• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ସାବିତ୍ରୀ ବ୍ରତ ପାଇଁ ଶଙ୍ଖା, ସିନ୍ଦୂର ସବୁ ଡଲାରେ ସଜେଇ ହୋଇରହିଥିଲା । ଅପେକ୍ଷା ଥିଲା ସ୍ୱାମୀ ଆସିବା ପରେ ପୂଜା କରିବେ, ଇହକାଳ ପରକାଳର ଦେବତାଙ୍କୁ ପୂଜା କରିବା ସହ ଦୀର୍ଘାୟୁ କାମନା କରିବେ । ହେଲେ ସବୁ କିଛି ସ୍ୱପ୍ନ ସ୍ୱପ୍ନରେ ହିଁ ରହିଗଲା...କାରଣ ରାସ୍ତାରେ ସ୍ୱାମୀଙ୍କୁ ଛକିଥିଲା ଯମ, ଘରେ ପହଞ୍ଚିଥିଲେ ପୂଜା ହୋଇଥାଆନ୍ତେ...ହେଲେ ଘରକୁ ତ ଫେରିଲେ ପୂଜା ପାଇଁ ନୁହେଁ ବରଂ ଶବ ହୋଇ ।

ସାବିତ୍ରୀ ଓଷା ପାଇଁ ଘରକୁ ସ୍ୱାମୀଙ୍କୁ ଡାକିଥିଲେ ସ୍ତ୍ରୀ ? ସାବିତ୍ରୀ ଥିବାରୁ ସ୍ତ୍ରୀଙ୍କ ପାଖକୁ ନିଶ୍ଚୟ ଆସିବେ ବୋଲି ସ୍ୱାମୀ କଥା ଦେଇଥିଲେ । ଖାଲି କଥା ଦେଇଥିଲେ ତାହା ନୁହେଁ ବରଂ ଘରକୁ ଫେରୁଥିଲେ । ଭାବିଥିଲେ ସ୍ତ୍ରୀ ପାଖରେ ପହଞ୍ଚିବା ପରେ ମନ୍ଦିର ଯିବେ, ଦିଅଁ ଦେବତାଙ୍କ ପାଖରେ କେତେ କଣ ମନାସିବେ । ହେଲେ ସବୁ କିଛି ଓଲଟପାଲଟ ହୋଇଗଲା । ସାବିତ୍ରୀ ଦିନ ସ୍ୱାମୀଙ୍କ ଫେରିବା ବାଟକୁ ଚାହିଁରହିଥିବା ସ୍ତ୍ରୀ ପାଖରେ ପହଞ୍ଚିଲା ସ୍ୱାମୀର ମୃତ୍ୟୁ ଖବର । ବାସ୍‌ ଏହାପରେ ତା ପାଦ ତଳୁ ଯେମିତି ମାଟି ଖସିଗଲା । ଆଉ ଏହାପରେ ତାଙ୍କର ଅବସ୍ଥା କଣ ହେଲା ସେ ଦୃଶ୍ୟ ଆପଣଙ୍କ ସାମ୍ନାରେ...କାନ୍ଦି କାନ୍ଦି ନୟାନ୍ତ ହେଲେଣି...ଚେତା ବି ହରାଇଦେଲେଣି ।

ସ୍ବାମୀଙ୍କର ମଙ୍ଗଳମନାସୀ ବଲାଙ୍ଗିରର ରାଜେଶ୍ୱରୀ ପଟେଲ ବି ସ୍ୱାମୀ ତୁଳସୀରାମଙ୍କ ପାଇଁ କରିଥିଲେ ସାବିତ୍ରୀ ଓଷା । କିନ୍ତୁ ବିଧିର ବିଧାନ କିଛି ଅଲଗା ଥିଲା । ସେଇଥି ପାଇଁ ତ ସାବିତ୍ରୀ ଦିନ ସ୍ୱାମୀଙ୍କୁ ଛଡାଇ ନେଲା ଯମ । ବାଇକରେ ଆସୁଥିବା ତିନିଜଣଙ୍କୁ ଧକ୍କା ଦେଇ ଫେରାର ମାରିଥିଲା ବୋଲେରୋ । ଘଟଣାସ୍ଥଳରେ ହିଁ ତିନିଜଣଙ୍କର ଜୀବନ ଯାଇଥିଲା । ସେହି ୩ ଜଣଙ୍କ ମଧ୍ୟରୁ ସଦେଇପାଲିର ତୁଳସୀରାମ ପଟେଲ ବି ଥିଲେ । ବାସ୍‌ ଏହି ଘଟଣା ଏତେ କ୍ଷୀପ୍ର ଗତିରେ ବ୍ୟାପିଗଲା ଯେ ଚାହୁଁଚାହୁଁ ଗଦା ହେଲେ ଲୋକେ । ଲୋକ ସିନା ଗଦା ହୋଇଗଲେ କିନ୍ତୁ ସେତେବେଳଉ ଶେଷ ନିଶ୍ୱାସ ତ୍ୟାଗ କରିସାରିଥିଲେ ତୁଳସୀରାମ୍‌ । ଦର୍ଶକବନ୍ଧୁ କଥାରେ ଅଛି ଦୁଃଖ ଯେତେବେଳେ ଆସେ ସାହି, ଭାଇଙ୍କୁ ଡାକିନେଇ ଆସେ । ଠିକ୍‌ ଏମିତି କିଛି ଘଟଣା ଘଟିଛି ବଲାଙ୍ଗିରରେ ।

 

  • Reported by:
  • MANARANJAN JOSHI , Ghateswar Mishra