• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ବଉଳ କାଠ ଆଉ କାଳିଆ ସାଆନ୍ତ। ପ୍ରତିବର୍ଷ ଏ ସମ୍ପର୍କର କଥା ଉଠେ। କାଳିଆ ଠାକୁରଙ୍କ ଦାରୁ ଦେହକୁ ନିଜ ଛାତିରେ ଧରିରଖେ ଏହି ବଉଳ କାଠର ସାଜ। ଏଇ ସାଜରେ ବନ୍ଧା ହୋଇ ନଚାଇ ନଚାଇ ଭକ୍ତକୁ କନ୍ଦାଏ। ନାଁ ତାର ସେନାପଟା।

ସ୍ନାନ ଯାତ୍ରା। କାଳିଆ ସାଆନ୍ତ ସ୍ନାନ ମଣ୍ଡପରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ। ଭାଇ ଭଉଣୀ ଏଇ ମଞ୍ଚାସ୍ନାନ ପରେ ଗଜାନନ ବେଶରେ ସଜେଇ ହେବେ। ହେଲେ ଏ ସବୁ ବିଧି ଭିତରୁ ସବୁଠାରୁ ରୋଚକ ବିଧିକୁ ଦେଖିବାକୁ ଆମେ ସମସ୍ତେ ଅପଲକ ନୟନରେ ଅନାଇ ବସିଥାଉ। ସେ ବିଧିଟି ହେଉଛି ପହଣ୍ଡି ବିଜେ। ଶ୍ରୀ ବିଗ୍ରହମାନେ ସେନାପଟା ଆଉ ବାହୁଟ କଣ୍ଟ ବାନ୍ଧି ଝୁଲି ଝୁଲି ସ୍ନାନ ମଣ୍ଡପକୁ ବିଜେ କରିବାର ଦୃଶ୍ୟ ସମସ୍ତଙ୍କୁ ମନ୍ତ୍ରମଗୁଗ୍ଧ କରେ।

Live Updates: Snana Purnima 2024 LIVE Updates: ଦାରୁ ଦିଅଁଙ୍କ ଦିବ୍ୟସ୍ନାନ

ତେବେ ଆପଣ ଜାଣନ୍ତି କି ? ମହାପ୍ରଭୁ ପହଣ୍ଡି ବେଳେ ପରିଧାନ କରୁଥିବା ଏ ସେନାପଟା କ’ଣ ? ଏହି ଶବ୍ଦଟି ସଂସ୍କୃତ ଶବଦ୍ଦ ସେହ୍ନାରୁ ଆସିଛି ବୋଲି କେହି କେହି କୁହନ୍ତି।

ଶବ୍ଦ ଭିତ୍ତିରେ ଦେଖିଲେ ସେହ୍ନାର ଆକ୍ଷରିକ ଓଡିଆ ହେଉଛି ସାଞ୍ଜୁ। ବୀର ଯୋଦ୍ଧାଟିଏ ଯୁଦ୍ଧକୁ ଗଲାବେଳେ ଏହି ସାଞ୍ଜୁ ବା ଅଙ୍ଗସ୍ତ୍ରାଣ ପରିଧାନ କରେ। ଆମ ବଡ ଦେଉଳିଆ ସାଆନ୍ତ ମଧ୍ୟ ଯୁଦ୍ଧକୁ ଗଲାଭଳି ନିଜ ଦେହକୁ ସୁରକ୍ଷିତ ରଖିବାକୁ ସେନାପଟା ପରିଧାନ କରନ୍ତି। ବଉଳ କାଠରେ ନିର୍ମିତ ଏହି ସେନାପଟାରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗକୁ ବାନ୍ଧି ଦିଆଯାଏ। ଯେମିତି ମଣିମାଙ୍କ ଅଙ୍ଗକୁ ବାଧା ହେବନି। ସେହିପରି ବାହୁଟ ହେଉଛି, ମଣିମାଙ୍କ ମହାବାହୁକୁ ସୁରକ୍ଷା ଦେଉଥିବା ବଉଳ କାଠର ପଟି। ଯାହାକୁ ଶ୍ରୀଭୁଜରେ ବାନ୍ଧି ଏହା ଉପରେ ବାସୁଙ୍ଗା ପାଟ ଓ ବସ୍ତ୍ର ଗୁଡାଇ ଦିଆଯାଇଥାଏ।

ପଢନ୍ତୁ ଏହି ଖବର: Snana Purnima 2024: ଅତ୍ୟଧିକ ସ୍ନାନ ପରେ ଜରରେ ପଡନ୍ତି ଶ୍ରୀଜୀଉ; ଜାଣନ୍ତୁ କିପରି ହୁଏ ଚିକିତ୍ସା

    କହିବାକୁ ଗଲେ, ସେନାପଟା ହେଉଛି ପହଣ୍ଡି ସମୟରେ ମହାପ୍ରଭୁଙ୍କୁ ସୁରକ୍ଷା ଦେଉଥିବା ସାଜ। ଏହି ସେନାପଟା ନିର୍ମାଣ ପାଇଁ ପ୍ରତିବର୍ଷ ସତ୍ୟବାଦୀସ୍ଥିତ ସିଦ୍ଧ ବକୁଳ ମନ୍ଦିରରୁ ବଉଳ କାଠ ସଂଗ୍ରହ କରାଯାଏ। ନିର୍ଜଳା ଏକାଦଶୀ ତିଥିରେ ଚିହ୍ନଟ ହୋଇଥିବା ବଉଳ ବୃକ୍ଷ କଟାଯାଇ, ଶଗଡରେ ରଖି ସିଦ୍ଧ ବଳରାମ ଠାକୁରଙ୍କ ପାଖେ ପୂଜା କରି ଏହାକୁ ଶ୍ରୀକ୍ଷେତ୍ର ନିଆଯାଇଥାଏ। ଯାହା ମହାପ୍ରଭୁଙ୍କ ପହଣ୍ଡି ବେଳେ ସେନାପଟା ଭାବେ ବ୍ୟବହାର କରାଯାଏ।

    OTV is now on Whatsapp

    Join and get latest news update delivered to you via whatsapp

    Join Now