Advertisment

ଭାଙ୍ଗିଯିବ କି BJD ? ନବୀନଙ୍କୁ ଘାରିଛି ଦଳ ଭାଙ୍ଗିଯିବା ଚିନ୍ତା!

ନବୀନ କହିଛନ୍ତି ରାଜ୍ୟରେ ବିଜେପି ସରକାରରେ ୨ରୁ ୩ ଜଣ MLA ସଂଖ୍ୟା ଗରିଷ୍ଠତାରୁ ଅଧିକ ଅଛନ୍ତି, କେନ୍ଦ୍ରରେ ବି ଅଳ୍ପସଂଖ୍ୟକ ସରକାର ଚାଲିଛି। ତେଣୁ ପରିଶ୍ରମ କରନ୍ତୁ, ଏକଜୁଟ୍ ରୁହନ୍ତୁ ଆଉ ଦଳକୁ ମଜବୁତ ରଖନ୍ତୁ ବୋଲି ନବୀନ ନିଜ ଦଳର ନେତା ଓ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି।

author-image
Manoranjan Behera
ଅଦ୍ୟତନ ହୋଇଛି
Naveen Patnaik

Naveen Patnaik

ଭାଙ୍ଗିଯିବ କି ବିଜେଡି? ନବୀନଙ୍କୁ ଘାରିଛି କି ଦଳ ଭାଙ୍ଗିଯିବା ଚିନ୍ତା? ଏଥର ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଏବେ ଏମିତି କିଛି ଚର୍ଚ୍ଚା ଜୋର ଧରିଛି। ଆଉ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବୟାନ ଏଦିଗକୁ ଅଧିକ ଇଙ୍ଗିତ କରିଛି। ଗତକାଲି ନିଜ ଦଳର ନେତାଙ୍କୁ ଏକଜୁଟ୍ ହୋଇ ରହିବାକୁ ନିବେଦନ କରିଛନ୍ତି ନବୀନ।

Advertisment

ନବୀନ କହିଛନ୍ତି ରାଜ୍ୟରେ ବିଜେପି ସରକାରରେ ୨ରୁ ୩ ଜଣ MLA ସଂଖ୍ୟା ଗରିଷ୍ଠତାରୁ ଅଧିକ ଅଛନ୍ତି, କେନ୍ଦ୍ରରେ ବି ଅଳ୍ପସଂଖ୍ୟକ ସରକାର ଚାଲିଛି। ତେଣୁ ପରିଶ୍ରମ କରନ୍ତୁ, ଏକଜୁଟ୍ ରୁହନ୍ତୁ ଆଉ ଦଳକୁ ମଜବୁତ ରଖନ୍ତୁ ବୋଲି ନବୀନ ନିଜ ଦଳର ନେତା ଓ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି। ହେଲେ ନବୀନଙ୍କୁ ଏଭଳି କାହିଁକି କହିବାକୁ ପଡ଼ିଲା? ବିଜେଡି ନେତାମାନେ କଣ ଦଳ ଛାଡ଼ିବା ନେଇ କିଛି ଆଭାସ ପାଇଛନ୍ତି କି ନବୀନ? ନା ଦଳ ଭାଙ୍ଗିଯିବା ନେଇ ଭୟ ଘାରିଛି? ଏବେ ଏସବୁକୁ ନେଇ ଚର୍ଚ୍ଚା ଜୋର ଧରିଛି।

ସେପଟେ ଏଭଳି ଆଶଙ୍କା ଭିତରେ ବିଜେଡି ସୁପ୍ରିମୋଙ୍କୁ ଭେଟିବାରେ ଲାଗିଛନ୍ତି ବିଭିନ୍ନ ଅଞ୍ଚଳର ନେତା। ଗତକାଲି ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, କେନ୍ଦୁଝରର ନେତା ଧନୁର୍ଯ୍ୟୟ ସିଦ୍ଧୁ, ପଟାଙ୍ଗିର ପୂର୍ବତନ ବିଧାୟ ପୀତମ ପାଢୀ ପ୍ରମୁଖ ନବୀନ ନିବାସରେ ବିଜେଡି ସଭାପତିଙ୍କୁ ଭେଟି ଆଲୋଚନା କରିଥିଲେ। ସେହିଭଳି ଗଞ୍ଜାମ କବିସୂର୍ଯ୍ୟନଗରର ପୂର୍ବତନ ବିଧାୟିକ ଲତିକା ପ୍ରଧାନ ମଧ୍ୟ ନବୀନଙ୍କୁ ଭେଟି ଆଲୋଚନା କରିଛନ୍ତି। ତେଣୁ ଚର୍ଚ୍ଚା ହେଉଛି, ବିଜେଡି ସଂଗଠନ କାଳେ ଦୁର୍ବଳ ହୋଇପଡ଼ିବ, ସେଥିପାଇଁ ବିଜେଡି ସୁପ୍ରମୋ ଜଣଙ୍କ ପରେ ଜଣେ ନେତାଙ୍କୁ ଡାକି ଆଲୋଚନା କରୁଛନ୍ତି।

Advertisment

ଯେହେତୁ ଦଳ କ୍ଷମତାରେ ଥିଲା ତେଣୁ କେହି କିଛି କହୁ ନଥିଲେ। ମନରେ ବିଦ୍ରୋହ ଥିଲା, ଦଳରେ କନ୍ଦଳ ଥିଲା, ହେଲେ ମୁହଁ ଖୋଲୁନଥିଲେ। ଯାହା କରୁଥିଲେ ଭିତରେ ଭିତରେ। ୨୪ ନିର୍ବାଚନରେ ପରାଜୟର ଏହା ବି ଏକ କାରଣ କୁହାଯାଉଥିବା ବେଳେ ପୁଣି କଟକ, ଭୁବନେଶ୍ୱର ମହାନଗର ନିଗମ କମିଟି ଅଧ୍ୟକ୍ଷ ନିର୍ବାଚନରେ ଆସିଛି ଗୋଷ୍ଠୀ କନ୍ଦଳର ସାଂଘାତିକ ଚିତ୍ର। କେଉଁଠି କମିଟି ଅଧ୍ୟକ୍ଷ ପାଇଁ ବିଜେଡି-ବିଜେଡି ଭିତରେ ଲଢେଇ ତ ଆଉ କେଉଁଠି ଦଳୀୟ ପ୍ରାର୍ଥୀ ଥାଇ ବି ସ୍ୱାଧୀନ ପ୍ରାର୍ଥୀଙ୍କୁ ସମର୍ଥନ ଦେଇଛନ୍ତି ବିଜେଡି କର୍ପୋରେଟର।

ସାଧାରଣ ନିର୍ବାଚନରେ ବିଜେଡି ପରାଜୟ ପରେ ଦଳରେ ତୀବ୍ର ହେଉଛି ଗୋଷ୍ଠୀ କନ୍ଦଳ। ଆଗରୁ ଭିତରେ ଭିତରେ ହେଉଥିଲା ଏବେ ଖୋଲାଖୋଲି। ରାଜ୍ୟର ଦୁଇ ପ୍ରମୁଖ ମହାନଗର ନିଗମ କମିଟି ନିର୍ବାଚନରେ ସାମ୍ନାକୁ ଆସିଛି ଦଳ ଭିତରେ ବିବାଦ। କଟକ ମହାନଗର ନିଗମରେ ଗତକାଲି ଥିଲା ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ନିର୍ବାଚନ। ଆଉ ଗୋଷ୍ଠୀ କନ୍ଦଳ ପାଇଁ ଦଳକୁ ଲାଗିଛି ଡବଲ ଝଟ୍‌କା।

Naveen Patnaik BJD Odisha Politics
Advertisment
Advertisment