Advertisment

ଗରିବଙ୍କ ଚାଉଳ ଚଳୁ କରିଦେଲେ ସରକାରୀ ବାବୁ

ଗରିବ ଦୁଃଖୀ ଲୋକଙ୍କ ଚାଉଳ ଚଳୁ କରିଦେଇଛନ୍ତି ସରକାରୀ ବାବୁ । ବସ୍ତେ କି ଦୁଇ ବସ୍ତା ନୁହେଁ ବରଂ ହଜାର ହଜାର କୁଇଣ୍ଟାଲ୍ । ବର୍ଷ ବର୍ଷ ଧରି ବଲାଙ୍ଗିରରେ ଏମିତି ଚାଲିଛି । ଆଉ ଏବେ ଘଟଣା ପ୍ରଘଟ ହେବା ପରେ ଚାଲିଛି ଧରପଗଡ଼ ।

author-image
Manoranjan Behera
ଅଦ୍ୟତନ ହୋଇଛି
Odisha PDS Rice Scam

PDS rice

ବଲାଙ୍ଗିରରେ ଗରିବ ଗୁରୁବାଙ୍କ ଚାଉଳ ଚଳୁ । ଯେଉଁ ଚାଉଳ ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ଲୋକେ ପାଇବା କଥା ସେ ଚାଉଳକୁ ଚଳୁ କରିଦେଇଛନ୍ତି ନିଜେ ଅତିରିକ୍ତ ଯୋଗାଣ ଅଧିକାରୀ । ଏଭଳି ସାଙ୍ଘାତିକ ଅଭିଯୋଗ ଆସିବା ପରେ ଏବେ ବଲାଙ୍ଗିରରେ ଚାଲିଛି ଧରପଗଡ। ଚାଉଳ ଦୁର୍ନୀତି ତଦନ୍ତରେ ଥିବା ଅତିରିକ୍ତ ଯୋଗାଣ ଅଧିକାରୀ ଶରତ ରାଉତ ତଦନ୍ତ ଦାୟିତ୍ୱରୁ ବିଦା ହୋଇଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ରିପୋର୍ଟ ଆସିଲେ ହେବ କଡା କାର୍ଯ୍ୟାନୁଷ୍ଠାନ।

Advertisment

ଗରିବ ଦୁଃଖୀ ଲୋକଙ୍କ ଚାଉଳ ଚଳୁ କରିଦେଇଛନ୍ତି ସରକାରୀ ବାବୁ । ବସ୍ତେ କି ଦୁଇ ବସ୍ତା ନୁହେଁ ବରଂ ହଜାର ହଜାର କୁଇଣ୍ଟାଲ୍ । ବର୍ଷ ବର୍ଷ ଧରି ବଲାଙ୍ଗିରରେ ଏମିତି ଚାଲିଛି । ଆଉ ଏବେ ଘଟଣା ପ୍ରଘଟ ହେବା ପରେ ଚାଲିଛି ଧରପଗଡ଼ । ବଲାଙ୍ଗିରେ ପିଡିଏସ୍ ଚାଉଳ ଦୁର୍ନୀତିକୁ ନେଇ ଓଟିଭିରେ ଖବର ପ୍ରସାରଣ ହେବା ପରେ ଏବେ ହରଡ଼ଘଣାରେ ପଡ଼ିଛନ୍ତି ଜିଲ୍ଲାର ଅତିରିକ୍ତ ଯୋଗାଣ ଅଧିକାରୀ ଶରତ ରାଉତ। ଅଭିଯୋଗ ଆସୁଛି ଶରତଙ୍କ ଇଙ୍ଗିତରେ କାଳେ ଏଠି ସବୁ ଚାଲୁଥିଲା । ୟାଙ୍କ ନାଁ ନେଇ ଚାଉଳ ବଣ୍ଟା ଦାୟିତ୍ୱରେ ଥିବା ଏସଏଚଜି ମହିଳାମାନଙ୍କୁ ଚାନ୍ଦା ମାଗୁଥିଲେ ଦଲାଲ୍ । ତା’ର ଏକ୍ସକ୍ଲୁସିଭ୍ ଅଡିଓ ମଧ୍ୟ ଓଟିଭିରେ ପ୍ରସାରଣ ହୋଇଛି ।

ସବୁଠାରୁ ଆଶ୍ଚର୍ଯ୍ୟକର କଥା ବଲାଙ୍ଗିରରେ ଚାଉଳ ଦୁର୍ନୀତିକୁ ନେଇ ଏବେ ତଦନ୍ତ ଚାଲିଥିବା ବେଳେ ଅତିରିକ୍ତ ଯୋଗାଣ ଅଧିକାରୀ ଶରତ ରାଉତଙ୍କ ନାଁରେ ଆସିଥିଲା ସାଙ୍ଘାତିକ ଅଭିଯୋଗ । ଯେଉଁ POX ମେସିନରେ ପିଡିଏସ୍ ବଣ୍ଟନ ବ୍ୟବସ୍ଥାର ସବୁ ତଥ୍ୟ ରହୁଛି ତାର ଆଇଡି ପାସୱାର୍ଡ ବି ନିଜେ ରଖୁଥିଲେ ଶରତ । ଏମିତିକି ବଲାଙ୍ଗିର ପୌର ସଂସ୍ଥାର ଏସିଏସଓ ପୁଷ୍ପଲତା ଦାସ୍ ମଧ୍ୟ ଖୁଲମ୍ ଖୁଲ୍ଲା କହିଛନ୍ତି, ସବୁ ଦୁର୍ନୀତି ଉପର ଲେଭେଲରେ ହେଉଛି । ଆଉ ଏ ବାବଦରେ ପଚାରିଲା ବେଳକୁ ଏବେ ଉପଜିଲ୍ଲାପାଳ କହୁଛନ୍ତି ଆମେ ACSO ଶରତ ରାଉତଙ୍କୁ ତଦନ୍ତ ଦାୟିତ୍ୱରୁ ହଟାଇ ଦେଇଛୁ । ତାଙ୍କ ବିରୋଧରେ ମଧ୍ୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।

Advertisment

ଜିଲ୍ଳା ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଦସ୍ତଖତରେ ସମସ୍ତ ଯୋଗାଣ ଅଧିକାରୀ ଓ ନୀରିକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଗତ ଫେବୃୟାରୀରୁ ସାଧାରଣ ଚାଉଳ ବଦଳରେ ଭିଟାମିନ୍ ଯୁକ୍ତ ଚାଉଳ ଦିଆଯିବ । ତେଣୁ ଯାହାପାଖରେ ଯେତେ ଷ୍ଟକ୍ ଅଛି ସବୁ ଆଡଜଷ୍ଟ କର । ଯଦି ଗୋଟିଏ ବି ଦାନା ସାଧାଚାଉଳ ବଳକା ରହେ ତେବେ ବ୍ୟକ୍ତିଗତ ଭାବରେ, ଅଧିକାରୀ ଓ ବଣ୍ଟନରେ ସାମିଲ ଅନୁଷ୍ଠାନ ଦାୟୀ ରହିବେ । ବାସ୍ ଏଇ ହିସାବରେ ସବୁ ଠିକ୍ ଠାକ୍ କରିଦେବା ପାଇଁ ACSO ଶରତ ରାଉତ୍ ଦଲାଲ୍ ଯୋଗେ ବଟି ମାଗିଥିବା ନେଇ ପୂର୍ବରୁ ଅଭିଯୋଗ ହୋଇଥିଲା । ଘଟଣା ସଂପର୍କରେ ଶରତ ଏବେ ମୁହଁ ଖୋଲି ନଥିବା ବେଳେ ପୂର୍ବରୁ କହିଥିଲେ ତଦନ୍ତ ଚାଲିଛି, ସରିବା ପରେ ଯିଏ ଦୋଷୀ ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ।

ସେପଟେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ମୀରରାଜ ଅଲ୍ଲି ମଧ୍ୟ ଘଟଣା ସଂପର୍କରେ ମୁହଁ ଖୋଲି ନଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ରିପୋର୍ଟ ଆସିଲେ ହେବ କାର୍ଯ୍ୟାନୁଷ୍ଠାନ ହେବ ।

PDS Scam
Advertisment
Advertisment