Advertisment

ପୁଅ ନା ରାକ୍ଷସ! ବାପା-ମା’ଙ୍କୁ ହତ୍ୟା କରି ବାଡ଼ିରେ ପୋତିଦେଲା

ବାରିପଟୁ ପଛପଟୁ ଦୁର୍ଗନ୍ଧ ବାହାରିଥିଲା। କିଛି କୁକୁର ସେଠାରେ ମାଟି ଖୋଳୁଥିବା ଦେଖିବାକୁ ମିଳିଥିଲା। ଏନେଇ ସନ୍ଦେହ ବଢିବାରୁ ପୋଲିସକୁ ଖବର ଦେଇଥିଲେ ଗ୍ରାମବାସୀ।

author-image
Sonali Ojha
Murder

Murder

ସିମୁଳିଆ ଥାନା ଗରସଙ୍ଗ ଗାଁରେ ପୁଅର ନୃଶଂସ କାଣ୍ଡ । ଜନ୍ମକଲା ବାପା-ମା’ଙ୍କୁ ହତ୍ୟା ପରେ ପୋତିଦେଲା ପୁଅ। ବାରି ପଛପଟୁ ଦୁର୍ଗନ୍ଧ ବାହାରିବାରୁ ବଢ଼ିଲା ସନ୍ଦେହ।ଭାଇକୁ ଦୁଇ ଭଉଣୀ ସନ୍ଦେହ କରିବାରୁ ମାଟି ଖୋଳା ଚାଲିଛି । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶବ ବାହାର କରୁଛି ପୋଲିସ।

Advertisment

ସୂଚନା ଅନୁସାରେ, ଗରସଙ୍ଗ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଘରେ ବାପା-ମା ଓ ପୁଅ ରହୁଥିଲେ। ମାତ୍ର ୪ଦିନ ହେବ ମା ଓ ବାପା ଉଭୟ ନିଖୋଜ ହୋଇଯାଇଥିଲେ। ଦୁଇ ଭଉଣୀ ସେମାନଙ୍କୁ ଖୋଜାଖୋଜି କରିଥିଲେ ବି ସେମାନଙ୍କର ପତ୍ତା ମିଳିନଥିଲା। ତେବେ ଭାଇ ମଧ୍ୟ ଘରେ ନଥିବା ଦୁଇ ଭଉଣୀ ଦେଖିଥିଲେ। ତାଙ୍କୁ ଫୋନ କଲେ ସୁଦ୍ଧା ସେ ଉଠାଇ ନଥିଲେ। ଏନେଇ ସନ୍ଦେହ ବଢିଥିଲା।

ତେବେ ଗତକାଲି ବାରିପଟୁ ପଛପଟୁ ଦୁର୍ଗନ୍ଧ ବାହାରିଥିଲା। କିଛି କୁକୁର ସେଠାରେ ମାଟି ଖୋଳୁଥିବା ଦେଖିବାକୁ ମିଳିଥିଲା। ଏନେଇ ସନ୍ଦେହ ବଢିବାରୁ ପୋଲିସକୁ ଖବର ଦେଇଥିଲେ ଗ୍ରାମବାସୀ। ପରେ ଭାଇ ବାପା-ମା’ଙ୍କୁ ହତ୍ୟା କରିଥିବା ପୋଲିସ ନିକଟରେ ଅଭିଯୋଗ କରିଥିଲେ। ଏହାପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମାଟିଖୋଳା ଚାଲିଛି। ବର୍ତ୍ତମାନ ସୁଦ୍ଧା ଜଣଙ୍କର ମୃତଦେହ ବାହାରିଥିବା ବେଳେ ଆଉ ଗୋଟିଏ ଶବ ପାଇବା ପାଇଁ ମାଟି ଖୋଳା ଜାରି ରହିଛି। ତେବେ ଅଭିଯୁକ୍ତ ପୁଅ ଫେରାର ହୋଇଯାଇଥିବା ବେଳେ ତାକୁ ଧରିବାକୁ ପୋଲିସ ଉଦ୍ୟମ କରୁଛି।

Advertisment
Murder
Advertisment
Advertisment