• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

ବକେୟା ବିଲ୍ ପାଇଁ ଗାଁ ଅନ୍ଧାର ।
Odisha's Severe Power Crisis: ଚୈତ୍ର ତାତିଠୁ ବଳିଯାଉଛି ଟାଟା ପାୱାରର ତାଉ; ରାଜ୍ୟର କୋଣ ଅନୁକୋଣରେ ଉତ୍କଟ ବିଜୁଳି ସମସ୍ୟା

ଉଦୁଉଦିଆ ଖରାବେଳେ ଝାଞ୍ଜିମାଡ଼ ହେଉ କିମ୍ବା ରାତିର ଗୁଳୁଗୁଳି । ତାତିର ତାଉ ବଢୁ ବଢୁ ରାଜ୍ୟର କୋଣ ଅନୁକୋଣରେ ଦେଖାଗଲାଣି ଉତ୍କଟ ବିଜୁଳି ସମସ୍ୟା ।

ସେବକଙ୍କ ପାଇଁ ‘ଶୃଙ୍ଖଳା’ ପାଠଶାଳା
Srimandir: ଭକ୍ତଙ୍କୁ କେମିତି ଦେଖାଇବାକୁ ହେବ ଭଦ୍ରୋଚିତ ବ୍ୟବହାର ? ଶୃଙ୍ଖଳାର ପାଠ ପଢ଼ିବେ ଶ୍ରୀମନ୍ଦିର ସେବାୟତ

ଭକ୍ତଙ୍କୁ କେମିତି ଦେଖାଇବାକୁ ହେବ ଭଦ୍ରୋଚିତ ବ୍ୟବହାର ? ଶ୍ରଦ୍ଧାଳୁଙ୍କ ସହ କେଉଁ ପ୍ରକାର ଶ୍ରଦ୍ଧାରେ କରିବେ ଭାବ ବିନିମୟ ? ଆଚରଣ ସହ ଉଚ୍ଚାରଣରେ କିଭଳି ଆଣିବେ ଶୁଦ୍ଧତା ? ଶୃଙ୍ଖଳାର ଏସବୁ ପାଠ ପଢ଼ିବେ ଶ୍ରୀମନ୍ଦିର ସେବାୟତ ।

ଡହଡହ ଖରାରେ ସିଝୁଛନ୍ତି ଭକ୍ତ
Devotees Suffer at Srimandir: ଜଗା ଦର୍ଶନ ପାଇଁ ଅସହ୍ୟ ଯନ୍ତ୍ରଣା, ଡହଡହ ଖରାରେ ସିଝୁଛନ୍ତି ଭକ୍ତ

ସିଂହଦ୍ବାର ନିକଟରେ ଖରା ଦାଉରୁ ରକ୍ଷା ପାଇବା ପାଇଁ ପର୍ଯ୍ୟାପ୍ତ ସେଡ୍ ବ୍ୟବସ୍ଥା ହୋଇନଥିବା ବେଳେ ପାନୀୟ ଜଳ ବଣ୍ଟନରେ ମଧ୍ୟ ଘୋର ଅବ୍ୟବସ୍ଥା ଦେଖାଦେଇଥିବା ଅଭିଯୋଗ ହୋଇଛି ।

ତୁଷାରକାନ୍ତିଙ୍କୁ କୋଟିଏ ୪୦ ଲକ୍ଷ ଚୂନ
Cyber Fraud: ସାଇବର ଲୁଟେରାଙ୍କ ଜାଲରେ ଫସିଗଲେ ପୂର୍ବତନ IT ମନ୍ତ୍ରୀ, ଆକାଉଣ୍ଟରୁ ପୋଛି ନେଲେ କୋଟିଏ ୪୦ ଲକ୍ଷ

ପୂର୍ବତନ ଆଇଟି ମନ୍ତ୍ରୀ ହୋଇ ବି ନିଜେ ଫସିଗଲେ ସାଇବର ଲୁଟେରାଙ୍କ ଜାଲରେ । ଲକ୍ଷେ କି ଦୁଇ ଲକ୍ଷ ନୁହେଁ, ପୁରା କୋଟିଏ ୪୦ ଲକ୍ଷ ଟଙ୍କା ଗୋଲ ।

ପର୍ଯ୍ୟଟକ ସାଜିଛନ୍ତି ନୀଳଜହର ବାହକ
Ganja Seized: ପର୍ଯ୍ୟଟକ ସାଜିଛନ୍ତି ନୀଳଜହର ବାହକ, ଟୁରିଷ୍ଟ ହୋଇ ଆସୁଛନ୍ତି...ଗଂଜେଇ ଧରି ଫେରୁଛନ୍ତି

ସବୁଜିମାର ସମ୍ଭାର ଭିତରୁ ନୀଳ ଜହରର ଚୋରାଚାଲାଣ । ସୌନ୍ଦର୍ଯ୍ୟର ଗନ୍ତାଘର ସାଜିଛି ଗଂଜେଇ ବେପାରର ନୂଆ ଠିକଣା । ଆଉ ପରିବା ବୋଝେଇ ଟ୍ରକ ନୁହେଁ କି କୌଣସି ଆମ୍ବୁଲାନ୍ସ । ଏବେ ପର୍ଯ୍ୟଟକ ସାଜିଛନ୍ତି ଗଂଜେଇ ବାହକ।

୩ ଦିନ ପ୍ରବଳ ବର୍ଷିବ
Weather Update: ତାତିରେ ଲାଗିବ ବ୍ରେକ୍, ୫ ଦିନ ଯାଏଁ ତାଣ୍ଡବ ରଚିବ କାଳବୈଶାଖୀ

କାଳବୈଶାଖୀ ପ୍ରଭାବରେ ତାପମାତ୍ରା ୨-୩ ଡିଗ୍ରୀ ଯାଏ କମିପାରେ ବୋଲି ପାଣିପାଗ ବିଭାଗ କହିଛି ।

Rathayatra And Baliyatra
Intangible Cultural Heritage: ଅତୁଲ୍ୟ ସାଂସ୍କୃତିକ ଐତିହ୍ୟ ତାଲିକାରେ ରଥଯାତ୍ରା ଓ ବାଲିଯାତ୍ରା

ଅତୁଲ୍ୟ ସାଂସ୍କୃତିକ ଐତିହ୍ୟର ଜାତୀୟ ତାଲିକାରେ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ସ୍ଥାନ ପାଇଛି । ଦେଶର ବୃହତ ବାଣିଜ୍ୟିକ ମେଳା କଟକର ବାଲିଯାତ୍ରା ମଧ୍ୟ ସ୍ଥାନ ପାଇଛି । ସୋସିଆଲ ମିଡିଆ ‘ଏକ୍ସ’ରେ ଏ ସଂପର୍କରେ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ରଥଯାତ୍ରାକୁ ଏହି ତାଲିକାରେ ସାମିଲ୍ କରାଯିବା ପାଇଁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ( SJTA ) ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା । ଦେଶର ସର୍ବୋଚ୍ଚ ସାଂସ୍କୃତିକ ସଂସ୍ଥା ସଙ୍ଗୀତ ନାଟକ ଏକାଡେମୀ ଏହାକୁ ଗ୍ରହଣ କରି ସ୍ୱୀକୃତି ପ୍ରଦାନ କରିଛି ।

history of popular odia causine puffed rice murhi & its nutrition value
Puffed Rice: ମୋଟା ଲୋକ, ବ୍ଲଡପ୍ରେସର୍ ଥିବା ବ୍ୟକ୍ତି, ଓଜନ କମେଇବାକୁ ଚାହୁଁଥିବା ଲୋକ ମୁଢ଼ି ଖାଇବା ଉଚିତ କି?

ରାତି ପାହିଲେ ଓଡ଼ିଆ ଘରେ ଏହା ସବୁଠାରୁ ଲୋକପ୍ରିୟ ଜଳଖିଆ। ବାହାରକୁ ଗଲେ ବାଟରେ ଘାଟରେ ଖାଇବାକୁ ଘରଲୋକେ ପୁଟୁଳିରେ ଏଥିରୁ ଗଣ୍ଡେ ରଖିଦିଅନ୍ତି। ଓଡ଼ିଆ ପର୍ବ ପର୍ବାଣୀରେ ଏଥିରେ ତିଆରି ମୁଆଁ ଦିଅଁଙ୍କ ପାଖରେ ଲାଗି ହୋଇଥାଏ। ଜାଣନ୍ତୁ ଓଡ଼ିଶାର ଲୋକପ୍ରିୟ ଖାଦ୍ୟ ମୁଢ଼ିର ସଂପୂର୍ଣ୍ଣ ଇତିହାସ।

Farmers Allege Irregularities at Paddy Mandis
Farmers Allege Irregularities at Paddy Mandis: ଧାନ କିଣାରେ ଦୁର୍ନୀତି ଗନ୍ଧ: ମଣ୍ଡିରେ ଅବ୍ୟବସ୍ଥା, ନିରୀହ ଚାଷୀ ହଟହଟା...

କେନ୍ଦ୍ରାପଡ଼ା ଜିଲ୍ଲାରେ ମଣ୍ଡିରେ ଧାନ କ୍ବିଣ୍ଟାଲ ପ୍ରତି ୫-୬ କିଲୋ କଟନୀଛଟନୀ ହେଉଥିବା ଅଭିଯୋଗ କରିଛନ୍ତି ଚାଷୀ। ଆଳି ଓ ରାଜକନିକା ଅଞ୍ଚଳର ମିଲର ଓ ସୋସାଇଟି ସମ୍ପାଦକଙ୍କ ମଧୁଚନ୍ଦ୍ରିକାରେ ବିଭିନ୍ନ ମଣ୍ଡିରେ ଏଭଳି କାଣ୍ଟଛାଣ୍ଟ କରି ଟଙ୍କା ଆତ୍ମସାତ କରାଯାଉଥିବା ଅଭିଯୋଗ ହୋଇଛି।

ପର୍ଯ୍ୟଟକ ବେଶରେ ଗଞ୍ଜେଇ ବେପାର
Ganja Smuggling: ଗଞ୍ଜେଇ ଚୋରା ଚାଲାଣର ନୂଆ ଫଣ୍ଡା, ପର୍ଯ୍ୟଟକ ହୋଇ ଯାଉଛନ୍ତି...ନୀଳ ଜହର ନେଇ ଫେରୁଛନ୍ତି

କୋରାପୁଟରୁ ଗଞ୍ଜେଇ ଚୋରା ଚାଲାଣର ଏଭଳି ନୂଆ ଫଣ୍ଡା ଆପଣାଇଛନ୍ତି ମାଫିଆ । ଆଉ ଏଥିପାଇଁ ମୋହରା ସାଜିଛନ୍ତି ମହିଳା ।

Block Chairperson Accused of Availing of Ration Card
Block Chairperson: ଗରିବଙ୍କ ଚାଉଳ ହେଉଥିଲା ଲୁଟ୍‌, ମ୍ୟାଡମ ବିକି ବାଡ଼ାଉଥିଲେ କୋଠା ? 

କାର୍ଡ ହାତେଇ ଚାଉଳ ଚଳୁ କରିଛନ୍ତି ଜଣେ ଅଧ୍ୟକ୍ଷା ମ୍ୟାଡମ । ମ୍ୟାଡମଙ୍କ ନାଁରେ ଚାରି ଚକିଆ କାର ଅଛି । ଟିଟିଲାଗଡ ସହରରେ ନିର୍ମାଣ ହେଉଛି ଆଲିଶାନ କୋଠା । ଖାଲି ଗୋଟିଏ ବଙ୍ଗଳା ନୁହେଁ, ଗାଁରେ ବି ଘର ଅଛି ।

Health Tips
Health Tips: ଏହି ଉପାୟ କଲେ ଖରାଦିନେ ଚମକିବ ତ୍ୱଚା, ହେବନି ଦୁର୍ଗନ୍ଧ

ଖରାରେ ବୁଲାବୁଲି କରିଥିଲେ ସନ୍ଧ୍ୟାରେ ଘିକୁଆଁରୀ ରସ, ଥଣ୍ଡା ଦହି, ଚନ୍ଦନ ଲେପ, ଥଣ୍ଡା ହଳଦୀ ଲେପ ଆଦି ତ୍ବଚାକୁ ଥଣ୍ଡା ରଖେ, ଘିମିରି ହେବାକୁ ଦିଏନି ବରଂ କୁଲି° ଇଫେକ୍ଟ ଦେଇଥାଏ। ଯଦି ସନ୍-ବର୍ଣ୍ଣ ହୋଇଥାଏ ତାହେଲେ ଦହିରେ ଓଟ୍ସ ପାଓଡର କିମ୍ବା ମୁଲତାନୀ ମାଟି ମିଶାଇ ଲେପ ଲଗାନ୍ତୁ। ଶୁଖିଗଲା ପରେ ଥଣ୍ଡା ପାଣିରେ ଧୋଇଦିଅନ୍ତୁ।

Chhattisgarh encounter
Chhattisgarh Encounter: ଲାଲବାହିନୀକୁ ଆଉ ନିସ୍ତାର ନାହିଁ; ପୁଣି ଛତିଶଗଡ଼ରେ ବଡ଼ ଧରଣର ଏନକାଉଣ୍ଟର...

ବିଜାପୁରରେ ପୋଲିସ-ମାଓବାଦୀ ମଧ୍ୟରେ ଗୁଳି ବିନିମୟ । ଜଣେ ମାଓବାଦୀଙ୍କ ମୃତଦେହ ମିଳିଥିବା ସୂଚନା ମିଳିଛି । ଏନକାଉଣ୍ଟରରେ ଏକାଧିକ ମାଓବାଦୀ ନିହତ ହୋଇଥିବା ଆଶଙ୍କା କରାଯାଉଛି ।

Interstate Cyber Fraudsters Arrested
Cyber Fraud: ସାଇବର ଠକେଇର ଶିକାର ହେଲେ ପୂର୍ବତନ IT ମନ୍ତ୍ରୀ ତୁଷାରକାନ୍ତି; ଠକି ନେଲେ ୧ କୋଟି ୪୦ ଲକ୍ଷ...

୧ କୋଟି ୪୦ ଲକ୍ଷ ସାଇବର ଠକେଇ ଅଭିଯୋଗରେ ୭ ଆନ୍ତଃରାଜ୍ୟ ସାଇବର ଠକ ଗିରଫ । କର୍ଣ୍ଣାଟକ ଓ ତାମିଲନାଡୁର ବିଭିନ୍ନ ସ୍ଥାନରୁ ୭ ସାଇବର ଠକଙ୍କୁ ଗିରଫ କରିଛି ପୋଲିସ । 

Weather
Odisha Weather Update: ତାତିରୁ ମିଳିବ ଆଶ୍ୱସ୍ତି, ରାଜ୍ୟରେ ବିଭିନ୍ନ ସ୍ଥାନରେ ହେବ ବର୍ଷା !

ଏପ୍ରିଲ୍ ପହିଲାରୁ ତାପମାତ୍ରା ହ୍ରାସ ପାଇବା ସହ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ଥିବା କହିଛି ପାଣିପାଗ ବିଭାଗ। ବିଶେଷକରି ଦକ୍ଷିଣ ଓଡ଼ିଶାରେ ଆସନ୍ତା ୨, ୩ ଓ ୪ ତାରିଖରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। 

Tragedy Strikes Ganjam
Tragedy Strikes Ganjam: ଦଣ୍ଡନାଚ ବେଳେ ଗଣ୍ଡଗୋଳରୁ ହତ୍ୟା; ଛୁରୀ ଭୁସି ଦଣ୍ଡନାଚ କମିଟି ସଦସ୍ୟକୁ ମାରିଦେଲେ ବାପା-ପୁଅ...

ବ୍ରହ୍ମପୁର ବଡ଼ବଜାର ଥାନା ଜେନା ସାହିରେ ହତ୍ୟାକାଣ୍ଡ । ଏଥିରେ ବେଲଗାଁ ଦଣ୍ଡ ନାଚ କମିଟିର ସଦସ୍ୟ କମା ଗାଁର ଜଗଦୀଶ ପାଣିଗ୍ରାହୀଙ୍କର ମୃତ୍ୟୁ ହୋଇଛି। 

Brotherly Feud
Brotherly Feud: ଅଭାବନୀୟ ଘଟଣା: ଘର ମାଲିକାନା ହାତେଇବା ପାଇଁ ଭାଇକୁ ହାଣିଲା ଭାଇ...

ସାନ ଭାଇର ହାତ ହାଣି ଦେଲା ବଡ ଭାଇ। ଭୁବନେଶ୍ବର ଭରତପୁର ଥାନା ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି। 

Eid-ul-Fitr 2025
Eid-ul-Fitr 2025: ଆଜି ପବିତ୍ର ଇଦ୍ ପର୍ବ; ମାସେ ବ୍ୟାପି ରୋଜା ରଖିବା ପରେ ଇଦ୍ ପାଳିବେ ମୁସଲମାନ ଧର୍ମାବଲମ୍ବୀ...

ମୁସଲମାନ ସଂପ୍ରଦାୟର ପ୍ରମୁଖ ପର୍ବ। ମାସେ ବ୍ୟାପି ରୋଜା ରଖିବା ପରେ ଆଜି ଇଦ-ଉଲ-ଫିତର ପାଳିବେ ମୁସଲମାନ ଧର୍ମାବଲମ୍ବୀ। 

Antyodaya Housing Scheme
Antyodaya Housing Scheme: ଥିଲେ କଚ୍ଚା, ଏବେ ହେବ ପକ୍କା: ଗରିବଙ୍କୁ ମିଳିବ ଅନ୍ତ୍ୟୋଦୟ ଗୃହ...

ଗରିବଙ୍କ ମୁଣ୍ଡ ଉପରୁ ହଟିବ ଝାଟିମାଟିର ଚାଳଛପର । ରବିବାର ଦିନ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ ହୋଇଛି । କଳାହାଣ୍ଡିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ।

Panchang
Panchang Today 31th March 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ମୀନ ମାସ ଚୈତ୍ର ଶୁକ୍ଲପକ୍ଷ । ଇଂରାଜୀରେ ୩୧ ତାରିଖ ସୋମବାର । ଚନ୍ଦ୍ର- ମେଷ ଅହୋରାତ୍ର । ତିଥି- ୨ୟା ଦିବା ୦୯.୧୧ ଗତେ ୩ୟା ନିଶାନ୍ତ ୦୫.୪୨ ଗତେ ୪ର୍ଥୀ । ଘାତଚନ୍ଦ୍ର- ମେଷ ରାଶିର ଅହୋରାତ୍ର ।

breaking news
ସଂକ୍ଷେପରେ ଆଜିର ତାଜା ଖବର - Monday, 31 March 2025

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Monday, 31 March 2025
୬୦ ହଜାର ଲୋକଙ୍କୁ ‘ଅନ୍ତ୍ୟୋଦୟ ଗୃହ’ ।
Antyodaya Housing Scheme: ୬୦ ହଜାର ଲୋକଙ୍କୁ ପକ୍କାଘରର କାର୍ଯ୍ୟାଦେଶ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭକଲେ ମୁଖ୍ୟମନ୍ତ୍ରୀ । ହଟିଲା ପୂର୍ବ ସରକାରର ବିଜୁ ପକ୍କାଘର ଏବଂ ମୋ ଘର ଯୋଜନା । ପ୍ରଥମଥର ପାଇଁ କେନ୍ଦ୍ର ଯୋଜନା ବାଦ୍ ରାଜ୍ୟ ସରକାର ହାତକୁ ନେଇଛନ୍ତି ନିଜସ୍ୱ ବଡ଼ କାର୍ଯ୍ୟକ୍ରମ । ୬୦ ହଜାର ଘର ପାଇଁ ଦିଆଗଲା କାର୍ଯ୍ୟାଦେଶ । ଏହାସହ ୩ ବର୍ଷରେ ତିଆରି ହେବ ୫ ଲକ୍ଷ ଘର ।

ଆନ୍ଧ୍ର ନେଇଗଲାଣି ଜୁମଡାଙ୍ଗ ଗାଁ !
Odisha Andhra Border Dispute: ଓଡ଼ିଶା ହାତରୁ ଖସିଗଲାଣି ଆନ୍ଧ୍ର ସୀମାନ୍ତର ଆଉ ଏକ ଗାଁ!

ଶୋଇ ରହିଛି ଓଡ଼ିଶା ମାଡ଼ି ବସିଲାଣି ପଡ଼ିଶା । ଆନ୍ଧ୍ରପ୍ରଦେଶ ସୀମାକୁ ଲାଗି ମାଲକାନଗିରିର ଜୁମଡାଙ୍ଗ ଗାଁ । ଆମରି ଗାଁ, ହେଲେ ଆମରି ମାଟିରେ, ଆମରି ପିଲାଏ ଓଡ଼ିଆ ନୁହେଁ, ପଢୁଛନ୍ତି ତେଲୁଗୁ ଭାଷାରେ ପାଠ । ପରିଣାମ ଏହା ଯେ କୁନି କୁନି ପିଲା ଆଉ ଓଡ଼ିଆ ଭାଷା ବୁଝିବା ସ୍ଥିତିରେ ବି ନାହାନ୍ତି ।

ଯାଜପୁର କୋରେଇ ଥାନା IICଙ୍କୁ ଆକ୍ରମଣ ।
IIC Attack: ଅଭାବନୀୟ ଘଟଣା: IICଙ୍କୁ ବାଡ଼େଇଲେ ମହିଳା; ଭାଙ୍ଗିଲେ ଥାନା ଗାଡ଼ି, ଛଡ଼ାଇ ନେଲେ ଅଭିଯୁକ୍ତ...

ଆଇଆଇସି ରାକେଶ ତ୍ରିପାଠୀଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଚୋରି ବାଇକ୍ ସିଜ୍ କରିବାକୁ ଆସିଥିବାବେଳେ କୋରେଇ ଥାନା ପୂର୍ବକୋଟ ହାଟ ନିକଟରେ ଘଟିଛି ଏହି ଘଟଣା । 

Error In OPSC SDIPRO Exam
Error In OPSC SDIPRO Exam: OPSC ପରିଚାଳିତ OIS ପରୀକ୍ଷାରେ ତ୍ରୁଟି; ଓପିଏସ୍‌ସି କହିଲା...

OPSC ପରିଚାଳିତ ଓଡ଼ିଶା ଇନଫର୍ମେସନ୍ ସର୍ଭିସ୍ ପରୀକ୍ଷାରେ ତ୍ରୁଟି । ସାମ୍ବାଦିକତା ଓ ଗଣଯୋଗାଯୋଗ ପେପରରେ ଶହେ ବଦଳରେ ୯୪ ନମ୍ବରର ପ୍ରଶ୍ନ । ପୂର୍ଣ୍ଣ ସଂଖ୍ୟାଠୁ ୬ ମାର୍କ କମ୍ ଥିବା ନେଇ ପରୀକ୍ଷାର୍ଥୀ ଆଣିଲେ ଅଭିଯୋଗ ।