Advertisment

Shaktikanta Das: ପ୍ରଧାନମନ୍ତ୍ରୀଙ୍କ ଅଫିସରେ ପୁଣି ଜଣେ ଓଡ଼ିଆ ପୁଅ, ଶକ୍ତିକାନ୍ତ ଦାସଙ୍କୁ ନୂଆ ନିଯୁକ୍ତି

ଓଡ଼ିଆ ପୁଅ ଶକ୍ତିକାନ୍ତ ଦାସଙ୍କୁ ମିଳିଲା ନୂଆ ନିଯୁକ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପ୍ରମୁଖ ସଚିବ ଭାବେ କାମ କରିବେ । ଭୁବନେଶ୍ୱରରେ ତାଙ୍କର ଜନ୍ମ ଓ ସେ ଭୁବନେଶ୍ୱର ଡି ଏମ୍ ସ୍କୁଲର ଛାତ୍ର ଥିଲେ । ତାଙ୍କ ପୈତୃକ ଘର ଆଠଗଡ଼ରେ ।

author-image
Tapan Kumar Swain
ଅଦ୍ୟତନ ହୋଇଛି
Shaktikanta Das As Principal Secretary To PM

Shaktikanta Das As Principal Secretary To PM

ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ହେଲେ ଓଡ଼ିଆ ପୁଅ ଶକ୍ତିକାନ୍ତ ଦାସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ ସଚିବ ( ଦ୍ୱିତୀୟ ) ଭାବେ କାମ କରିବେ ଶକ୍ତିକାନ୍ତ । ଏହା ପୂର୍ବରୁ ସେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଗଭର୍ଣ୍ଣର ଥିଲେ । କ୍ୟାବିନେଟ୍ ଆପଏଣ୍ଟସ୍ କମିଟି ତାଙ୍କ ନିଯୁକ୍ତିକୁ ସୁପାରିଶ କରିଛି । ଏ ସଂପର୍କରେ କାର୍ମିକ ମନ୍ତ୍ରାଳୟ ପକ୍ଷରୁ କ୍ୟାବିନେଟ୍ ଆପଏଣ୍ଟସ୍ କମିଟି ସଚିବ ମନୀଷା ସାକସେନା ଏକ ବିଜ୍ଞପ୍ତି ଜାରି କରିଛନ୍ତି । 

Advertisment

ଶକ୍ତିକାନ୍ତ ହେଉଛନ୍ତି ୧୯୮୦ ବ୍ୟାଚର ତାମିଲନାଡ଼ୁ କ୍ୟାଡରର ଆଇଏଏସ୍ ଅଫିସର । ଏହି ଓଡ଼ିଆ ଅଧିକାରୀ ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହି କାମ କରିଛନ୍ତି । ସେ ତାମିଲନାଡୁରେ ବହୁ ଉଚ୍ଚ ପଦବୀରେ କାମ କରିବା ସହ ଭାରତ ସରକାରଙ୍କ ଅଧୀନରେ ରାଜସ୍ୱ ସଚିବ, ଅର୍ଥନୈତିକ ବ୍ୟାପାର ସଚିବ ଭାବେ କାମ କରିଛନ୍ତି । ଏପରିକି କେନ୍ଦ୍ର ସ୍ୱତନ୍ତ୍ର ଅର୍ଥ ସଚିବ ଭାବେ କାର୍ଯ୍ୟ କରି ସୁନାମ ଅର୍ଜନ କରିଛନ୍ତି । ସେ ପଞ୍ଚଦଶ ଅର୍ଥ କମିଶନର ସଦସ୍ୟ ମଧ୍ୟ ଥିଲେ । ସେ ୨୦୧୮ରୁ ୨୦୨୪ ପର୍ଯ୍ୟନ୍ତ ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଭାବେ ନିଜ କାର୍ଯ୍ୟ କରି ବିଭିନ୍ନ ମହଲରୁ ପ୍ରଶଂସିତ ହୋଇଛନ୍ତି । ସେ ବିଶ୍ୱବ୍ୟାଙ୍କରେ ମଧ୍ୟ କାର୍ଯ୍ୟ କରିଛନ୍ତି ।

ସେ ଆଇଏମଏଫ୍, ଜି୨୦, ବ୍ରିକ୍ସ, ସାର୍କ ଆଦି ବିଶ୍ୱର ବିଭିନ୍ନ ଅନ୍ତର୍ଜାତୀୟ ଫୋରମରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଛନ୍ତି । ଭୁବନେଶ୍ୱରରେ ତାଙ୍କର ଜନ୍ମ ଓ ସେ ଭୁବନେଶ୍ୱର ଡି ଏମ୍ ସ୍କୁଲର ଛାତ୍ର ଥିଲେ । ତାଙ୍କ ପୈତୃକ ଘର ଆଠଗଡ଼ରେ ।

Advertisment

ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗଭର୍ଣ୍ଣର ତଥା ଓଡ଼ିଆ ପୁଅ ଶକ୍ତିକାନ୍ତ ଦାସ ୨୦୨୩ରେ ଗଭର୍ଣ୍ଣର ଅଫ୍ ଦ ଇୟର ଭାବେ ବିବେଚିତ ହୋଇଥିଲେ । ସେଣ୍ଟ୍ରାଲ ବ୍ୟାଙ୍କିଂ ଲଣ୍ଡନ ଦ୍ୱାରା ତାଙ୍କୁ ଗଭର୍ଣ୍ଣର ଅଫ୍ ଦ ଇୟର ଭାବେ ବିବେଚିତ କରାଯାଇଥିଲା । ୨୦୧୮ ଡିସେମ୍ବର ୧୧ ରେ ଭାରତର ୨୫ତମ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଭାବେ ନିଯୁକ୍ତ ହୋଇଥିଲେ ଶକ୍ତିକାନ୍ତ ଦାସ । ଏହି ପଦ ହାସଲ କରିବାରେ ଶକ୍ତିକାନ୍ତ ହେଉଛନ୍ତି ପ୍ରଥମ ଓଡ଼ିଆ । ଏବେ ଆଉ ଜଣେ ଓଡ଼ିଆ ପୁଅ ପି କେ ମିଶ୍ର ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଅଛନ୍ତି । 

ଅଧିକ ପଢ଼ନ୍ତୁ : ଜ୍ଞାନେଶ କୁମାର ଦେଶର ନୂଆ ମୁଖ୍ୟ ନିର୍ବାଚନ କମିଶନର, ରାମ ମନ୍ଦିର ସହ ରହିଛି ଏମିତି ସମ୍ପର୍କ

ମୁଦ୍ରାସ୍ଫୀତିର ପରିଚାଳନା ଏବଂ କୋଭିଡ ମହାମାରୀ ପରି ସଙ୍କଟ ସମୟରେ ଭାରତର ବ୍ୟାଙ୍କିଙ୍ଗ ବ୍ୟବସ୍ଥାର ଦକ୍ଷ ପରିଚାଳନା ପାଇଁ ସେଣ୍ଟ୍ରାଲ ବ୍ୟାଙ୍କ ଶକ୍ତିକାନ୍ତ ଦାସଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା । ସେଣ୍ଟ୍ରାଲ ବ୍ୟାଙ୍କ ପକ୍ଷରୁ କୁହାଯାଇଥିଲା, ଶକ୍ତିକାନ୍ତ ଦାସ ଅନେକ ଗୁରୁତ୍ୱପୂର୍ଣ ସଂସ୍କାର ଆଣିଛନ୍ତି, କଷ୍ଟଦାୟକ ସମୟ ମଧ୍ୟରେ ଭାରତକୁ ଆଗେଇ ନେଇଛନ୍ତି ।

Shaktikanta DasShaktikanta Das

ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ଶକ୍ତିକାନ୍ତ ଦାସ ଅନେକ ବଡ଼ ନିଷ୍ପତ୍ତି ନେଇଥିଲେ ।  ସେ ଦୁଇ ହଜାର ଟଙ୍କିଆ ନୋଟର ପ୍ରଚଳନ ବନ୍ଦ କରିବା ପାଇଁ ଏକ ବଡ ନିଷ୍ପତ୍ତି ନେଇଥିଲେ । ଏଥିସହିତ ବିଶ୍ୱ ବଜାରରେ ଅସ୍ଥିରତା ମଧ୍ୟରେ ମୁଦ୍ରାସ୍ଫୀତିର ମୁକାବିଲା କରିବା ନିମନ୍ତେ ସେ ଅତ୍ୟନ୍ତ ପ୍ରଶଂସନୀୟ ଭୂମିକା ଗ୍ରହଣ କରିଥିଲେ । କରୋନା ସଙ୍କଟ ସମୟରେ ମଧ୍ୟ ତାଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ପାଇଁ ପ୍ରଶଂସା ସାଉଁଟିଥିଲେ। ସେହି ସମୟ ମଧ୍ୟରେ ସେ ବ୍ୟାଙ୍କଗୁଡ଼ିକୁ କିଛି ମାସ ପାଇଁ ଇଏମଆଇ ସମୟସୀମା କୋହଳ କରିବାକୁ ନିର୍ଦ୍ଦେଶ ଦେଇଥିଲେ । 

ଅଧିକ ପଢ଼ନ୍ତୁ :  ବଡ଼ ଭେଟ୍‌ଘାଟ୍, ବଡ଼ ଡିଲ୍...ବିଶ୍ୱ ଦେଖିଲା ଭାରତ-ଆମେରିକା ସମ୍ପର୍କର ନୂଆ ଅଧ୍ୟାୟ

PM Modi India PM Narendra Modi Shaktikanta Das IAS Officer Appointed
Advertisment
Advertisment