• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଆଜି ଦାରୁଦିଅଁଙ୍କ ଦିବ୍ୟସ୍ନାନ । ସଜେଇ ହୋଇଛି ସ୍ନାନବେଦି । ଆଜି ସ୍ନାନବେଦିରୁ ଗଜବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ । ଏଥିପାଇଁ ଆରମ୍ଭ ହୋଇସାରିଛି ବ୍ୟାପକ ପ୍ରସ୍ତୁତି । ଭୋର ୫ଟାରୁ ଆରମ୍ଭ ହୋଇଛି ପହଣ୍ଡି । ପ୍ରଥମେ ଧାଡ଼ି ପହଣ୍ଡିରେ ଆସି ସ୍ନାନବେଦିରେ ବିରାଜିଲେ ବଡ଼ଠାକୁର । ହଲି ଦୋହଲି ଟାହିଆ ହଲାଇ ରତ୍ନବେଦିରୁ ସ୍ନାନବେଦିକୁ ଆସିବାର ଦୃଶ୍ୟ ଥିଲା ଅତ୍ୟନ୍ତ ମନମୁଗ୍ଧକର । ବଡ଼ଠାକୁରଙ୍କ ପଛେପଛେ ପହଣ୍ଡିରେ ଆସି ରତ୍ନବେଦିରେ ବିରାଜିଛନ୍ତି ମହାପ୍ରଭୁ ଜଗନ୍ନାଥ। ଶେଷରେ ରତ୍ନବେଦି ଛାଡ଼ି ସ୍ନାନବେଦିରେ ବିରାଜିଛନ୍ତି ଦେବୀ ସୁଭଦ୍ରା ।

 Live Updates: Snana Purnima 2024 LIVE Updates: ଦାରୁ ଦିଅଁଙ୍କ ଦିବ୍ୟସ୍ନାନ

ରତ୍ନସିଂହାସନରେ ପ୍ରତିଦିନ ମହାପ୍ରଭୁଙ୍କ ବିମ୍ବ ସ୍ନାନ ହୋଇଥାଏ । କିନ୍ତୁ ଆଜି ୧୦୮ ସୁବାସିତ ଗରା ଜଳରେ ସ୍ନାନ କରିବେ ମହାପ୍ରଭୁ । ତେବେ ବିମ୍ବ ସ୍ନାନ ଓ ଆଜିର ଦେବସ୍ନାନ ପୂର୍ଣ୍ଣିମା ମଧ୍ୟରେ ଫରକ ରହିଛି । ବିମ୍ବ ସ୍ନାନ ହେଉଛି ଦୈନଦିନ ନିତ୍ୟ ସ୍ନାନଯୁକ୍ତ କର୍ମ । କିନ୍ତୁ ଦେବସ୍ନାନ ପୂର୍ଣ୍ଣିମା ଭିନ୍ନ ଅଟେ । ଆଜି ମହାଜ୍ୟେଷ୍ଠ ପୂର୍ଣ୍ଣିମା ଅବସରରେ ଶହସ୍ର କୁମ୍ଭାଭିଷେକ ଜଳ ମହାପ୍ରଭୁଙ୍କୁ ଲାଗି କରାଯାଇଥାଏ ।

ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ସ୍ନାନବେଦୀରେ ମହାପ୍ରଭଙ୍କ ଗଜବେଶ ଦେଖିବାକୁ ବଡ଼ଦାଣ୍ଡରେ ପ୍ରବଳ ଭିଡ଼। ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ମହାପ୍ରଭୁଙ୍କ ସାମ୍ନାରେ ନୃତ୍ୟ ସେବା କରୁଛନ୍ତି କିଛି ଭକ୍ତ । ଖାଲି ସେବା ନୁହେଁ ସେମାନେ ବଖାଣୁଛନ୍ତି ସେମାନଙ୍କ ଅଲୌକିକ ଅନୁଭବ। ’ମହାପ୍ରଭୁ ସ୍ନାନ ମଣ୍ଡପକୁ ବିଜେ କରୁଛନ୍ତି ଆମେ ସ୍ନାନ ମଣ୍ଡପ ତଳେ ନାଚୁଛୁ। ଏ ପରମ ସୌଭାଗ୍ୟ । ସେ ଆମକୁ କେଉଁ ଯୁଗରୁ ଗୋପୀ କରିକି ଆଣି କଳିଯୁଗରେ ସୁଯୋଗ ଦେଇଛନ୍ତି ନୃତ୍ୟ ସେବା କରିବାକୁ । ଆମ ମନରେ ସେଇ ଗୋଟିଏ ଭାବନା... କାଳିଆ ସାଆନ୍ତ ତମେ ଗାଧେଇବାକୁ ଆସୁଛ। ଆମେ ତମ ଆଗରେ ନାଚି ନାଚି ତମକୁ ନେଇକି ଆସୁଛୁ। ଏହା କୋଟି ଜନ୍ମର ପୁଣ୍ୟର ଫଳ । ଆମ ବାପ-ଅଜା କ’ଣ ପୁଣ୍ୟ କରିଥିଲେ ପ୍ରଭୁ ଆମକୁ ସୁଯୋଗ ଦେଇଛନ୍ତି ନାଚିବା ପାଇଁ‘ ବୋଲି କହିଛନ୍ତି ଭକ୍ତ।

ପଢନ୍ତୁ ଏହି ଖବର: Snana Purnima 2024: ଅତ୍ୟଧିକ ସ୍ନାନ ପରେ ଜରରେ ପଡନ୍ତି ଶ୍ରୀଜୀଉ; ଜାଣନ୍ତୁ କିପରି ହୁଏ ଚିକିତ୍ସା

    ଜଗତର ଠାକୁର ହୋଇଥିବାରୁ ସେ ହେଉଛନ୍ତି ଜଗନ୍ନାଥ । ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ୧୦୮ ଗରା ସୁବାସିତ ଜଳ ଆଜି ମହାପ୍ରଭୁଙ୍କୁ ଲାଗି ହେବ । ବିଧିବିଧାନ ଅନୁସାରେ ସବୁବେଳେ ଆଗରେ ବଡ଼ ଭାଇ, ମଝିରେ ଭଉଣୀ ଓ ସାନ ଭାଇ ପଛରେ ଯାଇଥାନ୍ତି । କିନ୍ତୁ ଦେବସ୍ନାନ ପୂର୍ଣ୍ଣିମାରେ ଭାଇକୁ ସମ୍ମାନ ଜଣାଇଛନ୍ତି ଭଉଣୀ । ସେଥିପାଇଁ ଆଜି ପ୍ରଥମେ ବଡ଼ ଭାଇ ପରେ ମହାପ୍ରଭୁ ଜଗନ୍ନାଥ ସ୍ନାନବେଦିକୁ ଆସିବା ପରେ ଶେଷରେ ସ୍ନାନବେଦିକୁ ଆସିଥାନ୍ତି ଦେବୀ ସୁଭଦ୍ରା ।

    ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଆଜି ଦାରୁଦିଅଁଙ୍କ ଦିବ୍ୟସ୍ନାନ । ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଚତୁର୍ଦ୍ଧା ମୂରତି । ଏହି ୧୦୮ କଳସରେ ଅଷ୍ଟବନ୍ଧ, କୃଷ୍ଣ-ଅଗୁରୁ, ଉଶୀର, ଗୋରଚନା, ଦେବଦାରୁ, ମୁଥା, ହରିତାଳ, ବାହାଡ଼ା, ଆମଳକୀ, ସଞ୍ଚିଷ୍ଠା, ତାମ୍ରପର୍ଣ୍ଣୀ, ସୋମପର୍ଣ୍ଣୀ ଓ ଲୋଧା ମିଶ୍ରତ କରାଯାଏ । ଏହି ମହୌଷଧି ମିଶ୍ରଣ କରାଯିବା ପରେ ଜଳକୁ ଅଭିମନ୍ତ୍ରିତ କରାଯାଏ । ସେହି ଗନ୍ଧଯୁକ୍ତ ଅଭିମନ୍ତ୍ରିତ ଜଳରେ ଦାରୁବ୍ରହଙ୍କୁ ଶ୍ରୀଜୀଉମାନଙ୍କୁ ୧୦୮ ଗରା ଜଳରେ ସ୍ନାନ କରାଯାଏ । ଏହି ଜଳରୁ ୩୫ ଗରା ଜଗନ୍ନାଥଙ୍କୁ, ୩୩ ଗରା ବଳଭଦ୍ରଙ୍କୁ, ୨୨ ଗରା ସୁଭଦ୍ରାଙ୍କୁ ଓ ୧୮ ଗରା ସୁଦର୍ଶନଙ୍କୁ ସ୍ନାନ କରାଯାଏ ।

    ପଢନ୍ତୁ ଏହି ଖବର: Ratha Jatra 2024: କାହିଁକି ହୁଏ ମହାପ୍ରଭୁଙ୍କ ଶ୍ରୀଗୁଣ୍ତିଚା ଯାତ ? ଜାଣନ୍ତୁ ରଥଯାତ୍ରାର ବିଧି ସମ୍ପର୍କିତ କିଛି ତଥ୍ୟ...

      OTV is now on Whatsapp

      Join and get latest news update delivered to you via whatsapp

      Join Now