Advertisment

ଟ୍ରକକୁ ପିଟିବା ପରେ ଜଳିଗଲା ଆମ୍ବୁଲାନ୍ସ; ୪ ଗୁରୁତର

ବସ୍ତାରୁ ୩ ରୋଗୀଙ୍କୁ ନେଇ ବାଲେଶ୍ୱର ମେଡିକାଲକୁ ଆସିବା ବେଳେ ଘଟିଛି ଏହି ଦୁର୍ଘଟଣା। ୩ ରୋଗୀଙ୍କ ସମେତ ଆମ୍ବୁଲାନ୍ସରେ ଥିବା ହେଲପରଙ୍କ ଅବସ୍ଥା ଗୁରୁତର ରହିଛି।

author-image
Manoranjan Behera
Road accident

Road accident

ଟ୍ରକକୁ ପିଟିବା ପରେ ଜଳିଗଲା ଆମ୍ବୁଲାନ୍ସ। ଏଭଳି କିଛି ଭୟାବହ ଘଟଣା ଘଟିଛି, ବାଲେଶ୍ୱର ରୁପସା ଥାନା ମିରିଗିମୁଣ୍ଡି ଛକରେ। ଏନଏଚ୍ -୧୬ ମିରିଗିମୁଣ୍ଡି ଛକରେ ଟ୍ରକକୁ ଧକ୍କାଦେଇଛି ଆମ୍ବୁଲାନ୍ସ। ଫଳରେ ଘଟଣାସ୍ଥଳରେ ହିଁ ଆମ୍ବୁଲାନ୍ସ ଟି ସମ୍ପୂର୍ଣ୍ଣ ଭାବେ ଜଳି ପୋଡ଼ି ଛାରଖାର ହୋଇ ଯାଇଛି।

Advertisment

ବସ୍ତାରୁ ୩ ରୋଗୀଙ୍କୁ ନେଇ ବାଲେଶ୍ୱର ମେଡିକାଲକୁ ଆସିବା ବେଳେ ଘଟିଛି ଏହି ଦୁର୍ଘଟଣା। ୩ ରୋଗୀଙ୍କ ସମେତ ଆମ୍ବୁଲାନ୍ସରେ ଥିବା ହେଲପରଙ୍କ ଅବସ୍ଥା ଗୁରୁତର ରହିଛି। ୩ ରୋଗୀଙ୍କୁ ଗୁରୁତର ଅବସ୍ଥାରେ କଟକ ଏସସିବି ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଥିବା ବେଳେ ହେଲପରଙ୍କ ଚିକିତ୍ସା ବାଲେଶ୍ୱରରେ ଚାଲିଛି। ଟ୍ରକ୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ମାରିଥିବା ବେଳେ ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ଅଟକ ରଖି ପଚରାଉଚରା କରୁଛି ରୁପସା ଥାନା ପୋଲିସ୍।

ସେପଟେ ସଫେଇ କର୍ମଚାରୀ ଉପରେ ମାଡ଼ିଗଲା ଟ୍ରକ୍। ମାଲକାନଗିରି ଡିଏମକେ ଛକରେ ସିରିଜ୍ ଦୁର୍ଘଟଣା। ଟ୍ରକ୍ ଧକ୍କାରେ ଜଣେ ମହିଳା ସଫେଇ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ସାଇକେଲ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣାରେ ଜଣେ ସାଇକେଲ ଚାଳକ ଗୁରୁତର ଭାବେ ଆହତ ହୋଇଛନ୍ତି। ଘଟଣାସ୍ଥଳରୁ ଗାଡି ଚାଳକ ଫେରାର ହୋଇଥିବା ବେଳେ ପୋଲିସ ମୃତ ଦେହ ଜବତ କରି ଘଟଣାର ଛାନଭିନ୍ ଚଳାଇଛି।

Advertisment

Road Accident Accident Ambulance Accident
Advertisment
Advertisment