଜାମ୍‌; ୨୦୦ ମିଟର ବାଟ ଯିବାକୁ ଲାଗୁଛି ୨ ଘଣ୍ଟା 

ଯାହାକି ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । କେବଳ ଏହାର ନାମ ଅଜବ ନୁହେଁ ଏଥିରେ ମିଳୁଥିବା ସେବା ମଧ୍ୟ ସମ୍ପୂର୍ଣ୍ଣ ନୂତନ । ଦୀପକ ଗୋୟଲ ନାମକ ଜଣେ ବ୍ୟକ୍ତି ମହାକୁମ୍ଭ ମେଳାରେ ଯୋଗ ଦେଇପାରୁନଥିବା ଲୋକଙ୍କ ପକ୍ଷରୁ ବୁଡ଼ ପକାଇବାକୁ ପ୍ରସ୍ତାବ ଦେଇଛନ୍ତି । ସେ ତାଙ୍କ ସେବାକୁ ଏକ 'ଷ୍ଟାର୍ଟଅପ୍' ବୋଲି କହିଛନ୍ତି ।

ଗୋୟଲ ଏକ  ହ୍ୱାଟ୍ସଆପ୍-ଆଧାରିତ ବ୍ୟବସାୟ ମଡେଲ୍ ସ୍ଥାପନ କରିଛନ୍ତି । ଯାହା ମାଧ୍ୟମରେ ଲୋକମାନେ ସେମାନଙ୍କର ଫଟୋ ପଠାଇପାରିବେ । ଏଥିପାଇଁ ନିର୍ଦ୍ଧାରିତ ହୋଇଥିବା ଟଙ୍କା ଦେବାର ୨୪ ଘଣ୍ଟା ମଧ୍ୟରେ, ସେମାନଙ୍କର ଫଟୋର ଏକ କପି ପବିତ୍ର ନଦୀରେ ବୁଡ଼ାଇ ଦିଆଯାଉଛି ।

ଏହି ଉପାୟରେ ଆପଣ ମାଇଲ୍ ମାଇଲ୍ ଦୂରରେ ରହି ଆପଣଙ୍କ ଫଟୋ ମାଧ୍ୟମରେ ପବିତ୍ର ବୁଡ଼ ପକାଇ ପାରିବେ । ଏହି ନୂଆ ବ୍ୟବସାୟର ଭିଡିଓ ଇନଷ୍ଟାଗ୍ରାମରେ ଆକାଶ ବାନାର୍ଜୀଙ୍କ ଦ୍ୱାରା ସେୟାର କରାଯାଇଛି । ସେ ମଜାରେ ଏହାକୁ 'ପରବର୍ତ୍ତୀ ୟୁନିକର୍ଣ୍ଣ କମ୍ପାନୀ' ବୋଲି କହିଛନ୍ତି । ତେବେ ଦୀପକ ଗୋୟଲ ପ୍ରତି ଫଟୋ ପାଇଁ ୧୧୦୦ ଟଙ୍କା ଚାର୍ଜ କରୁଛନ୍ତି ।

ଅଧିକ ପଢ଼ନ୍ତୁ: କିଏ ଥିଲେ ପ୍ରଥମ ଅଘୋରୀ ? ଯିଏ ଜନ୍ମ ହେବାର ୩ ଦିନ ପର୍ଯ୍ୟନ୍ତ କାନ୍ଦିନଥିଲେ କି କ୍ଷୀର ପିଇନଥିଲେ !

OTV is now on Whatsapp

Join and get latest news update delivered to you via whatsapp

Join Now