Advertisment

Block Chairperson: ଗରିବଙ୍କ ଚାଉଳ ହେଉଥିଲା ଲୁଟ୍‌, ମ୍ୟାଡମ ବିକି ବାଡ଼ାଉଥିଲେ କୋଠା ?

କାର୍ଡ ହାତେଇ ଚାଉଳ ଚଳୁ କରିଛନ୍ତି ଜଣେ ଅଧ୍ୟକ୍ଷା ମ୍ୟାଡମ । ମ୍ୟାଡମଙ୍କ ନାଁରେ ଚାରି ଚକିଆ କାର ଅଛି । ଟିଟିଲାଗଡ ସହରରେ ନିର୍ମାଣ ହେଉଛି ଆଲିଶାନ କୋଠା । ଖାଲି ଗୋଟିଏ ବଙ୍ଗଳା ନୁହେଁ, ଗାଁରେ ବି ଘର ଅଛି ।

author-image
Sujit kumar Swain
ଅଦ୍ୟତନ ହୋଇଛି
Block Chairperson Accused of Availing of Ration Card

Block Chairperson Accused of Availing of Ration Card

କିଏ ରାସନକାର୍ଡ ପାଇବେ ନାହିଁ, ତା’ ତଥ୍ୟ ଏବେ ସାମନାକୁ ଆସିଛି । ପ୍ରାଥମିକ ତଦନ୍ତ ରିପୋର୍ଟ ବି ଆସିଯାଇଛି । ଏବେ କାର୍ଯ୍ୟାନୁଷ୍ଠାନ ହେବ । ତେବେ ଏହାରି ଭିତରେ କାର୍ଡ ହାତେଇ ଚାଉଳ ଚଳୁ କରିଛନ୍ତି ଜଣେ ଅଧ୍ୟକ୍ଷା ମ୍ୟାଡମ । ମ୍ୟାଡମଙ୍କ ନାଁରେ ଚାରି ଚକିଆ କାର ଅଛି । ଟିଟିଲାଗଡ ସହରରେ ନିର୍ମାଣ ହେଉଛି ଆଲିଶାନ କୋଠା । ଖାଲି ଗୋଟିଏ ବଙ୍ଗଳା ନୁହେଁ, ଗାଁରେ ବି ଘର ଅଛି । ଏମିତିକି କହିବାକୁ ଗଲେ ସରକାରୀ ଦରମା କହିଲେ ମିଳୁଛି ୧୫ ହଜାର । କିନ୍ତୁ ମ୍ୟାଡମ୍‌ଙ୍କୁ ଘାରିଛି ଚାଉଳ ଚଳୁ କରିବାର ନିଶା। 

Advertisment

ଏପଟେ ଜିଲ୍ଳା ମୁଖ୍ୟ ଯୋଗାଣ ଅଧିକାରୀ ସ୍ପଷ୍ଟ ଉତ୍ତର ରଖିଛନ୍ତି, ନିୟମ ଅନୁଯାୟୀ, ପ୍ରଥମେ ବଜାର ମୂଲ୍ୟରେ ଦଶ ପ୍ରତିଶତ ସୁଧ ସହିତ ନେଇଥିବା ଚାଉଳ ଆଦାୟ କରାଯିବ । ଦ୍ବିତୀୟରେ ଅପରାଧିକ ମାମଲା ରୁଜୁ କରାଯିବ । ତୃତୀୟରେ ସରକାର କାର୍ଯ୍ୟାନୁଷ୍ଠାନ ନେବେ । ଏକଥା ଶୁଣି ମ୍ୟାଡମ ବି ଭୁଲ୍ ମାନିଛନ୍ତି ।

ଅଧିକ ପଢ଼ନ୍ତୁ: ଡିଜିଟାଲ ଆରେଷ୍ଟ; ଠକି ନେଲେ ୫୦ ଲକ୍ଷ, ଜୀବନ ହାରିଲେ ସ୍ବାମୀ-ସ୍ତ୍ରୀ...

Advertisment

ଅଧ୍ୟକ୍ଷା ମ୍ୟାଡମ ସଂଯୁକ୍ତା ନାଏକଙ୍କ ଘର ବଲାଙ୍ଗିର ଜିଲ୍ଲା ମନିଗାଁ ପଞ୍ଚାୟତରେ । ପୂରା ଗାଁରେ ରହିଛି ଝାଟିମାଟି ଘର । ଗାଁରେ ରହୁଥିବା ଗରିବ ଗୁରୁବା ଚାଉଳ ପାଇବାରୁ ବଞ୍ଚିତ ଅଛନ୍ତି  । ସମସ୍ତ ଯୋଗ୍ୟତା ଥାଇ ସୁଦ୍ଧା ସରକାରୀ ଚାଉଳ ପାଉନାହାନ୍ତି ଗାଁର ଖଟିଖିଆ ମଜୁରିଆ । କିନ୍ତୁ ଆଲିଶାନ ଘରେ ରହି, ଚାରିଚକିଆ କାର ଚଢି, ଚାଉଳ ନେଉଥିଲେ ମ୍ୟାଡମ ଅଧ୍ୟକ୍ଷା । 

ତେବେ ଇ.କେ.ୱାଇ.ସି ପରେ, ସାମ୍ନାକୁ ଆସିଲା ମ୍ୟାଡମଙ୍କ କଳା ଚେହେରା । କିନ୍ତୁ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ, ତୁନି ପଡିଥିଲା ପ୍ରଶାସନ । ଏନେଇ ଓଟିଭିରେ ଖବର ପ୍ରସାରଣ ପରେ ଏବେ ପ୍ରଶାସନର ତଦନ୍ତ ବାହାନା । କିନ୍ତୁ ଏଇଠି ପ୍ରଶ୍ନ, ଜାନୁୟାରୀ ମାସରୁ କାର୍ଡ କଟିଥିଲେ ବି, ମାର୍ଚ୍ଚ ମାସ ଯାଏ କାହିଁକି ଅଧ୍ୟକ୍ଷାଙ୍କୁ ଅନୁକଂପା ଦେଖାଉଛି ପ୍ରଶାସନ । ସେପଟେ ଲୋକେ କହିଲେଣି, ଧନୀ ଲୁଟୁଛନ୍ତି, ଗରିବ ବାଦ ପଡୁଛନ୍ତି । ଏ ସଂପର୍କରେ  ଅଧ୍ୟକ୍ଷା ମ୍ୟାଡମ ସଂଯୁକ୍ତା ନାଏକଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । 

 ଅଧିକ ପଢନ୍ତୁ: ସରି ଆସୁଛି ଲାଲଗଡ଼ରେ ମାଓବାଦୀଙ୍କ ଆୟୁଷ; ମୂଳପୋଛ ହୋଇଯିବେ ବିକାଶ ବିରୋଧୀ !

Bolangir Ration Card Block Chairperson
Advertisment
Advertisment