Advertisment

ମୁଖ୍ୟମନ୍ତ୍ରୀ ହେବା ପରେ ଜନ୍ମମାଟିରେ ମୋହନ ମାଝୀଙ୍କ ପ୍ରଥମ ଗସ୍ତ

ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ। କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ତାରିଣୀଙ୍କୁ ଦର୍ଶନ କରିବେ।

author-image
Manoranjan Behera
Mohan Majhi

Mohan Majhi

ନିଜ ମାଟିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ। କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ତାରିଣୀଙ୍କୁ ଦର୍ଶନ କରିବେ। ଏଥିପାଇଁ ଘଟଗାଁ ହେଲିପ୍ୟାଡ୍‌ରେ ପହଞ୍ଚିବା ପରେ ବିଶାଳ ରୋଡ୍ ଶୋ’ କରିଥିଲେ ମୁଖ୍ୟମନ୍ତ୍ରୀ। ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଲୋକେ ମୁଖ୍ୟମନ୍ତ୍ରୀଙ୍କ ଗୋଟିଏ ଝଲକ ଦେଖିବାକୁ ଅପେକ୍ଷା କରି ରହିଥିଲେ।

Advertisment

ଏହାପରେ ମୁଖ୍ୟମନ୍ତ୍ରୀ କେନ୍ଦୁଝର ବଳଦେବ ଜୀଉଙ୍କୁ ଦର୍ଶନ କରିବେ। ପରେ କେନ୍ଦୁଝରରେ ରୋଡ୍ ଶୋ’ ଓ ସାଧାରଣ ସଭାର କାର୍ଯ୍ୟକ୍ରମ ରହିଛି। ଆସନ୍ତାକାଲି ନିଜ ଗାଁ ରାଇକଳାକୁ ଯିବେ ସିଏମ୍, ସେଠି ନିଜ ଘରେ ମଧ୍ୟାହ୍ନ ଭୋଜନ କରିବେ। ସାଧାରଣଜନତାଙ୍କ ସହ ଆଲୋଚନା କରିବେ।

ଆଗକୁ ଆସୁଛି ରାଜ୍ୟ ବଜେଟ୍। ତା’ପୂର୍ବରୁ ଓଡ଼ିଶାବାସୀଙ୍କ ମତାମତ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବର୍ଷ ୨୦୨୪-୨୫ ପୂର୍ଣ୍ଣାଙ୍ଗ ବଜେଟ୍ ପାଇଁ ସ୍ୱତନ୍ତ୍ର ୱେବ୍ ପୋର୍ଟାଲ୍, ମେଲ୍, ହ୍ୱାଟ୍ସଆପ୍ ଓ SMS ଜରିଆରେ ମତାମତ ଦେବାକୁ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ କହିଛନ୍ତି, ବଜେଟ୍ ପ୍ରସ୍ତୁତିରେ ସାଧାରଣ ଲୋକଙ୍କ ମତାମତ ତଥା ପ୍ରସ୍ତାବ ଗ୍ରହଣ କରିବା ଆବଶ୍ୟକ। ତେଣୁ ବଜେଟ୍ ପ୍ରସ୍ତୁତିକୁ ସୂଚନା ଓ ପ୍ରସାରଣ ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ ଅଧିକ ଉନ୍ମୁକ୍ତ ଓ ସହଭାଗିତା ଭିତରେ କରାଯିବାର ଆବଶ୍ୟକତା ରହିଛି।

Advertisment

୨୦୨୪-୨୦୨୫ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ପ୍ରସ୍ତୁତି ପାଇଁ ଅର୍ଥ ବିଭାଗ ଜନସାଧାରଣଙ୍କଠାରୁ ମତାମତ ସଂଗ୍ରହ ପାଇଁ ଏକ ନିର୍ଦ୍ଦିଷ୍ଟ ଫର୍ମାଟ୍ ତିଆରି କରିଛି । ୱେବ୍ ପୋର୍ଟାଲ ହେଉଛି budget.odisha.gov.in । ସେହିପରି [email protected] ଠିକଣାରେ ଇ-ମେଲ୍ ମଧ୍ୟ କରିପାରିବେ । ଏହାବ୍ୟତୀତ 94381-61111 ମୋବାଇଲ୍ ନମ୍ବରରେ ବଜେଟ୍ ସମ୍ବନ୍ଧୀୟ ମତାମତ ପଠାଇପାରିବେ ।

କେବଳ ଏତିକି ନୁହେଁ, ଫେସବୁକ, ଇନଷ୍ଟାଗ୍ରାମ୍ ମାଧ୍ୟମରେ ମଧ୍ୟ ମତ ପଠାଇପାରିବେ। ଏସବୁ ଜରିଆରେ ସାଧାରଣ ଜନତା, ନାଗରିକ ସମାଜ, ବିଭିନ୍ନ ସିଭିଲ୍ ସୋସାଇଟି ସଂଗଠନ ନିଜର ମତାମତ ଆସନ୍ତାକାଲି ଅର୍ଥାତ ଜୁନ୍ ୨୦ରୁ ଜୁଲାଇ ୫ ଯାଏଁ ପଠାଇପାରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ନିବେଦନ କରାଯାଇଛି।

Odisha CM Mohan Majhi
Advertisment
Advertisment