ନନ୍ଦକିଶୋର ନାଗ୍ । ପିଲାଟି ବେଳୁ ଦେଶମାତୃକାର ସେବା ପାଇଁ ସ୍ୱପ୍ନ ଦେଖୁଥିଲେ ସତ, ହେଲେ ପରିସ୍ଥିତି ତାଙ୍କୁ ଶ୍ରମିକ ସଜେଇଦେଇଥିଲା । ବାପା କାଳିଆ ନାଗ, ହଠାତ୍ ପକ୍ଷାଘାତରେ ପୀଡ଼ିତ ହେବାରୁ ପାଠପଢ଼ାରେ ଡୋରି ଲାଗିଲା ।
ଲଗାଣ ବର୍ଷା ଓ ବନ୍ୟା ସ୍ଥିତି ଯୋଗୁଁ ଆସନ୍ତାକାଲି ସ୍କୁଲ ଛୁଟି ଘୋଷଣା ହୋଇଛି । ରାଜ୍ୟର ୯ଟି ଜିଲ୍ଲାରେ ସରକାରୀ ଓ ବେସରକାରୀ ସ୍କୁଲ ଗୁଡ଼ିକ ଆସନ୍ତାକାଲି ଛୁଟି ରହିବ ।
ଡ୍ରେନ ଓ ରାସ୍ତା ଏକାକାର ହୋଇଯାଇଥିବାରୁ ମୁକୁଳା ଡ୍ରେନରେ ଗଳିପଡ଼ିଥିଲେ ସୁଜାତା । ଏଥର ବର୍ଷା ବିତ୍ପାତରେ ଖାଲି ଯେ ନୟାପଲ୍ଲୀରେ ଏଭଳି ଦୁର୍ଦ୍ଦଶା ଦେଖିବାକୁ ମିଳିଛି ତା’ନୁହେଁ ।
ତଳିଆ ଅଞ୍ଚଳରେ ପାଣି ଜମିବା ସହ ଫ୍ଲାସ୍ ଫ୍ଲଡ୍ ଆଶଙ୍କା ମଧ୍ୟ ରହିଛି
ବଲାଙ୍ଗିର ଜିଲ୍ଲାରେ ଲଗାଣ ବର୍ଷା, ତଳି ଅଞ୍ଚଳରେ ପଶିଲା ପାଣି । ଇଷ୍ଟଦେବୀ ମା’ ପାଟଣେଶ୍ୱରୀ ମନ୍ଦିରରେ ପଶିଲା ପାଣି ।
ପରବର୍ତ୍ତୀ ଦୁଇ ଦିନ ପାଇଁ ପୁରୀ, ଜଗତସିଂହପୁର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ସୁବର୍ଣ୍ଣପୁର, ବଲାଙ୍ଗିର, ସମ୍ବଲପୁର, ନୂଆପଡ଼ା, ନବରଙ୍ଗପୁର, ବରଗଡ଼ ଆଦି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି ।
ଲଘୁଚାପ ପାଇଁ ଆଜି ସକାଳ ସାଢେ ୮ଟା ସୁଦ୍ଧା ୨୦ ଜିଲ୍ଲାକୁ ବର୍ଷା ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ମୟୂରଭଂଜ, ଯାଜପୁର, ବଲାଙ୍ଗିର ଏବଂ ବରଗଡ଼ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।
ଆଜି ୩ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଅନ୍ୟପକ୍ଷରେ ୧୪ଟି ଜିଲ୍ଲାକୁ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ଇଏ ଟ୍ରକ୍ ନୁହେଁ କିଲର୍ । ପଛରୁ ଏତେ ଜୋରରେ ଧକ୍କା ଦେଲା ଯେ ୧୦ ଜଣିଆ ପରିବାରର ମୁରବୀଙ୍କ ପ୍ରାଣ ନେଇଗଲା । ସହର ଭିତରେ ଭାରିଯାନ ପ୍ରବେଶ ନିଷେଧ ଥିବା ପରେ ବି ପୋଲିସକୁ ଲାଂଚ ଦେଇ ଗାଡି ଯାଉଛି, ଏମିତି ଜୀବନ ନେଉଛି।
ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିବା ବେଳେ ଆଜି ମଧ୍ୟ କିଛି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।
୨୭ ତାରିଖ ଯାଏ ପ୍ରବଳ ବର୍ଷା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ପ୍ରବଳ ବର୍ଷା ନେଇ ଆଜି ଓ ଆସନ୍ତାକାଲି ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି।
ଲଘୁଚାପ ପ୍ରଭାବରେ ରାଜ୍ୟର ଏକାଧିକ ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି। ଆଜି ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ବଲାଙ୍ଗିର ଛାତ୍ରୀ ହତ୍ୟା ମାମଲାର ପର୍ଦ୍ଦାଫାଶ୍ । ବ୍ରେକ୍ଅପ୍ ପାଇଁ ରାଗିଯାଇଥିଲା ପ୍ରେମିକ...ପ୍ରଥମେ ପ୍ରେମିକାଙ୍କ ମୁଣ୍ଡକୁ କାନ୍ଥରେ ବାଡେଇଲା, ପରେ ଧାରୁଆ ଅସ୍ତ୍ରରେ କାଟିଲା । ହେଲେ କଣ୍ଢେଇ ଧରାଇଦେଲା କିଲର କିଏ? ଦେଖନ୍ତୁ କଣ ଥିଲା ପୂରା ଘଟଣା।
ବର୍ତ୍ତମାନର ଲଘୁଚାପ ଦୁର୍ବଳ ହୋଇଥିବା ବେଳେ ଏହାର ଘୂର୍ଣ୍ଣିବଳୟ ସକ୍ରିୟ ଥିବାରୁ ୨୪ ଘଣ୍ଟା ମଧ୍ୟରେ ୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ପ୍ରବଳ ବର୍ଷା ଆଶଙ୍କାରେ ଆଜି ରାଜ୍ୟର ୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ୧୧ ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି।
ଦୁଇ ଦିନ ତଳେ ବଲାଙ୍ଗିର ନିଖିଲନଗର ଅଞ୍ଚଳରେ ରହୁଥିବା ଶେଷାଦ୍ରୀଙ୍କ ଘରକୁ ଯାଇଥିଲା ମିଳନ । ଉଭୟଙ୍କ ମଧ୍ୟରେ କିଛି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା ।
ଜଣେ ଯୁକ୍ତ ଦୁଇ ଛାତ୍ରୀଙ୍କୁ ତଣ୍ଟି କାଟି ହତ୍ୟା କରାଯାଇଛି ।
ବଲାଙ୍ଗିର ଜିଲ୍ଲା ଅଏଁଲାଚୁଆଁ ଗାଁର ରଜତ ପ୍ରଧାନ ମୃତ୍ୟୁ ଘଟଣା ନୂଆମୋଡ଼ ନେଇଛି। ରଜତଙ୍କ ମୃତ୍ୟୁ ଦୁର୍ଘଟଣା ଜନିତ ନୁହେଁ ବରଂ ଏହା ହତ୍ୟା ବୋଲି ଜଣାପଡ଼ିଛି।
ସ୍ୱାସ୍ଥ୍ୟକେନ୍ଦ୍ର ଭିତରେ ଅଜବ ଦୃଶ୍ୟ, ଡାକ୍ତରଙ୍କ ମୁଣ୍ଡରେ ହେଲମେଟ୍..
ଗତ ୨-୩ ଦିନ ଧରି ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ଲାଗି ରହିଥିବା ବେଳେ ଆଜି ମଧ୍ୟ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଲଘୁଚାପ ପ୍ରଭାବରେ ଆସନ୍ତା ୨୯ ତାରିଖ ଯାଏ ପ୍ରବଳ ବର୍ଷା ହୋଇପାରେ।
ଆବାସ ବଣ୍ଟାଗଲେ କାଳେ ବିଜେପି ମାଇଲେଜ୍ ନେଇଯିବ ଓ ଯୋଜନାରୁ ବଂଚିତ ହେଉଥିବା ଲୋକଙ୍କ ଭିତରେ ଅସନ୍ତୋଷ ବଢିବ, ସେହି ଆଶଙ୍କାରେ ରାଜ୍ୟ ସରକାର ମୋ ଘର ଯୋଜନା ଆରମ୍ଭ କରିଥିବା କୁହାଯାଉଛି। ତେଣୁ ଏବେ ପିଏମ୍ ଆବାସ ବନାମ୍ ମୋ ଘର ନେଇ ଚାଲିଛି ପ୍ରତିଯୋଗିତା।
ଆଗାମୀ ଦୁଇଦିନ ଯାଏଁ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଉତ୍ତର ଓଡିଶା-ଝାଡ଼ଖଣ୍ଡ ମଧ୍ୟ ଦେଇ ଗତିକରିବା ସମ୍ଭାବନା ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ଏଥର ବର୍ଲିନ ଠାରେ ଅନୁଷ୍ଠିତ ସ୍ପେଶାଲ ଅଲିମ୍ପିକ ବିଶ୍ୱକ୍ରୀଡାରେ ଭାରତ ପାଇଁ ସର୍ଟପୁଟରେ ସିିଲଭର ମେଡାଲ ଆଣିଛନ୍ତି ବୈଷ୍ଣବ ରାଜପଲିଆ ।
ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ତଥା ଉତ୍ତର-ଓଡିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ସେପଟେ ଆସନ୍ତା ୩ ଘଣ୍ଟା ପର୍ଯ୍ୟନ୍ତ ଟ୍ୱିନ୍ ସିଟିରେ ବର୍ଷା ଲାଗି ରହିବ।
ବଲାଙ୍ଗିର ମୁରିବାହାଲ ବ୍ଲକ ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ୧୫ ଦଫା ଦାବି ପୂରଣ ନେଇ ବ୍ଲକ ଘେରାଉ କରାଯାଇଛି ।