• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Balangir

fake certificate racket
ଫେକ୍ ସାର୍ଟିଫିକେଟ୍‌ ରାକେଟରେ ୟୁପି ବୋର୍ଡ କର୍ମଚାରୀଙ୍କ ହାତ !

ଉତ୍ତର ପ୍ରଦେଶ ସହ ଦିଲ୍ଲୀ ଏବଂ ପଞ୍ଜାବ ଯାଇଥିଲା କ୍ରାଇମବ୍ରାଞ୍ଚ ଟିମ୍‌ । ଉତ୍ତର ପ୍ରଦେଶ ଉଚ୍ଚମାଧ୍ୟମିକ ବୋର୍ଡକୁ ଯାଇ ଖୋଳତାଡ଼ କରିଥିଲା । ଏଠିକାର ଦଲାଲ ସହ ବୋର୍ଡରେ ଥିବା କିଛି କର୍ମଚାରୀଙ୍କ ଲିଙ୍କ୍ ଥିବା ଜଣାପଡ଼ଇଛି।

School Problem
ସ୍କୁଲ ଘର ଅଧାପନ୍ତରିଆ : ଭୂତ ଖାଇଗଲା ଟଙ୍କା !

ସ୍କୁଲ ଘର ଅଧାପନ୍ତରିଆ ହୋଇ ପଡରହିବାର କାରଣ ଜାଣିଲେ ଆପଣ ତାଜୁବ ହୋଇଯିବେ । ସ୍କୁଲର ଅତିରିକ୍ତ କୋଠରୀ ଓ ଦୁଇଟି ଶୌଚାଳୟ ନିର୍ମାଣ ପାଇଁ ଶିକ୍ଷା ବିଭାଗ ପକ୍ଷରୁ ଆସିଥିଲା ୯ ଲକ୍ଷ ଟଙ୍କାର ଅନୁଦାନ l କିନ୍ତୁ ଏହି ଅଧାଗଢା କୋଠାରେ ଅଟକି ଯାଇଛି ନିର୍ମାଣ କାର୍ଯ୍ୟ।

VHP Protest
ଆସନ୍ତାକାଲି ରାଜ୍ୟର ୧୪ ଜିଲ୍ଲାରେ VHPର ବନ୍ଦ ଡାକରା

ସମ୍ବଲପୁରରେ ହିନ୍ଦୁଙ୍କ ଉପରେ ଆକ୍ରମଣ ପ୍ରତିବାଦରେ ଏହି ବନ୍ଦ ଡାକରା ଦିଆଯାଇଛି ।

Heat Wave In Odisha
ଓଃ.. କି ଗରମ.. ! ୮ ଜିଲ୍ଲାକୁ ସତର୍କ ରହିବାକୁ କହିଲା ପାଣିପାଗ ବିଭାଗ

ଉତ୍ତରରୁ ଉପକୂଳ, ଦକ୍ଷିଣରୁ ପଶ୍ଚିମ ସବୁଠି ଖରା । ପ୍ରବଳ ଖରାରେ ଜନଜୀବନ ଅସ୍ତବ୍ୟସ୍ତ ।

Heat Wave Continues To Hit Normal Life In Odisha In Next 4 Days
ଆଉ ୪ ଦିନ କଲବଲ କରିବ ତାତି ! ୪୦ ଡିଗ୍ରୀ ଉପରେ ରହିପାରେ ତାପମାତ୍ରା...

ପାଣିପାଗ ବିଭାଗ ପୂର୍ବାନୁମାନ ଅନୁସାରେ, ଆହୁରି ୪ ଦିନ ଲାଗି ରହିପାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସ୍ଥିତି। ୨୧ ତାରିଖ ପରେ ତାପମାତ୍ରା କ୍ରମେ ହ୍ରାସ ପାଇବ।

Balangir News
ଅପରାଧୀ ପୁଅକୁ ଜେଲ୍ ପଠାଇଲା ବାପା; ନିଜ ଘରେ ବି କରୁଥିଲା ଗୁଣ୍ଡାଗର୍ଦ୍ଦି

ଜେଲ ଯାଇ ଜାମିନରେ ଆସି ପରେ ପୁଣି ଆରମ୍ଭ କରିଥିଲା ଗୁଣ୍ଡାଗର୍ଦ୍ଦି । ଏପରିକି ନିଜ ଘରେ ଆସବାବପତ୍ର ଭାଙ୍ଗିବା ସହିତ ମାଡପିଟ ମଧ୍ୟ କରୁଥିଲା । ଶେଷରେ ପୁଅର ଅତ୍ୟାଚାରରେ ଅତିଷ୍ଠ ହୋଇ ଆଲୋକର ବାପା ଲକ୍ଷ୍ମୀକାନ୍ତ ଟାଉନଥାନାରେ ଲିଖିତ ଅଭିଯୋଗ କରିଥିଲେ ।

Fake Certificate
ସାମ୍ନାକୁ ଆସିଲା ନକଲି ସାର୍ଟିଫିକେଟରେ ଅସଲି ଗୁମର ! ସରକାରଙ୍କ ଜାଣତରେ ଚାଲିଥିଲା କି କାରବାର ?

୨୦୧୯ରୁ ଖବର ଥିଲା, କିନ୍ତୁ କାର୍ଯ୍ୟାନୁଷ୍ଠାନ ହୋଇନଥିଲା କାହିଁକି? ବଲାଙ୍ଗିର ମାମଲାରେ ଏଯାଏ ଜଣକୁ ବି ଗିରଫ କରିନି କ୍ରାଇମବ୍ରାଞ୍ଚ ।

Fake certificate case
ଜାଲ୍ ସାର୍ଟିଫିକେଟ୍ କେଳେଙ୍କାରୀ : ସିବିଆଇ ତଦନ୍ତ ସୁପାରିଶ ପରେ ବଢ଼ିଲା ଛନକା

ନକଲି ସାର୍ଟିଫିକେଟ୍ ମାମଲାରେ ସିବିଆଇ ତଦନ୍ତ ସୁପାରିଶ ପରେ ଛନକା । ଯଦି ସିବିଆଇ ତଦନ୍ତ ହୁଏ, କେଉଁ କେଉଁ ବିଭାଗରେ ପଶିବ ତାକୁ ନେଇ ଆରମ୍ଭ ହୋଇଛି କଳ୍ପନା ଜଳ୍ପନା । ସେପଟେ ସିବିଆଇ ତଦନ୍ତ ପାଇଁ ଡାକ ବିଭାଗର ଅନୁରୋଧ ପରେ ତେଜିଛି ରାଜନୀତି ।

Sholay scene recreated
ଶୋଲେ ପାର୍ଟ-୨ : ପାଣି ଟାଙ୍କିରେ ଚଢ଼ି ପ୍ରେମିକାଙ୍କୁ ଦେଲେ ଆତ୍ମହତ୍ୟାର ଧମକ

ପିଣ୍ଟୁ ବଲାଙ୍ଗୀର ସହରର ଜଣେ ଝିଅକୁ ଭଲ ପାଉଛନ୍ତି । କୌଣସି କାରଣକୁ ନେଇ ନିଜ ପ୍ରେମିକା ସହିତ ଫୋନରେ କଥା ହେବ ସମୟରେ ବଚସା ହୋଇଥିଲା । ହଠାତ ଆତ୍ମହତ୍ୟାର ଧମକ ଦେଇ ପିଣ୍ଟୁ ନିଜ ଗାଁର ଜଳ ଯୋଗାଣ ପାଇଁ ତିଆରି ହୋଉଥିବା ବଡ ପାଣି ଟାଙ୍କି ଉପରକୁ ଚଢି ଯାଇଥିଲେ । ଖାଲି ଚଢାଯାଇଥିଲେ ତାହା ନୁହେଁ ବରଂ ଆତ୍ମହତ୍ୟା କରିବାକୁ ଧମକ ବି ଦେଇଥିଲେ ।

Fake Certificate
ଡାକ ଓ ଶିକ୍ଷା ବିଭାଗରେ ଜାଲ୍ ସାର୍ଟିଫିକେଟ୍ କାଣ୍ଡ, ସରକାରୀ କର୍ମଚାରୀଙ୍କ ଛାତି ଧଡ଼ଧଡ଼ 

୨୦୧୮ରୁ ନିଯୁକ୍ତ ଡାକ କର୍ମଚାରୀଙ୍କ ହେବ ପ୍ରମାଣପତ୍ର ଯାଞ୍ଚ, ତେଣେ ବଲାଙ୍ଗିର । କେଳେଙ୍କାରୀରେ କ୍ରାଇମବ୍ରାଞ୍ଚ ସ୍କାନରରେ ଆଉ ୭ ଦଲାଲ ଓ ସରକାରୀ ଚାକିରିଆ ।

MIL Teacher
ସାହିତ୍ୟ ପଢାଉଥିଲେ ସାର୍, ଛାତ୍ରୀଙ୍କୁ ବାଇକ୍‌ରେ ନେଇ...

ଶିକ୍ଷକ ନାଁରେ କଳଙ୍କ । ନବମ ଶ୍ରେଣୀ ଛାତ୍ରୀଙ୍କୁ ବହି କିଣିଦେବା କହି ବାଇକ୍‌ରେ ନେଲେ । ଜଙ୍ଗଲିଆ ରାସ୍ତାରେ ଅସଦାଚରଣ କରିବାକୁ ଉଦ୍ୟମ କଲେ । ଏବେ ଧରାପଡ଼ିବା ପରେ ମାମୁଁଘରେ ସାର୍‌

Untimely rainfall
ଚାଷୀ ଆଖିରେ ଲୁହ ଆଣିଲା ଅଦିନିଆ ବର୍ଷା

ସବୁ ସାରିଦେଲା ଅଦିନିଆ ବର୍ଷା । ହିଡ଼ ମୁଣ୍ଡରେ ବସି କାନ୍ଦୁଛି ଚଷା ପୁଅ । ଋଣ ଟଙ୍କା କେମିତି ସୁଝିବ? ରାତିରେ ନିଦ ହେଉନି । ସେପଟେ ବେପାରୀଙ୍କର ବି ଦେଖାନାହିଁ

Human Skeleton
ଏହି ଜଙ୍ଗଲକୁ କେଉଁଠୁ ଆସୁଛି ଏତେ ନରକଙ୍କାଳ ?

ମୃତ୍ୟର କାରଣ ସ୍ପଷ୍ଟ ହୋଇନଥିବା ବେଳେ, ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛି ପୋଲିସ l

Bolangir Sarpanch produces fake certificate during nomination
ବାପାଙ୍କ ନାଁ ସ୍ଥାନରେ ଶ୍ୱଶୁରଙ୍କ ନାଁ, ନୋମିନେସନ୍‌ ବେଳେ ନକଲି ସାର୍ଟିଫିକେଟ ଦେଲେ ସରପଞ୍ଚ...

 ବୁଡ଼ାବାହାଲ ପଞ୍ଚାୟତର ସରପଞ୍ଚ ଯୁଗଲାଲ ମାଝୀ ନୋମିନେସନ ସମୟରେ ନକଲି SLC ବା ସ୍କୁଲ୍‌ ଲିଭିଙ୍ଗ ସାର୍ଟିଫିକେଟ ଦେଇଥିବା ଜଣାପଡ଼ିଛି।

Bolangir Jawan Death
ସୀମାରେ ସୈନିକ ଥିଲେ, ପରିବାର ଚଳାଉଥିଲେ : ଅଧା ରାସ୍ତାରେ ସ୍ତ୍ରୀ, ପିଲା..ମାଆଙ୍କୁ ଛାଡ଼ି ଚାଲିଗଲେ

ଦେଶ ସେବା ଲାଗି ତ ଯାଇଥିଲେ । ଗାଁକୁ ବି ଫେରିଲେ । ହେଲେ ଜୀବନ୍ତ ନୁହେଁ ବରଂ ଶବ ହୋଇ । ଯବାନ ପୁଅ ପ୍ରତାପ ନିଆଲଙ୍କ ମୃତ ଶରୀର ଗାଁରେ ପହଞ୍ଚିବା ପରେ ପାଛୋଟି ନେଇଥିଲେ ଲୋକେ । ଆଉ ପୁଅର ମୃତ୍ୟୁକୁ ଆଖି ସାମ୍ନାରେ ଦେଖି ପାଗଳି ହୋଇଯାଉଥିଲା ମାଆ । ବେଲପଡା ବ୍ଲକର ବାଗଉଡାର ଗାଁର ପ୍ରତାପ ନିଆଲ ୨୦୧୩ ମସିହାରେ ସୀମା-ସୁରକ୍ଷା ବଳରେ କନେଷ୍ଟବଲ ଭାବରେ ଭର୍ତ୍ତି ହୋଇଥିଲେ ।

Fake Certificate
ନକଲି ସାର୍ଟିଫିକେଟ୍‌ ଦେଇ ଚାକିରି କରୁଛନ୍ତି, କ୍ୟାମେରା ଆଗରେ ଚିହିଁକି ଉଠୁଛନ୍ତି

ରାଜ୍ୟର କୋଣ ଅନୁକୋଣକୁ ଲମ୍ବିଛି ଜାଲ୍ ସାର୍ଟିଫିକେଟ ଜାଲ । ବଲାଙ୍ଗୀରରେ ପୁଳା ପୁଳା ନକଲି ଶିକ୍ଷକ ଅଭିଯୋଗ । ରାଜ୍ୟ ବାହାର ପ୍ରମାଣପତ୍ର ଦେଇ ଚାକିରି କରୁଛନ୍ତି ୩୭୮ ଶିକ୍ଷକ । ନୀଳଗିରିରେ ବି ଜାଲ୍ ସାର୍ଟିଫିକେଟ୍ କେଳେଙ୍କାରୀ । ନକଲି କଥା ପଚାରିବାରୁ ଚିହିଁକିଲେ ଶିକ୍ଷୟିତ୍ରୀ ।

Fake certificate case
ଶିକ୍ଷକ ବି ନକଲି ! ପିଲାଙ୍କ ଭବିଷ୍ୟତ ଅନ୍ଧାର . .

ଡାକ, ସମବାୟ ପରେ ଏବେ ଶିକ୍ଷା ବିଭାଗରେ ନକଲି ସାର୍ଟିଫିକେଟ୍? ଜାଲି ସାର୍ଟିଫିକେଟ୍‌ରେ ଶିକ୍ଷକ ଚାକିରିକୁ ନେଇ ଧରପଗଡ଼ । ବଲାଙ୍ଗିର ଜିଲ୍ଲା ଶିକ୍ଷା ବିଭାଗରେ ଏନେଇ ଧରପଗଡ଼ ହେଉଥିବା ସୂଚନା ମିଳିଛି ।

BJD
ଜାଲ୍ ସାର୍ଟିଫିକେଟ କେଳେଙ୍କାରୀର ଖୋଲିବ ତ ଗୁମର ?

ଆଜି ଯାଏଁ ୨୨୫ଟି ମାମଲାର ତଦନ୍ତ ନେଇ ମାତ୍ର ୪୫ଟିର ଚାର୍ଜସିଟ୍ କରିପାରିଛି କ୍ରାଇମବ୍ରାଞ୍ଚ । ସରକାରୀ ଦଳର ଏଜେଣ୍ଟ ସାଜିଥିବା କ୍ରାଇମବ୍ରାଞ୍ଚ ଅନ୍ୟ ଘଟଣା ଭଳି ଏ ଘଟଣାକୁ ବି ଚପାଇଦେବ ।

Human Skeletons
ଜଙ୍ଗଲରୁ ମିଳିଲା ମଣିଷ ଖପୁରୀ ଓ ମେରୁଦଣ୍ଡ ହାଡ଼

ଘଞ୍ଚ ଜଙ୍ଗଲ ଭିତରୁ ମିଳିଲା ନର କଙ୍କାଳ। ଏହା ହତ୍ୟା ନା ଆତ୍ମହତ୍ୟା, ତାହା ଜଣାପଡ଼ି ନାହିଁ।

Fake Certificate
ନକଲି ସାର୍ଟିଫିକେଟ୍‌ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ଫେକ୍ ସାର୍ଟିଫିକେଟ୍ ରାକେଟର ମାଷ୍ଟରମାଇଣ୍ଡ ମନୋଜ ମିଶ୍ରଙ୍କ ସହ ପୂର୍ବତନ ମନ୍ତ୍ରୀ ଓ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହାରାଙ୍କ ଫଟୋ ଥିବା କହି ସରକାରଙ୍କୁ ନିଶାନା କରିଥିଲେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ।

Fake Certificate Racket
ବଲାଙ୍ଗିର ଜାଲ୍ ସାର୍ଟିଫିକେଟ୍ ରାକେଟ୍: ମାଷ୍ଟରମାଇଣ୍ଡଙ୍କର ବିଜେଡି ଲିଙ୍କ୍ !

ସାରା ରାଜ୍ୟରେ ଜାଲ୍ ସାର୍ଟିଫିକେଟ୍ ରାକେଟ୍ । ବଣିକ୍ ଭଳି କୋଚିଂ ସେଣ୍ଟର ନାଁରେ ଟ୍ୟାକ୍ସ ଫାଙ୍କିବା ଅଭିଯୋଗ । ଉଭୟ ଘଟଣାରେ ବିଜେଡି ନେତାଙ୍କ ଲିଙ୍କ୍ ବିଜେଡି ସରକାରର ଛତ୍ରଛାୟାରେ ଚାଲିଛି କି ଏସବୁ କାରବାର ?

Rainfall Likely In 15 Districts Of Odisha
ଆଜି ଏହିସବୁ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ସତର୍କ କଲା ପାଣିପାଗ ବିଭାଗ...

ଗତ କିଛିଦିନ ଧରି ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା ହେଉଛି। ଆଜି ମଧ୍ୟ କିଛି ସ୍ଥାନରେ ଘଡ଼ଘଡ଼ି ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି।

Fake Certificates
ଜାଲ୍‌ ସାର୍ଟିଫିକେଟ୍ ପଛରେ ସରକାରୀ ଦଳର ହାତ ! ବିଧାନସଭାରେ ବର୍ଷିଲେ ବିରୋଧୀ

ବଲାଙ୍ଗିରରୁ ରାଜ୍ୟର ଅନ୍ୟ ଜିଲ୍ଲାକୁ ଲମ୍ବୁଛି ଜାଲ୍ ସାର୍ଟିଫିକେଟ କରାବାର । ଗୋଟିଏ ପରେ ଗୋଟିଏ ଜିଲ୍ଲାରୁ ଆସୁଛି ନକଲି ସାର୍ଟିଫିକେଟର ସାଂଘାତିକ ଅଭିଯୋଗ । ଆଉ ଏ ବଡ଼ ରାକେଟ ପଛରେ ରହିଛି ବିଜେଡି ଲିଙ୍କ୍ ।

A growing web of fake certificates 6 names came
ମେଲୁଛି ଜାଲି ସାର୍ଟିଫିକେଟ୍‌ର ଜାଲ; ୬ ଜଣଙ୍କ ନାଁରେ ଏତଲା

ବଲାଙ୍ଗିର, କେନ୍ଦ୍ରାପଡ଼ା ପରେ କନ୍ଧମାଳରେ ଲମ୍ବିଛି ଜାଲି ମାଟ୍ରିକ୍ ସାର୍ଟିଫିକେଟର ଚେର। ୬ ଜଣଙ୍କ ନାଁରେ ଫୁଲବାଣୀ ଡାକମଣ୍ଡଳର ଏତଲା। ଚେର ଖୋଜିବାକୁ ବାହାର ରାଜ୍ୟକୁ ଯିବ ପୋଲିସ। ବିଜେଡି ନେତାଙ୍କ ଲିଙ୍କ୍‌ ଅଭିଯୋଗ ଆଣି ବର୍ଷିଲେ ବିରୋଧୀ।