• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sonali Ojha

ଧାନ କିଣାବିକାରେ ଚାଲିଛି ଅବ୍ୟବସ୍ଥା l ହାତ ବାନ୍ଧି ବସିଛି ଯୋଗାଣ ବିଭାଗ l ମିଲର୍ସ ମନମାନୀ ଚଳାଇ କଟନୀଛଟନୀ କରୁଛନ୍ତି ଯେଉଁଥିପାଇଁ ଚିନ୍ତାରେ ପଡିଛନ୍ତି ଚାଷୀl। ଓଡ଼ିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲ୍ଲାରେ ଏପରି ଅବ୍ୟବସ୍ଥା ଦେଖିବାକୁ ମିଳିଛି l ମୁଣ୍ଡଝାଳ ତୁଣ୍ଡରେ ମାରି ଫସଲ ଅମଳ କରିଥିବା ଚାଷୀ ଆଖିରୁ ଶୁଖୁନି ଲୁହ।

ଧାନ କିଣାବିକାରେ ଏବେ ମିଲର୍ସ ଚଳାଇଛନ୍ତି ମନାମାନୀ l ଅମଳ ଧାନକୁ ବିକିବା ପାଇଁ ବଢିଛି ଚାଷୀଙ୍କ ଚିନ୍ତା l ସରକାରଙ୍କ ନିର୍ଦ୍ଦେଶକୁ ବି ବେଖାତିର କରୁଛନ୍ତି। ବିନା କଟନୀ ଛଟନୀରେ ଚାଷୀଙ୍କ ଧାନ କିଣିବାକୁ ନିର୍ଦ୍ଦେଶ ଥିଲେ ସୁଦ୍ଧା ଏହାକୁ ଫୁ କରି ଉଡାଇ ଦେଉଛନ୍ତି ମିଲର୍ସ।ପ୍ରତି ବସ୍ତାରୁ ୨ ରୁ ୩କେଜି ଧାନ କଟନୀଛଟନୀ କରୁଥିବା ଚାଷୀ ଅଭିଯୋଗ କରିଛନ୍ତି l ସେପଟେ ଅଭିଯୋଗ ପାଇନୁ କହି ସଫେଇ ଦେଉଛି ଯୋଗାଣ ବିଭାଗ।

ପ୍ରାୟତଃ ବରଗଡ଼ ଜିଲ୍ଲାର ଲୋକେ ଚାଷ ଉପରେ ନିର୍ଭର କରନ୍ତି l ହେଲେ ଏବେ ଚାଷୀଙ୍କ ମୁଣ୍ଡରେ ପଡ଼ିଛି ଚଡକ l କେତେବେଳେ ରୋଗ ପୋକ ତ ଆଉ କେତେବେଳେ ପ୍ରାକୃତିକ ବିପର୍ଯୟ ଚାଷୀଙ୍କ ପାଇଁ କାଳ ସାଜିଥାଏ l ଅନ୍ୟପଟେ ଓଡିଶାରେ ରାଜ୍ୟ ସରକାର ଧାନ କ୍ୱିଣ୍ଟାଲ ୨୩୦୦ ଟଙ୍କାରୁ ୩୧୦୦ ଟଙ୍କାକୁ ବୃଦ୍ଧି କରିଛନ୍ତିl ବିନା କଟନୀ ଚଟନୀରେ ଚାଷୀଙ୍କ ଧାନ କିଣିବାକୁ ଯୋଗାଣ ମନ୍ତ୍ରୀ କହିଛନ୍ତି l ତଥାପି ସରିନି ଚାଷୀଙ୍କ ଦୁଃଖ l କାରଣ ମିଲର୍ସଙ୍କ ମନମାନୀ ପାଇଁ ଚାଷୀ କଷ୍ଟ ଉପାର୍ଜିତ ଧାନର ମୂଲ୍ୟ କମ ପାଉଛି l ପ୍ରତି ବସ୍ତାରେ କଟନୀଛଟନୀ ହେଉଥିବା ଅଭିଯୋଗ କରିଛନ୍ତି ଚାଷୀ l

ଚଳିତ ରବି ଋତୁରେ ୫୮ଲକ୍ଷ କ୍ୱିଣ୍ଟାଲ ଧାନ କିଣାଯିବା ନେଇ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି l ଏଯାଏଁ ୨୦ଲକ୍ଷ କ୍ୱିଣ୍ଟାଲରୁ ଅଧିକ ଧାନ ଉଠିସାରିଥିବା ବେଳେ ହଜାର ହଜାର ବସ୍ତା ଧାନ ଏବେବି ମଣ୍ଡିରେ ପଡିଛି l କଟନୀ ଛଟନୀ ହେଉଥିବା ନେଇ ଚାଷୀ ବାରମ୍ବାର ଅଭିଯୋଗ କରୁଥିବା ବେଳେ ଯୋଗାଣ ବିଭାଗର ସଫେଇ ଆମ ପାଖକୁ ଅଭିଯୋଗ ଆସିନି l ଏପରି ଅଭିଯୋଗ ଆସିଲେ ମିଲର୍ସଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ l

ରିପୋର୍ଟର-ଧର୍ମଦତ୍ତ ପାଢୀ

OTV is now on Whatsapp

Join and get latest news update delivered to you via whatsapp

Join Now