Advertisment

ଭତ୍ତା ଟଙ୍କା ଉଠାଇ ଫେରିବା ବେଳେ ବେହୋସ ହୋଇଗଲେ ସ୍ୱାମୀ, ଗଛ ତଳେ ଜଗି ବସିଥିଲେ ସ୍ତ୍ରୀ...

ଭତ୍ତା ଟଙ୍କା ଉଠାଇବାକୁ ବ୍ୟାଙ୍କ ଯାଇଥିଲେ, ସେଠାରୁ ଫେରିବା ବେଳେ ପ୍ରଚଣ୍ଡ ଖରାର ପ୍ରକୋପ ସହି ପାରିଲେନି ବୃଦ୍ଧ। ଶେଷରେ ଏକ ଗଛ ତଳେ ଆଶ୍ରୟ ବେଳେ ସେ ବେହୋସ ହୋଇଗଲେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Amid intense heat elderly man faints while returning home after collecting pension in Balangir

Amid intense heat elderly man faints while returning home after collecting pension in Balangir

ଭତ୍ତା ଟଙ୍କା ଉଠାଇବାକୁ ବ୍ୟାଙ୍କ ଯାଇଥିଲେ, ସେଠାରୁ ଫେରିବା ବେଳେ ପ୍ରଚଣ୍ଡ ଖରାର ପ୍ରକୋପ ସହି ପାରିଲେନି ବୃଦ୍ଧ। ଶେଷରେ ଏକ ଗଛ ତଳେ ଆଶ୍ରୟ ବେଳେ ସେ ବେହୋସ ହୋଇଗଲେ। ଏହି ସମୟରେ କ’ଣ କରିବେ କ’ଣ ନାହିଁ ତାଙ୍କ ସ୍ତ୍ରୀଙ୍କ ମୁଣ୍ଡରେ କିଛିବି ପଶିନଥିଲା। ଅସହାୟ ହୋଇ ସେମିତି ସେ ଗଛ ତଳେ ସ୍ୱାମୀଙ୍କୁ ଜଗିଥିଲେ। ଏହାଦେଖି କିଛି ଯୁବକ ଘଟଣାସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସରେ ବୃଦ୍ଧଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଇଥିଲେ। ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ୍‌ ଅନ୍ତର୍ଗତ କୁଦୋଭଟା ଗାଁରେ ଏହି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା।

Advertisment

ମିଳିଥିବା ସୂଚନା ଅନୁସାରେ, କୁଦୋଭଟା ଗାଁର ବୃଦ୍ଧ ରାଜାରାମ ହାତୀ ଓ ତାଙ୍କ ସ୍ତ୍ରୀ ଉରା ହାତୀ ଟଙ୍କା ଉଠାଣ ପାଇଁ ଶୁକ୍ରବାର ଦିନ ବେଲପଡ଼ା ସ୍ଥିତ ଷ୍ଟେଟ୍‌ ବ୍ୟାଙ୍କ ଶାଖାକୁ ଯାଇଥିଲେ। ସେଠାରୁ ଫେରିବା ବେଳେ ପ୍ରଚଣ୍ଡ ଖରାର ପ୍ରକୋପ ସହି ପାରିନଥିଲେ ରାଜାରାମ। କୁଦଭାଟା-ପଦମପୁର ରାସ୍ତାର ଏକ ଗଛ ତଳେ ଆଶ୍ରୟ ନେବାବେଳେ ରାଜାରାମ ବେହୋସ ହୋଇପଡ଼ିଥିଲେ। ସେହି ସମୟରେ ଉରା ତାଙ୍କ ପାଖରେ ଥିଲେ। ଅସହାୟ ହୋଇ ସେମିତି ସେ ଗଛ ତଳେ ସ୍ୱାମୀଙ୍କୁ ଜଗିଥିଲେ।

ସ୍ଥାନୀୟ ଲୋକଙ୍କ ସହାୟତାରେ ଆମ୍ବୁଲାନ୍ସ ଯୋଗେ ରାଜାରାମଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ଜଣାପଡ଼ିଛି। ଖବର ଲେଖାଯିବା ସୁଦ୍ଧା ଏନେଇ ପ୍ରଶାସନ କିମ୍ବା ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପ୍ରତିକ୍ରିୟା ମିଳିପାରିନି। 

Advertisment
Advertisment
Advertisment