ଫାଟିଲା ସିମେଣ୍ଟ ଚଟାଣ । ବହିଲା କ୍ଷୀର, ବାହାରିଲେ ସ୍ୱୟଂ ମହାଦେବ । ମାଟି ଫଟାଇ ଉଭାହେଲା ଶିବଲିଙ୍ଗ । ସମସ୍ତେ ତାଜୁବ, ପରିବାରର ଆଖି ସାମ୍ନାରେ ଘଟୁଥିଲା ଅଲୌକିକ ଘଟଣା । କୁହାଯାଏ ଭଗବାନଙ୍କ ବିନା ନିର୍ଦ୍ଦେଶରେ ପତ୍ରଟିଏ ବି ହେଲେନି । ତାଙ୍କ ବିନା କିଛି ବି ହୁଏନି ।
୭ ବର୍ଷର ତଦନ୍ତ ଆଉ ନ୍ୟାୟିକ ପ୍ରକ୍ରିୟା, ୨ ହଜାର ପୃଷ୍ଠାର ଚାର୍ଜସିଟ୍, ୬୦ରୁ ଅଧିକ ସାକ୍ଷୀଙ୍କ ସାକ୍ଷ୍ୟଗ୍ରହଣ ସାଙ୍ଗକୁ ପକ୍ଷ ଓ ପ୍ରତିପକ୍ଷଙ୍କ ଜୋରଦାର ଯୁକ୍ତିତର୍କ ମଧ୍ୟରେ ବଲାଙ୍ଗୀର ପାର୍ସଲବୋମା ହତ୍ୟାକାଣ୍ଡର ଆସିଛି ରାୟ।
ଧରା ପକାଇଥିଲା ଗୋଲ୍ ଗୋଲ୍ ଅକ୍ଷର । ଫୁଟି ସାରିଥିଲା ପାର୍ସଲ ବୋମା । କିନ୍ତୁ ଡଷ୍ଟବିନ୍ କହୁଥିଲା ପୂରା କାହାଣୀ । ବହୁ ଚର୍ଚ୍ଚତ ପାର୍ସଲ ବୋମା ଘଟଣା ପୂରା ଦେଶକୁ ସ୍ତବ୍ଧ କରିଥିଲା । ଆଉ ଏବେ ଏହି ମାମଲାରେ ରାୟ ଆସିବା ପରେ ତତ୍କାଳୀନ କ୍ରାଇମବ୍ରାଞ୍ଚ ଆଇଜି ପ୍ରତିକ୍ରିୟା ରଖିଛନ୍ତି ।
ଫାଶୀ ଖୁଣ୍ଟରେ ଝୁଲିବ କି ପିଶାଚ ପୁଞ୍ଜିଲାଲ ? ଆଜୀବନ ସଜା ନୁହେଁ କଠୋର ଦଣ୍ଡ ? ପୁଞ୍ଜିଲାଲକୁ ଫାଶୀ ହେଲେ ସୌମ୍ୟଙ୍କୁ ମିଳିବ ନ୍ୟାୟ ? ଦୀର୍ଘ ୭ ବର୍ଷର ବାରମ୍ବାର ଶୁଣାଣି ପରେ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା ଉପରେ ରାୟ ଆସିଛି ।
୨୦୧୮ରେ ହୋଇଥିବା ପାଟଣାଗଡ଼ ପାର୍ସଲ ବୋମା ମାମଲାରେ ଆସିଛି ରାୟ। ପଟଣାଗଡ଼ ADJ କୋର୍ଟ ପୁଞ୍ଜିଲାଲ ମେହେରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା।
ଆକ୍ରମଣକାରୀ ଅବିନାଶ ଦଳାଇ ଓ ଆଦିତ୍ୟ ଜେନା ଗିରଫ ।ମାଷ୍ଟରମାଇଣ୍ଡ ଠିକାଦାର ଗଜେନ୍ଦ୍ର ଦଳାଇ ଏବେବି ଫେରାର ଥିବା ସୂଚନା ମିଳିଛି ।
ଗୋଡ଼ହାତ ବାନ୍ଧି ପ୍ରବଳ ମାଡ଼ ଦେଲେ । ମୋବାଇଲ, ବୁମ୍ ଏବଂ ATM କାର୍ଡ ଲୁଟିଲେ । ସୁନାଚେନ ବି ବେକରୁ ଝାମ୍ପିଲେ । ପିଟିପିଟି ଦରମରା କଲା ପରେ ଗାଁ ମୁଣ୍ଡରେ ଥିବା ଗୋଠରେ ଗୋଡହାତ ବାନ୍ଧି ଫିଙ୍ଗିଦେଲେ ।
ଭଲକରି ଦେଖନ୍ତୁ ଏ ସିସିଟିଭି ଭିଜୁଆଲକୁ, ଇଏ ହେଉଛି ଟିଟିଲାଗଡ କୋର୍ଟ ଭିତରର ଦୃଶ୍ୟ । ହାତରେ ଖଣ୍ଡା ଧରି କୋର୍ଟ ଭିତରେ ପଇଁନ୍ତରା ମାରୁଛି ଜଣେ ଯୁବକ । କାହାକୁ ଆକ୍ରମଣ ନକଲେ ବି, ପୂରା କୋର୍ଟ ପରିସରରେ ବୁଲୁଛି । ସତେ ଯେମିତି କାହାକୁ ଖୋଜୁଛି ଆକ୍ରମଣ କରିବାକୁ ।
ପେଶାରେ ଇଂରାଜୀ ଅଧ୍ୟାପକ । ହେଲେ ସୈତାନର ମୁଣ୍ଡ । ଆଖି ପିଛୁଳାକେ ଅତି ସହଜରେ ତିଆରି କରିଦେଉଛି ବୋମା । ଇଏ ଏମିତି ସେମିତି ବୋମା ନୁହେଁ, ପାର୍ସଲ ବୋମା । ଯାହାର ନାଁ ଶୁଣିଦେଲେ ଥରିଉଠୁଛି ଦେହ ।
ସୁନ୍ଦର ଛାନ୍ଦର ତାଳେ ତାଳେ, ଗୁରୁ ସର୍ବେଶ୍ବର ସାହୁଙ୍କ ଓଡ଼ିଶୀ ନୃତ୍ୟକୁ ଟିକିଏ ଦେଖିନିଅନ୍ତୁ । ମଂଚ ଉପରେ ଜୋସ୍ ଦେଖିଲେ, କେହି ବି ବିଶ୍ବାସ କରିବେନି।
ସାରଦାଙ୍କ ଆଖିରୁ ଲୁହ ଶୁଖୁନି। ଏବେ ବି କହୁଛନ୍ତି ପାକିସ୍ତାନରେ କିଏ ଅଛି ଯେ ସେ ଯିବେ। ସରକାର ଦେଇଥିବା ଡେଡଲାଇନ ପୁରିଗଲା। ସାରଦାଙ୍କ ପୁରା ପରିବାର ଭାରତୀୟ। ଏକା ସାରଦା ହିଁ ପାକିସ୍ତାନୀ। ପରିବାରର ସମସ୍ତଙ୍କୁ ଭାରତୀୟ ପାସପୋର୍ଟ ମିଳିସାରିଥିବା ବେଳେ ସାରଦା ଏକା ରହିଯାଇଛନ୍ତି। ହାତଯୋଡି ମୋଦି ସରକାରଙ୍କୁ ଅନୁରୋଧ କରୁଛନ୍ତି।
ବାପାମା’ଙ୍କ ଆଗରେ ଚାଲିଗଲା ପୁଅର ଜୀବନ। ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଘସିଆନ - ଲରମ୍ଭା ରାସ୍ତାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ବାପା ଭୀମ ବରିହା, ମା’ ଚନ୍ଦ୍ରିକା ବରିହା ଓ ମାମୁ ଆହତ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତ ଶିଶୁ ଜଣଙ୍କ ହେଲେ ଜିତ ବରିହା।
ଅନଲାଇନ ଗେମ୍ ଖେଳି ଫସିବା ପରେ ୟୁଟ୍ୟୁବ୍ ଦେଖି ନିଜେ ତିଆରି କଲେ ଆପ୍। ସେଥିରେ ଲୋକଙ୍କୁ ଫସାଇ ମାସକୁ ରୋଜଗାର କରନ୍ତି ୧୦ରୁ ୧୨ ଲକ୍ଷ। ଅଭିଯୋଗ ପରେ ଧୃତ ଗେମରକୁ ବାନ୍ଧିଛି ପୋଲିସ।
ଆଖି ତରାଟିଲା ଭଳି ସଂପତ୍ତି, ଥାଟବାଟ। ୨ ବର୍ଷ ଭିତରେ କୋଟିପତି ବନି କୋଠା ତୋଳିଥିଲା, କାର୍ ଓ ବାଇକ୍ କିଣିଥିଲା। ମାସକୁ ପାଉଥିଲା ୧୦ରୁ ୧୨ ଲକ୍ଷ ଟଙ୍କା। ତେବେ ତା ଜାଲରେ ଫସି ତଳିତଳାନ୍ତ ହୋଇଥିବା ଲୋକଙ୍କ ଅଭିଯୋଗ କ୍ରମେ, ବଲାଙ୍ଗିର ସାଇବର୍ ଥାନା ପୋଲିସ ତାକୁ ଗିରଫ କରିବା ପରେ, ସାମ୍ନାକୁ ଆସିଛି ଏହି ଅନଲାଇନ ଜୁଆର ଅନ୍ଧାରୀ ଗୁମର ।
ଆଖି ତରାଟିଲା ଭଳି ସଂପତ୍ତି, ଥାଟବାଟ। ୨ ବର୍ଷ ଭିତରେ କୋଟିପତି ବନି କୋଠା ତୋଳିଥିଲା, କାର୍ ଓ ବାଇକ୍ କିଣିଥିଲା। ମାସକୁ ପାଉଥିଲା ୧୦ରୁ ୧୨ ଲକ୍ଷ ଟଙ୍କା। ତେବେ ତା ଜାଲରେ ଫସି ତଳିତଳାନ୍ତ ହୋଇଥିବା ଲୋକଙ୍କ ଅଭିଯୋଗ କ୍ରମେ, ବଲାଙ୍ଗିର ସାଇବର୍ ଥାନା ପୋଲିସ ତାକୁ ଗିରଫ କରିବା ପରେ, ସାମ୍ନାକୁ ଆସିଛି ଏହି ଅନଲାଇନ ଜୁଆର ଅନ୍ଧାରୀ ଗୁମର ।
ବଲାଙ୍ଗିର ଏସ୍.ପିଙ୍କ କାର୍ଯ୍ୟାଳୟରେ ବିଜେଡି ନେତା। ସହରର ଆଇନଶୃଙ୍ଖଳା ପରିସ୍ଥିତି ନେଇ ଏସ୍.ପିଙ୍କ ସହ ଆଲୋଚନା। ବିରୋଧୀ ନେତାଙ୍କୁ ସିଧା ଆରୋପ ।
ଅଭାବୀ ମାର ଛାତିଫଟା କଥା । ଅଭାବ ଯୋଗୁ ଛୁଆକୁ ପରିପୋଷଣ କରିପାରିବି ନାହିଁ । ତେଣୁ ଭଲରେ ରହିବ ବୋଲି, ଅନ୍ୟ ହାତକୁ ଟେକିଦେଲି । କିନ୍ତୁ କାହିଁକି ଓ କଣ ପାଇଁ, ନିଜ ରକ୍ତମାଂସର ଛୁଆକୁ ଜନ୍ମ ପରେ ବିକ୍ରୀ କରିଦେଲା ମା ?
ସକାଳୁ ସକାଳୁ ଅମୂଲ୍ୟାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ ପଡୋଶୀ। ପରେ ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ଦେଓଗାଁ ପୋଲିସ ପହଞ୍ଚି ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଥିଲା।
କାର୍ଡ ହାତେଇ ଚାଉଳ ଚଳୁ କରିଛନ୍ତି ଜଣେ ଅଧ୍ୟକ୍ଷା ମ୍ୟାଡମ । ମ୍ୟାଡମଙ୍କ ନାଁରେ ଚାରି ଚକିଆ କାର ଅଛି । ଟିଟିଲାଗଡ ସହରରେ ନିର୍ମାଣ ହେଉଛି ଆଲିଶାନ କୋଠା । ଖାଲି ଗୋଟିଏ ବଙ୍ଗଳା ନୁହେଁ, ଗାଁରେ ବି ଘର ଅଛି ।
ପଡ଼ିଆରେ ଖେଳୁଥିବା ବେଳେ ହଠାତ୍ ଅସୁସ୍ଥ ହୋଇ ଅଚେତ୍ ହୋଇ ପଡ଼ିଥିଲେ l ଉପସ୍ଥିତ ଲୋକମାନେ ତାଙ୍କ ମୁହଁରେ ପାଣି ଛିଞ୍ଚିବା ପରେ ତାଙ୍କର ଚେତା ଫେରିଥିଲା । ଚେତା ଆସିବା ପରେ ସେ ଅଳ୍ପ ପାଣି ପିଇ ପୁଣି ଖେଳିବାକୁ ବାହାରିଥିଲେ । ସାଥୀ ଖେଳାଳିମାନେ ତାଙ୍କୁ ଖେଳିବାକୁ ବାରଣ କରିଥିଲେ ମଧ୍ୟ କିଛି ହୋଇନି କହି ସେ ପୁଣି ପଡିଆକୁ ଯାଇଥିଲେ। ଫୁଟବଲ୍ ବି ଖେଳିଥିଲେ। କିନ୍ତୁ କିଛି ସମୟ ପରେ ଆଉ ଥରେ ଅସୁସ୍ଥ ହୋଇପଡିଥିଲେ।
ରାସ୍ତା ନିର୍ମାଣରେ ସରକାରୀ ବାବୁ କେମିତି ଖାଆନ୍ତି ଲକ୍ଷ ଲକ୍ଷ ଟଙ୍କା। କେମିତି ମିଛ କଥା କହି ରାସ୍ତା କାମ ହୁଏ ଓ ସରକାରୀ ଟଙ୍କା ଲୁଟ୍ ହୁଏ ଦେଖନ୍ତୁ ।
ଜଣେ ଗଂଜେଇ ମାଫିଆଙ୍କ ସହିତ ବୌଦ୍ଧ ଡି.ଭି.ଏଫର କନଷ୍ଟେବଳ ହରିଶଚନ୍ଦ୍ର ସାହୁଙ୍କ ଡିଲ୍ । ଖାଲି ଡିଲ୍ ତ ନୁହେଁ, ଏମିତି ଗଞ୍ଜେଇ ଡିଲ୍କୁ ନେଇ ରହିଛି ପୁଳାପୁଳା ରେକର୍ଡିଂ । ତତକାଳୀନ ଏସ.ପି ନାଗରାଜ ଡେବରକୋଣ୍ଡାଙ୍କ ସମୟର ଏ ଘଟଣା । କଥାବାର୍ତ୍ତା ମାତ୍ର ଗୋଟିଏ ମାସ ତଲର ।
ବଲାଙ୍ଗୀର ପୁଇଁତଳା ଥାନା ଖମାରମୁଣ୍ଡା ଗାଁରେ ୨ ଶହ ଫୁଟ ଉଚ୍ଚ ବିଦ୍ୟୁତ ଟାୱାର ଉପରେ ଚଢ଼ି ଉତ୍ପାତ କରୁଥିବା ଯୁବକ ୬ ଘଣ୍ଟା ପରେ ତଳକୁ ଓହ୍ଲାଇଛି । ଏହାପରେ ସଂପୃକ୍ତ ଯୁବକଙ୍କୁ କାବୁ କରି ପୋଲିସ ହସ୍ପିଟାଲରେ ଭର୍ତ୍ତି କରିଛି ।
କ୍ଳାସ ରୁମରେ ଚାଲିଲା ନଙ୍ଘା ସିନେମା । ସ୍କୁଲ ବେଞ୍ଚରେ ବସି ହେଲୋ ଫିଲ୍ମ ଦେଖିଲେ ଛାତ୍ରଛାତ୍ରୀ। ଶ୍ରେଣୀ ଗୃହରେ ଲାଗିଛି ଡିଜିଟାଲ ପ୍ରୋଜେକ୍ଟର l ଯେଉଁଥିରେ ଛାତ୍ରଛାତ୍ରୀ ପାଠ ପଢିବା କଥା। କିନ୍ତୁ ପାଠ ନ ପଢି ନବମ ଶ୍ରେଣୀର ଛାତ୍ରଛାତ୍ରୀ ମାନେ ଶ୍ରେଣୀ ଗୃହରେ ବସି ବେଶ ଆରାମରେ ହିନ୍ଦୀର ହେଲୋ ଫିଲ୍ମ ଦେଖୁଛନ୍ତି l
ଘଉଡ଼ାଇବା ବେଳେ ବନ କର୍ମଚାରୀଙ୍କୁ ଦଳି ଦେଲା ଦନ୍ତା । ବଲାଙ୍ଗିର ଜିଲ୍ଲାରେ ହାତୀ ଆକ୍ରମଣରେ ଜଣେ ବନ କର୍ମଚାରୀଙ୍କର ମୃତ୍ୟୁ ହୋଇଛି ।