Advertisment

ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା: ମହାପ୍ରଭୁଙ୍କ ସ୍ନାନଯାତ୍ରା ପାଇଁ ବଡ଼ଦାଣ୍ଡ ଲୋକାରଣ୍ୟ

ଦେବସ୍ନାନ ପୂର୍ଣ୍ଣିମା ପାଇଁ ପୁରୀରେ ପ୍ରବଳ ଭିଡ଼ । ମହାପ୍ରଭୁଙ୍କ ଦୁର୍ଲଭ ହାତୀ ବେଶ ଦେଖିବାକୁ ଜନସମୁଦ୍ର ପାଲଟିଯାଇଛି ବଡ଼ଦାଣ୍ଡ ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Debasnana Purnima 2024

Debasnan Purnima

ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଆଜି ଦାରୁ ଦିଅଁଙ୍କ ଦିବ୍ୟ ସ୍ନାନ । ସଜେଇ ହୋଇଛି ସ୍ନାନବେଦୀ । ଆଜି ସ୍ନାନ ବେଦୀରୁ ଗଜବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ । ରତ୍ନମଣ୍ଡପ ଛାଡ଼ି ସ୍ନାନମଣ୍ଡପକୁ ଆସୁଛନ୍ତି ଚତୁର୍ଦ୍ଧା ମୁରତି। ୧୦୮ ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀଜିଉ । ଏଥିପାଇଁ ଆରମ୍ଭ ହୋଇସାରିଛି ବ୍ୟାପକ ପ୍ରସ୍ତୁତି । ଭୋର ୫ଟାରୁ ଆରମ୍ଭ ହୋଇଛି ପହଣ୍ଡି । ପ୍ରଥମେ ଧାଡ଼ି ପହଣ୍ଡିରେ ଆସି ସ୍ନାନବେଦିରେ ବିରାଜିଲେ ବଡ଼ଠାକୁର । ହଲି ଦୋହଲି ଟାହିଆ ହଲାଇ ରତ୍ନବେଦିରୁ ଆସି ସ୍ନାନବେଦିରେ ବିରାଜିଲେ ବଡ଼ଠାକୁର । ବଡ଼ଠାକୁରଙ୍କ ପଛେପଛେ ପହଣ୍ଡିରେ ଆସି ରତ୍ନବେଦିରେ ବାରିଜିଛନ୍ତି ଦେବୀ ସୁଭଦ୍ରା। ଶେଷରେ ମହାପ୍ରଭୁ ଜଗନ୍ନାଥ ସ୍ନାନବେଦିକୁ ବିଜେ କରୁଛନ୍ତି ।

Advertisment

ଦେବସ୍ନାନ ପୂର୍ଣ୍ଣିମା ପାଇଁ ପୁରୀରେ ପ୍ରବଳ ଭିଡ଼ । ମହାପ୍ରଭୁଙ୍କ ଦୁର୍ଲଭ ହାତୀ ବେଶ ଦେଖିବାକୁ ଜନସମୁଦ୍ର ପାଲଟିଯାଇଛି ବଡ଼ଦାଣ୍ଡ । ଏ ବର୍ଷ ଲକ୍ଷାଧିକ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ଓ ପୋଲିସ୍ ପ୍ରଶାସନ ପକ୍ଷରୁ ହୋଇଛି ବ୍ୟାପକ ବନ୍ଦୋବସ୍ତ। ପହଣ୍ଡି ସମୟରେ ଠାକୁରଙ୍କୁ ସ୍ପର୍ଶ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଏଥର ମାର୍କେଟଛକଠୁ ବ୍ୟାରିକେଡ୍ ବ୍ୟବସ୍ଥା ହୋଇଛି। ସେଠୁ ବ୍ୟାରିକେଡରେ ଭକ୍ତମାନେ ପ୍ରବେଶ କରି ସିଂହଦ୍ବାର ବାଟ ଦେଇ ସ୍ନାନବେଦୀକୁ ଦର୍ଶନ ପାଇଁ ଯିବେ। ପହଣ୍ଡି ସମୟରେ ଟିକେଟ୍ ଧାରୀ ଭକ୍ତ ଦକ୍ଷିଣ ଦ୍ବାରରେ ପ୍ରବେଶ କରିବେ। ମାର୍କେଟ ଛକରୁ ଆଗକୁ ନୋ-ଭେଇକିଲ୍ ଜୋନ୍ ଘୋଷଣା ହୋଇଛି। ପାର୍କିଂ ପାଇଁ ବି ବ୍ୟାପକ ବ୍ୟବସ୍ଥା ହୋଇଛି।

 Live Updates: Snana Purnima 2024: ସୁନାକୂଅର ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀଜିଉ

Advertisment

ସେପଟେ ତିନି ଠାକୁରଙ୍କ ପହଣ୍ଡି ବିଜେ ଶେଷ ପରେ ପୂର୍ବାହ୍ନ ୯ଟା ୧୦ରେ ମଙ୍ଗଳଆଳତି ହେବ । ମଧ୍ୟାହ୍ନ ୧୨ଟା ୨୦ରୁ ଅପରାହ୍ନ ୧ଟା ୪୫ ଭିତରେ ଜଳବିଜେ, ପୂଜା ଓ ସ୍ନାନ ନୀତି ଅନୁଷ୍ଠିତ ହେବ । ଅପରାହ୍ନ ୩ଟାରେ ଗଜପତି ମହାରାଜା ଛେରା ପହଁରା କରିବାପରେ ଅପରାହ୍ନ ୩ଟା ୪୦ରେ ଗଜବେଶ ଆରମ୍ଭ ହେବ । ରାତି ସାଢ଼େ ୭ଟାରୁ ଭକ୍ତଙ୍କ ସାହାଣମେଲା ଦର୍ଶନ ଆରମ୍ଭ ହେବ । ରାତି ସାଢ଼େ ୧୦ଟାରେ ସାହାଣମେଲା ଦର୍ଶନ ବନ୍ଦ ପରେ ରାତି ୧୧ଟାରେ ବେଶ ଓଲାଗି ଓ ସାଢ଼େ ୧୧ଟାରେ ବାହୁଡ଼ା ପହଣ୍ଡି ଆରମ୍ଭ ହେବ । ଗୋଟି ପହଣ୍ଡିରେ ଚତୁର୍ଦ୍ଧାବିଗ୍ରହ ଅଣସର ପିଣ୍ଡିକୁ ବିଜେ କରିବେ । ବାହୁଡ଼ା ପହଣ୍ଡି ରାତି ୨ଟା ଭିତରେ ଶେଷ ହେବ । ପରେ ରାତି ସାଢ଼େ ୨ଟାରେ ସୁନା ଚିତା ଓ ରାହୁରେଖା ମଇଲମ ନୀତି ହେବ ।

ପଢନ୍ତୁ ଏହି ଖବର: Snana Purnima 2024: ଅତ୍ୟଧିକ ସ୍ନାନ ପରେ ଜରରେ ପଡନ୍ତି ଶ୍ରୀଜୀଉ; ଜାଣନ୍ତୁ କିପରି ହୁଏ ଚିକିତ୍ସା

    Lord Jagannath Ratha Jatra Snana Purnima Snana Yatra Debasnana Purnima
    Advertisment
    Advertisment