/odishatv-khabar/media/post_attachments/uploadimage/library/16_9/16_9_0/IMAGE_1737642688.jpg)
ମାଘ ତାତି: ଭାଙ୍ଗିଲା ୫୨ ବର୍ଷର ରେକର୍ଡ
ଜାନୁଆରୀ ନ ସରୁଣୁ ରାଜ୍ୟରେ ଅନୁଭୂତ ହେଲାଣି ଗରମ । ଅନେକ ଅଞ୍ଚଳରେ ବଢିଲାଣି ତାତି । ଦିନରେ ସୂର୍ଯ୍ୟଙ୍କ ପ୍ରଖର କିରଣ ସାଙ୍ଗକୁ ରାତିରେ ବି ଫ୍ୟାନର ଆବଶ୍ୟକତା ପଡିଲାଣି । କୋରାପୁଟରେ ତ ୫୨ ବର୍ଷର ରେକର୍ଡ ଭାଙ୍ଗିଛି ଜାନୁଆରୀର ତାପମାତ୍ରା । ପାଗରେ ହଠାତ୍ ଏଭଳି ପରିର୍ତ୍ତନକୁ ନେଇ ବଢିଛି ଚିନ୍ତା ।
ଜାନୁଆରୀ ନ ଯାଉଣୁ ବଢ଼ିଲାଣି ତାତି । କୋରାପୁଟରେ ୫୨ ବର୍ଷର ରେକର୍ଡ ଭାଙ୍ଗିଲା ଜାନୁଆରୀ ତାପମାତ୍ରା । ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସଙ୍କ ସୂଚନା ଅନୁଯାୟୀ ଗତକାଲି କୋରାପୁଟରେ ସର୍ବାଧିକ ତାପମାତ୍ରା ଥିଲା ୩୩.୨ ଡିଗ୍ରୀ । ଯାହା ୫୨ ବର୍ଷର ରେକର୍ଡ ଭାଙ୍ଗିଛି । ମାଳଭୂମିରୁ ହଠାତ୍ ଉଭାନ ହୋଇଯାଇଛି ଶୀତ । ରାତିରେ ହାଲକା ଥଣ୍ଡା ପରିବେଶ ରହୁଥିଲେ ବି ସୂର୍ଯ୍ୟୋଦୟ ପରେ କିନ୍ତୁ ଦିନରେ ଟାଇଁ ଟାଇଁ ଖରା । ଜାନୁଆରୀ ନ ସରୁଣୁ ଏବେଠୁ ଦରକାର ପଡିଲାଣି ଫ୍ୟାନ୍ । ଯେଉଁଠି ମାର୍ଚ୍ଚ ମାସ ପର୍ଯ୍ୟନ୍ତ ବି ଲାଗିରହେ ଶୀତ, ଏ ବର୍ଷ କିନ୍ତୁ ଏବେଠାରୁ ଗରମ ଅନୁଭୂତ ହେଲାଣି । ଆଜି ବି କୋରାପୁଟରେ ୩୦ ଡିଗ୍ରୀ ଉପରେ ରହିଛି ପାରଦ।
ଅଧିକ ପଢ଼ନ୍ତୁ: କଲଵଲ କରୁଛି ଘନ କୁହୁଡି, ଦେଖାଯାଉନି ରାସ୍ତା..
ଖାଲି କୋରାପୁଟ କାହିଁକି ରାଜ୍ୟର ଅନ୍ୟ ଅଞ୍ଚଳରୁ ବି ଶୀତ ଗାଏବ । ଭୁବନେଶ୍ୱରରେ ଗତ ୨୦ ତାରିଖରେ ସକାଳ ସାଢେ ୫ଟାରେ ତାପମାତ୍ରା ୧୫ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଆଜି ସମାନ ସମୟରେ ତାପମାତ୍ରା ଥିଲା ୧୯ ଡିଗ୍ରୀ । ସେହିପରି ଝାରସୁଗୁଡାରେ ୨୦ ତାରିଖରେ ତାପମାତ୍ରା ଥିଲା ୯.୬ ଡିଗ୍ରୀ ସେଲସିଅସ୍ । ଆଜି ପହଞ୍ଚିଛି ୧୩.୨ ଡିଗ୍ରୀରେ । ୩ ଦିନ ଭିତରେ ପାଖାପାଖି ୪ ଡିଗ୍ରୀ ବଢିଛି ପାରଦ ।
ଉପକୂଳ ଓଡ଼ିଶା ଏବଂ ବଙ୍ଗୋପସାଗର ଉପରେ ଏବେ ଏକ ଆଣ୍ଟି ସାଇକ୍ଲୋନିକ୍ ଷ୍ଟର୍ମ ରହିଛି । ଏହାର ପ୍ରଭାବରେ ଆଦ୍ରତାଯୁକ୍ତ ବାୟୁ ବହୁଛି । ଏଥିସହ ଏବେ ଦକ୍ଷିଣ-ପଶ୍ଚିମ ଦିଗରୁ ବହୁଛି ପବନ । ସେଠାରେ ତାପମାତ୍ରା ଅଧିକ ଥିବାରୁ ଏଠାରେ ବି ଗରମ ଅନୁଭୂତ ହେଉଥିବା ପାଣିପାଗ ବିଜ୍ଞାନୀ କହିଛନ୍ତି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଆସନ୍ତା ୩ ଦିନ ଭିତରେ ଆହୁରି ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢିପାରେ ତାପମାତ୍ରା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)