ହିଂସା ପ୍ରଭାବିତ ମଣିପୁରରେ ପୁଣି ଜାରି ହେଲା କର୍ଫ୍ୟୁ। ଇମ୍ଫାଲ ୱେଷ୍ଟ ଏବଂ ଇମ୍ଫାଲ ଇଷ୍ଟରେ କର୍ଫ୍ୟୁ ଲାଗୁ କରାଯିବା ସହିତ ୭ଟି ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଇଛି।
ସୋସିଆଲ୍ ମିଡିଆରେ ଏକ ପୋଷ୍ଟକୁ ନେଇ ଭଦ୍ରକରେ ତୁମୁଳକାଣ୍ଡ ପରେ ଭଦ୍ରକ ସହରରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଲାଗି ଧାରା ୧୬୩ ।
ବାଲେଶ୍ବର ପୌରାଞ୍ଚଳରେ ଆଜିଠୁ ଖୋଲିବ ସମସ୍ତ ଶିକ୍ଷାନୁଷ୍ଠାନ। ସମସ୍ତ ସ୍କୁଲ କଲେଜ ଓ ଅଙ୍ଗନବାଡି କେନ୍ଦ୍ର ଖୋଲିବ। ଲ୍ୟାଣ୍ଡ ଲାଇନ୍ ଓ ବ୍ରଡବ୍ୟାଣ୍ଡରେ ସେବା ମିଳୁଥିବା ବେଳେ ଆଜିଠାରୁ ମୋବାଇଲରେ ଇଣ୍ଟରନେଟର ସୁବିଧା ମିଳିବ।
ବାଲେଶ୍ୱରରେ ସୁଧୁରିଛି ସ୍ଥିତି, କୋହଳ ହେଉଛି କର୍ଫ୍ୟୁ । ହେଲେ ସ୍ୱାଭାବିକ ହୋଇନି ମୋବାଇଲ୍ ଇଣ୍ଟରନେଟ୍ ସେବା ।
ଆଜି ସକାଳ ୭ଟାରୁ ୧୧ଟା ପର୍ଯ୍ୟନ୍ତ କେବଳ ୪ ଘଣ୍ଟା ପାଇଁ ଦୋକାନ ବଜାର ଖୋଲା ରହିବ। ଏହି ସମୟ ମଧ୍ୟରେ ଲୋକେ ନିଜ ପାଇଁ ଆବଶ୍ୟକୀୟ ସାମଗ୍ରୀ କିଣିପାରିବେ ।
ଗୋଷ୍ଠୀ ସଂଘର୍ଷକୁ ପ୍ରତିହତ ପାଇଁ ବାଲେଶ୍ୱର ପ୍ରଶାସନ କଠୋର ଆଭିମୁଖ୍ୟ ଗ୍ରହଣ କରିଛି ସତ, କିନ୍ତୁ ଦୁର୍ବିସହ ହୋଇପଡ଼ିଛି ଜନ ଜୀବନ । ଆଜିକୁ ୩ଦିନ ହୋଇଗଲା, କର୍ଫ୍ୟୁ କବଳରେ ସାରା ସହର। ବିଚ୍ଛିନ୍ନ ହୋଇଯାଇଛି ଇଣ୍ଟରନେଟ୍। ଫଳରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପାଇଁ ଲୋକେ ନାକେଦମ୍ ହେଉଥିବାବେଳେ ଅନଲାଇନ କ୍ଲାସରୁ ବଞ୍ଚିତ ହେଉଛନ୍ତି ଛାତ୍ରଛାତ୍ରୀ ।
ଗୋଷ୍ଠୀ ସଂଘର୍ଷକୁ ପ୍ରତିହତ ପାଇଁ ବାଲେଶ୍ୱର ପ୍ରଶାସନ କଠୋର ଆଭିମୁଖ୍ୟ ଗ୍ରହଣ କରିଛି ସତ, କିନ୍ତୁ ଦୁର୍ବିସହ ହୋଇପଡ଼ିଛି ଜନ ଜୀବନ । ଆଜିକୁ ୩ ଦିନ ହୋଇଗଲା, କର୍ଫ୍ୟୁ କବଳରେ ସାରା ସହର ।
ସମ୍ବଲପୁରର ଅନ୍ୟ ୨ ଥାନା ଅଞ୍ଚଳ ଯଥା- ଧନୁପାଲୀ ଓ ଟାଉନ ଥାନା ଅଞ୍ଚଳରୁ କର୍ଫ୍ୟୁ ହଟିଥିବା ସୂଚନା ମିଳିଛି। ଏହାପୂର୍ବରୁ ଅନ୍ୟ ୪ଟି ଥାନା ଅଞ୍ଚଳରୁ କର୍ଫ୍ୟୁ ହଟିଥିଲା।
ସାଂପ୍ରଦାୟିକ ହିଂସା ଘଟିବା ସମ୍ଭାବନା ଥିବା ନେଇ ସତର୍କ କରାଇଥିଲେ। ୧୨ରେ ହିଂସା ଘଟିଥିବା ବେଳେ ୧୧ରେ ଚିଠି କରିଥିଲେ ଗୁଇନ୍ଦା ଏସପି।
ସମ୍ବଲପୁରରେ ସଚଳ ହେଲା ଇଣ୍ଟରନେଟ ସେବା । ଆଜି ସକାଳ ୬ଟାରୁ ଇଣ୍ଟରନେଟ ସେବା ସ୍ୱାଭାବିକ । ଆଜି ସକାଳ ୫ରୁ ରାତି ୮ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ ନେଇ ଜିଲ୍ଲା ପ୍ରଶାସନର ସୂଚନା ।
ଧାର୍ମିକ ସ୍ଥଳରେ ମଧ୍ୟ ଏକତ୍ରିତ ହେବାକୁ କଟକଣା ଜାରି ହୋଇଛି । ଯଦି ଲୋକେ କୌଣସି ସ୍ଥାନରେ ଏକାଠି ହୁଅନ୍ତି, ତେବେ ପୂର୍ବରୁ ଅନୁମତି ନେବାକୁ ପଡ଼ିବ ।
ସମ୍ବଲପୁରରେ ଆଉ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବାକୁ ବନ୍ଦ ରଖାଯାଇଛି। ତେବେ ଆଜି ପୁରା ଜିଲ୍ଲାରେ ବ୍ରଡ୍ ବ୍ୟାଣ୍ଡ୍, ଲିଜ୍ ଲାଇନ କାମ କରିବ।
ଆଜି ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯିବ । ସେହିପରି ଅପରାହ୍ନରେ ସାଢେ ୩ଟାରୁ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁକୁ କୋହଳ କରାଯାଇଛି । ଗତକାଲି ହିଂସାକାଣ୍ଡ ଘଟଣାରେ ଆଉ ୬ଜଣ ଗିରଫ ହୋଇଛନ୍ତି ।
ଏସପିଙ୍କ ବୟାନ ପରେ ତେଜିଲା ରାଜନୀତି । ଘଟଣା ଚପାଇଦେବାକୁ ଶାସକଦଳ ଉଦ୍ୟମ କରୁଛି କହିଲେ ବୈଜୟନ୍ତ ।
ସମ୍ବଲପୁର ସହରରେ ସ୍ଥିତିରେ ସୁଧାର ଆସୁଥିବା ଦେଖି ଲାଗୁ ହୋଇଥିବା କର୍ଫ୍ୟୁକୁ ପୁଣି କୋହଳ କରିଛି ଜିଲ୍ଲା ପ୍ରଶାସନ ।
ସମ୍ବଲପୁର ହିଂସା ଘଟଣାରେ ଆଉ ୬ ଜଣଙ୍କୁ ଗିରଫ କରିଛି ପୋଲିସ । ୧୨ ତାରିଖରେ ହୋଇଥିବା ପଥରମାଡ଼ ପାଇଁ ୩ ଜଣଙ୍କୁ ଗିରଫ କରାଯାଇଥିବାବେଳେ ୧୪ ତାରିଖରେ ଦୋକାନ ଭଙ୍ଗାରୁଜା ପାଇଁ ଆଉ ୩ଜଣଙ୍କୁ ଗିରଫ କରିଛି ପୋଲିସ ।
ସମ୍ବଲପୁରରେ ଆଜି ପରୀକ୍ଷାର୍ଥୀଙ୍କ ପାଇଁ କର୍ଫ୍ୟୁ କୋହଳ କରିଛି ପ୍ରଶାସନ। UPSC ପରୀକ୍ଷା ପାଇଁ ପରୀକ୍ଷାର୍ଥୀ ଆଡମିଟ୍ କାର୍ଡ ଦେଖାଇ ଯାଇ ପାରିବେ।
ସମସ୍ତଙ୍କ ସହଯୋଗ ଲାଗି ଜିଲ୍ଲାପାଳ ଅନୁରୋଧ କରିଛନ୍ତି ।
ସମ୍ବଲପୁରରେ ଲାଗିଲା କର୍ଫ୍ୟୁ । ସମ୍ବଲପୁର ସହରରେ ଲାଗୁ ହେଲା କର୍ଫ୍ୟୁ । ମଧ୍ୟ ରାତ୍ରି ୧୨ଟାରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ ଏହି କର୍ଫ୍ୟୁ । ଏ ନେଇ ସମ୍ବଲପୁର ଉପ-ଜିଲ୍ଲାପାଳ ଜାରି କରିଛନ୍ତି ବିଜ୍ଞପ୍ତି। କୌଣସି ଅପ୍ରୀତିକର ପରିସ୍ଥିତି ଏଡାଇବାକୁ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି
ବିଦ୍ରୋହୀ ନେତାଙ୍କୁ ହତ୍ୟା ପରେ ମେଘାଳୟରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ହିଂସା ଉପୁଜିଛି । ମୁଖ୍ୟମନ୍ତ୍ରୀ କର୍ଣ୍ଣାଡ ସାଙ୍ଗମାଙ୍କ ବ୍ୟକ୍ତିଗତ ବାସଭବନ ଉପରକୁ ପେଟ୍ରୋଲ ବୋମା ମାଡ଼ କରାଯାଇଛି । ତେବେ ଘରେ କୌଣସି ସଦସ୍ୟ ରହୁ ନଥିବାରୁ କେହି ମୃତାହତ ହୋଇନାହାନ୍ତି ।