Advertisment

ରାଜା ଘର ଗୁମର କଥା: ‘ଘରକୁ ଗୁଣ୍ଡା ଆଣୁଥିଲେ ଅଦ୍ରିଜାଙ୍କ ବାପା, ଜମି ମାଫିଆଙ୍କ ସହ ରହିଛି ସମ୍ପର୍କ’

ପତ୍ନୀ ଅଦ୍ରିଜାଙ୍କ ଅଭିଯୋଗ ଉପରେ ସ୍ୱାମୀ ଅର୍କେଶ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ‘ମୁଁ ତାଙ୍କ(ଅଦ୍ରିଜା) ବାପାଙ୍କୁ କହିଲି ଦଶ ଦଶଟା ଗୁଣ୍ଡା ଆଣି କାହିଁକି ଘରେ ପସାଉଛନ୍ତି? ସେ କହିଲେ ଦଶଟା କଣ ଶହେ ଗୁଣ୍ଡା ନେଇକି ଆସିବି।’

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Domestic violence Case Hits Odisha Royal Family

Domestic violence case hits Odisha royal family

ବଲାଙ୍ଗିରର ପ୍ରତିଷ୍ଠିତ ରାଜପରିବାର ବିରୋଧରେ ପାରିବାରିକ ହିଂସା ଅଭିଯୋଗ ଆସିଛି। ଅନଙ୍ଗ ଉଦୟ ସିଂ ଦେଓଙ୍କ ସାନ ପୁଅ ଅର୍କେଶ ସିଂ ଦେଓଙ୍କ ବିରୋଧରେ ତାଙ୍କ ପତ୍ନୀ ଅଦ୍ରିଜା ସିଂ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଅର୍କେଶଙ୍କ ସମେତ ତାଙ୍କ ଶ୍ୱଶୁର ଘର ଲୋକେ ଯୌତୁକ ନିର୍ଯାତନା ସହ ମାର୍‌ପିଟ୍ କରୁଥିବା ଅଦ୍ରିଜା ଅଭିଯୋଗ କରିଛନ୍ତି।

Advertisment

ସେପଟେ ପତ୍ନୀ ଅଦ୍ରିଜାଙ୍କ ଅଭିଯୋଗ ଉପରେ ସ୍ୱାମୀ ଅର୍କେଶ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ‘ମୁଁ ତାଙ୍କ(ଅଦ୍ରିଜା) ବାପାଙ୍କୁ କହିଲି ଦଶ ଦଶଟା ଗୁଣ୍ଡା ଆଣି କାହିଁକି ଘରେ ପସାଉଛନ୍ତି? ସେ କହିଲେ ଦଶଟା କଣ ଶହେ ଗୁଣ୍ଡା ନେଇକି ଆସିବି। ଛଅ-ଆଠ ମାସ ହେଲା ଅଦ୍ରିଜା ମୋ ନାଁରେ ଘରୋଇ ହିଂସା ମାମଲା କରିଛନ୍ତି। କେସ୍‌ ଫାଇଲ୍‌ ପରେ ମୁଁ ସେ ଘର ଛାଡ଼ି ଦେଇଛି। ସେ ଘରେ ତାଙ୍କ ଭଉଣୀ ୨ ବର୍ଷ ହେଲା ରହୁଛନ୍ତି। ତାଙ୍କ ବାପା ଆସି ସେ ଘରେ ମାସକରେ ୧୫ରୁ ୨୦ ଦିନ ରହୁଛନ୍ତି।’

Advertisment

‘ପୋଲିସ ପରାମର୍ଶରେ ସେଠି ମୁଁ ସିସିଟିଭି ଲଗାଇବାକୁ ଚେଷ୍ଟା କରିଛି। ତାଙ୍କ ସୁରକ୍ଷା ପାଇଁ ଓ ମୋ ସୁରକ୍ଷା ପାଇଁ ଲଗାଇବାକୁ ଚେଷ୍ଟା କରିଥିଲି। ତଥାପି ସେ ସିସିଟିଭି ତାର କାଟି ଦେଉଛନ୍ତି, ଭିଡିଓ ପୋଲିସକୁ ଦେଇଛି। ସେ ଘରକୁ ମୁଁ ବହୁତ କମ୍‌ ଯାଏ। ମାସକେ ଥରେ ଦୁଇଥର କପଡ଼ା ପାଇଁ ଯାଏ’ ବୋଲି ଅର୍କେଶ କହିଛନ୍ତି। 

ଅର୍କେଶ ଆହୁରି କହିଛନ୍ତି, ‘୩/୪ ଦିନ ତଳେ ତାଙ୍କ(ଅଦ୍ରିଜା) ବାପା ଆସି ଆମ ସାମ୍ନାରେ ଡିମାଣ୍ଡ ରଖିଲେ। ସେ ଡିମାଣ୍ଡ ଆମ କାପାବିଲିଟି ଠାରୁ ବହୁତ ଅଧିକ। ମୁଁ କହିଛି ମାମଲା ବିଚାରାଧୀନ, କୋର୍ଟ ଯାହା ନିଷ୍ପତ୍ତି ନେବେ।  କିନ୍ତୁ ସେ ପ୍ରେସର ପକାଉଛନ୍ତି, ତାଙ୍କର କିଛି ଜମି ମାଫିଆଙ୍କ ସହ ସମ୍ପର୍କ ରହିଛି।’

ଅଦ୍ରିଜାଙ୍କ ଅଭିଯୋଗ ଅନୁସାରେ, ଶ୍ୱଶୁର ଅନଙ୍ଗ ଉଦୟ ସିଂ ଦେଓ, ବିଜୟ ଲକ୍ଷ୍ମୀ ଦେବୀ, ମେଘନା ରାଣା ଗତ ୫ ବର୍ଷ ଧରି ବାରମ୍ବାର ମାନସିକ ନିର୍ଯାତନା ଦେଉଥିଲେ। ଏପରିକି ତାଙ୍କ ବେଡ୍‌ରୁମ୍‌ରେ କ୍ୟାମେରା ଲଗାଯାଇଥିଲାତାଙ୍କୁ ଗାଳିଗୁଲଜ କରାଯିବା ସହ ଧମକଚମକ ଦିଆଯାଉଥିଲା। ମ୍ୟାନେଜରଙ୍କ ମାଧ୍ୟମରେ ତାଙ୍କୁ ହତ୍ୟା ପାଇଁ ଉଦ୍ୟମ କରାଯାଇଥିଲା। 

Domestic Violence
Advertisment
Advertisment