• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

ହୋଲିରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ
Group Clash in Cuttack: ହୋଲି ଖେଳ ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ, ଉଭୟ ଗୋଷ୍ଠୀ ପକ୍ଷରୁ ଢେଲା ପଥର ମାଡ଼

କଟକରେ ହୋଲି ଖେଳ ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି । ଜଗତପୁର ବିଜୁ କଲୋନୀ ଓ ହରିଜନ ସାହି ମଧ୍ୟରେ ଏହି ଗଣ୍ଡଗୋଳ ହୋଇଥିଲା ।

ରାଜଧାନୀରେ ହୋଲିରେ ହତ୍ୟା
Murder In Bhubaneswar: ହୋଲିରେ ରକ୍ତ ରଞ୍ଜିତ ହେଲା ରାଜଧାନୀ, ଗଡ଼ିଲା ୨ ମୁଣ୍ଡ

ହୋଲି ଖେଳ ବେଳେ ରାଜଧାନୀରେ ଗଡ଼ିଲା ୨ ମୁଣ୍ଡ । ସହିଦନଗର ଶାନ୍ତିପଲ୍ଲୀ ବସ୍ତିରେ ଜଣଙ୍କୁ ଛୁରୀ ଭୁସି ହତ୍ୟା କରିଥିବା ବେଳେ ମଞ୍ଚେଶ୍ୱର ଥାନା ସମେଇଗାଡ଼ିଆରେ ମଧ୍ୟ ଜଣଙ୍କୁ ହତ୍ୟା କରିଛନ୍ତି ।

Heat And Wave Alert
Heat And Wave Alert: ଜଳୁଛି ପଶ୍ଚିମ ଓଡ଼ିଶା, ଦିନ ସାଢେ ୨ଟା ସୁଦ୍ଧା ୪୨ ଡିଗ୍ରୀ ଛୁଇଁଲା ତାତି

ମାର୍ଚ୍ଚ ମାସରେ ଖରାରେ ଜଳୁଛି ପଶ୍ଚିମ ଓଡ଼ିଶା । କାଲିଠୁ ଆଜି ଅନୁଭୂତ ହେଉଛି ଅଧିକ ତାତି । ଦିନ ସାଢେ ୨ଟା ସୁଦ୍ଧା ସମ୍ବଲପୁରରେ ତାପମାତ୍ରା ୪୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

Vastu tips
Vastu Tips: ଉତ୍ତର ନା ଦକ୍ଷିଣ, ଘରର କେଉଁ କୋଣରେ ଦୀପ ଜାଳିଲେ ମିଳିଥାଏ ଶୁଭ ଫଳ?

କେବେ ବି ଘରର ଦକ୍ଷିଣ କୋଣରେ ଜଳୁଥିବା ଦୀପକୁ ରଖନ୍ତୁ ନାହିଁ। ଏହା ବହୁ ସମସ୍ୟାର ଆରମ୍ଭ ବୋଲି ଜାଣି ରଖନ୍ତୁ। କାରଣ ହିନ୍ଦୁ ଶାସ୍ତ୍ର ଅନୁଯାୟୀ, ଦକ୍ଷିଣ ଦିଗର ସମ୍ପର୍କ ଯମ ରାଜଙ୍କ ସହ ରହିଛି। ତେଣୁ ଘରର ଦକ୍ଷିଣ କୋଣରେ କେବେ ବି ଜଳୁଥିବା ଦୀପ ରଖନ୍ତୁ ନାହିଁ ବା ଦୀପ ପ୍ରଜ୍ଜ୍ୱଳିତ କରନ୍ତୁ ନାହିଁ।

poacher killed
Poacher Killed: ବେଆଇନ ଶିକାର ସାଜିଲା କାଳ, ନିଜ ଗୁଳିରେ ନିଜେ ମରିଗଲା ଶିକାରୀ

ବେଆଇନ ଜନ୍ତୁ ଶିକାର ବେଳେ ନିଜ ଦେଶୀ ବନ୍ଧୁକରୁ ଗୁଳି ଫୁଟି ଶିକାରୀ ମୃତ । ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ ଘଟିଛି ଏହି ଅଘଟଣ । ପଢନ୍ତୁ ପୂରା ଖବର

BJD In Trouble
BJD: ବିଜେଡିର କଥାକଥିତ ଆଗଧାଡ଼ିର ନେତାଙ୍କୁ ଟାର୍ଗେଟ କଲେ ଅଶୋକ ପଣ୍ଡା, କହିଲେ...

ହୋଲିରେ ବରିଷ୍ଠ ବିଜେଡି ନେତା ଅଶୋକ ପଣ୍ଡାଙ୍କ `ଧର୍ମପଦ' ଉପାଖ୍ୟାନକୁ ନେଇ ପୁଣି ବଢ଼ିଲା ଚର୍ଚ୍ଚା । ଦଳର ବିପର୍ଯ୍ୟୟ ପରେ ବିଜେଡିର କଥାକଥିତ ଆଗଧାଡ଼ିର ନେତାଙ୍କୁ କଲେ ଟାର୍ଗେଟ୍ । ଅଶୋକ କହିଛନ୍ତି, ୧୨ଶହ ବଢେଇରେ ଦାୟ ନା ପୁଅରେ ଦାୟ ? ଆଗଧାଡ଼ିର ନେତାମାନେ ଦାୟିତ୍ବରୁ ଓହରିଯାଇ ଅନ୍ୟକୁ ସୁଯୋଗ ଦେବା ଦରକାର ।

 Pradeep Majhi
Pradeep Majhi Marriage ମହଙ୍ଗା ପଡ଼ିଲା ବିବାହ; ବାଛନ୍ଦ ହେଲେ ପ୍ରଦୀପ ମାଝୀ

ମାର୍ଚ୍ଚ ୧୨ ତାରିଖ। କେନ୍ଦ୍ରାପଡାର ସୁଶ୍ରୀ ସଙ୍ଗୀତା ସାହୁଙ୍କ ହାତ ଧରିଥିଲେ ପ୍ରଦୀପ। ଗୋଆରେ ପଡିଥିଲା ହାତଗଣ୍ଠି। ହୋଇଥିଲା ଡେଷ୍ଟିନେସନ ୱେଡିଂ। ତେବେ ବରିଷ୍ଠ ବିଜେଡି ନେତାଙ୍କ ଏହି ବିବାହକୁ ପସନ୍ଦ କରିନି ଭତ୍ରା ସମାଜ। କାରଣ ତାଙ୍କ ସ୍ତ୍ରୀ ସଂଗୀତା ସାହୁ ଅନ୍ୟ ଜାତିର।

papaya
Denkanal Papaya in Foreign: ଲଣ୍ଡନ, ଆୟର୍ଲାଣ୍ଡ ଗଲା ଢେଙ୍କାନାଳ ଭଣ୍ଡା, ଖୁସି ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଆମ୍ବ ପରେ ବିଦେଶ ଗଲା ଢେଙ୍କାନାଳ ଅମୃତଭଣ୍ଡା । ପ୍ରଥମଥର ପାଇଁ ଢେଙ୍କାନାଳରୁ ଲଣ୍ଡନ ଓ ଆୟର୍ଲାଣ୍ଡକୁ ରପ୍ତାନି ହୋଇଛି ଏକ ଟନରୁ ଅଧିକ ଅମୃତଭଣ୍ଡା । ଫଳରେ ଚାଷୀ ଭଲ ଦୁଇ ପଇସା ପାଇଥିବା ବେଳେ ଏହି ଚାଷରେ ନୂଆ ସୁଯୋଗ ସୃଷ୍ଟି ହୋଇଛି ।

Murder
Husband Killed Wife: ସ୍ତ୍ରୀକୁ ହତ୍ୟା କଲା; ମୃତଦେହ ପାଖରେ ବସି କାନ୍ଦିଲା

ଚରଣ ଭକ୍ତା ଓରଫ ଫତଲୁ ୬ବର୍ଷ ପୂର୍ବେ ସବିତାଙ୍କୁ ପ୍ରେମ ବିବାହ କରିଥିଲା। ଗତକାଲି କୌଣସି କଥାକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣରୁ ଝଗଡ଼ା ହୋଇଥିଲା। ପରିବାର ଲୋକେ ଉଭୟଙ୍କୁ ବୁଝାସୁଝା କରିଥିଲେ। ପରିବାର  ଲୋକଙ୍କ କଥା ଶୁଣିଥିଲେ। ଆଉ କେହି କାହା ସହିତ ଝଗଡ଼ା କରିନଥିଲେ।   

Weather
Heatwave: ହୋଲିରେ ଅଗ୍ନିବର୍ଷା; ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଖୋର୍ଦ୍ଧା, ଯାଜପୁର, କେନ୍ଦ୍ରାପଡ଼ା, ପୁରୀ ଓ ଜଗତସିଂହପୁରରେ ଗରମ ଓ ଗୁଳୁଗୁଳି ଏବଂ ମାଲକାନଗିରିରେ ରାତି ତାପମାତ୍ରା ଅଧିକ ରହିପାରେ। ଆସନ୍ତା ୧୮ ତାରିଖ ଯାଏଁ ଓଡ଼ିଶାରେ ପ୍ରବଳ ଗ୍ରୀଷ୍ଣ ପ୍ରବାହ ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

Holi
Holi safety Tip: ହୋଲି ଖେଳ ବେଳେ କ’ଣ କରିବା କ’ଣ ନାହିଁ

ଆଜି ରଙ୍ଗର ପର୍ବ ହୋଲି। ସାରା ରାଜ୍ୟରେ ତଥା ଦେଶର ବିଭିନ୍ନ ସ୍ଥାନରେ ଆଜି ଏହି ନିଆରା ପର୍ବକୁ ପାଳନ କରୁଛନ୍ତି ଲୋକେ। ଜାତି, ଧର୍ମ, ବର୍ଣ୍ଣ, ନିର୍ବିଶେଷରେ ଜଣେ ଅନ୍ୟ ଜଣକୁ ରଙ୍ଗ ଲଗାଇ ନିଜ ଭଲ ପାଇବା ପରିପ୍ରକାଶ କରୁଛନ୍ତି। ପରିବାର, ବନ୍ଧୁ, ପ୍ରିୟଜନଙ୍କୁ ନେଇ ରଙ୍ଗ ଖେଳରେ ମସଗୁଲ୍ ଅଛନ୍ତି ଲୋକେ।

history of holi utsav
Holi Utsav 2025: ପ୍ରହ୍ଲାଦକୁ କୋଳରେ ଧରି ନିଆଁରେ ପଶିଲା ହୋଲିକା, ତା ପରେ…

ହୋଲି ଉତ୍ସବ ପଛର ପୌରାଣିକ କାହାଣୀ ବଡ଼ କୌତୂହଳ ପୂର୍ଣ୍ଣ। ହୋଲିକୁ ନେଇ ଆମ ସାହିତ୍ୟରେ ମଧ୍ୟ ଅନେକ ବଢ଼ିଆ କଥା ରହିଛି। ହୋଲି ଓ ଦୋଳ ହେଉଛି ଓଡ଼ିଆ ପରମ୍ପରାର ଅଭିନ୍ନ ଅଂଶ। ଓଡ଼ିଆଙ୍କ ଇଷ୍ଟଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନୀତି ପରମ୍ପରା ସହିତ ମଧ୍ୟ ହୋଲିର ସଂପର୍କ ରହିଛି।

Accident in odisha
Road Accident: ଏମିତି ଆସେ ମୃତ୍ୟୁ; ଝିଅ ଘର ସାମ୍ନାରେ ଚାଲିଗଲା ବାପାମା’, ଭାଇର ଜୀବନ

ଆଜି ସକାଳେ ବାପାମା’ ଓ ପୁଅ ଏକ ବାଇକ୍‌ରେ ଝିଅ ଘରକୁ ବାହାରି ଥିଲେ। ଝିଅ ଘରେ ପହଞ୍ଚିଲେ ସମସ୍ତେ ହୋଲି ଖେଳିବେ। ଏଥିପାଇଁ ସମସ୍ତେ ଖୁସିରେ ଥିଲେ। ହେଲେ ସେମାନଙ୍କ ଖୁସି ବେଶୀ ସମୟ ରହିନଥିଲା। ଯେପରି ସେହି ଖୁସିରେ କାହାର ନଜର ଲାଗି ଯାଇଥିଲା।

Holi
Restrictions: ହୋଲିରେ କଟକଣା; ଦିନ ଗୋଟାଏ ସୁଦ୍ଧା ସାର ରଙ୍ଗ ଖେଳ

ହୋଲି ପାଇଁ କଟକ ସହରରେ ୨୨ ପ୍ଲାଟୁନ୍ ପୋଲିସ୍ ମୁତୟନ ହେବେ । ଏଥିସହ ସହରରେ ସମସ୍ତ ମଦ ଦୋକାନ ବନ୍ଦ ରହିବ ଏବଂ ବେଆଇନ ଭାବେ ବିକିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିସିପି ଚେତାବନୀ ଦେଇଛନ୍ତି ।...

Deadbody
DeadBody: ରାଜଧାନୀରେ ଚାଞ୍ଚଲ୍ୟ; ବନ୍ଦ ଘରୁ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଆଜି ସକାଳେ ଉଭୟଙ୍କ ମୃତଦେହ ଭଡ଼ା ଘରୁ ଉଦ୍ଧାର କରାଯାଇଥିଲା।  ତେବେ ଉଭୟଙ୍କ ମୃତ୍ୟୁର ପ୍ରକୃତ କାରଣ କ’ଣ ସେନେଇ ସ୍ପଷ୍ଟ ହୋଇନାହିଁ। ଚନ୍ଦ୍ରଶେଖରପୁର ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛି। ପରିବାର ଲୋକେ ପହଞ୍ଚିଲେ ମୃତଦେହକୁ ଉଦ୍ଧାର କରି କ୍ୟାପିଟାଲ ହସପିଟାଲକୁ  ପଠାଯିବ ବୋଲି ଜଣାଯାଇଛି। 

Holi
Holi celebration: ଆଜି ରଙ୍ଗର ପର୍ବ ହୋଲି; କ’ଣ ରହିଛି ପୌରାଣିକ ଗାଥା

ପିଲାଠୁ ବୁଢା ଆଜି ସମସ୍ତେ ହୋଲି ରଙ୍ଗରେ ରଙ୍ଗୀନ ହେବେ। ପୂରା ଦେଶ ବିଭିନ୍ନ ରଙ୍ଗରେ ରଙ୍ଗୀନ ହେବ। ରଙ୍ଗ, ଅବିର ଓ ପିଚକାରୀ ସହ ଭଳି କି ଭଳି ଚଷମା ଓ ଟୋପି ଆଦି କିଣା ସରିଛି। ଶ୍ରୀମନ୍ଦିର ତଥା ବିଭିନ୍ନ ଦେବାଳୟ ମାନଙ୍କରେ ମଧ୍ୟ ହୋଲିକୁ ନେଇ ସ୍ୱତନ୍ତ୍ର ନୀତିକାନ୍ତି ରହିଛି।

Panchang Today
Panchang Today 15th March 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ମୀନ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୧୫ ତାରିଖ ଶନିବାର । ଚନ୍ଦ୍ର- କନ୍ୟା ଅହୋରାତ୍ର । ତିଥି- ପ୍ରତିପଦ ଦିବା ୦୨.୩୩ ଗତେ ୨ୟା । ଘାତଚନ୍ଦ୍ର- ବୃଷ ରାଶିର ଅହୋରାତ୍ର । ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର । ପୁଷ୍କର ଦୋଷ- ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ଦିବା ୦୮.୫୪ ଗତେ ।ପାଦ-କୃଷିହାନି-ଭୂମିଦାନ ଦିବା ୦୨.୩୩ ଗତେ ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ।

breaking news
ସଂକ୍ଷେପରେ ଆଜିର ତାଜା ଖବର - Saturday, 15 March 2025

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Saturday, 15 March 2025
Bhubaneswar Smart City
Big Plans For Bhubaneswar: ବଦଳିଯିବ ଭୁବନେଶ୍ୱର, ଖୁବ୍‌ଶୀଘ୍ର ଆରମ୍ଭହେବ ତିନି ଥାକିଆ ଏଲିଭେଟେଡ୍ ରୋଡ୍

କ୍ୟାପିଟାଲ ସିଟିର ସର୍ବାଧିକ ବ୍ୟସ୍ତବହୁଳ ରାସ୍ତା ଜୟଦେବ ବିହାରରୁ ନନ୍ଦନକାନନ ପର୍ଯ୍ୟନ୍ତ ଗାଡ଼ି ଭିଡ଼ କମାଇବାକୁ ଏଲିଭେଟେଡ୍ ରୋଡ୍ ଯୋଜନା ଖୁବ୍‌ଶୀଘ୍ର ବାସ୍ତବ ରୂପ ନେବାକୁ ଯାଉଥିବା କହିଛନ୍ତି ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।

Sarathi
Sarathi Baba: ପୁଣି ଅଡ଼ୁଆରେ ଆତ୍ମଘୋଷିତ ସାରଥି ବାବା; ଥାନାରେ ଏତଲାଦେଲେ ସମାଜସେବୀ

ସାରଥିଙ୍କ ଫଟୋରେ ତୁଳସୀ ଚଢ଼ାଇବା ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ରଖି ସମାନ୍ତରାଳ ପୂଜାର୍ଚ୍ଚନା କରିଛନ୍ତି ସାରଥିଙ୍କ ଅନୁଗାମୀ । ଅନୁଗାମୀ କହିଛନ୍ତି ସାରଥି ଓ ମହାପ୍ରଭୁ ଜଗନ୍ନାଥ ଏକ୍ । ଯାହାକୁ ନେଇ ଜଗନ୍ନାଥ ପ୍ରେମୀ ଓ ସଂସ୍କୃତି ଗବେଷକ ଅସନ୍ତୋଷ ଝାଡ଼ିଥିବାବେଳେ ମାମଲା ଥାନାରେ ପହଞ୍ଚିଛି । ତେବେ ଏହାପରେ ଏଭଳି ଘଟଣାକୁ ନେଇ ଉଠିଛି ଅନେକ ପ୍ରଶ୍ନ ।

Dola Melana
Dola Purnima 2025: ଦୋଳ ପୂର୍ଣ୍ଣିମାରେ ସୁନାବେଶରେ ଭକ୍ତଙ୍କୁ ଦର୍ଶନଦେଲେ ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥ

ପବିତ୍ର ଦୋଳ ପୂର୍ଣ୍ଣମୀ ପାଇଁ ଉତ୍ସବ ମୁଖର ସାରା ରାଜ୍ୟ । ଚାରିଆଡ଼େ ଚାଲିଛି ଦୋଳ ମେଳଣ, ଭଗବାନଙ୍କ ସହ ହେଉଛି ଭକ୍ତର ମିଳନ । ପୁରୀରେ ଆଧ୍ୟାତ୍ମିକତାର କ୍ଷେତ୍ର ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କୁ ଦୋଳ ଉତ୍ସବ ନୀତି ସୃଷ୍ଟି କରିଛି ଭକ୍ତି ଓ ଭାବର ପରିବେଶ । ଶ୍ରୀମନ୍ଦିରରୁ ମଣି ବିମାନରେ ବିରାଜମାନ ହୋଇ ବଡ଼ ଦାଣ୍ଡକୁ ଆସିବା ପରେ ଦୋଳ ଗୋବିନ୍ଦ, ଭୂଦେବୀ ଓ ଶ୍ରୀଦେବୀଙ୍କ ସହ ଫଗୁ ଅବିର ଖେଳରେ ମଜିଯାଇଥିଲେ ଭକ୍ତ ।

Has Naveen Patnaik Abandoned Equidistance Policy Support for Stalin’s Meet Sparks Political Buzz
Naveen Patnaik: ନବୀନଙ୍କ ଦିଲ୍ଲୀ ଗସ୍ତକୁ ନେଇ ବଢିଲା ଚର୍ଚ୍ଚା; ବଳି ପଡ଼ିଲା କି ସମଦୂରତା ନୀତି ?

ଷ୍ଟାଲିନ୍‌ଙ୍କ ସଭା ପାଇଁ ସମର୍ଥନ ଦେଲେ । ଆଉ ତା ପରେ ପରେ ଦିଲ୍ଲୀ ଗଲେ । ନବୀନଙ୍କ ଏହି ମୁଭ୍ ପରେ ଏବେ ରାଜ୍ୟ ରାଜନୀତିରେ ଝଡ। ୨୦୨୪ ବିପର୍ଯ୍ୟୟ ପରେ ଜାତୀୟ ସ୍ତରରେ ନିଜ ଅସ୍ତିତ୍ବ ବଞ୍ଚାଇବା ପାଇଁ ପ୍ରୟାସ ଆରମ୍ଭ କରିଛି କି ବିଜେଡି। 

Raja Chakra EOW Case
Raja Chakra Arrested: ରାଜା ଚକ୍ରଙ୍କ ପରେ ବଡ ମାଛ ଧରିବାକୁ ଯୋଜନା କରିଛି କି EOW ?

ରାଜା ଚକ୍ରଙ୍କ ପରେ କିଏ ? କାହାକୁ ଟାଣିବ କ୍ରାଇମବ୍ରାଞ୍ଚ ? ରାଜନେତା ନା ଆଇଏଏସ ନା ଆଇପିଏସ, କିଏ ଫସିବେ ? ରାଜା ଚକ୍ରଙ୍କ ବିଜନେସ୍ ପାର୍ଟନର ଆଇପିଏସ୍ ମିତ୍ରଭାନୁଙ୍କ ଶଳା କିଏ? ଗତକାଲି ରାଜା ଚକ୍ରଙ୍କ କଳା ସାମ୍ରାଜ୍ୟ ବାବଦରେ ବଦ୍ରି ପାତ୍ରଙ୍କ ଖୁଲାସାପରେ ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ।

history of BJD mafia Raja Chakra political & business dynasty in keonjhar
History of Raja Chakra Dynasty: ରାଜନୀତିକୁ ଆସିଲା କେମିତି, କିଏ ପ୍ରଥମ ରାଜନୈତିକ ଗୁରୁ, ବବି ପାଣ୍ଡିଆନ୍ ଚିହ୍ନା ହେଲେ କେମିତି

କେନ୍ଦୁଝର ଜିଲ୍ଲାର ଜଣେ ସାଧାରଣ ଶିକ୍ଷକର ପୁଅ, ପରବର୍ତ୍ତୀ ସମୟରେ ପାଲଟିଗଲା ବିଜେଡିର ପ୍ରଭାବଶାଳୀ ନେତା ଓ ଫାଇନାନ୍ସର। ତୃତୀୟ ମହଲା ସହ ଥିଲା କନେକ୍ସନ୍। ଜିଲ୍ଲାପାଳ ଓ ଏସପି ଥିଲେ ପକେଟରେ। ଭୃତ୍ୟ ପରି ପରି ଏମାନେ ତା ପାଦ ଚାଟୁଥିଲେ। ପ୍ରଭାବ ଏତେ ବଢ଼ି ଯାଇଥିଲା ଯେ, ଯାହା ଚାହୁଁଥିଲା କରୁଥିଲା। ପଢ଼ନ୍ତୁ ରାଜା ସାମ୍ରାଜ୍ୟର ସଂପୂର୍ଣ୍ଣ ଇତିହାସ।

କନିକା ଦୋଳ ମେଳଣ
Dola Melana: ୬୦୦ବର୍ଷ ଧରି ପାଳିତ ହେଉଛି କନିକା ରାଜମେଲଣ... ଉଠୁଛି ପଡୁଛି ଗାଁ ଦାଣ୍ଡ

ପାଞ୍ଚଦିନ ଧରି ଚାଲିଥିବା ଏହି ମେଳଣର ପ୍ରଥମ ଦିନରେ କାଳିକାପୁର, ଦ୍ଵିତୀୟ ଦିନରେ ଆୟତନ, ତୃତୀୟ ଦିନରେ ଦେଉଳି, ଚତୁର୍ଥ ଦିନରେ ଗିରିୟା ଓ ଶେଷରେ ରାଜମେଲଣ ଅନୁଷ୍ଠିତ ହୋଇଥାଏ। କନିକା ରାଜବାଟି ପରିସରେ ଅନୁଷ୍ଠିତ ଶେଷ ମେଲଣ ଉତ୍ସବ ପାଳିତ ହୋଇଥାଏ। ୫ଟି ଗାଁର ୨୫ରୁ ଉର୍ଦ୍ଧ୍ବ ରାଧାକୃଷ୍ଣଙ୍କ ବିଗ୍ରହକୁ ସୁସଜିତ ବିମାନରେ ରାଜବାଟି ମେଲଣ ପଡିଆକୁ ଅଣା ଯାଇଥାଏ।