• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବିବାହ ବନ୍ଧନରେ ବାନ୍ଧି ହେଲେ ଦୁଇ ଜିଲ୍ଲାପାଳ । ଅନନ୍ୟା ଦାସଙ୍କ ହାତ ଧରିଲେ ଚଞ୍ଚଲ ରାଣା । ବିବାହ ପରେ ଜିଲ୍ଲାପାଳ ଦମ୍ପତିଙ୍କ ହୋଇଛି ରିସେପସନ୍ ପାର୍ଟି । ସମ୍ବଲପୁର ଜିଲ୍ଲାପାଳଙ୍କ ମଥାରେ ବଲାଙ୍ଗିର ଜିଲ୍ଲାପାଳଙ୍କ ସିନ୍ଦୂର । ହସ ହସ ମୁହଁରେ ଉଭୟ ଦେଉଛନ୍ତି ଫଟୋ ପୋଜ୍ । ସାଙ୍ଗରେ ପରିବାର, ସାଙ୍ଗ ସାଥୀ ଓ ନିକଟ ସମ୍ପର୍କୀୟ ।

ଗୌହାଟୀର ଏକ ପଂଚତାରକା ହୋଟେଲରେ ଗତକାଲି ଧୁମଧାମରେ ସରିଛି ମେରେଜ୍ ସେରିମୋନି । ପାରମ୍ପରିକ ରୀତିନୀତିରେ ବ୍ୟାଣ୍ଡ, ବାଜା ଓ ବାରାତ ଧରି ବର ପହଞ୍ଚିଥିଲେ କନିଆଁ ପାଖରେ । ହାତଗଣ୍ଠି ପଡିବା ପରେ ଅନନ୍ୟାଙ୍କ ମଥାରେ ସିନ୍ଦୂର ଦେଇ ସାତଜନ୍ମର ସାଥୀ ବନାଇଥିଲେ ଚଂଚଳ ରାଣା । ବିବାହ ପୂର୍ବରୁ ହଳଦି ଓ ମେହେନ୍ଦି ବି ହୋଇଥିଲା ।

ଯେଉଁଥିରେ ଜବରଦସ୍ତ ଡ୍ୟାନ୍ସ କରିଥିଲେ ଦୁଇ ଚର୍ଚ୍ଚିତ ଆଇଏଏସ୍ । ମ୍ୟୁଜିକର ତାଳେ ତାଳେ ଦୁଇ କଲେକ୍ଟର ଲଭ ବାର୍ଡଙ୍କ ଡାନ୍ସ ଭାଇରାଲ ହେଉଛି ସୋସିଆଲ ମିଡିଆରେ । ଗତ ଫେବ୍ରୁଆରୀ ୧୯ ତାରିଖରେ ଅନନ୍ୟାଙ୍କ ସମ୍ବଲପୁର ସ୍ଥିତ ସରକାରୀ ବାସଭବନରେ ଉଭୟଙ୍କ ମଧ୍ୟରେ ନିର୍ବନ୍ଧ ସରିଥିଲା । ଦୁଇ ଆଇଏଏସ୍ ପରସ୍ପରକୁ ମୁଦି ପିନ୍ଧାଇବା ସହ କେକ୍ କାଟିଥିଲେ । ପାରମ୍ପରିକ ରୀତିନୀତିରେ, ନିରାଡମ୍ବର ଭାବେ ସଂପନ୍ନ ହୋଇଥିଲା ନିର୍ବନ୍ଧ ଉତ୍ସବ ।

ଅନନ୍ୟା ପୂର୍ବରୁ ବର୍ତ୍ତମାନର କୋରାପୁଟ ଜିଲ୍ଲାପାଳ ଅବଦଲ ଅଖତରଙ୍କ ସହ ବିବାହ କରିଥିଲେ । ସେହିପରି ଚଞ୍ଚଳ ବର୍ତ୍ତମାନର ରାୟଗଡ଼ା ଜିଲ୍ଲାପାଳ ସ୍ୱାଧା ଦେବ ସିଂଙ୍କୁ ବିବାହ କରିଥିଲେ । ଉଭୟ ଦମ୍ପତିଙ୍କ ମଧ୍ୟରେ ମତଭେଦ କାରଣରୁ ଛାଡ଼ପତ୍ର ହେବା ପରେ ପ୍ରେମରେ ପଡିଥିଲେ ଅନନ୍ୟା ଓ ଚଂଚଲ । ଏବେ ସେମାନଙ୍କ ପ୍ରେମ ବିବାହର ରୂପ ନେଇଛି ।

  • Reported by:
  • MANARANJAN JOSHI