Advertisment

କିଏ ହେବେ ରାଜ୍ୟର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ?

ପ୍ରଦୀପ କୁମାର ଜେନାଙ୍କ କାର୍ଯ୍ୟକାଳ ପୁଣି ବଢାଯିବ ନା ନୂଆ ନିଯୁକ୍ତି ପାଇବେ? ଆସନ୍ତା ୩୦ ତାରିଖରେ ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ ସରିବାକୁ ଯାଉଥିବାରୁ ଏହି ଚର୍ଚ୍ଚା ଏବେ ଜୋର ଧରିଛି।

author-image
Manoranjan Behera
undefined

Odisha Chief Secretary

ଆସନ୍ତା ଜୁନ୍ ୩୦ରେ ସରୁଛି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ବର୍ଦ୍ଧିତ କାର୍ଯ୍ୟକାଳ। ଏପରି ସ୍ଥଳେ କିଏ ହେବେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ରାଜ୍ୟରେ ବିଜେପି ନୂଆ ସରକାର ଗଢିଥିବାରୁ ପ୍ରଶାସନିକ କରିଡରରେ ଏବେ ଏନେଇ ହଲଚଲ୍ ଦେଖାଦେଉଛି। ଦୌଡ଼ରେ ଅନେକ ଥିଲେ ବି ଜଣେ ଓଡ଼ିଆ ଅଧିକାରୀଙ୍କୁ ଦାୟିତ୍ୱ ମିଳିବା ନେଇ ହେଉଛି ଆଲୋଚନା।

Advertisment

କିଏ ହେବେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ? ପ୍ରଦୀପ କୁମାର ଜେନାଙ୍କ କାର୍ଯ୍ୟକାଳ ପୁଣି ବଢାଯିବ ନା ନୂଆ ନିଯୁକ୍ତି ପାଇବେ? ଆସନ୍ତା ୩୦ ତାରିଖରେ ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ ସରିବାକୁ ଯାଉଥିବାରୁ ଏହି ଚର୍ଚ୍ଚା ଏବେ ଜୋର ଧରିଛି। ଗତ ବର୍ଷ ଡିସେମ୍ବରରେ ପ୍ରଦୀପଙ୍କ କାର୍ଯ୍ୟକାଳ ସରିଥିଲା। ମାତ୍ର ସେତେବେଳେ ନବୀନ ସରକାର ତାଙ୍କ କାର୍ଯ୍ୟକାଳକୁ ଆଉ ୬ ମାସ ବଢାଇଥିଲେ। ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ତାଙ୍କ କାର୍ଯ୍ୟକାଳକୁ ବଢାଯାଇଥିଲା।

ମାତ୍ର ରାଜ୍ୟରେ ଦୀର୍ଘ ୨୪ ବର୍ଷ ପରେ ସତ୍ତା ପରିବର୍ତ୍ତନ ହୋଇଥିବାରୁ ପ୍ରଦୀପଙ୍କୁ ଆଉ ଏକ୍ସଟେନସନ୍ ମିଳିବ ନା ନାହିଁ ତାକୁ ନେଇ ଏଯାଏ କୌଣସି ସ୍ପଷ୍ଟ ଚିତ୍ର ମିଳିନାହିଁ। ଆଉ ଯଦି ନୂଆ ମୁଖ୍ୟ ଶାସନ ସଚିବ ନିଯୁକ୍ତି ପାଆନ୍ତି ତାହାଲେ ରେସ୍ ରେ ୧୯୯୧ ବ୍ୟାଚ୍‌ର ଆଇଏଏସ୍ ଅଧିକାରୀ ତଥା ବର୍ତ୍ତମାନର SRC ସତ୍ୟବ୍ରତ ସାହୁ ଓ ଉନ୍ନୟନ କମିଶନର ଅନୁ ଗର୍ଗ ଆଗରେ ରହିଛନ୍ତି। ୧୯୯୩ ବ୍ୟାଚ୍ ଆଇଏଏସ୍ ଅଫିସର ତଥା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜବିହାରୀ ଧଳଙ୍କ ନାଁ କୁ ନେଇ ବି ଚର୍ଚ୍ଚା ହେଉଛି।

Advertisment

ପୂର୍ବତନ ପ୍ରଶାସନିକ ଅଧିକାରୀଙ୍କ ଆକଳନ ହେଲା, ଯେହେତୁ ପ୍ରଧାନମନ୍ତ୍ରୀ ନିର୍ବାଚନ ପୂର୍ବରୁ ଓଡିଶାର ବିଭିନ୍ନ ସଭାରେ ଓଡ଼ିଆ ଅସ୍ମିତା କଥା ଏବଂ ଓଡ଼ିଆଙ୍କ ଦ୍ୱାରା ଶାସନ ହେବ ବୋଲି କହିଥିଲେ। ସେଥିଲାଗି ପ୍ରଦୀପ ଜେନାଙ୍କର ଯଦି କାର୍ଯ୍ୟକାଳ ନବଢେ ତାହାଲେ ଅନ୍ୟଜଣେ ଓଡିଆ ଅଫିସରଙ୍କୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱ ମିଳିପାରେ।

ସେପଟେ ସରକାର ବଦଳିବା ପରେ ନୂଆ ସରକାର ଏବେ ପୁରା ସ୍ଥିତିକୁ ଅନୁଧ୍ୟାନ କରୁଛନ୍ତି। ହୁଏତ ପୁରା ପ୍ରଶାସନିକ ବ୍ୟବସ୍ଥାରେ ପରିବର୍ତ୍ତନ ଆସିପାରେ ବୋଲି ଅନୁମାନ କରୁଛନ୍ତି ରାଜନୈତିକ ସମୀକ୍ଷକ। ଚର୍ଚ୍ଚା ହେଉଛି ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଭାବେ ମଧ୍ୟ ଜଣେ ଓଡ଼ିଆଙ୍କୁ ଦାୟିତ୍ୱ ମିଳିପାରେ। ରେସ୍‌ରେ ଆଗରେ ଅଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ଯୁଗଳ କିଶୋର ମହାପାତ୍ର, ପ୍ରଦୀପ୍ତ ମହାପାତ୍ର ଓ ସିଏଜି ଗିରିଶ ମୁର୍ମୁ। ତେବେ ରାଜ୍ୟରେ ବିଜେପି ସରକାର ଆସିବା ପରେ ନବୀନ ସରକାରର ଅଫିସର ରାଜୁତି କାଳିମାକୁ ପୋଛିବା ପ୍ରଥମ ଲକ୍ଷ୍ୟ ରହିଛି। ସବୁ ଦିଗକୁ ବିଚାର କରି ବିଜେପି ସରକାର ନିଷ୍ପତ୍ତି ନେବେ ବୋଲି ମତ ରଖିଛନ୍ତି ରାଜନୈତିକ ସମୀକ୍ଷକ।

ନବୀନ ପଟ୍ଟନାୟକଙ୍କ ୨୪ ବର୍ଷର ଶାସନ କାଳରେ ପୂର୍ବତନ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳକୁ ଅବସର ପରେ ଦୁଇଟି ପର୍ଯ୍ୟାୟରେ ବର୍ଷେ ଯାଏ ବଢାଯାଇଥିଲା। ଏବେ ଅପେକ୍ଷା ମୋହନ ସରକାର ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ ବଢାଉଛନ୍ତି ନା ରାଜ୍ୟ ଦେଖିବ ମୁଖ୍ୟ ଶାସନ ସଚିବ।

Odisha Chief Secretary Pradeep Jena
Advertisment
Advertisment