• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଦୁର୍ଘଟଣା ପରେ ଅଧ କିମି ଘୋଷାଡ଼ି ନେଲା ବସ୍‌ । ସୋନପୁର-ବଲାଙ୍ଗିର ରାସ୍ତାର ଗଇଁତଳା ତହସିଲ ପାଖରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏଠାରେ ବାଇକ୍‌ରେ ଯାଉଥିବା ବାପା ଓ ୨ ଝିଅଙ୍କୁ ଧକ୍କା ଦେଇଛି ବସ୍‌ । ଫଳରେ ବାପା ଓ ଜଣେ ଝିଅ ଛିଟିକି ପଡ଼ି ଗୁରୁତର ହୋଇଥିବା ବେଳେ ଆଉ ଜଣେ ଝିଅର ଜୀବନ ଚାଲିଯାଇଛି । ତେବେ ଦୁର୍ଘଟଣା ପରେ ମୃତ ଝିଅକୁ ଅଧ କିମି ପର୍ଯ୍ୟନ୍ତ ଘୋଷାଡ଼ି ନେଇଛି ବସ୍‌ । ଏହି ଘଟଣା ପରେ ବେପରୁଆ ଡ୍ରାଇଭରକୁ କାବୁ କରିବା ସହ ବସକୁ ଜବତ କରିଛି ପୋଲିସ୍ ।

ଅଧିକ ପଢ଼ନ୍ତୁ: ଉଦ୍ଧାର କରିବାକୁ ଯାଇଥିଲେ, ହେଲେ ଜୀବନ ନେଇଗଲା ଯମ

ସୂଚନା ଅନୁସାରେ ପୁଇଁତଲା ବ୍ଲକ ବ୍ରାହ୍ମଣୀପାଲିର ଜଣେ ବ୍ୟକ୍ତି ନିଜ ଦୁଇ ଝିଅ ସହିତ ଆଧାରକାର୍ଡ଼ ଅପଡେଟ ପାଇଁ ବ୍ଲକକୁ ଯାଉଥିଲେ । ହଠାତ ଦ୍ରୁତ ଗତିରେ ଆସୁଥିବା ଘରୋଇ ବସ ବାଇକକୁ ପଛପଟୁ ପିଟି ଦେଇଥିଲା । ଫଳରେ ଘଟଣାସ୍ଥଳରେ ୧୪ ବର୍ଷୀୟ ଝିଅର ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ଘଟଇବା ପରେ ବସ୍‌ଟି ଗଇଁତଳା ତହସିଲ ପାଖରୁ ଛକ ପର୍ଯ୍ୟନ୍ତ ଅଧ କିମି ଘୋଷାଡ଼ି ନେଇଥିଲା ।

ଦୁର୍ଘଟଣା ପରେ ଗୁରୁତର ବଡ ଝିଅ ଓ ବାପାକୁ ବଲାଙ୍ଗୀର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କ୍ଷତିପୂରଣ ଦାବିରେ ଗଇଁତଲା ଛକ ଠାରେ ଶବ ରଖି ରାସ୍ତାରୋକ କରିଛନ୍ତି ଉତ୍ୟକ୍ତ ଲୋକେ । ଘଟଣାସ୍ଥଳରେ ଉତ୍ତେଜନା ଜାରି ରହିଛି । ପୁଇଁତଲା ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପାଇଁ ଚେଷ୍ଟା କରୁଛି ।

  • Reported by:
  • Ghateswar Mishra