/odishatv-khabar/media/post_attachments/uploadimage/library/16_9/16_9_0/IMAGE_1684913249.jpg)
Scooter rider dies
ସାଂସଦଙ୍କ କାର୍ ଧକ୍କାରେ ଗଲା ସ୍କୁଟି ଚାଳକଙ୍କ ଜୀବନ । ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କ ଗାଡି ଧକ୍କାରେ ଜଣେ ସ୍କୁଟି ଆରୋହୀଙ୍କ ମୃତ୍ୟୁ ହୋଇଛି । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ତମିଆଁ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ସମୟରେ ନିଜେ ସାଂସଦ ନିରଞ୍ଜନ ବିଶି ଗାଡ଼ିରେ ଉପସ୍ଥିତ ଥିବା ନେଇ ଚର୍ଚ୍ଚା ଜୋର ଧରିଛି ।
Advertisment
ସେପଟେ ମୃତ ସ୍କୁଟି ଆରୋହୀ ଲାରମ୍ଭାରେ ଥାନା ଇନପୁର ଗାଁର ଟଙ୍କଧର ବିଶ୍ୱାଳ ବୋଲି ଜଣାପଡିଛି । ଘଟଣାକୁ ନେଇ ପାଟଣାଗଡ଼ ପୋଲିସ ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣା ସମୟରେ ନିଜେ ଉପସ୍ଥିତ ନଥିବା ଏବଂ ଡ୍ରାଇଭର ଗାଡି ନେଇକି ଯାଇଥିବା କହିଛନ୍ତି ସାଂସଦ । କିନ୍ତୁ ସାଂସଦ ସତ କହୁଛନ୍ତି ନା ମିଛ, ତଦନ୍ତ ପରେ ଜଣାପଡିବ । ପାଟଣାଗଡ଼ ପୋଲିସ ତଦନ୍ତ ଆରମ୍ଭ କରିଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)