ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କୁ ହାତୀବେଶରେ ଦର୍ଶନ ଦେଉଛନ୍ତି ମହାବାହୁ। ପବିତ୍ର ସ୍ନାନ ପୂର୍ଣ୍ଣିମାରେ ଆଜି ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମରେ ଲୋକାରଣ୍ୟ ହୋଇଛି ଶ୍ରୀକ୍ଷେତ୍ର ପୁରୀ।
ବିଚିତ୍ର ଠାକୁର କାଳିଆ ଗୋସେଁଇ। ଅଜବ ତାଙ୍କର ନୀତିକାନ୍ତି। ସବୁକିଛି ମାନବ ପରି। ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ କଳସୀର ପବିତ୍ର ଜଳରେ ସ୍ନାନ କରନ୍ତି ଶ୍ରୀଜିଉ। ଏହି ଅନନ୍ୟ ପରମ୍ପରା ସମସ୍ତ ଜଗନ୍ନାଥ ପ୍ରେମୀଙ୍କୁ ଭାବବିହ୍ୱଳ କରିଦିଏ।
ଭିଡ଼ ଭିତରେ ଜଣେ ବିଦେଶୀ ଭକ୍ତ ସିଂହଦ୍ୱାର ଦେଇ ପ୍ରବେଶ କରି ବାଇଶି ପାହାଚ ପର୍ଯ୍ୟନ୍ତ ଚାଲିଯାଇଥିଲେ ।
ସ୍ନାନ ମଣ୍ଡପରେ ରକ୍ତଛିଟା ହେତୁ ଶ୍ରୀଜିଉଙ୍କ ହେବ ମହାସ୍ନାନ
ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରୀମନ୍ଦିରର ସ୍ନାନ ମଣ୍ଡପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପାରମ୍ପରିକ ରୀତିରେ ବେଦଧ୍ୱନି ପୂର୍ବକ ୧୦୮ କଳସୀ ଜଳରେ ସ୍ନାନ କରାଯାଏ। ଏହା ପରେ ଦିଅଁମାନଙ୍କୁ ଗଜାନନ ବେଶରେ ସଜ୍ଜିତ କରାଯାଇଥାଏ। ଏହିଦିନ ମହାପ୍ରଭୁ କାହିଁକି ହୁଅନ୍ତି ଗଜାନନ ବେଶ ଜାଣିବା ପାଇଁ ପଢନ୍ତୁ।
ପୂର୍ବରୁ ସୂର୍ଣ୍ଣକୂପର ସଂସ୍କାରାଦି ପରେ ସ୍ନାନବେଦୀ ସୁସସ୍କୃତ ହୋଇ ଚନ୍ଦ୍ରାତପାଦି ଦ୍ୱାରା ସୁସଜିତ ଥାଏ । ଶ୍ରୀ ସୁଦର୍ଶନ, ଶ୍ରୀ ବଳଭଦ୍ର, ଶ୍ରୀ ଶୁଭଦ୍ରା, ଶ୍ରୀ ଜଗନ୍ନାଥ ଯଥାକ୍ରମେ ସ୍ନାନବେଦୀକୁ ଯାତ୍ରା କରିବା ପରେ ଶ୍ରୀ ମଦନ ମୋହନ ବିଜେ ହୁଅନ୍ତି । ଦେବବିଗ୍ରହ ଯାତ୍ରା ମାନଙ୍କର ଏହି ବିଜେ ଯାତ୍ରାକୁ ପହଣ୍ଡି ବିଜେ କୁହାଯାଏ ।
ଆଉ ରହିଲା ମାତ୍ର ଗୋଟିଏ ଦିନ। ଭକ୍ତଗଣ ଦେଖିବେ ମହାପ୍ରଭୁଙ୍କ ଦିବ୍ୟ ସ୍ନାନ। ଏନେଇ ସମସ୍ତେ ଉତ୍ସବମୁଖର।
ସ୍ନାନବେଦି ଉପରେ ବସି ମହାପ୍ରଭୁଙ୍କ ମହାସ୍ନାନ। ଏହି ଦିବ୍ୟ ଦୃଶ୍ୟ ଦେଖି ଭକ୍ତ ବିଭୋର। ମହାପ୍ରଭୁଙ୍କର ଏଇ ନୀତିକାନ୍ତି ଯେତେ ବୁଝିଲେ ବି ଅବୁଝା ଲାଗେ ।