• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଟ୍ରକ ଧକ୍କାରେ ଦମ୍ପତି ମୃତ । ଗର୍ଭବତୀ ସ୍ତ୍ରୀକୁ ଧରି ହସ୍ପିଟାଲରୁ ଫେରିବା ସମୟରେ ସମ୍ମୁଖରୁ ଆସି ଧକ୍କା ଦେଲା ଟ୍ରକ୍‌ । ବଲାଙ୍ଗିର ଜିଲ୍ଲା ତୁରେକେଲା-ଲାଠୋର ରାସ୍ତାର ଗାଇନ୍ଦିମାଲ ଗାଁ ନିକଟ ବୁଲାଣି ଠାରେ ଏଭଳି ଏକ ଦୁର୍ଘଟଣା ଘଟିଛି l ମୃତକ ହେଲେ ଗାଇନ୍ଦିମାଲ ଗାଁର ଲଳିତା ମାଝୀ ଓ ସ୍ୱାମୀ ଅଶୋକ ମାଝୀ ।

ଅଶୋକ ମାଝୀଙ୍କ ସ୍ତ୍ରୀ ଲଳିତା ୮ ମାସର ଗର୍ଭବତୀ ଥିଲେ l ଲାଠୋର ସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରୁ ଚେକଅପ୍‌ କରି ଫେରୁଥିବା ସମୟରେ ବିପରୀତ ପଟୁ ଏକ ଦ୍ରୁତଗାମୀ ଟ୍ରକ୍‌ ସ୍ୱାମୀସ୍ତ୍ରୀଙ୍କୁ ଧକ୍କା ଦେଇଥିଲା l ଫଳରେ ଘଟଣାସ୍ଥଳରେ ହିଁ ଉଭୟଙ୍କର ମୃତ୍ୟୁ ହୋଇ ଯାଇଥିଲା । ତେବେ ଦୁର୍ଘଟଣା ଘଟାଇ ଫେରାର ମାରିଥିଲା ଟ୍ରକ ଡ୍ରାଇଭର । ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହେବାରୁ ତୁରେକେଲା ପୋଲିସ ଓ କଣ୍ଟାବାଞ୍ଜି ଏସଡିପିଓ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ l

ଏହାସହ କ୍ଷତିପୂରଣର ପ୍ରତିଶ୍ରୁତି ଦେଲା ପରେ ପରିବାର ଲୋକେ ସାମାନ୍ୟ କ୍ଷାନ୍ତ ପଡ଼ିଥିଲେ l ସେପଟେ ସ୍ୱାମୀସ୍ତ୍ରୀଙ୍କୁ ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଥିଲା । ପୋଷ୍ଟମୋଟର୍ମ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି l

  • Reported by:
  • Antim Panigrahi