ପିକ୍ନିକ୍ କରିବାକୁ ଯାଇ ଯୁବ ମେଡ଼ିସିନ ରିପ୍ରେଜେଣ୍ଟେଟିଭ୍ ରାକେଶ ପୁରୋହିତ ନିଖୋଜ ଥିଲେ । ସାଙ୍ଗଙ୍କ ସହ ସେ ପିକ୍ନିକ୍ କରିବାକୁ ଯାଇଥିଲେ ।
କୁଚିଣ୍ଡା.. ଅମଳ ସମୟରେ ପାଳଗଦା ପାଲଟିଥିବା ଏଦୃଶ୍ୟ ସମ୍ବଲପୁର କୁଚିଣ୍ଡା ପତ୍ରପାଲି ଅଂଚଳର । ସାରା ବିଲରେ ଚରିଯାଇଛି ଚକଡା । ହେକ୍ଟର ହେକ୍ଟର ଚାଷ ଜମିରେ ଫସଲକୁ ଖାଇ ଖୋଳ କରିଦେଇଛନ୍ତି ।
ରେସ୍କ୍ୟୁ ଟିମ୍ର ୫ଘଣ୍ଟାର ପ୍ରାଣମୂର୍ଚ୍ଛା ଉଦ୍ୟମ ପରେ ବି ବଞ୍ଚିଲେନି ବୃଦ୍ଧା ।
ଯେଉଁ ୟୁନିଭରସିଟି ନାଁରେ ସେ ଜାଲ ସାର୍ଟିଫିକେଟ ଦେଇ ଚାକିରି କରିଥିଲେ ସେଠାରୁ ଯାଞ୍ଚ ପରେ ସାର୍ଟିଫିଟିକେଟ୍ ନକଲି ବୋଲି ଜଣାପଡିଥିଲା ।
ତାଙ୍କର ୧୯ ଲକ୍ଷ ଟଙ୍କାର ଜମାରାଶି ସମ୍ପର୍କରେ ସୂଚନା ମିଳିଛି ।ସେପଟେ ସୁଦର୍ଶନଙ୍କ ୩୨୩୨ ନମ୍ବରରେ ୩ଟି ଦାମୀ କାର ସହ ୩୨ ଲକ୍ଷ ଟଙ୍କା ମୂଲ୍ୟର ଏକ ବାଇକ ମଧ୍ୟ ରହିଛି।
ଆୟ ବହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସରକାରୀ ଆୟୁର୍ବେଦିକ କଲେଜ ଓ ହସ୍ପିଟାଲ ଅଧ୍ୟକ୍ଷ ପ୍ରଫେସର ସୁଦର୍ଶନ ବେହେରାଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ ।
ବିଳମ୍ବିତ ରାତିରେ ରେଲୱେ ଷ୍ଟେସନ ପାଖରୁ ଦୁଇଟି ପୃଥକ ପୃଥକ ବେଆଇନ ଚାଲାଣ ହେଉଥିଲା । ଏଥିରେ ୨୧ଜଣ ପୁରୁଷ, ୯ଜଣ ମହିଳା ଓ ୪ ଜଣ ଛୋଟ ଛୁଆ ଉଦ୍ଧାର ହୋଇଛନ୍ତି ।
ଓଲିଉଡ୍ କଳିରେ ମୁଣ୍ଡ ପୁରାଇ ନିରାଶ ହେଲା OFDC। ଆଜି OFDC ଅଧ୍ୟକ୍ଷ ଏକ ବୈଠକ ଡାକି ବିବାଦର ସମାଧାନ ପାଇଁ ଉଦ୍ୟମ କରିଥିଲେ। ହେଲେ ଅଭିନେତା ମନୋଜ ମିଶ୍ର ଏହି ବୈଠକକୁ ଆସିନଥିଲେ। ତେଣୁ ସମାଧାନ ପ୍ରକ୍ରିୟାର ବଲ୍ ଏବେ ମନୋଜଙ୍କ କୋର୍ଟରେ ବୋଲି କହି ହାତ ଟେକି ଦେଇଛନ୍ତି OFDC ଅଧ୍ୟକ୍ଷ।
ସରକାରୀ କାର୍ଯ୍ୟକ୍ରମରେ ଜନପ୍ରତିନିଧିଙ୍କୁ ଅବହେଳା ଅଭିଯୋଗ କରି ସମର୍ଥକଙ୍କ ହଙ୍ଗାମା । କ’ଣ ପାଇଁ ବିଧାୟକ ଓ ସାଂସଦଙ୍କୁ ଡକାଯାଇନାହିଁ ବୋଲି ପ୍ରଶ୍ନ କରିଥିଲେ ।
ଗୋଟିଏ ପଟେ ଅଭିନେତା ମନୋଜ ମିଶ୍ରଙ୍କୁ ବ୍ୟାନ୍ ଘଟଣାକୁ ନେଇ ବିବାଦ ତେଜିବାରେ ଲାଗି ଥିବାବେଳେ ଅନ୍ୟପଟେ ସ୍ୱତନ୍ତ୍ର କୋଶଳ ପ୍ରଦେଶ ଦାବିରେ ନଭେମ୍ବର ୧୫ରେ ମହା କୋଶଳ ବନ୍ଦ ଡାକରା ଦେଇଛି ।
ମୃତଦେହ ଗାଁକୁ ଆଣିବା ପାଇଁ ଭିକ୍ଷା ବୃତ୍ତି କରୁଛନ୍ତି ମୃତକଙ୍କ ୩ ଭଉଣୀ । ଗାଁ ସାରା ବୁଲି ବୁଲି ଭିକ୍ଷା ମାଗୁଛନ୍ତି ।
କାର ଡ୍ରାଇଭର ମୁକୁନ୍ଦ ନନ୍ଦ ଅଚେତ ହୋଇଯାଇଥିଲେ । ତାଙ୍କୁ ବିଳମ୍ବିତ ରାତିରେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ଆଣିଥିଲେ କ୍ୱାକ୍ ଅନିଲ ମହାକୁଡ଼ ।
ହଠାତ ଯୁକ୍ତିତର୍କ କରି ମିଶନ ଶକ୍ତିର ବ୍ଲକ ପ୍ରକଳ୍ପ ସଂଯୋଜକ ନିର୍ମଳ ପଧାନଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଥିଲା । ଏ ସଂପର୍କରେ ଏକ ମାମଲା ରୁଜୁ କରି ତୁଷୁରା ପୋଲିସ ଅଶୋକ ଦୋରାଙ୍କ ୫ ଜଣ ସମର୍ଥକଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା
ଗଣ୍ଡୋଗଳ ସ୍ଥଳରେ ବିଜେପି ବରିଷ୍ଠ ନେତା କନକ ବର୍ଦ୍ଧନ ସିଂଦେଓଙ୍କୁ ବି ଦେଖିବାକୁ ମିଳିଥିଲା ।
ମର୍ଣ୍ଣିଂ ୱାକ୍ ବେଳେ ଚଢ଼ିଗଲା ଗାଡ଼ି। ଆଜି ସକାଳୁ ସକାଳୁ ଅନୁଗୁଳ ଓ ବଲାଙ୍ଗିରରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।
ଲଘୁଚାପ ଘନୀଭୂତ ହୋଇ ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ମୁହାଁ ହେବା ସମ୍ଭାବନା ରହିଛି। ଏନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେଣୁ ଉତ୍ତର ଓଡ଼ିଶାର ଜିଲ୍ଲା ଗୁଡିକ ପାଇଁ ସତର୍କ ସୂଚନା ଜାରି କରାଯାଇଛି।
ପୁଣି ଜନନୀ ଯନ୍ତ୍ରଣା। ରାସ୍ତାକଡ଼ରେ ହେଲା ପ୍ରସବ। ଅଟୋରେ ହସ୍ପିଟାଲ୍ ନେବା ବାଟରେ ହିଁ ମହିଳାଙ୍କ ପ୍ରସବ ହୋଇଛି।
ବଲାଙ୍ଗିରରେ ରାଜେନ୍ଦ୍ର ୟୁନିଭର୍ସିଟି ଜମିରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ବଲାଙ୍ଗିର ତହସିଲଦାରଙ୍କ ଉପସ୍ଥିତିରେ ଏହି ଜବରଦଖଲ ଉଚ୍ଛେଦ କରାଯାଇଛି।
ଘରେ ଘରେ ହସଖୁସିର ମାହୋଲ । ସମସ୍ତେ ନୂଆ ଜାମା ପିନ୍ଧି ନବାନ୍ନ ଖାଇ ବଡ଼ ମାନଙ୍କର ଆର୍ଶୀବାଦ ନେଇଛନ୍ତି ।
ଆଜି ପଶ୍ଚିମ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ... ଆସନ୍ତାକାଲି ସାମାନ୍ୟ କମିବ ବର୍ଷାର ପରିମାଣ
ଜଳ ନିଷ୍କାସନ ସମସ୍ୟାରୁ ଉବୁଟୁବୁ ସହର । ବୁଡିଲା ରାସ୍ତାଘାଟ, ଲୋକେ ଘରେ ଜଳବନ୍ଦୀ ।
ଆଗଲପୁର ଥାନା ପିପିଲିପାଲି ଗାଁର ୩ ଜଣ ଭାସିଗଲେ । ଅଗ୍ନିଶମ ବାହିନୀ ଦ୍ୱାରା ଜଣଙ୍କୁ ମୃତ, ଜଣଙ୍କୁ ଜୀବିତ ଉଦ୍ଧାର ।
ଅନ୍ୟ ଜାତିରେ ବାହା ହୋଇଥିଲେ ବୋଲି ମଲା ବେଳକୁ ବି ପାଖ ମାଡ଼ିଲେନି ଜାତି ଭାଇ। ଶେଷରେ ମୃତଦେହକୁ ଚାରିକାନ୍ଧରେ ନେଇ ମଶାଣିକୁ ନେଇ ଦାହ କଲେ ସ୍ୱେଚ୍ଛାସେବୀ।
ରାଜ୍ୟରେ ଅଧିକାଂଶ ସ୍ଥାନରେ ତୁହାକୁ ତୁହା ବର୍ଷା ଜାରି ରହିଛି। ପ୍ରବଳ ବର୍ଷା ଯୋଗୁ ଆଜି ବଲାଙ୍ଗିରରେ ସବୁ ସ୍କୁଲ୍ ଛୁଟି ଘୋଷଣା କରାଯାଇଛି।