ଦେଶୀ ମଦ ଭାଟିରୁ ଏତେ ଟଙ୍କା ଅମଳ ହେଲା କେମିତି ? ଯଦି ହେଉଥିଲା ଏହାକୁ କ୍ୟାସ ଆକାରରେ କାହିଁକି ରଖାଯାଉଥିଲା ? ଏମଜିକ୍ୟୁ ଅନୁସାରେ ଦେଶୀ ମଦଭାଟିରେ କେତେ ମଦ ଉତ୍ପାଦନ ହେଉଥିଲା, କେତେ ବିକ୍ରି ହେଉଥିଲା ? ଏବାବଦକୁ କେତେ ସେଲ୍ସ ଟ୍ୟାକ୍ସ ଓ ଇନକମ୍ ଟ୍ୟାକ୍ସ ଦିଆଯାଉଥିଲା । ବାସ୍ତବରେ କେତେ ଟ୍ୟାକ୍ସ ଫାଙ୍କି ହୋଇଛି ?
ଜେରାରୁ ମିଳୁଥିବା ସୂଚନାରୁ ବାହାରେ କରାଯାଉଛି ରେଡ୍ । ଆଜି ବି ଟିଟିଲାଗଡ଼ର କିଛି ସ୍ଥାନରେ ରେଡ୍ ହେବାର ସୂଚନା ମିଳିଛି ।
ଓଡ଼ିଶାରେ ଚର୍ଚ୍ଚିତ ଓ ବଡ଼ ଆୟକର ରେଡ୍ । ରେଡକୁ ନେଇ ସାରା ଦେଶ ତାଟକା ।
୫ଦିନର ରେଡ୍ ଓ ଗଣତିରୁ ମିଳିଛି ୩୩୦ କୋଟିରୁ ଅଧିକ ନଗଦ ଟଙ୍କା...ଆଉ ଷଷ୍ଠଦିନର ରେଡରେ ଆଜି ଧରାପଡ଼ିଛି ବ୍ୟାଙ୍କ ଲଙ୍କରରେ ଲୁଚାଇ ରଖାଯାଇଥିବା ପୁଳାପୁଳା ସୁନା । ସେହି ସମାନ ଅଞ୍ଚଳ, ସେହି ସମାନ ମାଲିକଙ୍କ ପାଖରୁ ଜବତ ହୋଇଛି ଏହି ଧନସମ୍ପତ୍ତି ।
ବଲାଙ୍ଗିର ସୁଦପଡ଼ା ମଦ ବ୍ୟବସାୟୀଙ୍କଠୁ ଜବତ ନୋଟର ପରିମାଣ ୩ ଶହ କୋଟିରେ ପହଞ୍ଚିଲା । ପ୍ରାୟ ୨୫ଟି ମେସିନରେ ୫୦ କର୍ମଚାରୀଙ୍କ ଦ୍ବାରା ଜାରି ରହିଥିଲା ଗଣତି । ୫ ଦିନର ଲଗାତାର ଗଣତି ପରେ ଏହା ୩ ଶହ ୫ କୋଟି ଟଙ୍କା ବୋଲି ସୂଚନା ମିଳିଛି ।
ବଲାଙ୍ଗିର SBI ମୁଖ୍ୟ ଶାଖାରେ ଟଙ୍କା ଗଣତି ସରିଲା । ବଲାଙ୍ଗିର ଗଣତିରୁ ମିଳିଲା ମୋଟ ୩୦୫ କୋଟି ଟଙ୍କା ।
କେବଳ ବଲାଙ୍ଗିର ଗଣତିରୁ ଏଯାଏଁ ମିଳିଛି ୨୭୦ କୋଟିରୁ ଅଧିକ । ଟଙ୍କାର ଉତ୍ସ ଜାଣିବାକୁ ୨ ଭାଟି ମ୍ୟାନେଜରଙ୍କୁ ଘାଣ୍ଟୁଛି IT ଟିମ୍ ।
ଟଙ୍କା ଗଣତି ନେଇ SBI ରିଜିଓନାଲ୍ ମ୍ୟାନେଜରଙ୍କ ସୂଚନା । ‘୨ଟି ମେସିନ ଖରାପ ହେଲାଣି, ମୋଟ ୪୦ଟି ମେସିନ୍ ରହିଛି’ ।
ଗଣତି ଶେଷ ହେବା ପରେ ପୂରା ଟଙ୍କାର ପରିମାଣ ଜଣାପଡ଼ିବ ବୋଲି ସୂଚନା ମିଳିଛି।
ମ୍ୟାନେଜରଙ୍କ ଘରୁ କେତେ ଟଙ୍କା ଜବତ ହୋଇଛି, ତାହା ଗଣତି ପରେ ସ୍ପଷ୍ଟ ହେବ । ଆୟକର ଓ ବ୍ୟାଙ୍କ୍ ଅଧିକାରୀଙ୍କ ପାଇଁ ଟଙ୍କା ଗଣତି ବି କାଠିକର ପାଠ ହୋଇଛି ।
ଯେତେ ଖୋଳିଲେ, ସେତେ ବାହାରୁଛି । ଯେତେ ଗଣିଲେ, ସେତେ ଲମ୍ବୁଛି । ମଦ ବ୍ୟବସାୟୀଙ୍କ ସାମ୍ରାଜ୍ୟ ଉପରେ ଆଇଟି ରେଡ୍ ।
ଚେତାବନୀ ଶୁଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କଡ଼ାଗଣ୍ଡା କରି ଆଦାୟ କରାଯିବ ଜନତାଙ୍କଠୁ ଲୁଟ୍ ଟଙ୍କା କହିଲେ ପ୍ରଧାନମନ୍ତ୍ରୀ ।
ଆଳୁ ଖୋଳୁ ଖୋଳୁ ମହାଦେବ ଭଳି ମଦ ବ୍ୟବସାୟୀଙ୍କ ଆୟକର ଫାଙ୍କି ଧରିବାକୁ ଆସିଥିବା ଅଧିକାରୀ ବିପୁଳ ପରିମାଣର ଟଙ୍କାର ସନ୍ଧାନ ପାଇଛନ୍ତି ।
ରାଜ୍ୟରେ ବଡ଼ଧରଣର ଆଇଟି ରେଡ୍ । କୋଲକାତା ଓ ରାଞ୍ଚିରେ ମଧ୍ୟ ଆୟକର ବିଭାଗ ଚଢ଼ାଉ କରିଥିବା ସୂଚନା ମିଳିଛି ।
କୋଇଲା ବୋଝେଇ ଟ୍ରେନରେ ଲାଗିଲା ନିଆଁ । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ରେଲୱେ ଷ୍ଟେସନ ନିକଟରେ ଏକ ଚଳନ୍ତା କୋଇଲା ବୋଝେଇ ଟ୍ରେନରେ ଲାଗିଲା ନିଆଁ l ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କ୍ଷୟକ୍ଷତିର ଆକଳନ କରା ଯାଇ ପାରିନାହିଁ ।
ପିକ୍ନିକ୍ କରିବାକୁ ଯାଇ ଯୁବ ମେଡ଼ିସିନ ରିପ୍ରେଜେଣ୍ଟେଟିଭ୍ ରାକେଶ ପୁରୋହିତ ନିଖୋଜ ଥିଲେ । ସାଙ୍ଗଙ୍କ ସହ ସେ ପିକ୍ନିକ୍ କରିବାକୁ ଯାଇଥିଲେ ।
କୁଚିଣ୍ଡା.. ଅମଳ ସମୟରେ ପାଳଗଦା ପାଲଟିଥିବା ଏଦୃଶ୍ୟ ସମ୍ବଲପୁର କୁଚିଣ୍ଡା ପତ୍ରପାଲି ଅଂଚଳର । ସାରା ବିଲରେ ଚରିଯାଇଛି ଚକଡା । ହେକ୍ଟର ହେକ୍ଟର ଚାଷ ଜମିରେ ଫସଲକୁ ଖାଇ ଖୋଳ କରିଦେଇଛନ୍ତି ।
ରେସ୍କ୍ୟୁ ଟିମ୍ର ୫ଘଣ୍ଟାର ପ୍ରାଣମୂର୍ଚ୍ଛା ଉଦ୍ୟମ ପରେ ବି ବଞ୍ଚିଲେନି ବୃଦ୍ଧା ।
ଯେଉଁ ୟୁନିଭରସିଟି ନାଁରେ ସେ ଜାଲ ସାର୍ଟିଫିକେଟ ଦେଇ ଚାକିରି କରିଥିଲେ ସେଠାରୁ ଯାଞ୍ଚ ପରେ ସାର୍ଟିଫିଟିକେଟ୍ ନକଲି ବୋଲି ଜଣାପଡିଥିଲା ।
ତାଙ୍କର ୧୯ ଲକ୍ଷ ଟଙ୍କାର ଜମାରାଶି ସମ୍ପର୍କରେ ସୂଚନା ମିଳିଛି ।ସେପଟେ ସୁଦର୍ଶନଙ୍କ ୩୨୩୨ ନମ୍ବରରେ ୩ଟି ଦାମୀ କାର ସହ ୩୨ ଲକ୍ଷ ଟଙ୍କା ମୂଲ୍ୟର ଏକ ବାଇକ ମଧ୍ୟ ରହିଛି।
ଆୟ ବହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସରକାରୀ ଆୟୁର୍ବେଦିକ କଲେଜ ଓ ହସ୍ପିଟାଲ ଅଧ୍ୟକ୍ଷ ପ୍ରଫେସର ସୁଦର୍ଶନ ବେହେରାଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ ।
ବିଳମ୍ବିତ ରାତିରେ ରେଲୱେ ଷ୍ଟେସନ ପାଖରୁ ଦୁଇଟି ପୃଥକ ପୃଥକ ବେଆଇନ ଚାଲାଣ ହେଉଥିଲା । ଏଥିରେ ୨୧ଜଣ ପୁରୁଷ, ୯ଜଣ ମହିଳା ଓ ୪ ଜଣ ଛୋଟ ଛୁଆ ଉଦ୍ଧାର ହୋଇଛନ୍ତି ।
ଓଲିଉଡ୍ କଳିରେ ମୁଣ୍ଡ ପୁରାଇ ନିରାଶ ହେଲା OFDC। ଆଜି OFDC ଅଧ୍ୟକ୍ଷ ଏକ ବୈଠକ ଡାକି ବିବାଦର ସମାଧାନ ପାଇଁ ଉଦ୍ୟମ କରିଥିଲେ। ହେଲେ ଅଭିନେତା ମନୋଜ ମିଶ୍ର ଏହି ବୈଠକକୁ ଆସିନଥିଲେ। ତେଣୁ ସମାଧାନ ପ୍ରକ୍ରିୟାର ବଲ୍ ଏବେ ମନୋଜଙ୍କ କୋର୍ଟରେ ବୋଲି କହି ହାତ ଟେକି ଦେଇଛନ୍ତି OFDC ଅଧ୍ୟକ୍ଷ।
ସରକାରୀ କାର୍ଯ୍ୟକ୍ରମରେ ଜନପ୍ରତିନିଧିଙ୍କୁ ଅବହେଳା ଅଭିଯୋଗ କରି ସମର୍ଥକଙ୍କ ହଙ୍ଗାମା । କ’ଣ ପାଇଁ ବିଧାୟକ ଓ ସାଂସଦଙ୍କୁ ଡକାଯାଇନାହିଁ ବୋଲି ପ୍ରଶ୍ନ କରିଥିଲେ ।