/odishatv-khabar/media/post_attachments/uploadimage/library/16_9/16_9_0/IMAGE_1740223926.jpg)
National Anthem Played
ପାକିସ୍ତାନରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଚାମ୍ପିଅନ୍ସ ଟ୍ରଫି ମ୍ୟାଚ ବେଳେ ଦେଖିବାକୁ ମିଳିଲା ଏକ ଅଜବ ଘଟଣା । ଖେଳ ଆରମ୍ଭ ପୂର୍ବରୁ ଅଷ୍ଟ୍ରେଲିଆ ଜାତୀୟ ସଙ୍ଗୀତ ବଦଳରେ ବାଜିଲା ଭାରତୀୟ ଜାତୀୟ ସଙ୍ଗୀତ । ଅଧିକାରୀମାନେ ଏହାକୁ ତୁରନ୍ତ ବନ୍ଦ କରିଦେଲେ । ଆଉ ବଜାଇଲେ ଅଷ୍ଟ୍ରେଲିଆ ଜାତୀୟ ସଙ୍ଗୀତ ।
ICC ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ମ୍ୟାଚ ଅନୁଷ୍ଠିତ ହେଉଛି । ଆଜି ୨୨ ଫେବ୍ରୁଆରୀରେ ଲାହୋରରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଛି । ଟସ୍ ହାରି ଇଂଲଣ୍ଡ ଟିମ୍ ପ୍ରଥମେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଲା । ଏହି ସମୟରେ ଏମିତି କିଛି ଘଟିଲା ଯାହାକୁ ନେଇ ଫ୍ୟାନମାନେ ଚକିତ ହୋଇଯାଇଥିଲେ । ଖେଳ ଆରମ୍ଭ ପୂର୍ବରୁ ଉଭୟ ଇଂଲଣ୍ଡ ଓ ଅଷ୍ଟ୍ରେଲିଆର ଜାତୀୟ ସଙ୍ଗୀତ ଗାନ କରାଯିବାର ଥିଲା । କିନ୍ତୁ ଅଷ୍ଟ୍ରେଲିଆର ଜାତୀୟ ସଙ୍ଗୀତ ବଦଳରେ ଭାରତର ଜାତୀୟ ସଙ୍ଗୀତ ବାଜିବାକୁ ଲାଗିଲା । ଏହି ଭୁଲ୍ ଜାଣିପାରିବା ପରେ ଅଧିକାରୀମାନେ ତୁରନ୍ତ ଭାରତର ଜାତୀୟ ସଙ୍ଗୀତ ବନ୍ଦ କରି ଦେଇଥିଲେ ।
ଅଧିକ ପଢ଼ନ୍ତୁ : ଚାମ୍ପିଅନ୍ସ ଟ୍ରଫି ୨୦୨୫ ପରେ ‘ବାଜ୍ବଲ୍’ ଦୃଷ୍ଟିକୋଣର ଘଟିବ କି ଅନ୍ତ ?
ଏହାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଏହି ଭୁଲ୍ ପାକିସ୍ତାନର ବୋଲି କୁହାଯାଇ ପାରିବ । ଏହି ଚାମ୍ପିଅନ୍ସ ଟ୍ରଫିରେ ଭାରତ ଗୋଟିଏ ବି ମ୍ୟାଚ ପାକିସ୍ତାନରେ ଖେଳୁନାହିଁ । ୮ଟି ଦେଶ ଖେଳୁଥିବା ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ସବୁ ମ୍ୟାଚ ଦୁବାଇରେ ହିଁ ଖେଳୁଛି । ପ୍ରତ୍ୟେକ ମ୍ୟାଚରେ ଟସ୍ ପକାଯିବା ପରେ ଖେଳୁଥିବା ଦେଶର ଜାତୀୟ ସଙ୍ଗୀତ ବଜାଯାଏ ।
ଏହି ଘଟଣା ପରେ ପାକିସ୍ତାନରେ ଆରମ୍ଭ ହୋଇଛି ଖୋଳତାଡ଼। କେମିତି ବାଜିଲା ଭାରତର ଜାତୀୟ ସଙ୍ଗୀତ ? କିଛି କର୍ମଚାରୀ ପରସ୍ପର ଉପରକୁ କାଦୁଅ ଫିଙ୍ଗାଫିଙ୍ଗିରେ ବ୍ୟସ୍ତ ଅଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)