• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ସହଜ ଓ ସରଳ ଉପାୟରେ ବନାନ୍ତୁ 'ପୁର ଦିଆ ଆରିସା ପିଠା’

ଆମ ଓଡ଼ିଆ ଘରେ ବାର ମାସରେ ତେର ପର୍ବ । ପର୍ବପର୍ବାଣୀ ଆସିଲେ ଘରେ ବିଭିନ୍ନ ପିଠା ପ୍ରସ୍ତୁତ କରାଯାଏ । ସ୍ନାନ ପୂର୍ଣ୍ଣିମା ଅବସରରେ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଓଡ଼ିଆ ଘରର ପାରମ୍ପରିକ ରେସିପି ପୁର ଦିଆ ଆରିସା ପିଠା’। ଏହି ପିଠାର ରେସିପିକୁ ଆମେ ଘରେ ସହଜ ଓ ସରଳ ଉପାୟରେ ପ୍ରସ୍ତୁତ କରିବା ।

ଆବଶ୍ୟକ ସାମଗ୍ରୀ:

ଅରୁଆ ଚାଉଳ ଚୁନା, ଗୁଡ଼, ଚିନି, ନଡ଼ିଆ କୋରା, ଗୋଲମରିଚ ଗୁଣ୍ଡ ଓ ରିଫାଇନ୍‌ ତେଲ।

ଅଧିକ ପଢ଼ନ୍ତୁ:ରଜରେ ଘରେ ବନାନ୍ତୁ ସୁଆଦିଆ ‘କ୍ଷୀର ପୋଡ଼ପିଠା’

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ଅରୁଆ ଚାଉଳକୁ ପାଣିରେ ବତୁରାଇ ତାକୁ ଖରାରେ ଶୁଖାଇ ଗୁଣ୍ଡ କରି ରଖନ୍ତୁ।
  • ଏହା ପରେ କଡ଼େଇରେ ଗୁଡ଼ ପାଗ କରନ୍ତୁ।
  • ଚାଉଳ ଚୁନାକୁ ଧିରେ ଧିରେ କଡ଼େଇରେ ପକାଇ ଜନ୍ତୁଣି ପ୍ରସ୍ତୁତ କରନ୍ତୁ।
  • ଏହାପରେ ଆଉଏକ ପାତ୍ରରେ ନଡିଆ, ଚିନି, ଗୋଲମରିଚ ଗୁଣ୍ଡରେ ପୁର ପ୍ରସ୍ତୁତ କରନ୍ତୁ।
  • ଚାଉଳ ଜନ୍ତରେ ନଡ଼ିଆରେ ପ୍ରସ୍ତୁତ ପୁର ମଝିରେ ଦେଇ ଆରିସା ପିଠା ଗଢନ୍ତୁ।
  • ଏହାପରେ ପିଠାକୁ ରିଫାଇନ୍‌ ତେଲରେ ଛାଣି ଦିଅନ୍ତୁ।

ଏବେ ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ପୁର ଦିଆ ଆରିସା ପିଠା। ଆଜିର ଦିନରେ ଏହି ପିଠାର ରେସିପି ବନେଇ ଠାକୁରଙ୍କୁ ଭୋଗ ଲଗାନ୍ତୁ

ଅଧିକ ପଢ଼ନ୍ତୁ:ରଜରେ ଘରେ ବନାନ୍ତୁ ସୁଆଦିଆ ‘କ୍ଷୀର ପୋଡ଼ପିଠା’

OTV is now on Whatsapp

Join and get latest news update delivered to you via whatsapp

Join Now