ଭୋଟ୍ ବ୍ୟାଙ୍କ ବଢାଇବାକୁ ବିଜେପିର ନୂଆ ତରିକା, ଫୋକସରେ ଗ୍ରାମାଞ୍ଚଳ । ବିଜେପି ଆଡକୁ ଢଳୁଛନ୍ତି ସରପଞ୍ଚ ଓ ସମିତିସଭ୍ୟ ।
ମାତ୍ର କେଇ ଘଣ୍ଟା ଭିତରେ ଅଫିସରଙ୍କୁ ବି ପାଣି ପିଆଇଦେଲେ ହାଇସ୍କୁଲ୍ ଛାତ୍ରଛାତ୍ରୀ । ପିଲାଙ୍କ ସହ କାଦୁଅ ପଚ୍ ପଚ୍ ପାଣି ରାସ୍ତାରେ ଚାଲିଲେ ବିଡିଓ ଓ ତହସିଲଦାର ।
ଭିଜିଲାନ୍ସ ଜାଲରେ ପଡିଛନ୍ତି ଆଉ ଜଣେ କୁବେର ଇଞ୍ଜିନିୟର । ଘର ଭିତରେ ସାଇତି ରଖାଯାଇଥିବା ସଂପତ୍ତି ଦେଖିଲେ ହୋସ୍ ଉଡିଯିବ ।
୩ ବରିଷ୍ଠ IPS ଅରୁଣ ରାୟ, ନରୱାଣେ ଓ ଖୁରାନିଆଙ୍କୁ ମଗାଗଲା ବାୟୋଡାଟା । ରାଜ୍ୟ ପୋଲିସ୍ ମୁଖ୍ୟାଳୟ ବାୟୋଡାଟା ମାଗିବା ପରେ ବଢ଼ିଲା ଚର୍ଚ୍ଚା ।
ଓଡ଼ିଶାରେ ହେବ ସୁନ୍ଦରୀ ପ୍ରତିଯୋଗିତା । ମିସ୍, ମିଷ୍ଟର ଓ ମିଷ୍ଟ୍ରେସ୍ ଇଣ୍ଡିଆ ପ୍ରତିଯୋଗିତାରେ ଭାଗନେବେ ଯୁବ ପ୍ରତିଭା ।
ରତ୍ନ ଭଣ୍ଡାର ମରାମତି ନେଇ ପ୍ରସ୍ତୁତ ହେଲା SOP । ଶ୍ରୀମନ୍ଦିର ପରିଚାଳନା କମିଟିରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ।
ଗୁରୁତର ଅବସ୍ଥାରେ ବୋହୂ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ଅଭିଯୁକ୍ତ ଶ୍ବଶୁରଙ୍କୁ ପୋଲିସ୍ ଅଟକ ରଖି ପଚରାଉଚରା କରୁଛି।
ଆଳୁ ସଙ୍କଟର ସମାଧାନ ପାଇଁ ଦରକାର ହେଲେ ପଞ୍ଜାବରୁ ଆଳୁ ମଗାଯିବ ବୋଲି ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ। ମନ୍ତ୍ରୀ କୃଷ୍ଣ ପାତ୍ର କହିଛନ୍ତି ଏବେ ଉତ୍ତର ପ୍ରଦେଶରୁ ଆସୁଥିବା ଆଳୁ ଶୀଘ୍ର ପଚିଯାଉଥିବା ନେଇ ଯାହା କୁହାଯାଉଛି ତାହା ମିଛ କଥା ।
ନୂଆ ଡିଜିପି ଚୟନ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା । ତିନି ବରିଷ୍ଠ IPSଙ୍କ ବାୟୋଡାଟା ମାଗିଲେ ରାଜ୍ୟ ସରକାର ।
ସରକାରୀ ସ୍କୁଲର ଅବ୍ୟବସ୍ଥାକୁ ପଦାରେ ପକେଇଛି ଶ୍ରେଣୀଗୃହର ସଗୀନ ଅବସ୍ଥା। ଝିପିଝିପି ବର୍ଷାରେ ଗୁହାଳରେ ପାଠ ପଢ଼ୁଛନ୍ତି କୁନିକୁନି ଛାତ୍ରଛାତ୍ରୀ ।
ଭିଜିଲାନ୍ସ ଜାଲରେ ଆଉ ଜଣେ ବଡ଼ ଅଧିକାରୀ। କଟକ ସର୍କଲ ଓବିସିସି ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ ରଥଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଚାଲିଛି ଚଢାଉ।
ଆଜି ତୃତୀୟ ଶ୍ରାବଣ ସୋମବାର, ମହାଦେବଙ୍କୁ ଜଳ ଲାଗି ପାଇଁ ବିଭିନ୍ନ ଶିବ ମନ୍ଦିରରେ ଲାଗିଛି ଭକ୍ତଙ୍କ ଭିଡ଼। ଶିବ...ଶିବ...ଶିବ ଧ୍ବନିରେ ପ୍ରକମ୍ପିତ ଚତୁର୍ଦ୍ଦିଗ।
ସ୍କୁଲ ଯିବା ବେଳେ ୩ ଜଣଙ୍କୁ ଚାପି ଦେଇ ପଳାଇଲା ଟ୍ରକ। କେନ୍ଦୁଝର ଯୋଡା ଥାନା DAV ସ୍କୁଲ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଟ୍ରକ୍ ଧକ୍କାରେ ଡିଏଭି ସ୍କୁଲର ୨ ଛାତ୍ରଙ୍କ ସମେତ ଜଣେ ଅଭିଭାବକଙ୍କ ମୃତ୍ୟୁ ହୋଇଛି।
ଗୋଟିଏ ପରିବାରର ୩ ଜଣ ସଦସ୍ୟ ଆତ୍ମହତ୍ୟା ଉଦ୍ୟମ ଘଟଣା। ଗତକାଲି ରାତିରେ ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଆଖି ବୁଜିଦେଛନ୍ତି ମା’।
କଟକ ମହାନଦୀରେ ଭାସିଗଲେ କାଉଡ଼ିଆ। କଟକ ଭଦିମୂଳ ଘାଟରେ ପାଣି ଉଠାଇଲା ବେଳେ ଭାସିଯାଇ କାଉଡ଼ିଆ ନିଖୋଜ।
ସକ୍ରିୟ ମୌସୁମୀ ପ୍ରଭାବରେ କାଲିଠୁ ରାଜ୍ୟରେ ବଢିବ ବର୍ଷାର ପରିମାଣ। ପ୍ରବଳ ବର୍ଷା ନେଇ ଆସନ୍ତା କାଲି ପାଇଁ ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ସୈାର କର୍କଟ ମାସ ଶ୍ରାବଣ ଶୁକ୍ଳପକ୍ଷ । ଇଂରାଜୀରେ ୦୫ ତାରିଖ ସୋମବାର । ଚନ୍ଦ୍ର- କର୍କଟ ଦିବା ୦୩.୨୧ ଗତେ ସିଂହ । ତିଥି- ପ୍ରତିପଦ ସନ୍ଧ୍ୟା ୦୬.୦୩ ଗତେ ୨ୟା । ଘାତଚନ୍ଦ୍ର- ଦିବା ୦୩.୨୧ ଗତେ କର୍କଟ ଓ ମକର ରାଶିର । ଘାତବାର- ମିଥୁନ ରାଶିର । ପୁଷ୍କର ଦୋଷ- ସନ୍ଧ୍ୟା ୦୬.୦୩ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ସପ୍ତାହକରେ ଗିରଫ ୧୦ରୁ ଅଧିକ ସରକାରୀ ବାବୁ । କାହା ଛତ୍ରଛାୟାରେ ଓ କେଉଁ ପ୍ରଭାବଶାଳୀଙ୍କ ଆଶୀର୍ବାଦରେ ଠିଆ କରିଥିଲେ କଳାଧନର ସାମ୍ରାଜ୍ୟ ?
ବିଧାନସଭାରେ ଓ ଲୋକସଭାରେ ସବୁ ଆସନ ଜିତିବା ଲକ୍ଷ୍ୟରେ କର୍ମୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଟାସ୍କ ।
କେତେ ତାରିଖ ଗଡ଼ାଇବ OSSSC ? ଆଉ କେତେ ଦିନ ଅପେକ୍ଷା କରିବେ ପରୀକ୍ଷାର୍ଥୀ ।
କେବେ ଭକ୍ତଙ୍କ କାମରେ ଲାଗିବ ଇ-ବସ୍। ଚାର୍ଜିଂ ଷ୍ଟେସନ୍ ନଥିବାରୁ ୭ ମାସ ହେବ ପୁରୀରେ ଖତ ଖାଉଛି ୩୫ଟି ବ୍ୟାଟେରି ବସ୍ । ବ୍ୟବସ୍ଥାର ଅପାରଗତାକୁ ଦାୟୀ କରି ତେଜୁଛି ଅସନ୍ତୋଷ ।
ଆତ୍ମହତ୍ୟାର ହଟସ୍ପଟ୍ ପାଲଟିଛି କି କଟକ ? କାଠଯୋଡ଼ି ଓ ମହାନଦୀ ଉପରେ ନିର୍ମିତ ସେତୁ ପାଲଟିଛି ସୁଇସାଇଡ୍ ପଏଣ୍ଟ ।
ଭୂ-ସ୍ଖଳନର ମହାବିପର୍ଯ୍ୟୟରେ ବଢ଼ି ଚାଲିଛି ମୃତ୍ୟୁସଂଖ୍ୟା । ଏହାରି ଭିତରେ ଜୋର୍ଦାର ହୋଇଛି ରେସ୍କ୍ୟୁ ଅପରେସନ୍। ଉଦ୍ଧାର କାର୍ଯ୍ୟରେ ସହଯୋଗ କରିବାକୁ ସେଠାକୁ ଯାଇଛି ବ୍ରହ୍ମପୁର ପୋଲିସର ସନ୍ଧାନୀ କୁକୁର ‘ଷ୍ଟର୍ମ’।
ଖୋଲିଲା ହୀରାକୁଦ ଡ୍ୟାମର ଆଉ ୪ଟି ଗେଟ୍। ଏବେ ମୋଟ୍ ୧୪ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି। ତଥାପି ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କୌଣସି ବନ୍ୟା ପରିସ୍ଥିତି କିମ୍ବା ଉଦବେଗଜନକ ସ୍ଥିତି ଉପୁଜି ନାହିଁ।