Advertisment

BJP: ସରକାର-ଦଳ ଭିତରେ ଗ୍ୟାପ୍ କମାଇବାକୁ ବିଜେପିର କସରତ, ମୁଖ୍ୟମନ୍ତ୍ରୀ ଓ ସଭାପତିଙ୍କ ଉପସ୍ଥିତିରେ ମାନସମନ୍ଥନ

ସରକାର ଏବଂ ସଙ୍ଗଠନ ଭିତରେ ଗ୍ୟାପ୍‌ କମାଇବାକୁ କସରତ । ସରକାରୀ କାର୍ଯ୍ୟକ୍ରମକୁ ଲୋକଙ୍କ ପାଖରେ ପହଞ୍ଚାଇବାରେ ରହୁନି ଦଳର ଇନଭଲ୍ଭମେଣ୍ଟ ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
undefined

‘ଦଳ-ସରକାର ଗ୍ୟାପ୍‌ କମାଅ’

ବିନା ଦଳ ଏବଂ ସଙ୍ଗଠନରେ ସରକାରୀ କାର୍ଯ୍ୟକ୍ରମ ଲୋକଙ୍କ ପାଖରେ ପହଞ୍ଚିବନି କି ସରକାର ବି ବିନା ସଙ୍ଗଠନରେ ଆଗକୁ ବଢିବନି। ତେଣୁ ସରକାର ଆଉ ସଙ୍ଗଠନ ଭିତରେ ଥିବା ଫାଟକୁ ସଜାଡି ଆଗକୁ ବଢିବାକୁ ବିଜେପିର ପ୍ରୟାସ । ସରକାରର ମୁଖ୍ୟ ମୁଖ୍ୟମନ୍ତ୍ରୀ ଏବେ ଦଳର ମୁଖ୍ୟ ସଭାପତିକୁ ଧରି ପ୍ରଭାରୀଙ୍କ ମାନସ ମନ୍ଥନ । ସରକାରରେ ସଙ୍ଗଠନର ଭୂମିକା କ’ଣ ଏବଂ ସଙ୍ଗଠନକୁ କେମିତି ସାଥିରେ ନେବେ ସରକାର ଏନେଇ ଉଭୟ ମନ୍ତ୍ରୀ ଏବଂ କାର୍ଯ୍ୟକର୍ତ୍ତାକୁ ପ୍ରଭାରୀ ଦେଇଛନ୍ତି ମନ୍ତ୍ର । ସେପଟେ କୁହାଯାଉଛି କିଛି ଜିଲ୍ଲାରେ ଅଙ୍କ ଛିଡିନଥିବାରୁ ଘୋଷଣା ହୋଇପାରୁନି ବିଜେପିର ଜିଲ୍ଲା ସଭାପତି ତାଲିକା ।

Advertisment

ସରକାର ଏବଂ ସଙ୍ଗଠନ ଭିତରେ ଗ୍ୟାପ୍‌ କମାଇବାକୁ କସରତ । ସରକାରୀ କାର୍ଯ୍ୟକ୍ରମକୁ ଲୋକଙ୍କ ପାଖରେ ପହଞ୍ଚାଇବାରେ ରହୁନି ଦଳର ଇନଭଲ୍ଭମେଣ୍ଟ । କେମିତି ସରକାର ସହ ତାଳ ଦେଇ କାମ କରିବ ସଙ୍ଗଠନ । ତାକୁ ନେଇ ଗତକାଲି ରାଜ୍ୟ କାର୍ଯ୍ୟଳୟରେ ହୋଇଛି ମାନସମନ୍ଥନ । ଦଳର ରାଜ୍ୟ ସଭାପତି ଏବଂ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ନିଜେ ପ୍ରଭାରୀ ବିଜୟ ପାଲ ସିଂ ତୋମାର କରିଛନ୍ତି ଗୁରୁତ୍ୱପୂର୍ଣ୍ଣ ବୈଠକ । ଯେଉଁଥିରେ ଦୁଇ ଉପମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀଙ୍କ ସହ ଦଳର ପଦାଧିକାରୀ ଏବଂ ବିଭିନ୍ନ ମୋର୍ଚ୍ଚାର ସଭାପତି ମାନେ ଉପସ୍ଥିତ ଥିଲେ ।

ଅଧିକ ପଢ଼ନ୍ତୁ: ବିରୋଧୀ ଦଳଙ୍କୁ ବାଚସ୍ପତିଙ୍କ ଚେତାବନୀ, ବିଶୃଙ୍ଖଳା କଲେ...

ବିଶେଷ କରି ପ୍ରଥମ ଥର ସରକାରୀ ଦଳ ଭାବେ ସରକାରୀ କାର୍ଯ୍ୟକ୍ରମକୁ ଲୋକଙ୍କ ପାଖରେ ପହଞ୍ଚାଇବାରେ ସଙ୍ଗଠନର ଭୂମିକା କ’ଣ ସେ ନେଇ ହୋଇଥିଲା ବିଚାର ବିମର୍ଶ । ଅପରପକ୍ଷେ ସଙ୍ଗଠନକୁ କେମିତି ନିଜ ସହ ତାଳ ଦେଇ ଆଗକୁ ନେବ, ସେ ନେଇ ବି ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି ପ୍ରଭାରୀ ଏବଂ ସଙ୍ଗଠନ ମନ୍ତ୍ରୀ । ସୁଭଦ୍ରା, ଆବାସ ଭଳି ଫ୍ଲାଗସିଫ୍ ସ୍କିମରେ ସଙ୍ଗଠନ ଲୋକ ମାନେ ନେତୃତ୍ୱ ନେଇ ଲୋକଙ୍କୁ ସାମିଲ କରିବାକୁ କୁହାଯାଇଛି । ସେହିପରି ଗଣମାଧ୍ୟମରେ କେମିତି ସରକାର ଏବଂ ଦଳର ଷ୍ଟାଣ୍ଡ ଗୋଟିଏ ହେବ ସେ ନେଇ ବି ଗୁରୁତ୍ୱ ଦିଆଯାଇଛି ।

Advertisment

ଅନ୍ୟପଟେ ବିଜେପି ସାଙ୍ଗଠନିକ ନିର୍ବାଚନ ନେଇ ଦ୍ୱନ୍ଦ ଲାଗି ରହିଛି । ମଣ୍ଡଳ ସଭାପତି ସ୍ଥିର ହୋଇସାରିଥିବା ବେଳେ ଜିଲ୍ଲା ସଭାପତି ଘୋଷଣା ହୋଇପାରୁନି । କୁହାଯାଉଛି ଅନେକ ଜିଲ୍ଲାରେ ଅଙ୍କ ଟିକେ ଗୋଳିଆ ରହୁଥିବାରୁ ବିଳମ୍ବ ହେଉଛି । ୩୭ ସାଙ୍ଗଠନିକ ଜିଲ୍ଲା ମଧ୍ୟରୁ ପ୍ରାୟ ୨୦ ଟି ଜିଲ୍ଲାରେ ଏକ ପ୍ରକାର ସଭାପତି ସ୍ଥିର ହୋଇଯାଇଛି । ବାକି ଜିଲ୍ଲା ଗୁଡିକରେ ଅଙ୍କ ଛିଡି ପାରୁନି । କେନ୍ଦୁଝର, ପାନପୋଷ ଭଳି ସାଙ୍ଗଠନିକ ଜିଲ୍ଲାରେ ୧୦ରୁ ଅଧିକ ପ୍ରାର୍ଥୀପତ୍ର ଦାଖଲ ହୋଇଛି ।

ଗଞ୍ଜାମ, ଆସ୍କା, ସୋରଡା, ବାରିପଦା, ଗଜପତି, ଖୋର୍ଦ୍ଧା, ସୋନପୁର ଭଳି ଜିଲ୍ଲାରେ ଅଙ୍କ ଅଡୁଆ ରହିଛି । ତେଣୁ ଏମିତି ସ୍ଥିତିରେ ବିଳମ୍ବ ହେଉଥିଲେ ବି ୨୫ ସୁଦ୍ଧା ଜିଲ୍ଲା ସଭାପତି ଘୋଷଣା ହେବ ବୋଲି ଦଳ କହୁଛି । ପରେ ଜାନୁଆରୀ ମାସ ଶେଷ ସୁଦ୍ଧା ରାଜ୍ୟ ସଭାପତିଙ୍କ ନାମ ମଧ୍ୟ ଘୋଷଣା ହେବ । ସେଥିପାଇଁ ମନମୋହନ ସାମଲଙ୍କ ନାଁ ଆଗରେ ରହିଛି । ମନମୋହନ ଆଉ ଥରେ ରିପିଟ ହୋଇପାରନ୍ତି ବୋଲି କୁହାଯାଉଛି । ତାଙ୍କ ବାଦ୍ ଉପସଭାପତି ଗୋଲକ ମହାପାତ୍ର, ପୂର୍ବତନ ସଭାପତି ସମୀର ମହାନ୍ତି, ବିଶ୍ୱେଶ୍ୱର ଟୁଡୁ, ଯତୀନ ମହାନ୍ତିଙ୍କ ନାଁ ବି ଚର୍ଚ୍ଚା ହେଉଛି । ଏସବୁ ଭିତରେ ଦେଖିବାର କଥା ହେଉଚଛି ବିଜେପିର ନୂଆ ମଙ୍ଗୁଆଳ କିଏ ହେଉଛି। ଆଉ ସରକାର ସହ ତାଳ ଦେଇ ସଙ୍ଗଠନକୁ କେମିତି ଦଳକୁ ଆଗକୁ ନେବାରେ ସଫଳ ହେଉଛି ।

ଅଧିକ ପଢ଼ନ୍ତୁ: ନବ ଦାସ ହତ୍ୟାକାଣ୍ଡ: ନିଷ୍ପତ୍ତି ଖୁବ୍‌ ଶୀଘ୍ର

Odisha BJP Manmohan Samal Mohan Majhi
Advertisment
Advertisment