ସ୍ତ୍ରୀକୁ ବୀଭତ୍ସ ଭାବେ ହତ୍ୟା କରିଥିଲା ସଂଜୀତ । ଏହି ମାମଲାର ବିଚାର କରିକୋର୍ଟ ସଂଜୀତକୁ ଫାଶି ଦଣ୍ଡାଦେଶ ଶୁଣାଇଛନ୍ତି ।
ଗଜପତି ଜିଲ୍ଲା ମୋହନା ବ୍ଲକ କୋର୍ଚବାଡ଼ି ପଂଚାୟତ ଢେପାନାଜୁ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବାବୁଲା ଗୌଡ଼ l ପିଲାଟି ଦିନରୁ ସେ ଦିବ୍ୟାଙ୍ଗ l
ପର୍ଯ୍ୟଟକଙ୍କୁ ଭିତରକନିକାରେ ଏହି ସବୁର ମଜା ଦେବାକୁ ଅଗଷ୍ଟ ୧ରୁ ଆରମ୍ଭ ହେଉଛି କ୍ରୁଜ୍ ସେବା । ଯେଉଁଠି ବିଳାସପୂର୍ଣ୍ଣ ନୌଯାତ୍ରା ସହିତ ବୋଟରେ ରାତ୍ରିଯାପନ ପାଇଁ ବ୍ୟବସ୍ଥା ରହିବ ।
ଭେଜ୍ ହେଉ କି ନନ୍ ଭେଜ୍ ,ଖାଦ୍ୟ ଯଦି ଚଟପଟା ଓ ସୁଆଦିଆ ହୁଏ ଖାଇବାର ମଜା ଦୁଇ ଗୁଣ ହୋଇଯାଏ । ଆଜି ବନେଇବା ‘ତାୱା ପନିର’
ଜନବସତି ଆଡକୁ ମାଡ଼ି ଆସୁଛି ସମୁଦ୍ର । ଭୟଭୀତ ଅବସ୍ଥାରେ ଏରସମା ଶିଆଳି ବେଳାଭୂମି ନିକଟସ୍ଥ ଗ୍ରାମବାସୀ । ସ୍ଥାୟୀ ପ୍ରତିକାର ପାଇଁ ପ୍ରଶାସନର ନିଘା ନଥିବା ଅଭିଯୋଗ ହେଉଛି।
ଆଜିଠୁ ଖୋଲୁଛି ଭିତରକନିକା ଜାତୀୟ ଉଦ୍ୟାନ । ଦୀର୍ଘ ୩ ମାସ ପରେ ଆଜିଠୁ ଖୋଲୁଛି ଭିତରକନିକା । ବଉଳା କୁମ୍ଭୀରଙ୍କ ପ୍ରଜନନ ଋତୁ କାରଣରୁ ବନ୍ଦ ଥିଲା ।
ସାରା ରାଜ୍ୟରେ ମେଘୁଆ ପାଗ ସାଙ୍ଗକୁ ତୁହାକୁ ତୁହା ବର୍ଷା। ପ୍ରବଳ ବର୍ଷା ନେଇ ଆଜି ପାଇଁ ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଟକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ।
ସୌର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ। ଇଂରାଜୀରେ ୦୧ ତାରିଖ ଗୁରୁବାର। ଚନ୍ଦ୍ର- ମିଥୁନ ଅହୋରାତ୍ର। ତିଥି- ୧୨ଶୀ ଦିବା ୦୩.୨୯ ଗତେ ୧୩ଶୀ। ଘାତଚନ୍ଦ୍ର- କନ୍ୟା ରାଶିର ଅହୋରାତ୍ର। ଘାତବାର- ତୁଳା ଓ କୁମ୍ଭ ରାଶିର। ପୁଷ୍କର ଦୋଷ- ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ଦିବା ୦୩.୨୯ ପର୍ଯ୍ୟନ୍ତ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ରାସ୍ତା କଡ଼, ବିଲବାଡ଼ିରେ ଗଦା ହୋଇଛି ପାଉଁଶ । ନିର୍ଦ୍ଧାରିତ ଡମ୍ପିଂ ସ୍ଥାନରେ ପାଉଁଶ ପଡୁନଥିବା ଅଭିଯୋଗ ।
ନବୀନ ସରକାରରେ ୨୦୧୮ ଅଗଷ୍ଟ ୧୫ରେ ଆରମ୍ଭ ହୋଇଥିବା BSKY ବଦଳରେ କିଭଳି ଲାଗୁହେବ ଦୁଇ ଦୁଇଟି ଯୋଜନା ? କେଉଁ ହିତାଧିକାରୀ କେଉଁ ଯୋଜନାରେ ଅନ୍ତର୍ଭୁକ୍ତ ହେବେ? ଉଭୟ ଯୋଜନାର ହିତାଧିକାରୀଙ୍କୁ ମିଳିବ ତ’ ସମାନ ଫାଇଦା ? ଏବେ ଲୋକଙ୍କ ମନରେ ଏହି ପ୍ରଶ୍ନ।
ଯଦି ଏବେ ସେମିତି କେହି ଦୁର୍ନୀତି କରନ୍ତି ସେମାନଙ୍କ ବିରୁଦ୍ଧରେ ହେବ କାର୍ଯ୍ୟାନୁଷ୍ଠାନ। ଯାହାକୁ ନେଇ ରାଜନୈତିକ ବୟାନ ବାଜି ଜୋର୍ ଧରିଛି।
ଭ୍ରମଣର ସୁଖଦ ଅନୁଭବ ପାଇଁ ବୁଲିବାକୁ ଯାଇ ଶେଷରେ ଶବ ହୋଇ ଫେରିବା ଭଳି କରୁଣ ପରିସ୍ଥିତି। କେରଳର ୱାୟନାଡ୍ ଯାଇଥିବା ଓଡ଼ିଶାର ଦୁଇ ଡାକ୍ତର ବନ୍ଧୁ ପ୍ରଳୟଙ୍କରୀ ଭୂସ୍ଖଳନ ବିପର୍ଯ୍ୟୟର ଶିକାର ହେବା ପରେ ଏବେ ଜଣଙ୍କର ମୃତ ଦେହ ଉଦ୍ଧାର ହୋଇଛି, ଅନ୍ୟ ଜଣେ ନିଖୋଜ ଅଛନ୍ତି।
ସପ୍ତାହ ଭିତରେ ଭିଜିଲାନ୍ସ ଜାଲରେ ପଡିଲେଣି ତିନି ତିନି ଜଣ ବଡ଼ ବାବୁ। ପ୍ରଥମେ ଲୋୟର ସୁକତେଲ ପ୍ରକଳ୍ପ ମୁଖ୍ୟ ଯନ୍ତ୍ରୀ ସୁନୀଲ କୁମାର ରାଉତ, ପରେ ଅବକାରୀ ଯୁଗ୍ମ କମିଶନର ରାମଚନ୍ଦ୍ର ମିଶ୍ର ଏବଂ ଏବେ ପାଳି ପଡିଛି ଜଟଣୀ ବ୍ଲକ୍ ସହକାରୀ ଯନ୍ତ୍ରୀ ନିବେଦିତା ମହାନ୍ତିଙ୍କର।
୨୦୨୦ ମସିହାରେ ରାଜ୍ୟସଭାକୁ ବିଜେଡି ଟିକେଟ୍ରେ ନିର୍ବାଚିତ ହୋଇଥିଲେ ମମତା ମହନ୍ତ ।
ଆପାର୍ଟମେଣ୍ଟକୁ ଭାଙ୍ଗିଲେ ସେହି ଅନୁଯାୟୀ କ୍ଷତିପୂରଣ ଦେବାକୁ ପଡ଼ିବ। ବିଏମ୍ସି ପାଖରେ କ୍ଷତିପୂରଣ ଦେବାକୁ ପଇସା ନାହିଁ।
ହୀରାକୁଦ ଜଳଭଣ୍ଡାରକୁ ଏବେ ପ୍ରତି ସେକେଣ୍ଡରେ ଲକ୍ଷେ ୭୦ ହଜାର କ୍ୟୁସେକ୍ ଜଳ ପ୍ରବେଶ କରୁଛି । ନିଷ୍କାସିତ ହେଉଛି ୩ ଲକ୍ଷ ୩୦ ହଜାର କ୍ୟୁସେକ୍ ପାଣି ।
ପୁଅ କଥା ଦେଇଥିଲା। ବୋଉ ଲୋ…କାମ ଅଛି ଟିକେ ଟାଟା ଯାଉଛି। ହେବ ଯଦି ସଞ୍ଜ ବେଳେ ଫେରିବି। ହେଲେ ରାତିରେ ଫୋନ କଲା, ଆଜି ନୁହେଁ କାଲି ଫେରିବି। କିନ୍ତୁ କିଏ ଜାଣିଥିଲା କଥା ଦେଇଥିବା ପୁଅ ଏମିତି ଠକିଦେବ ବୋଲି।
ଶ୍ରୀଜଗନ୍ନାଥ ଟେମ୍ପୁଲ ଆକ୍ଟ ୧୯୫୫ ଧାରା ୬(୧) ଅନୁସାରେ ପରିଚାଳନା କମିଟି ସଦସ୍ୟଙ୍କ ନାଁ ସୁପାରିଶ ଲାଗି ଏକ ଗାଇଡଲାଇନ୍ ଜାରି କରିଛି ଆଇନ ବିଭାଗ ।
ଆପଣ ଖାସି ମାଂସ ବା ମଟନ୍ର ଅନେକ ରେସିପି ଖାଇଥିବେ ...କଣ ଆପଣ କେବେ ନଡ଼ିଆକୋରା ଦିଆ ମାଂସ ତରକାରି ଖାଇଛନ୍ତି । ଆଜି ଆମେ ଏହି ରେସିପିଟିକୁ ଅତି ସହଜ ଓ ଦେଶୀ ଶୈଳୀରେ ବନେଇବୁ ।
ଏ ଦି‘ ଭଉଣୀଙ୍କ ଦୁଃଖ ଆପଣଙ୍କୁ ବି କନ୍ଦେଇ ଦେବ । ଆପଣ ବି ସେମାନଙ୍କ କାହାଣୀ ଶୁଣିଲେ କହିବେ, ଈଶ୍ବର ଏମିତି ଦୁଃଖ କାହାକୁ ନ ଦିଅନ୍ତୁ । ଏ କୁନି ଛୁଆ ଦି’ ଜଣ ହେଉଛନ୍ତି ପ୍ରମିଳା ଆଉ ଦମୟନ୍ତି ।
ରାଜନୈତିକ ଉଦ୍ଦେଶ୍ୟ କିମ୍ବା ଅନ୍ୟ କୌଣସି କାରଣରୁ ଯୋଗ୍ୟ ହିତାଧିକାରୀ ବାଦ ପଡ଼ିଲେ ଆଉ ଥରେ ଆବେଦନ କରିପାରିବେ।
ଭଦ୍ରକ ସହରବାସୀଙ୍କ ଚିନ୍ତା ବଢ଼ାଇଛି ସାଳନ୍ଦୀ ନଦୀ । ପୁରା ନଦୀକୁ କବଳିତ କରିଛି ଦଳ । ନଦୀପଥର ବେଆଇନ ଅବରୋଧ ବି ଜଳ ପ୍ରବାହରେ ପ୍ରତିବନ୍ଧକ ସାଜିଛି ...
ଆହୁରି ୩ ଦିନ ବର୍ଷାରେ ଭିଜିବ ସାରା ଓଡ଼ିଶା । ଆଜି ପାଇଁ ୫ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ।
ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବାରୁ ଗତ ରବିବାର ପର୍ଯ୍ୟାୟ କ୍ରମେ ହୀରାକୁଦର ୨୦ଟି ଗେଟ୍ ଖୋଲାଯାଇଥିଲା । କିନ୍ତୁ ଏବେ ସ୍ଥିତି ନିୟନ୍ତ୍ରଣ ହୋଇଯିବା ପରେ ହୀରାକୁଦର ୨ଟି ଗେଟ୍କୁ ବନ୍ଦ କରିଦିଆଯାଇଛି । ଏହାପରେ କଟକ ମୁଣ୍ଡଳୀ ଠାରେ ମହାନଦୀର ଜଳସ୍ତର କମିବାରେ ଲାଗିଛି ।