Advertisment

କୃତ୍ୟ ଭକ୍ତ, ଭକ୍ତିମୟ ଶ୍ରୀକ୍ଷେତ୍ର: ସ୍ନାନବେଦୀରେ ଶ୍ରୀଜୀଉଙ୍କ ଦିବ୍ୟସ୍ନାନ; ହାତୀବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ

ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କୁ ହାତୀବେଶରେ ଦର୍ଶନ ଦେଉଛନ୍ତି ମହାବାହୁ। ପବିତ୍ର ସ୍ନାନ ପୂର୍ଣ୍ଣିମାରେ ଆଜି ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମରେ ଲୋକାରଣ୍ୟ ହୋଇଛି ଶ୍ରୀକ୍ଷେତ୍ର ପୁରୀ।

author-image
Sujit kumar Swain
ଅଦ୍ୟତନ ହୋଇଛି
undefined

Snana Purnima 2024

ସ୍ନାନ ବେଦୀରେ ଶ୍ରୀଜୀଉଙ୍କ ଦିବ୍ୟସ୍ନାନ। ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କୁ ହାତୀବେଶରେ ଦର୍ଶନ ଦେଉଛନ୍ତି ମହାବାହୁ। ପବିତ୍ର ସ୍ନାନ ପୂର୍ଣ୍ଣିମାରେ ଆଜି ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମରେ ଲୋକାରଣ୍ୟ ହୋଇଛି ଶ୍ରୀକ୍ଷେତ୍ର ପୁରୀ। ପାଗ ଅନୁକୂଳ ଥିବା ସହ ଶାନ୍ତି ଶୃଙ୍ଖଳା ଓ ସୁରୁଖରୁରେ ସମ୍ପନ୍ନ ହୋଇଛି ମହାପ୍ରଭୁଙ୍କ ସ୍ନାନଯାତ୍ରା। ସେପଟେ ଆଜିଠୁ ମହାପ୍ରଭୁ ଜ୍ବରରେ ପୀଡ଼ିତ ହୋଇ ଅଣସର ଘରେ ରହିବାକୁ ଥିବାରୁ ଆସନ୍ତାକାଲିଠାରୁ ପୂଜା ପାଇବେ ପଟିଦିଁଅ।

Advertisment

କୃତ କୃତ୍ୟ ଭକ୍ତ, ଭକ୍ତିମୟ ଶ୍ରୀକ୍ଷେତ୍ର। ସ୍ନାନ ମଣ୍ଡପରେ ମହାପ୍ରଭୁଙ୍କ ମହାସ୍ନାନ ଓ ଚତୁର୍ଧାମୂରତିଙ୍କ ଦିବ୍ୟ ହାତୀ ବେଶ ଦର୍ଶନ କରି ତଲ୍ଲୀନ ଅଗଣିତ ଭକ୍ତଙ୍କ ମନ ଓ ପ୍ରାଣ।ଆଜି ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସରରେ ବଡ଼ି ଭୋରରୁ ଲୋକାରଣ୍ୟ ହୋଇ ସାରିଥିଲେ ସାରା ଶ୍ରୀକ୍ଷେତ୍ର। ଭୋର ୪ଟା ୩୦ ଆରମ୍ଭ ହୋଇଥିଲା ମହାପ୍ରଭୁଙ୍କ ମଙ୍ଗଳାର୍ପଣ। ଆଉ ଭୋର୍‍ ୫ଟା ୨୦ ବେଳକୁ ଆରମ୍ଭ ହୋଇଥିଲା ପହଣ୍ଡି। ଘଣ୍ଟଘଣ୍ଟାର ତାଳ, ହରିବୋଲ ହୁଳହୁଳିର କମ୍ପନ ଓ ଟାହିଆର ଅପୂର୍ବ ଦୋଳଣରେ, ରତ୍ନବେଦୀରୁ ଧାଡ଼ି ପହଣ୍ଡିରେ ସ୍ନାନବେଦୀକୁ ବିଜେ କରିଥିଲେ ଚତୁର୍ଧାମୂରତି। ପରେ ବିଭିନ୍ନ ନୀତିକାନ୍ତି ଅନ୍ତେ ସୁନା କୂଅର ୧୦୮ କୁମ୍ଭ ସୁବାସିତ ଜଳରେ ସଂପନ୍ନ ହୋଇଥିଲା ତିନି ଠାକୁରଙ୍କ ଦିବ୍ୟସ୍ନାନ। ଶ୍ରୀଜିଉଙ୍କ ଶ୍ରୀଚରଣ ତଳେ ଗଜପତି ମହାରାଜା ଦିବ୍ୟ ସିଂହ ଦେବଙ୍କ ଛେରା ପହଁରା ସରିବା ପରେ ହାତୀବେଶରେ ସଜ୍ଜିତ ହୋଇଥିଲେ ମହାପ୍ରଭୁ। ଆଉ ଶ୍ରୀଜିଉଙ୍କ ଏ ଦୁର୍ଳଭ ବେଶ ଦର୍ଶନ ପରେ ଅଭିଭୂତ ହୋଇପଡ଼ିଥିଲେ ଅଗଣିତ ଭକ୍ତ।

ସ୍ନାନ ଯାତ୍ରା ପାଇଁ ଆଜି ଶ୍ରୀକ୍ଷେତ୍ର ଭକ୍ତି ରସରେ ସମ୍ପୂର୍ଣ୍ଣ ଭିଜିଯାଇଥିବା ବେଳେ ଏପଟେ ଗରମ ଓ ଗୁଳୁଗୁଳିରୁ ଭକ୍ତଙ୍କୁ ଆଶ୍ବସ୍ତି ଦେବାକୁ ସତେ ଯେମିତି କୃପା କରିଥିଲେ ଦେବରାଜ ଇନ୍ଦ୍ର। ଗୋଟିଏ ପଟେ ମହାପ୍ରଭୁ ୧୦୮ ଗଲା ସୁବାସିତ ଜଳରେ ଭିଜୁଥିବା ବେଳେ ଅନ୍ୟପଟେ ଖୋଲା ଆକଶ ତଳେ ବର୍ଷାରେ ଭିଜି ଭିଜି ଦର୍ଶନ ଦର୍ଶନ କରୁଥିଲେ ଅସଂଖ୍ୟ ଶ୍ରଦ୍ଧାଳୁ।

Advertisment

ପୁରୀରେ ଆଜି ଶୃଙ୍ଖଳିତ ସ୍ନାନ ଯାତ୍ରା ଲାଗି ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରିଛିଜିଲ୍ଲା ଓ ପୋଲିସ ପ୍ରଶାସନ। ମୁତୟନ ହୋଇଛନ୍ତି ୬୮ ପ୍ଲାଟୁନ ଫୋର୍ସ। ସ୍ନାନ ବେଦୀରେ ଅତ୍ୟଧିକ ସ୍ନାନ ହେତୁ ଶ୍ରୀଜୀଉଙ୍କୁ ଜ୍ୱର ଆସିଥାଏ। ତେଣୁ ଆସନ୍ତାକାଲିଠୁ ଜ୍ବରରେ ପୀଡ଼ିତ ହୋଇ ଦୀର୍ଘ ୧୫ ଦିନ ଧରି ଅଣସର ଘରେ ରହିବେ ତିନି ଠାକୁର। ଏହି ସମୟରେ ଶ୍ରୀମନ୍ଦିରରେ ପୂଜା ପାଇବେ ପଟି ଦିଅଁ। ଆଉ ରତ୍ନ ସିଂହାସନରେ ମହାପ୍ରୁଭଙ୍କ ଶ୍ରୀମୁଖ ଦର୍ଶନର ସୁଯୋଗ ନପାଇ ଭକ୍ତ ଧାଇଁବେ ବ୍ରହ୍ମଗିରିର ଶ୍ରୀ ଅଲାରନାଥ ପୀଠ।

Jagannath Temple Snana Purnima Deba Snana Purnima Snana Jatra
Advertisment
Advertisment