Advertisment

Brotherly Feud: ଅଭାବନୀୟ ଘଟଣା: ଘର ମାଲିକାନା ହାତେଇବା ପାଇଁ ଭାଇକୁ ହାଣିଲା ଭାଇ...

ସାନ ଭାଇର ହାତ ହାଣି ଦେଲା ବଡ ଭାଇ। ଭୁବନେଶ୍ବର ଭରତପୁର ଥାନା ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି।

author-image
Sujit kumar Swain
Brotherly Feud

Brotherly Feud

ଘର ମାଲିକାନା ହାତେଇବା ପାଇଁ ଭାଇକୁ ହାଣିଲା ଭାଇ। ସାନ ଭାଇର ହାତ ହାଣି ଦେଲା ବଡ ଭାଇ। ଭୁବନେଶ୍ବର ଭରତପୁର ଥାନା ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି। ଦୁଇ ଭାଇଙ୍କ ଭିତରେ ପୂର୍ବ ତିକ୍ତତା ଗତକାଲି ସନ୍ଧ୍ୟାରେ ନେଇଥିଲା ଉଗ୍ର ରୂପ। ଆକ୍ରମଣରେ ଗୁରୁତର ହୋଇଛନ୍ତି ଅଶୋକ ମହାରଣା। ତାଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଥିଲେ ବଡ଼ ଭାଇ ସୂର୍ଯ୍ୟ ମହାରଣା। 

Advertisment

ଅଶୋକଙ୍କୁ ବଞ୍ଚାଇବାକୁ ଆସିଥିବା ପଡ଼ୋଶୀଙ୍କୁ ବି ମରଣାନ୍ତକ ଆକ୍ରମଣ କରିଥିଲେ ସୂର୍ଯ୍ୟ। ଭରତପୁରରେ ଥିବା ଏକ ଘରକୁ ହାତେଇବାକୁ ନେଇ ବହୁ ଦିନରୁ ଦୁଇ ଭାଇଙ୍କ ଭିତରେ ଗଣ୍ଡଗୋଳ ଲାଗି ରହିଥିଲା। ଗତ ସନ୍ଧ୍ୟାରେ ଏହା ତୀବ୍ର ରୂପ ନେଇଥିଲା। ଆକ୍ରମଣ ପରେ ଅଭିଯୁକ୍ତ ଗୋଟିଏ ଘରେ ଲୁଚି ରହିଥିଲେ। ସେମାନଙ୍କୁ ଜଗି ରହିଥିଲେ ସ୍ଥାନୀୟ ଲୋକ। 

ଅଧିକ ପଢନ୍ତୁ: ପ୍ରେମକରି ଶାରୀରିକ ସଂପର୍କ ରଖିବା ପରେ ସବୁ ଭୁଲିଗଲେ ଏସଆଇ ବାବୁ

ପୋଲିସ ପହଞ୍ଚି ଆକ୍ରମଣକାରୀକୁ ନେବା ବେଳେ ଉତ୍ୟକ୍ତ ଲୋକ ତାଙ୍କୁ ନିସ୍ତୁକ ପିଟିବା ସହ ପିସିଆର୍ ଭ୍ୟାନ ବି ଭାଙ୍ଗିଥିଲେ। ଏହି ଘଟଣାରେ ଅଧିକ ଖୋଳତାଡ କରୁଛି ଭରତପୁର ଥାନା ପୋଲିସ। 

Advertisment

ସେମିତି ଆଉ ଘଟଣା । ଦଣ୍ଡନାଚ ବେଳେ ଗଣ୍ଡଗୋଳରୁ ହତ୍ୟା। ଛୁରୀ ଭୁସି ଦଣ୍ଡନାଚ କମିଟି ସଦସ୍ୟକୁ ମାରିଦେଲେ ବାପା-ପୁଅ। ବ୍ରହ୍ମପୁର ବଡ଼ବଜାର ଥାନା ଜେନା ସାହିରେ ଏହି ହତ୍ୟାକାଣ୍ଡ ଘଟିଛି। ଏଥିରେ ବେଲଗାଁ ଦଣ୍ଡ ନାଚ କମିଟିର ସଦସ୍ୟ କମା ଗାଁର ଜଗଦୀଶ ପାଣିଗ୍ରାହୀଙ୍କର ମୃତ୍ୟୁ ହୋଇଛି। ଆକ୍ରମଣକାରୀମାନେ ହେଲେ ବେଲଗାଁ ଦଣ୍ଡ ନାଚର ମୁଖିଆ ତ୍ରିନାଥ ପାଣିଗ୍ରାହୀ ଓ ପୁଅ ପ୍ରଦୀପ ପାଣିଗ୍ରାହୀ। ଦଣ୍ଡ ଯାତ୍ରା ବେଳେ କୌଣସି କାରଣକୁ ନେଇ ଜଗଦୀଶ ଓ ତ୍ରିନାଥଙ୍କ ମଧ୍ୟରେ ଯୁକ୍ତିକର୍ତ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ତ୍ରିନାଥ ଓ ପୁଅ ପ୍ରଦୀପ ଛୁରୀରେ ଜଗଦୀଶଙ୍କ ଗଳାକୁ କାଟିବା ସହ ଶରୀରର ବିଭିନ୍ନ ସ୍ଥାନକୁ ଅତର୍କିତ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ଜଗଦୀଶଙ୍କୁ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ଆକ୍ରମଣକାରୀ ବାପା-ପୁଅଙ୍କୁ ଅଟକ ରଖି ଅଧିକ ଖୋଳତାଡ କରୁଛି ବଡ଼ବଜାର ଥାନା ପୋଲିସ। 

ଅଧିକ ପଢନ୍ତୁ: ସ୍ତ୍ରୀକୁ ମାରି ସୁଟକେସରେ ରଖିଲା, ଘରକୁ ଫେରି ବିଷ ପିଇଲା ଅଭିଯୁକ୍ତ

Crime News Property Dispute
Advertisment
Advertisment