Advertisment

Birthright citizenship panic: ଭାରତୀୟ ଆସନ୍ନପ୍ରସବାଙ୍କୁ ଘାରିଛି ଡର, ଫେବ୍ରୁଆରୀ ୨୦ରୁ ଆଉ ପିଲାଙ୍କୁ ମିଳିବିନି ଆମେରିକା ନାଗରିକତା

ଆମେରିକା ସିଟିଜେନସିପ୍ ବା ନାଗରିକତ୍ବ ପାଇବା ପାଇଁ ପୂର୍ବରୁ ଥିବା ନିୟମରେ ପରିବର୍ତ୍ତନ ହୋଇଛି। ଆମେରିକା ପ୍ରଶାସନର ନିୟମ ଅନୁସାରେ ଆସନ୍ତା ଫେବ୍ରୁୟାରୀ ୨୦ ତାରିଖରୁ ଆମେରିକାରେ ଜନ୍ମ ନେଉଥିବା ଶିଶୁଙ୍କ କ୍ଷେତ୍ରରେ ନୂଆ ନିୟମ ଲାଗୁ ହେବ ।

author-image
Santosh Kumar Sahoo
ଆସନ୍ନ ପ୍ରସବାଙ୍କୁ ଟ୍ରମ୍ପ ଡର

ଆସନ୍ନ ପ୍ରସବାଙ୍କୁ ଟ୍ରମ୍ପ ଡର

ଆମେରିକାର ବିଭିନ୍ନ ମେଡିକାଲରେ ଭାରତୀୟ ଆସନ୍ନପ୍ରସବାଙ୍କ ଭିଡ଼ । ନିଜ ନିଜ ପିଲାଙ୍କ ଭବିଷ୍ୟତ ଓ ଆମେରିକାର ନାଗରିକତା ପାଇବା ପାଇଁ ଭାରତୀୟ ବ୍ୟାକୁଳ । ଆଉ ଏଥିପାଇଁ ଆମେରିକାର ବିଭିନ୍ନ ହସ୍ପିଟାଲରେ ଡାକ୍ତରଙ୍କ ପରାମର୍ଶ ପାଇଁ ବଢିବାରେ ଲାଗିଛି ଆସନ୍ନପ୍ରସବାଙ୍କ ଭିଡ଼ । କାହିଁକି ନା ଆମେରିକାର ନୂଆ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରଂପ ଶପଥ ନେବା ପରେ ବାର୍ଥ ରାଇଟ୍ ସିଟିଜେନସିପ ନିୟମର ସଂଶୋଧନ କରିଛନ୍ତି ।

Advertisment

ଆମେରିକା ସିଟିଜେନସିପ୍ ବା ନାଗରିକତ୍ବ ପାଇବା ପାଇଁ ପୂର୍ବରୁ ଥିବା ନିୟମରେ ପରିବର୍ତ୍ତନ ହୋଇଛି। ଆମେରିକା ପ୍ରଶାସନର ନିୟମ ଅନୁସାରେ ଆସନ୍ତା ଫେବ୍ରୁୟାରୀ ୨୦ ତାରିଖରୁ ଆମେରିକାରେ ଜନ୍ମ ନେଉଥିବା ଶିଶୁଙ୍କ କ୍ଷେତ୍ରରେ ନୂଆ ନିୟମ ଲାଗୁ ହେବ । ତେଣୁ ତାପୂର୍ବରୁ ଆମେରିକାରେ ଗର୍ଭବତୀମାନେ ସେମାନଙ୍କ ଶିଶୁକୁ ଜନ୍ମଦେବାକୁ ଆଗଭର । ଆଉ ଏଥିପାଇଁ ଡାକ୍ତରଙ୍କ ପରାମର୍ଶ ଲୋଡୁଛନ୍ତି ଆସନ୍ନପ୍ରସବା । ଟ୍ରଂପଙ୍କ ଡେଡଲାଇନ ପୂର୍ବରୁ ଶିଶୁ ଜନ୍ମଦେବାକୁ ଇଚ୍ଛା ପ୍ରକାଶ କରୁଛନ୍ତି ।

ଅଧିକ ପଢ଼ନ୍ତୁ: ବନାଗ୍ନିରେ ଛାରଖାର ଲସ୍ ଆଞ୍ଜେଲସ; ସପ୍ତାହେ ନ ଯାଉଣୁ ପୁଣି ଜଳିଲା ଜଙ୍ଗଲ

Advertisment

ଆଉ ଏଥିପାଇଁ ଡାକ୍ତରଙ୍କ ନିକଟକୁ ଫୋନ୍‌ କଲ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ଡାକ୍ତରଙ୍କ ପରାମର୍ଶକ୍ରମେ ଯେନତେନ ପିଲା ଜନ୍ମ ପାଇଁ ଇଚ୍ଛୁକ ଅଛନ୍ତି ଆସନ୍ନପ୍ରସବା । ଏମିତିକି ଅନେକ ହସ୍ପିଟାଲରେ ଏନେଇ ଲମ୍ବାଲାଇନ ଦେଖିବାକୁ ମିଳିଲାଣି ବୋଲି ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ହୋଇଛି ରିପୋର୍ଟ। ଏମିତିକି ଜଣେ ପ୍ରସୂତିରୋଗ ବିଶେଷଜ୍ଞଙ୍କ ସୂଚନା ଅନୁଯାୟୀ, ମାତ୍ର ଦୁଇ ଦିନ ମଧ୍ୟରେ ଏଭଳି ୨୦ଟି କଲ୍ ଆଟେଣ୍ଡ କରିସାରିଲେଣି ।

କାହିଁକି ଫେବ୍ରୁୟାରୀ ୨୦ ଡେଡଲାଇନ୍‌

ଟ୍ରଂପ ରାଷ୍ଟ୍ରପତି ଭାବେ କାର୍ଯ୍ୟାଭାର ସମ୍ଭାଳିବା ପରେ ଆକ୍ସନ ମୁଡରେ । ଟ୍ରଂପ ଶପଥ ନେବା ପରେ ୫୦ରୁ ଅଧିକ ନିଷ୍ପତ୍ତି ଉପରେ ସ୍ବାକ୍ଷର କରିସାରିଲେଣି । ଟ୍ରମ୍ପଙ୍କ ନୂଆ ପଲିସି ପ୍ରବାସୀ ଭାରତୀୟଙ୍କୁ ଅଡୁଆରେ ପକାଇଛି। ଆସନ୍ତା ଫେବ୍ରୁୟାରୀ ୨୦ ତାରିଖଠୁ ଆଉ କାମ ଦେବନି ପୂର୍ବରୁ ଥିବା ବାର୍ଥରାଇଟ ସିଟିଜେନସିପ୍ । ବର୍ତ୍ତମାନ ଆମେରିକାରେ ୧୦ ହଜାର ଅସ୍ଥାୟୀ ଭାବେ H-1B ଏବଂ L1 ଭିସା ସହାୟତାରେ ରହୁଛନ୍ତି । ତେଣୁ ଏମାନଙ୍କ ମଧ୍ୟରେ ଥିବା ଗର୍ଭବତୀ ମହିଳା ଫେବୃୟାରୀ ୨୦ ପୂର୍ବରୁ ପିଲାଙ୍କୁ ଜନ୍ମଦେଇ ଆମେରିକା ନାଗରିକତ୍ବ ପାଇବା ପାଇଁ ଚେଷ୍ଟା ଚଳାଇଛନ୍ତି। ହେଲେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁଯାୟୀ, ଏଭଳି କଲେ ଉଭୟ ମାଆ ଓ ଶିଶୁ ପ୍ରତି ସମସ୍ୟା ସୃଷ୍ଟି ହେବ ।

କ’ଣ ବାର୍ଥରାଇଟ୍ ସିଟିଜେନ୍ସିପ୍ ?

ପୂର୍ବରୁ ଥିବା ବାର୍ଥରାଇଟ୍ ସିଟିଜେନ୍ସିପ୍ ନିୟମ ଅନୁଯାୟୀ, ବାପା-ମାଆଙ୍କ ପାଖରେ ଅନ୍ୟ ଦେଶର ନାଗରିକତା ଥିଲେ ବି ଆମେରିକାରେ ଯଦି ସେମାନଙ୍କ ପିଲା ଜନ୍ମ ହେଉଥିଲେ, ତାହେଲେ ସେଠିକାର ନାଗରିକତ୍ବ ହାସଲ କରୁଥିଲେ ଜନ୍ମିତ ପିଲା । ଯଦି ବି ସେହି ପିଲାର ବାପା-ମାଆ ଆମେରିକାର ନାଗରିକ ହୋଇନଥିବେ ଏଥିପାଇଁ କିଛି ସମସ୍ୟା ରହୁନଥିଲା । ଭିସା ବଳରେ ସେଠାରେ ରହୁଥିବା ଅନେକ ଦମ୍ପତିଙ୍କ ପିଲା ଆମେରିକା ଜନ୍ମ ପରେ ସେଠାରେ ନାଗରିକ ହେଉଥିଲେ । ହେଲେ ଏବେ ଏଥିରେ ଲାଗିଛି ରୋକ । ଫେବୃୟାରୀ ୨୦ ତାରିଖଠାରୁ ଆମେରିକାରେ ଯେଉଁ ଶିଶୁ ଜନ୍ମ ନେବେ, ସେମାନଙ୍କ ପିତାମାତାଙ୍କ ମଧ୍ୟରେ କେହି ଜଣେ ଆମେରିକାର ନାଗରିକ ହୋଇଥିବା ନିହାତି ଜରୁରୀ । 

ଅଧିକ ପଢ଼ନ୍ତୁ: ଶପଥ ଗ୍ରହଣର କିଛି ମିନିଟ ମଧ୍ୟରେ ଟ୍ରମ୍ପଙ୍କ ନାମରେ ମାମଲା

Donald Trump
Advertisment
Advertisment