• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Heatwave

Heatwave killed over 190 homeless people in Delhi
ଦିଲ୍ଲୀରେ ଅସହ୍ୟ ତାତି; ୮ଦିନରେ ଗଲାଣି ୧୯୨ ବାସହୀନଙ୍କ ଜୀବନ

ଭୂମିହୀନ ଲୋକଙ୍କ ପାଇଁ କାର୍ଯ୍ୟ କରୁଥିବା ଏକ ଏନଜିଓ ସେଣ୍ଟର ଫର ହୋଲିଷ୍ଟିକ୍ ଡେଭଲପମେଣ୍ଟ ଦାବି କରିଛି ଯେ ଜୁନ୍ ୧୧ରୁ ୧୯ ତାରିଖ ମଧ୍ୟରେ ଦିଲ୍ଲୀରେ ଅତ୍ୟଧିକ ଗରମ ହେତୁ ୧୯୨ଜଣ ବାସହୀନଙ୍କ ମୃତ୍ୟୁ ଘଟିଛି। ଗତ ଦୁଇ ଦିନ ମଧ୍ୟରେ ୨୨ଜଣ ରୋଗୀଙ୍କୁ ରାମ ମନୋହର ଲୋହିଆ (ଆରଏମଏଲ) ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Temperature
ଏଥର ଗମ୍‌ଗମ୍‌ ରଜ ! ଲୋକଙ୍କୁ କଲବଲ କରିବ ଗୁଳୁଗୁଳି

ରାତି ପାହିଲେ ରଜ ସଜବାଜ ପାଇଁ ଗାଁଠୁ ସହର ସବୁଠି ଉତ୍ସାହ। ଆଜି ସଜବାଜ, ସେଥିପାଇଁ ଏକାଠି ହେଲେଣି ଝିଅ-ବୋହୁ। ନୂଆ ପୋଷାକ ପିନ୍ଧି, ପାଦରେ ଅଳତା ନାଇ, ପୋଡ଼ ପିଠା ସହ ଭଳିକି ଭଳି ପିଠାପଣା ଖାଇ ରଜଦୋଳିରେ ଝୁଲିବେ।

 litchi
ଚିନ୍ତାରେ ଲିଚୁ ଚାଷୀ

ଦାଉ ସାଧିଲା ପ୍ରବଳ ଗ୍ରୀଷ୍ମପ୍ରବାହ । ଚିନ୍ତାରେ ଲିଚୁ ଚାଷୀ । ଅମଳ ପୂର୍ବରୁ ନଷ୍ଟ ହେଲାଣି ପେନ୍ଥା ପେନ୍ଥା ଲିଚୁ । ଚଳିତ ବର୍ଷ ପ୍ରବଳ ଖରା ଓ ବର୍ଷା ନହେବାରୁ ଲିଚୁ ଚାଷୀ ଚିନ୍ତାରେ ପଡ଼ିଛି ।

 news anchor faints
ଖବର ପଢ଼ୁଥିଲେ ଆଙ୍କର; ହୋଇଗଲେ ବେହୋସ୍

ଅସହ୍ୟ ହେଉଥିଲା ଗରମ । ଷ୍ଟୁଡିଓରେ ବସି ଖବର ପଢ଼ୁଥିଲେ ନ୍ୟୁଜ ଆଙ୍କର । ପାଣିପାଗ ଉପରେ ଦେଉଥିଲେ ସୂଚନା । ହେଲେ ହଠାତ୍ହୋଇଗଲେ ଅଚେତ୍। ଏ ହେଉଛନ୍ତି ଡିଡି ବାଂଲାର ନ୍ୟୁଜ୍ଆଙ୍କର ଲୋପାମୁଦ୍ରା ସିହ୍ନା । ଯାହାଙ୍କ ଅସୁସ୍ଥ ହେବାବେଳର ଫଟୋ ଏବଂ ଭିଡିଓ ଏବେ ଖୁବ୍ଭାଇରାଲ ହେବାରେ ଲାଗିଛି ।

hwatwave
ରାଜ୍ୟରେ ନିଆଁ ବର୍ଷା; ଅଂଶୁଘାତ ମୁକାବିଲା ପାଇଁ ନନ୍ଦନକାନନରେ ସ୍ୱତନ୍ତ୍ର ବ୍ୟବସ୍ଥା

ଅଂଶୁଘାତ ମୁକାବିଲା ପାଇଁ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଜୀବଜନ୍ତୁଙ୍କ ଲାଗି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଡାକ୍ତରଙ୍କ ପରାମର୍ଶରେ ଜୀବଜନ୍ତୁଙ୍କୁ ଦିଆଯାଉଛି ତରଭୁଜ, ଆଖୁ ଭଳି ସପର ଫ୍ରୁଟ୍ ଏବଂ ଆଣ୍ଟି ହିଟ୍ ମେଡିସିନ।

Heat Wave
ଫୁଟୁଛି ଓଡ଼ିଶା, ୪୨ ଡିଗ୍ରୀ ପାଖରେ ତାତି

ଆଜି ରାଜ୍ୟର ୭ ସହରର ତାପମାତ୍ରା ୪୧ ଉପରେ । ୪୧.୭ ଡିଗ୍ରୀ ସହ ମାଲକାନଗିରି ସର୍ବାଧିକ ଉତ୍ତପ୍ତ ।

Odisha Weather
କଲବଲ କଲାଣି ଖରା; ହିଟୱେଭ୍ ନେଇ ଆଗୁଆ ସତର୍କ କରାଇଲେ SRC

ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ଆଉ କିଛି ଅଞ୍ଚଳରେ ତାତି ବଢିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଗତକାଲି ରାଜଧାନୀ ଭୁବନେଶ୍ୱରରେ ସର୍ବୋଚ୍ଚ ତାପମାତ୍ରା ୩୬.୪ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ୧୫ଟି ସହରର ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଥିଲା ।

Odisha Weather
କମିଲା ଶୀତ, ବଢିଲା ତାତି; ଉପକୂଳ ଓଡ଼ିଶାକୁ ଘନକୁହୁଡି ନେଇ ସତର୍କ ସୂଚନା

ଘନକୁହୁଡି ନେଇ ଆଲର୍ଟ କରିଛି ପାଣିପାଗ କେନ୍ଦ୍ର । ବିଶେଷକରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରପଡ଼ା, କଟକ, ଜଗତସିଂହପୁର, ନୟାଗଡ଼, କନ୍ଧମାଳ, କଳାହାଣ୍ଡି, ପୁରୀ, ଖୋର୍ଦ୍ଧା, ଗଂଜାମ, ଗଜପତି ଓ କୋରାପୁଟ ଜିଲ୍ଲାରେ ଘନ କୁହୁଡି ଦେଖାଦେବ ।

heat wave
ଆହୁରି ୩ ଦିନ ଭୀଷଣ ତାତି !

ରାଜ୍ୟରେ ଆହୁରି ୩ ଦିନ ଭୀଷଣ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ନେଇ ପୃର୍ବାନୁମାନ କରିଛି ପାଣିପାଗ ବିଭାଗ ।

27 die due to heatwave in Bihar
୪୦ ଡିଗ୍ରୀ ଉପରେ ତାପମାତ୍ରା, ପ୍ରବଳ ଗରମରେ ଚାଲିଗଲା ୨୭ ଜୀବନ

ପ୍ରବଳ ଗରମରେ ବିହାରରେ ୨୭ ଜଣଙ୍କ ମୃତ୍ୟୁ ହୋଇଛି। ଗ୍ରୀଷ୍ମ ପ୍ରବାହ ଯୋଗୁ ବିହାରର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ ହୋଇଛି।

Bhubaneswar records 44.4 degree
ଜଳୁଛି ରାଜଧାନୀ; ଦିନ ସାଢ଼େ ୨ଟା ସୁଦ୍ଧା ଭୁବନେଶ୍ୱର ତାପମାତ୍ରା ୪୪.୪ ଡିଗ୍ରୀ

ଝାରସୁଗୁଡ଼ା ରାଜ୍ୟର ସର୍ବାଧିକ ଉତ୍ତପ୍ତ ଜିଲ୍ଲା ବୋଲି କୁହାଯାଇଛି । ଆଜି ଝାରସୁଗୁଡ଼ାରେ ୪୪.୬ ଡିଗ୍ରୀ ତାପମାତ୍ରା ରହିଥିଲା । ଭୁବନେଶ୍ୱର ଭଳି ସମ୍ବଲପୁର ତାପମାତ୍ରା ମଧ୍ୟ ୪୪.୪ ଡିଗ୍ରୀ ରହିଥିବା ସୂଚନା ଦିଆଯାଇଛି ।

Odisha Weather
ଆହୁରି ତାତିବ ଓଡ଼ିଶା; ୪ ଜିଲ୍ଲାରେ ଟପିବ ୪୫ ଡିଗ୍ରୀ ତାପମାତ୍ରା !

୧୬ ତାରିଖରେ ସୁନ୍ଦରଗଡ, ସମ୍ବଲପୁର, ଝାରସୁଗୁଡା, ସୋନପୁର, ଅନୁଗୁଳ, ଦେବଗଡ, ବୌଦ୍ଧ, ବଲାଙ୍ଗିରକୁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି ହୋଇଛି ।

Odisha Weather
ଆଗକୁ ଆହୁରି କଲବଲ କରିବ ତାତି; ୪ ଦିନ ସିଝିବ ଓଡ଼ିଶା !

ଦିନ ସାଢେ ୨ଟା ସୁଦ୍ଧା ସାରା ରାଜ୍ୟରେ ପ୍ରବଳ ଗୁଳୁଗୁଳି ସହ ଗରମ ଅନୁଭୂତ ହୋଇଛି । ଭୁବନେଶ୍ବରରେ ଦିନ ସାଢ଼େ ୨ଟା ସୁଦ୍ଧା ୩୭ ଡିଗ୍ରୀ ସେଲସିୟସ ରହିଥିବାବେଳେ ୪୩.୨ ଡିଗ୍ରୀ ସହ ସମ୍ବଲପୁରରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି ।

Bhubaneswar temperature
କଲବଲ ହେଉଛି ଜୀବନ ! ଗତକାଲିଠୁ ଆଜି ଅଧିକ ତାତି

ପ୍ରଚଣ୍ଡ ଗ୍ରୀଷ୍ମ ସାଙ୍ଗକୁ ଦିନସାରା ଗୁଳୁଗୁଳିରେ ସିଝୁଛନ୍ତି ଲୋକେ । ଗତକାଲି ଦିନର ତାପମାତ୍ରା ହିସାବରେ ରାଜ୍ୟର ୧୩ ସହରରେ ପାରଦ ୪୦ ଡିଗ୍ରୀ ପାର୍ କରିଛି । ସକାଳ ୮ଟା ୩୦ ସୁଦ୍ଧା ତାପମାତ୍ରା ୩୨.୬ ଡିଗ୍ରୀ ପାର ହୋଇଛି ।

Kotia
ଓଡ଼ିଶା ସ୍କୁଲରୁ ବିଜୁଳି କାଟିଦେଲା ଆନ୍ଧ୍ର !

ପ୍ରଶାସନ ସହ କ୍ଷମତା ଲଢ଼େଇ କରି କୋଟିଆକୁ ନିଜର ଦାବି କରୁଥିବା ଆନ୍ଧ୍ର ଓଡ଼ିଶାର ସ୍କୁଲରୁ ଲାଇନ୍ କାଟିଦେଲା । ହଁ, ଏବେ କୁନି କୁନି ଛାତ୍ରଛାତ୍ରୀଙ୍କୁ ଦହଗଞ୍ଜ କରୁଛି ଆନ୍ଧ୍ର । ଏଭଳି ଘଟଣା ଦେଖିବାକୁ ମିଳିଛି କୋଟିଆର ନେରିଡିବାଲସା-ତାଡ଼ି ବାଲସା ଆବାସିକ ବିଦ୍ୟାଳୟରେ। ସ୍କୁଲଟି ଓଡ଼ିଶା ସରକାରଙ୍କ ଦ୍ବାରା ଚାଲୁଥିବା ଜାଣିବା ପରେ ଆନ୍ଧ୍ର ଦେଇଥିବା ବିଜୁଳି ସଂଯୋଗ କାଟି ଦେଇଛି

Weather
ବୈଶାଖ ନହେଉଣୁ ଏତେ? ଆଗକୁ କେତେ?

ଧୁ ଧୁ ଖରା.. ଅସ୍ତବ୍ୟସ୍ତ ରାଜ୍ୟବାସୀ । କିଛି ଦିନ ଅନ୍ତରାଳରେ ଲୋକଙ୍କୁ ପୁଣି ଅଣନିଶ୍ୱାସୀ କରିଛି ଗ୍ରୀଷ୍ମ ପ୍ରକୋପ । ମାର୍ଚ୍ଚରୁ ଏପ୍ରିଲର ପ୍ରଥମ ସପ୍ତାହ ଯାଏଁ ପଶ୍ଚିମାଝଡ଼ ଏବଂ କାଳ ବୈଶାଖୀ ପ୍ରଭାବରେ ଖରାର ପ୍ରଭାବ ସେତେଟା ଅନୁଭୂତ ହୋଇନଥିଲା । ତେବେ ଆଜି ରାଜ୍ୟର ଅଧିକାଂଶ ଅଞ୍ଚଳରେ ବଦଳିଛି ପାଗର ମିଜାଜ୍ । ରାଜଧାନୀ ଭୁବନେଶ୍ୱରରେ ସକାଳ ସାଢେ ୮ ସୁଦ୍ଧା ପାରା ୩୧ ଡିଗ୍ରୀ ଅତିକ୍ରମ କରିସାରିଥିଲା । ଦିନ ୧୧ଟା ୩୦ ବେଳକୁ ୩୭.୨ ଡିଗ୍ରୀ ଓ ୨ଟା ୩୦ ସୁଦ୍ଧା ୩୯ ଡିଗ୍ରୀ ଛୁଇଁଥିଲା । ତେବେ ଆଜି ରେକର୍ଡ ତାତି ଅନୁଭୂତ ହୋଇଛି ଝାରସୁଗୁଡ଼ା ଓ ବାରିପଦାରେ

Heat Wave
ପ୍ରଚଣ୍ଡ ତାତି ! କଲବଲ ହେଲାଣି ଓଡ଼ିଶା, ଝାରସୁଗୁଡ଼ା-ବାରିପଦାରେ ୪୦ ଡିଗ୍ରୀ

ଚଳିତ ବର୍ଷ ରାଜ୍ୟରେ ପ୍ରଥମ ଥର ଲାଗି ୪୦ ଡିଗ୍ରୀ ଟପିଲା ପାରା । ଆଜି ଝାରସୁଗୁଡ଼ାରେ ସର୍ବୋଚ୍ଚ ତାପମାତ୍ରା ୪୦.୪ ଡିଗ୍ରୀ ରହିଥିବା ବେଳେ ବାରିପଦାରେ ବି ପାରା ୪୦ ଛୁଇଁଛି । ରାଜଧାନୀ ଭୁବନେଶ୍ୱର ଓ ସମ୍ବଲପୁରରେ ମଧ୍ୟ ଏହା ପାଖାପାଖି ରହିଛି ତାପମାତ୍ରା । ଆସନ୍ତା ୧୬ ତାରିଖ ଯାଏ ଅଗ୍ନିବର୍ଷା ନେଇ ସତର୍କ କରାଇଛି ପାଣିପାଗ ବିଭାଗ। ପ୍ରଚଣ୍ଡ ଖରାକୁ ଦେଖି ସତର୍କ ରହିବାକୁ କୁହାଯାଇଛି ।

heat wave
ଜଳୁଛି ପଶ୍ଚିମ ଓଡ଼ିଶା : ୮ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

ଆଜି ଟିଟିଲାଗଡ଼ର ସର୍ବୋଚ୍ଚ ତାପମାତ୍ରା ୪୫.୨ ଡିଗ୍ରୀ

heat wave
ଜଳୁଛି ବରଗଡ଼ ସହର, ଗରମରେ ଛଟପଟ ଲୋକେ

ବଢି ଚାଲିଛି ଗ୍ରୀଷ୍ମ ପ୍ରବାହ। ବୃଦ୍ଧି ପାଉଛି ତାପମାତ୍ରା। ଅସ୍ତବ୍ୟସ୍ତ ବରଗଡ଼ ସହର। ମୁଣ୍ଡଫଟା ଖରାରେ ଜନଜୀବନ ପ୍ରଭାବିତ ହୋଇପଡିଛି। ବାରମ୍ବାର ବିଦ୍ୟୁତ କାଟ କଷ୍ଟକୁ ବଢାଇ ଦେଇଛି...

 Heatwave
ଭାଜି ହେଉଛି ସହର, ସିଝି ଯାଉଛି ଦେହ : ରୌଦ୍ରତାପ କବଳରେ ଦେଶର ୭୦ ପ୍ରତିଶତ ଅଞ୍ଚଳ

ଏପ୍ରିଲ ମାସରେ ଅସହ୍ୟ ତାତି । ଭୀଷଣ ଗ୍ରୀଷ୍ମ ପ୍ରବାହରେ ଅସ୍ତବ୍ୟସ୍ତ ଦେଶ । ତାତି ବଢ଼ାଉଛି ପଶ୍ଚିମା ବାୟୁ ।

Heatwave In Odisha | SCB Medical College And Hospital Sets Up Heatstroke Ward
ଏଣିକି ଅଂଶୁଘାତ ରୋଗୀଙ୍କୁ ମିଳିଲା ଆଶ୍ୱସ୍ତି; SCBରେ ଖୋଲିଲା ସ୍ୱତନ୍ତ୍ର ‘ଅଂଶୁଘାତ ଓ୍ୱାର୍ଡ’

ଅସହ୍ୟ ତାତିରେ ପ୍ରଭାବିତ ଲୋକଙ୍କ ପାଇଁ କଟକ ଏସସିବି ପରିସରରେ ଖୋଲିଲା ସ୍ୱତନ୍ତ୍ର ଅଂଶୁଘାତ ଓ୍ୱାର୍ଡ ।

heat wave
୫ ରୁ ପୁଣି ବଢ଼ିବ ତାତି

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି କାଳବୈଶାଖୀର ପ୍ରଭାବ। ପ୍ରଭାବରେ ଉପକୂଳ ଓଡ଼ିଶାରେ ତାପମାତ୍ରା କିଛି ପରିମାଣରେ ହ୍ରାସ ପାଇଛି। ତଥାପି ଗତକାଲି ରାଜ୍ୟର ୩ଟି ସ୍ଥାନରେ ତାପମାତ୍ରା ୪୦ଡିଗ୍ରୀ ଉପରେ ରେକର୍ଡ କରାଯାଇଛି। ଟିଟିଲାଗଡ, ମାଲକାନଗିରି ଓ ସୋନପୁରରେ ତାପମାତ୍ରା ୪୦ଡିଗ୍ରୀ ଉପରେ ଥିଲା। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆସନ୍ତା ମେ ୪ ତାରିଖ ଯାଏଁ ତାତିରେ ସାମାନ୍ୟ ହ୍ରାସ ହେବ। ୫ରୁ ପୁଣି ତାପମାତ୍ରା ବୃଦ୍ଧି ପାଇବ। ସେପଟେ କାଳବୈଶାଖୀ ବର୍ଷା ଯୋଗୁଁ ଗତକାଲି […]

hot
ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମର ପ୍ରକୋପ

ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମର ପ୍ରକୋପ। ଗତକାଲି ୧୦ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ଶୁକ୍ରବାର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ଥିଲା ଟିଟିଲାଗଡ । ଏଠାରେ ସର୍ବାଧିକ ତାପମାତ୍ରା ୪୩ ଦଶମିକ ୫ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି। ସେହିପରି ୪୨ ଦଶମିକ ୬ ଡିଗ୍ରୀ ତାପମାତ୍ରା ସହ ଦ୍ୱିତୀୟ ସ୍ଥାନରେ ରହିଛି ବଲାଙ୍ଗିର।  ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ୩୬ ଦଶମିକ ୬ ଡିଗ୍ରୀ ରହିଛି।

monsoon
ତାତିରୁ ମିଳିପାରେ ତ୍ରାହି

ଭୁବନେଶ୍ୱର: ଆଜି ଏବଂ କାଲି ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ୨ରୁ ୩ ଡିଗ୍ରୀ କମିବ।  ଯାଜପୁର, କେନ୍ଦୁଝର, ମୟୁରଭଂଜ, ବାଲେଶ୍ୱର ଓ ଭଦ୍ରକର ବିଭିନ୍ନ ସ୍ଥାନରେ କାଳ ବୈଶାଖୀର ସମ୍ଭାବନା ରହିଛି। ତେଣୁ ଆଗକୁ ଗ୍ରୀଷ୍ମ ପ୍ରକୋପରୁ ସାମାନ୍ୟ ଆଶ୍ୱସ୍ତି ମିଳିପାରେ। ଏଭଳି  ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। କାଳବୈଶାଖୀ ପ୍ରଭାବରେ ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ହେବ। ବର୍ତ୍ତମାନ ଦକ୍ଷିଣ-ପଶ୍ଚିମ ଦିଗରୁ ବାୟୁ ପ୍ରବାହିତ ହେଉଛି। ପୁନର୍ବାର ୫ ତାରିଖ […]